ଅଜ୍ଞାତ ରାସ୍ତାରେ ଯାତ୍ରା : NH4 Motorheads କାହାଣୀ

ଅଜ୍ଞାତ ରାସ୍ତାରେ ଯାତ୍ରା : NH4 Motorheads କାହାଣୀ

Wednesday October 21, 2015,

3 min Read

ଗଲାବର୍ଷ ଜାତୀୟ ରାଜପଥ ୪ରେ ନିଜ ବିଜନେସ ପାର୍ଟନର ଓ ସାଙ୍ଗ ଗୌତମ କାଲବୁର୍ଗୀଙ୍କ ସହ ଏକ ବାଇକ ଯାତ୍ରାରେ ଗଲାବେଳେ ଦେବରାଜ ବାନାର୍ଜୀ ଜାଣିପାରିଥିଲେ ତାଙ୍କ ଉଦ୍ୟୋଗର ନାମ ସେ କଣ ଦେବେ।

image


ଜୁନ ୨୦୧୩ରେ ଆରମ୍ଭ ହେଇଥିବା NH4 Motorheads ଏକ ରୋମାଞ୍ଚକାରୀ ଖେଳ ସହ ଏକ ଇ-କମର୍ସ ଉଦ୍ୟୋଗ। “ଆମର ଏହି ଉଦ୍ୟୋଗଟି ଭାରତ ତଥା ବିଶ୍ଵର ସମସ୍ତ ପ୍ରକାର ରୋମାଞ୍ଚକାରୀ ଖେଳ ଓ ଭ୍ରମଣପ୍ରେମୀ ବ୍ୟକ୍ତିଙ୍କ ପାଇଁ ଏକ ମଞ୍ଚ,” କୁହନ୍ତି ଦେବରାଜ।

“ଆମ କମ୍ପାନୀ ରୋମାଞ୍ଚକର ଯାତ୍ରା, ରୋମାଞ୍ଚକାରୀ ସରଞ୍ଜାମ, 4x4 Extreme, ରୋମାଞ୍ଚକାରୀ ଖେଳ ଓ ଅଟୋମୋବାଇଲ ସମ୍ପର୍କୀୟ କାର୍ଯ୍ୟକ୍ରମ ଛଡା ଆମର ଇ-କମର୍ସ ମଞ୍ଚ www.nh4motorheads.com ବିଭିନ୍ନ ସମ୍ପର୍କୀୟ ଉତ୍ପାଦ ବ୍ୟାଖା ପ୍ରଦାନ କରେ। ଆମେ ଏହା ଛଡା ଆମ ଗ୍ରାହକଙ୍କ ପାଇଁ ଅନେକ ଉତ୍ପାଦକୁ ତାଙ୍କ ମନମୁତାବକ ଅନୁକୁଳନ ମଧ୍ୟ କରିଥାନ୍ତି,” କୁହନ୍ତି ଦେବରାଜ। NH4 Motorheads ତାଙ୍କ ନିଜର କଷ୍ଟମ ଉତ୍ପାଦ ମଧ୍ୟ ଆରମ୍ଭ କରିଛି।

ଅନୁକୂଳ ବଜାର

image


ATOAI (Adventure Tour Operators Association) ହିସାବରେ ଭାରତରେ ଘରୁଆ ରୋମାଞ୍ଚକାରୀ ପର୍ଯ୍ୟଟନ ବାର୍ଷିକ ୩୦% ହାରରେ ବୃଦ୍ଧି ଦେଖୁଛି। ତା’ ଛଡା ଭାରତକୁ ରୋମାଞ୍ଚକାରୀ ଖେଳ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବାର୍ଷିକ ୮% ରୁ ୧୦% ହିସାବରେ ବଢୁଛି। ବେସରକାରୀ ସଂଖ୍ୟା କୁହେ ଭାରତକୁ ସବୁ ବର୍ଷ ୧୦ ଲକ୍ଷରୁ ଅଧିକ ରୋମାଞ୍ଚକାରୀ ପର୍ଯ୍ୟଟକ ଆସୁଛନ୍ତି।। “ଆମର ଅନେକ ରୋଡ ଟ୍ରିପରେ ଆମେ ଅନୁଭବ କରୁଥିଲୁ ଯେ ଏଇ ବଜାରକୁ ସେବା ଦେବାର ଆବଶ୍ୟକତା ରହିଛି। ଅନେକ ରୋମାଞ୍ଚପ୍ରେମୀ ମାନେ ଏପରି ଏକ ସ୍ଥାନ ଖୋଜନ୍ତି ଯେଉଁଠି ତାଙ୍କର ଆବଶ୍ୟକୀୟ ସରଞ୍ଜାମ ସବୁ ମିଳିପାରୁଥିବ,” କୁହନ୍ତି ଦେବରାଜ।

