ଏହି ନବଦମ୍ପତି ନିରାଡ଼ମ୍ବର ବିବାହ କରି ପ୍ରାୟ ୩ ଲକ୍ଷ ଟଙ୍କା ଋଣଗ୍ରସ୍ତ ଚାଷୀ ପରିବାରଙ୍କୁ ଦାନ କଲେ

ଏହି ନବଦମ୍ପତି ନିରାଡ଼ମ୍ବର ବିବାହ କରି ପ୍ରାୟ ୩ ଲକ୍ଷ ଟଙ୍କା ଋଣଗ୍ରସ୍ତ ଚାଷୀ ପରିବାରଙ୍କୁ ଦାନ କଲେ

Saturday July 23, 2016,

2 min Read

କିଛିଦିନ ତଳେ ବିବାହର ବନ୍ଧନରେ ଆବଦ୍ଧ ହୋଇଥିବା ଅମରାବତୀର ଏହି ଦମ୍ପତି ନିଷ୍ପତ୍ତି ନେଇଥିଲେ ଯେ ବିବାହର ଚିରାଚରିତ ପ୍ରଥା, ଭୋଜିଭାତ କୁ ବାଦ ଦେଇ ବିବାହ କରିବେ। ମାତ୍ର କିଛି ଅତିଥିଙ୍କ ଉପସ୍ଥିତିରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ବିବାହ ପାଇଁ ଖର୍ଚ୍ଚ ନକରି ସେମାନେ ସଞ୍ଚିଥିବା ତିନି ଲକ୍ଷ ଟଙ୍କା ସେମାନେ ୧୦ଟି ଏପରି ପରିବାରକୁ ଦାନ କରିଛନ୍ତି ଯେଉଁମାନେ ଚାଷୀ ଆତ୍ମହତ୍ୟା ଯୋଗୁଁ ନିଜ ପରିବାରର ମୁଖ୍ୟ ଅର୍ଜନକାରୀ ସଭ୍ୟକୁ ହରାଇଛନ୍ତି। ଅଭୟ ଦେୱାରେ, IRS ଅଫିସର ଓ ପ୍ରୀତି କୁମ୍ଭାରେ, IDBI ବ୍ୟାଙ୍କ ମୁମ୍ବାଇ ଶାଖାରେ ଆସିଷ୍ଟାଣ୍ଟ ମ୍ୟାନେଜର; ଦୁହେଁ ଏହି ୧୦ଟି ପରିବାରକୁ ୨୦,୦୦୦ ଟଙ୍କା ଲେଖାଏ ଦାନ କରିବାର ନିଷ୍ପତ୍ତି ନେଲେ।

Image: <a href=

Image:

India Timesa12bc34de56fgmedium"/>

ଚାଷୀଭାଇଙ୍କ ପାଇଁ କାମ କରୁଥିବା ସାମାଜିକ କର୍ମୀ ଚନ୍ଦ୍ରକାନ୍ତ ୱାଙ୍ଖେଡ଼େ ଏହି ବିବାହ ଉତ୍ସବରେ ଯୋଗ ଦେଇ ଏଠାରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଚାଷୀ ଆତ୍ମହତ୍ୟା ଭଳି ଏକ ଗୁରୁତର ଏବଂ ସମ୍ବେଦନଶୀଳ ବିଷୟ ଉପରେ ବୁଝାଇଥିଲେ। ବିବାହ ସ୍ଥଳରେ ଏହାକୁ ନେଇ ବିଭିନ୍ନ ପୋଷ୍ଟର ଓ ବ୍ୟାନର ଲଗାଯାଇଥିଲା। ଏହା ଛଡା ଏହି ଦମ୍ପତି ଅମରାବତୀରେ ଥିବା ପାଞ୍ଚଟି ପାଠାଗାରକୁ ନାନା ପ୍ରତିଯୋଗୀ ପରୀକ୍ଷା ସମ୍ପର୍କିତ ପ୍ରାୟ ୫୨,୦୦୦ ଟଙ୍କାର ବହି ମଧ୍ୟ ଦାନ କରିଥିଲେ।

ଅଭୟଙ୍କର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ହୋଇଥିବା ଏକ ସାକ୍ଷାତ ତାଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା। ରାଷ୍ଟ୍ରପତି ତାଙ୍କ ସହ କଥା ହୋଇ ତାଙ୍କୁ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ଉପଦେଶ ଦେଇଥିଲେ। ପ୍ରୀତି ମଧ୍ୟ ବିଶ୍ବାସ କରନ୍ତି ଯେ ନିଜେ ଉଦାହରଣ ସାଜିଲେ ହିଁ ପରିବର୍ତ୍ତନ ଆଣିବା ସମ୍ଭବ। ଏହିପରି ଭାବନା ରଖିଥିବାରୁ ଦୁହେଁ ଏକ ନିରାଡ଼ମ୍ବର ବିବାହ କରିବାକୁ ନିଷ୍ପତ୍ତି ନେଲେ।

ଅନେକ ପଢାପଢି କରି ଅଭୟ ଜାଣିପାରିଥିଲେ ଯେ ଭାରତରେ ପ୍ରତି ବର୍ଷ ବିବାହ ଉତ୍ସବ ମାନଙ୍କରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୁଏ। ଅଭୟ The Times Of Indiaକୁ କୁହନ୍ତି,

ଭାରତ ଭଳି ଏକ ଗରୀବ ଦେଶ ଯାହାର ସଂପୂର୍ଣ୍ଣ ବଜେଟ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ସେଠାରେ ବାହାଘର ଭଳି ଉତ୍ସବରେ ଏପରି ଏକ ପରିମାଣର ଅର୍ଥ ଖର୍ଚ୍ଚ ହେଉଥିବା ବିଶ୍ଵାସ କରିପାରୁଛନ୍ତି? ଗବେଷଣାର ତଥ୍ୟ ଆହୁରି କହୁଛି ଜୀବନ ଧାରଣର ମାନରେ ଯଥେଷ୍ଟ ଅସମତା ଥିବା ସତ୍ତ୍ୱେ ଲୋକେ ୩ ଲକ୍ଷରୁ ଆରମ୍ଭ କରି ୫ କୋଟି ଯାଏ ବିବାହ ଉତ୍ସବରେ ଖର୍ଚ୍ଚ କରନ୍ତି।

ଅଭୟ ଆହୁରି କହନ୍ତି ଯେ ଅନେକ ପରିବାର କରଜ କରିବାର ଏକ ପ୍ରମୁଖ କାରଣ ହେଉଛି ବାହାଘର ଭଳି ଉତ୍ସବରେ ହେଉଥିବା ଖର୍ଚ୍ଚ। ସାମାଜିକ ଚାପ ଫଳରେ ଅର୍ଥନୈତିକ ଦୃଷ୍ଟିରୁ ନିମ୍ନରେ ଥିବା ପରିବାର ମାନେ ମଧ୍ୟ ଜମିଜମା, ଘରବାଡି ବିକ୍ରି କରି, ଧାରକରଜ କରି ଓ ଜୀବନର ସମସ୍ତ ସଞ୍ଚୟ ବାହାଘର ଗୁଡିକରେ ଖର୍ଚ୍ଚ କରିଦିଅନ୍ତି।