ଭାରତରେ ୨୦ ହଜାର କିଲୋମିଟର ଅତିକ୍ରମ କରିବାର ସଂକଳ୍ପ : ମ୍ୟାକ୍ସ ଚନ୍ଦ୍ରା - 'One Step at a Time'

0

ମ୍ୟାକ୍ସ ଚନ୍ଦ୍ରା କୌଣସି ସାଧାରଣ ନାମ ନୁହେଁ କିମ୍ବା ସେ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ଜଣେ ଭାରତୀୟ ମାତା ଓ ଜର୍ମାନ ପିତା ଙ୍କ ଔରସ ରୁ ସେ ଜର୍ମାନୀରେ ଜନ୍ମ ଗ୍ରହଣ କରିଥିଲେ । ଚନ୍ଦ୍ରା ତାଙ୍କର ଅଧିକାଂଶ ଜୀବନ କାଳ ଇଂଲଣ୍ଡ ରେ ବିତାଇଛନ୍ତି । ସେ ୨୦୦୫ ସୁଦ୍ଧା ଭାରତ ଆସିବାର ସୁଯୋଗ ପାଇନଥିଲେ । ସେହି ବର୍ଷ ହିଁ ଏକ ପାଶ୍ଚାତ୍ୟ କମ୍ପାନୀର CEO ଭାବେ ଯୋଗ ଦେଇ ଭାରତକୁ ଆସିଥିଲେ ।

ଚନ୍ଦ୍ରାଙ୍କ ମାତା ବାଙ୍ଗାଲୋର ରେ ଜନ୍ମ ହେଇଥିଲେ ଏବଂ ସେଠାରେ ତାଙ୍କର ପୈତୃକ ଘର ମଧ୍ୟ ଅଛି। ଲଣ୍ଡନରେ ଏକ ବୃତ୍ତିଗତ କର୍ମୀ ଭାବରେ ୧୫ ବର୍ଷ ରୁ ଅଧିକ କାଳ ବିତାଇସାରିଥିଲେ । ସେ ହୁଏତ ନିଜ ସ୍ଥ୍ହାନରେ ଖୁସିରେ ରହିପାରିଥାନ୍ତେ,ହେଲେ ଭାରତ ପ୍ରତି ତାଙ୍କର ଆକର୍ଷଣ ତାଙ୍କୁ ଟାଣି ଆଣିଲା । ଭାରତକୁ ତାଙ୍କର ପ୍ରଥମ ଭ୍ରମଣ ପରେ ଲଣ୍ଡନ କୁ ଫେରିବା ସମୟରେ ସେ ନିଜ ଚାକିରି ଛାଡି ଭାରତରେ ରହିଯିବାକୁ ସ୍ଥିର କଲେ ।ସେ ଗୋଆକୁ ନିଜର ଘର ଭାବି ସେଠାରେ କିଛି କାଳ ବସବାସ କଲେ। "କିନ୍ତୁ ଆହୁରି କିଛି କରିବାର ମୋର ଇଛା ସବୁବେଳେ ରହିଥାଏ ।" ଏକଥା ଚନ୍ଦ୍ରା ଟେଲିଫୋନରେ ଥରେ କଥା ହେଲାବେଳେ ମୋତେ କହିଥିଲେ ।

ଚନ୍ଦ୍ରା ଭାରତ ର ଏ ମୁଣ୍ଡ ରୁ ସେ ମୁଣ୍ଡ ଚାଲିବା ପାଇଁ ସ୍ଥିର କରିଥିଲେ । ଭାରତର ସମବୃଦ୍ଧିକୁ ଭଲ ଭାବରେ ବୁଝିବାକୁ ୨୦ ହଜାର କିଲୋମିଟର ରାସ୍ତା ୩ ବର୍ଷ ମଧ୍ୟରେ ଅତିକ୍ରମ କରିବାକୁ ସେ ସ୍ଥିର କରିଛନ୍ତି । ଭାରତକୁ ଦାରିଦ୍ର୍ୟ ରୁ ମୁକ୍ତ କରିବାରେ ଜନସଚେତନତା ସୃଷ୍ଟି କରିବାକୁ ସେ ଏକ ଦାତବ୍ୟ ସଂସ୍ଥା 'One Step at a Time Charitable Foundation’ ଗଠନ କରିଛନ୍ତି । ମୁଁ ନିଜ ଉପରେ ଲୋକଙ୍କ ଦୁଷ୍ଟି ଆକର୍ଷଣ କରିବାକୁ ଚାହୁଁ ନହିଁ,ଦେଶ ବର୍ତମାନ ସମ୍ମୁଖୀନ ହେଉଥିବା ଉତ୍କଟ ସମସ୍ୟା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ହେଉଛି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଏହି ସଂସ୍ଥା ଏକ ପରିବର୍ତନ ସୃଷ୍ଟି କରି ଆଗାମୀ ପରିବର୍ତ୍ତନ ର ଅଂଶ ହେବାସହ ଲୋକଙ୍କ ହିତପାଇଁ ଅଧିକରୁ ଅଧିକ କାର୍ଯ୍ୟ କରୁ ବୋଲି ମୁଁ ଚାହୁଁଛି ।“ଚନ୍ଦ୍ରା କୁହନ୍ତି ତାଙ୍କର ଯାତ୍ରାର ପ୍ରଥମ ପର୍ଯ୍ୟାୟ ରେ ସେ ଗୋଆ ରୁ ଚେନ୍ନାଇ ପର୍ଯ୍ୟନ୍ତ ୧,୮୭୫ କିଲୋମିଟର ଅତିକ୍ରମ କରିବାକୁ ୭୦ ଦିନରେ କର୍ଣ୍ଣାଟକ,କେରଳ,ତାମିଲନାଡୁ ଦେଇ ଯାତ୍ରା କରିଥିଲେ ।

