ହିଞ୍ଜିଳିର କୁନି ବିଜ୍ଞାନୀ ଶୁଭେନ୍ଦୁ: ଚାଷୀଙ୍କ ପାଇଁ ଗଢ଼ିଥିବା ଯନ୍ତ୍ରକୁ ନେଇ ଚର୍ଚ୍ଚା

ହିଞ୍ଜିଳିର କୁନି ବିଜ୍ଞାନୀ ଶୁଭେନ୍ଦୁ: ଚାଷୀଙ୍କ ପାଇଁ ଗଢ଼ିଥିବା ଯନ୍ତ୍ରକୁ ନେଇ ଚର୍ଚ୍ଚା

Sunday February 28, 2016,

2 min Read

କୁନି ପ୍ରତିଭା ହେଉଛନ୍ତି ହିଞ୍ଜିଳିକାଟୁ ନିକଟସ୍ଥ ସୋମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲର ମେଧାବୀ ଛାତ୍ର ଶୁଭେନ୍ଦୁ କୁମାର ସାହୁ । ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ୧୨ ବର୍ଷ ବୟସର ଶୁଭେନ୍ଦୁ ଚାଷୀଙ୍କ ପଇାଁ ଅଭିନବ ଉପାୟରେ ନିର୍ମାଣ କରିଛନ୍ତି ସେଭେନ୍ ଇନ ୱାନ ମେସିନ । ଯାହାର ନାମ ଦେଇଛନ୍ତି ଗିଫ୍ଟ ଟୁ ଫାର୍ମର । ଦେଶର ଚାଷୀଙ୍କ ପ୍ରତି ଏହା ତାଙ୍କର ଉପହାର । ଶୁଭେନ୍ଦୁଙ୍କ ଏହି ପ୍ରକଳ୍ପ ବ୍ଲକସ୍ତରୀୟ ବିଜ୍ଞାନ ପ୍ରତିଯୋଗିତାରେ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲା । ଜିଲ୍ଲାର ୮୦ ପ୍ରକଳ୍ପ ମଧ୍ୟରୁ କୃଷି ଓ ଖାଦ୍ୟ ନିରାପତ୍ତା ପ୍ରକଳ୍ପ ଭାବେ ପୁରସ୍କୃତ ହୋଇଥିଲା । ରାଜ୍ୟସ୍ତରକୁ ମନୋନୀତ ହେବା ପରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ରାଜ୍ୟର ୧ହଜାର ୭୪୫ ପ୍ରକଳ୍ପ ମଧ୍ୟରୁ ଶ୍ରେଷ୍ଠ ହୋଇଥିଲା । ଏହା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆଂଚଳିକ ବିଜ୍ଞାନ କେନ୍ଦ୍ର ଠାରେ ଶ୍ରେଷ୍ଠ ବିବେଚିତ ହୋଇଛି । ଗତ ୨୦୧୬ ଜାନୁଆରୀ ୧୨ରୁ ୧୬ତାରିଖ ମଧ୍ୟରେ କଲିକତାର ବିଆଇଟିଏମ୍ ଠାରେ ଅନୁଷ୍ଠିତ ପୂର୍ବଭାରତୀୟ ବିଜ୍ଞାନମେଳାରେ ୨୩୦ ପ୍ରକଳ୍ପରୁ ଶ୍ରେଷ୍ଠ ମନୋନୀତ ହୋଇ ଜାତୀୟ ବିଜ୍ଞାନମେଳାକୁ ମନୋନୀତ ହୋଇଛି ।

image


ଏହି ଯନ୍ତ୍ର ଦ୍ଵାରା ଚାଷ ସହ ଏଥିପାଇଁ ଆବଶ୍ୟକ ପଡୁଥିବା ଆନୁଷଙ୍ଗିକ ୭ ପ୍ରକାର କାମକୁ ସଂପନ୍ନ କରାଯାଇପାରିବ । ହିଡ କାଟିବା ପାଇଁ କଟି ମରା ଯନ୍ତ୍ର, ଧାନ ଉଡାଇବା ପାଇଁ ଫ୍ୟାନ୍, ବିହନ ବୁଣିବା ପାଇଁ ଯନ୍ତ୍ର, ଧାନବୁଣା ସହ ଅନ୍ୟାନ୍ୟ ବୀଜ ବୁଣିବା, ଉଦ୍ୟାନ ତଥା ନଡିଆ ଗଛ ପାଇଁ ଡିଗର ଖୋଳା ଯନ୍ତ୍ର, ଔଷଧ ସିଂଚନ ମେସିନ ଓ ଧାନକଟା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଦ୍ଧା ଏହାକୁ ସେ ବାସ୍ତବ ରୂପ ଦେଇଛନ୍ତି ।

ଶୁଭେନ୍ଦୁଙ୍କ ବାପା ଜଣେ ବୁଲା ବିକାଳି ଓ ମା ଜଣେ ଗୃହିଣୀ ହୋଇଥିବାରୁ ଯନ୍ତ୍ର ନିର୍ମାଣ ପାଇଁ ବହୁ ଅର୍ଥ ଦରକାର ପଡିଲା । ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ତାଙ୍କ ସ୍ୱପ୍ନକୁ ସାକାର କରିବାକୁ ସହଯୋଗର ହାତ ବଢ଼ାଇଥିଲେ । ଏକ ଲୁହା ୱେଲଡିଂ ଦୋକାନରେ ତିଆରି ହୋଇଥିଲା ଏହି ଯନ୍ତ୍ର । ୫ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । 

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ - 

୩ଟି ଗାଁରେ ଫ୍ରି ୱାଇ ଫାଇ ସେବା ଆଣିଦେଲେ ଚାରି ସାଙ୍ଗ

ଆମ ପାଇଁ ଖାଦ୍ୟ ବଞ୍ଚାଉଛନ୍ତି ୩ ଆଇଆଇଟି ଡିଗ୍ରିଧାରୀ

ବେଙ୍ଗାଲୁରୁରେ ବୁଲିଲା ଓଡିଆ ଯୁବକଙ୍କ ଭ୍ରାମ୍ୟମାଣ ଲାଇବ୍ରେରୀ

Sign up for our Daily Newsletter