ଏହି ଉଦ୍ୟୋଗଟି ଦ୍ରୁତ ଗତିରେ ଏହାର ଗ୍ରାହକସମୁହଙ୍କ ଆବଶ୍ୟକ ଯୋଗାଇବା ପାଇଁ ଲାଗିଯାଇଛି। ଅନଲାଇନ ଷ୍ଟୋର ବ୍ୟତୀତ ତାଙ୍କର ବାଙ୍ଗାଲୋର, ଚେନ୍ନାଇ ଓ କୋଲକାତା ଠାରେ ଦୋକାନ ମଧ୍ୟ ଅଛି।

ଆବେଗପୂର୍ଣ୍ଣ ଯାତ୍ରା

ଶିଲଂରୁ ଆସିଥିବା ଦେବରାଜଙ୍କର ପ୍ରଥମ ପ୍ରେମ ଥିଲା ବାଇକ। ସେ ବାଙ୍ଗାଲୋର ଠାରେ IBM ଓ Deutsche Bank ଠାରେ ଚାକିରି କରୁଥିବା ବେଳେ ମଧ୍ୟ ୨୦୦୬ରେ ଏକ ମୋଟରସାଇକେଲ କ୍ଲବ ‘Royal Knights’ ବନେଇଥିଲେ। ଦେବରାଜ କୁହନ୍ତି, “ମୁଁ ହିମାଳୟ, ଦକ୍ଷିଣ ଭାରତ ଇତ୍ୟାଦି ପାଇଁ ଟ୍ରିପ ଆୟୋଜନ କରୁଥିଲି ଓ କ୍ଲବ ପାଇଁ ଆବଶ୍ୟକ ଅନେକ ସରଞ୍ଜାମକୁ ସମସ୍ତଙ୍କ ରୁଚି ଅନୁଯାୟୀ ବଦଳେଇ ବନାଉଥିଲି। ସେତେବେଳେ ଆମେ ନିଜ ମନରେ ପ୍ରଶ୍ନ ଉଠିଲା ଯେ ଯଦି ଏଇ ଜିନିଷ ଆମେ ନିଜ ପାଇଁ କରୁଛୁ ତାହେଲେ ଅନ୍ୟମାନଙ୍କ ପାଇଁ କାହିଁକି କରିପାରିବା ନାହିଁ। ବାସ ତାହା ହିଁ ଥିଲା NH4 Motorheadsର ଜନ୍ମର ପ୍ରଥମ ପାଦ”।

ଖୁବ ଅଳ୍ପ ସମୟ ମଧ୍ୟରେ ଅହି ଉଦ୍ୟୋଗଟି ରୋମାଞ୍ଚପ୍ରେମୀଙ୍କ ଗହଣରେ ହଲଚଲ ସୃଷ୍ଟି କରିପାରିଛି। ତା ସହ ତାଙ୍କ ଇ-କମର୍ସ ଷ୍ଟୋର ପାଇଁ ମଧ୍ୟ ଏକ ଭଲ ଚାହିଦା ସୃଷ୍ଟି ହେଇଛି। ଅନେକ ବଡ ଧରଣର କମ୍ପାନୀ ମାନେ ଏହି ବଜାରକୁ ଆସିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ NH4 Motorheads ସମସ୍ତ ଜିନିଷରେ ଯେତେ ବିଶଦ ଭାବେ ଧ୍ୟାନ ଦେଇଥାନ୍ତି, ସେଥିନେଇ ଦେବରାଜ ବହୁତ ଆଶାବାଦୀ ଅଛନ୍ତି। “ଆମେ ଉତ୍ପାଦ ଗୁଡିକର ବ୍ୟାଖା କରିବା ସହ ଅପରିମେୟ ପ୍ରୟାସ କରିଥାଉ ଯେ ଗ୍ରାହକର ଆବଶ୍ୟକତା ଅନୁଯାୟୀ ସରଞ୍ଜାମଗୁଡିକୁ ଯେପରି ତିଆରି କରିପାରୁ”।