ଛଅଟି ପର୍ଯ୍ୟାୟ ର ଏହି ଯାତ୍ରା ମଧ୍ୟରେ ପ୍ରତି ପର୍ଯ୍ୟାୟ ଶେଷରେ ଚନ୍ଦ୍ରା କିଛି ମାସ ବିରତି ନେଇ ଗ୍ରହଣ କରିଥିବା ଅଭିଜ୍ଞତାର ସମୀକ୍ଷା ଓ ନୂତନ ପ୍ରକଳ୍ପ ଉପରେ ଅଧିକ ଧ୍ୟାନ ଦେବେ । ପ୍ରଥମ ପର୍ଯ୍ୟାୟ ଶେଷରେ ସେ ଗୋଆ,କର୍ଣାଟକ ,କେରଳ ଓ ତାମିଲ ନାଡୁରେ ପ୍ରକଳ୍ପ ଗୁଡିକ ଆରମ୍ବ କରିଛନ୍ତି । କରୱାର, କର୍ଣାଟକ ରେ ଏକ ଅନ୍ଧ ମୁକ ବଧିର ସ୍କୁଲ ରେ ଚନ୍ଦ୍ରା ଟେବଲ ଚୌକି ଯୋଗାଇ ଦେଇଛନ୍ତି । ଉତ୍ତର ଗୋଆରେ ଏକ ପୁରାତନ ଲୁଗାବୁଣା କଳାର ପୁନରୁଉଦ୍ଧାର କରିଛନ୍ତି । ବାଙ୍ଗାଲୋର ର ସହର ତାଳି ଅଞ୍ଚଳରେ ଥିବା ଅନାଥା ଆସରମକୁ ଖଟ ଆଦି ସାମଗ୍ରୀ ଯୋଗାଇ ଦେଇଛନ୍ତି । ତା ଛଡା ତାମିଲନାଡ଼ୁର କୁଡ୍ଡଲୋର ରେ ବାତ୍ୟା ପ୍ରପୀଡିତ ସ୍ଥାନୀୟ ମାଛ ଧରାଳି ମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇଦେବା ସହ କେରଳରେ ଯୁବକ ମାନଙ୍କ ପାଇଁ କଳାକେନ୍ଦ୍ର ର ସ୍ଥାପନ କରିଛନ୍ତି । ପ୍ରତି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଚନ୍ଦ୍ରା ନିଜେ ଏକାକୀ ଏସବୁ ପ୍ରକଳ୍ପ ର ପରିଚାଳନା କରିଛନ୍ତି ।

ଯାତ୍ରାର ତୃତୀୟ ପର୍ଯ୍ୟାୟରେ ମ୍ୟାକ୍ସ ଚନ୍ଦ୍ରା ଗୋଆରୁ ଦିଲ୍ଲୀ ପର୍ଯ୍ୟନ୍ତ ୨ ହଜାର ୫୦୦ କିଲୋମିଟର ଯାତ୍ରା କରିବେ । ଏହି ଯାତ୍ରା ମହାରାଷ୍ଟ୍ର,ଗୁଜୁରାଟ,ମଧ୍ୟପ୍ରଦେଶ ,ରାଜସ୍ଥାନଓ ହରିଆଣା ଦେଇ ଗତିକରିବ । ଏହି ଦୀର୍ଘ ଗତିପଥ ୧୦୦ ଦିନ ରେ ଅତିକ୍ରମ କରି ଇଣ୍ଡିଆ ଗେଟ ଠାରେ ପହଞ୍ଚିବ । ଏହିରାଜ୍ୟ ଗୁଡିକରେ ତାପରେ ପ୍ରକଳ୍ପ ଗୁଡିକ ଆରମ୍ଭ କରାଯିବ । ପ୍ରତିଦିନର ରହଣି;ଖାଦ୍ୟ,ଓ ଜନ୍ତ୍ରପାତିର ସମସ୍ତ ଖର୍ଚ ଚନ୍ଦ୍ରା ନିଜେ ବହନ କରନ୍ତି ।