ଅନୀତା ଡୋଙ୍ଗରେ : ରକ୍ଷଣଶୀଳତାର ଏରୁଣ୍ଡିବନ୍ଧକୁ ଡେଇଁ ଚାଖିଲେ ସଫଳତା

ଅନୀତା ଡୋଙ୍ଗରେ : ରକ୍ଷଣଶୀଳତାର ଏରୁଣ୍ଡିବନ୍ଧକୁ ଡେଇଁ ଚାଖିଲେ ସଫଳତା

Thursday December 01, 2016,

5 min Read

50 ବର୍ଷୀୟା ଅନୀତା ଡୋଙ୍ଗରେ, ଜଣେ ମହିଳା ଭାବେ ତାଙ୍କ ଯାତ୍ରା ବେଶ ରୋଚକ ରହିଛି। ସେ ଜଣେ ରକ୍ଷଣଶୀଳ ଭାରତୀୟ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଯେଉଁଠାରେ ମହିଳାମାନେ ପରମ୍ପରା ହିସାବରେ ଜୀବନ ଯାପନ କରୁଥିଲେ। ଯାହା ସମାଜ ସେମାନଙ୍କଠାରୁ ଆଶା କରୁଥିଲା, ତାଙ୍କ ବନ୍ଧୁ ପରିଜନ, ଖୁଡ଼ି, ଭଉଣୀ ଓ ଅନ୍ୟ ମହିଳାମାନେ ପତ୍ନୀ ଓ ମା ହୋଇ ବେଶ ଖୁସି ଥିଲେ। ଏକ ରକ୍ଷଣଶୀଳ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଅନୀତାଙ୍କ ଜୀବନ ପାଇଁ ଭିନ୍ନ କାହାଣୀ ଲେଖାଯାଇଥିଲା।

Image : <a href=

Image :

First Posta12bc34de56fgmedium"/>

“ମୁଁ ଏକ ରକ୍ଷଣଶୀଳ ସିନ୍ଧି ପରିବାରରେ ଜନ୍ମ ଗ୍ରହଣ କରିଥିଲି। ମୋ ଜେଜେବାପା ଜୟପୁରରେ ରହୁଥିଲେ। ମୋର ଅଧିକାଂଶ ଖରାଛୁଟି ଜୟପୁରରେ କଟୁଥିଲା। ଛୋଟ ପିଲା ହୋଇଥିଲେ ମଧ୍ୟ ମୁଁ ବୁଝି ପାରୁଥିଲି ଯେ ମୋର ସମ୍ପର୍କୀୟମାନେ କିଭଳି ରକ୍ଷଣଶୀଳ ଭାବେ ଚଳୁଥିଲେ। ମୁଁ ଜନ୍ମ ହେବାର କିଛି ମାସ ପୂର୍ବରୁ ମୋ ବାପା ମୁମ୍ବାଇ ଚାଲି ଆସିଥିଲେ। ମୁମ୍ବାଇ ଏକ ଭିନ୍ନ ସହର। ସେଠାରେ ମହିଳାମାନେ ବୃତିକୁ ନେଇ ସଚେତନ ଓ ଉଦ୍ୟୋଗୀ ମଧ୍ୟ ହୋଇଛନ୍ତି। ମୋ ପରିବାର କୌଣସି ମହିଳା ଉଦ୍ୟୋଗୀ ନ ଥିଲେ।“

ତାଙ୍କ ଯୌଥ ପରିବାରରେ ଥିବା 50 ଜଣ ମହିଳାଙ୍କ ମଧ୍ୟରୁ କେହି କୌଣସି ଯାଗାରେ କାମ କରୁ ନ ଥିଲେ । ତେଣୁ ଯେତେବେଳେ ଶିକ୍ଷାନବୀଶ ଶେଷ କରିବା ପରେ ଅନୀତା ଚାକିରିରେ ଯୋଗ ଦେଲେ, ତାଙ୍କ ପରିବାରର ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେତେବେଳେ ଲୋକମାନେ ଭାବୁଥିଲେ ଯେ ମହିଳା ଯଦି ବାହାରେ କାମ କରୁଛି ତାହାର ଅର୍ଥ ହେଉଛି ସେହି ମହିଳାଙ୍କ ଅର୍ଥାଭାବ ପୂରଣ କରିବାକୁ ପରିବାର ପାଖରେ ଟଙ୍କା ନାହିଁ।