ଗୌତମ କାଲବୁର୍ଗୀ

ଗୌତମ କାଲବୁର୍ଗୀ


ତାଙ୍କ ୧୫ ଜଣିଆ ଟିମ ସହ NH4 Motorheads ଦ୍ରୁତ ଗତିରେ ବଢିବାରେ ଲାଗିଛି। ପୁନେ, ମୁମ୍ବାଇ ଓ ଦିଲ୍ଲୀ ଠାରେ ନୂଆ ଷ୍ଟୋର ଆସିବାକୁ ଯାଉଛି। ଟାକୋ ବେଲ ମଧ୍ୟ ଏହାର ଯୋଜନାରେ ଥିବା ରୋମାଞ୍ଚ ସମାବେଶ ଗୁଡିକରେ venue ପାର୍ଟନର ଭାବେ ଆଗେଇଆସିଛି।

ଆସନ୍ତା କିଛି ମାସ ଭିତରେ ଗ୍ରାହକ ମାନେ Vintage Group’s – Automobile Event, Motorcycle Trips to Europe, Cambodia and Himalayas, Camping Trips, 4×4 Extreme to Himalayas, Triathlon, Marathon, Cycle Expeditions ଭଳି ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ।

ବର୍ତ୍ତମାନ ଆମ ୱେବସାଇଟରେ ଥିବା ଉତ୍ପାଦ ଠାରୁ ଆହୁରି ଅନେକ ଯାତ୍ରା ଓ ରୋମାଞ୍ଚକର ଉତ୍ପାଦ ଆମେ ଡିଜାଇନ କରିବାରେ ଲାଗିପଡିଛୁ। ଏହି ସବୁ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି,” କୁହନ୍ତି ଦେବରାଜ। ସେ ଆହୁରି କୁହନ୍ତି, “ଏହା ଛଡା ଆମେ କିଛି ଭାରତୀୟ ଓ କିଛି ବିଦେଶୀ କମ୍ପାନୀଙ୍କ ସହ ଟାଇ-ଅପ କରିବାକୁ ଯାଉଛୁ ଯେଉଁମାନେ କି ରୋମାଞ୍ଚ ଓ ଯାତ୍ରା ସରଞ୍ଜାମ ତିଆରି କରନ୍ତି”।

NH4 Motorheadsର ବିଶେଷତ୍ଵ:

image


ଏକ ବର୍ଦ୍ଧିଷ୍ଣୁ ବଜାର

• ରୋମାଞ୍ଚକାରୀ ଖେଳ ଓ ତାର ଇ-କମର୍ସରେ ଦରକାରକୁ ନେଇ ବିଶେଷ ଜ୍ଞାନ। ପ୍ରତିଷ୍ଠାତା ଟିମ ପାଖରେ ଦରକାରୀ ନିପୁଣତା ଅଛି।

• ଉଦ୍ୟୋଗକୁ ଗଢି ତୋଳିବା ପାଇଁ ଆର୍ଥିକ ଅସୁବିଧା ନଥିବା

• ନିଜେ ଉତ୍ପାଦନକ୍ଷମ ଓ ଏଇ ଉତ୍ପାଦ ଗୁଡିକର ପ୍ରାଇଭେଟ ବ୍ରାଣ୍ଡିଂ କରିପାରୁଥିବା

ଭବିଷ୍ୟତର ରାସ୍ତା

“ଦେଶର ଏତେ ଲୋକଙ୍କୁ ପ୍ରଭାବିତ କରିପାରୁଥିବା ଏବଂ ଯାହାକି ଏକ ଖୁବ ମଜାଦାର ମାଧ୍ୟମରେ, ଏହାହିଁ ମୋତେ ଏହି ପଥରେ ବ୍ରତୀ ରଖେ ଓ ଏକ ପ୍ରକାରେ ମାଦକତା ଜଗେଇ ରଖେ,” କୁହନ୍ତି ଦେବରାଜ।