ଏବେ ସେ ସବୁ କିଛି ପୁରୁଣା ହୋଇଗଲାଣି। ଆଜି, ଅନୀତା ଡୋଙ୍ଗରେ ଦେଶର ଜଣେ ପ୍ରତିଷ୍ଠିତ ଫେସନ୍ ଡିଜାଇନର୍। ସେ ବହୁ ଜଣାଶୁଣା ଓ ଅଜଣା ଲୋକଙ୍କ ଡ୍ରେସ୍ ଡିଜାଇନ୍ କରୁଛନ୍ତି। ତାଙ୍କର ଉଦ୍ୟୋଗୀ ହେବାର ଯାତ୍ରାକୁ ୟୋରଷ୍ଟୋରି ଏଠାରେ ପ୍ରକାଶ କରୁଛି।

ଅୟମାରମ୍ଭ

ଉଦ୍ୟୋଗୀ ହେବା ଯାତ୍ରାରେ ଯେତେ ସବୁ ପ୍ରତିବନ୍ଧକ ଆସିଥିଲା ସେ ସବୁ ମଧ୍ୟରୁ ପରିବାରର ବିରୋଧକୁ ସହଜରେ ସମାଧାନ କରାଯାଇପାରିଥିଲା। ନିଜ ପରିବାରର ମହିଳାମନେ କପଡ଼ାର ସୁନ୍ଦର ଜିନିଷ ପ୍ରସ୍ତୁତ କରୁଥିବା ଦେଖି ଯୁବାବସ୍ଥାରେ ଅନୀତା ଫେସନ୍ ପ୍ରତି ଆକଷିର୍ତ ହୋଇଥିଲେ। ତାଙ୍କ ମା ପୁଷ୍ପା ସାବଲାନି ଜଣେ ଦକ୍ଷ ଆଟିର୍ଷ୍ଟ ଥିଲେ। ଅନୀତା ଓ ତାଙ୍କ ଭଉଣୀ ଛୋଟ ଥିବା ବେଳେ ସେ ତାଙ୍କ ପାଇଁ ସୁନ୍ଦର ସୁନ୍ଦର ପୋଷାକ ତିଆରି କରୁଥିଲେ। ନିଜ ସ୍ଵପ୍ନ ପୂରଣ କରିବାର ପରବର୍ତ୍ତୀ ପଦକ୍ଷେପ ଥିଲା ସେ ମୁମ୍ବାଇର SNDT ବିଶ୍ଵବିଦ୍ୟାଳୟରୁ ଫେସନ୍ ଡିଗ୍ରୀ ହାସଲ କରିଥିଲେ। 

“ମୋତେ 15 ବର୍ଷ ହୋଇଥିବା ବେଳେ ମୁଁ ଡିଜାଇନ୍ ଓ ଫେସନ୍ ପ୍ରତି ବିଶେଷ ଭାବେ ଆକୃଷ୍ଟ ହୋଇଥିଲି। ମୁଁ ଏନ୍ଏମ୍ କଲେଜରେ ପଢ଼ୁଥିବା ବେଳେ ମୋର ଅଧିକାଂଶ ସାଙ୍ଗ ଚାର୍ଟାର୍ଡ ଆକାଉଟାଂଟ ହୋଇଥିଲେ। ମୋତେ କିନ୍ତୁ ତାହା ବହୁତ ବିରକ୍ତ ଲାଗୁଥିଲା। କେବଳ ଫେସନକୁ ନେଇ ମୁଁ ଉତ୍ସାହିତ ହେଉଥିଲି। ମୁଁ ନିଶ୍ଚିତ ହୋଇଯାଇଥିଲି ଯେ ମୁଁ ଫେସନରେ ଆଗକୁ ବଢ଼ିବି।

ସେ ନିଜ ସାନ ଭଉଣୀକୁ ନେଇ 300 ବର୍ଗଫୁଟ ଜାଗାରେ ନିଜର କାରବାର ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ତାଙ୍କ ସାନ ଭାଇ ତାଙ୍କ ସହ ଯୋଗ ଦେଲା। ଆରମ୍ଭ ଦିନଗୁଡ଼ିକ ବହୁତ କଷ୍ଟକର ଥିଲା। କାମ ପାଇବା ପାଇଁ ତାଙ୍କୁ ଭିନ୍ନ ଭିନ୍ନ ସ୍ଥାନ ଯିବାକୁ ପଡୁଥିଲା। “ଅନେକ କଠିନ ସମୟରେ ମୁଁ କାମରୁ ଓହରି ଯିବାକୁ ଭାବୁଥିଲି। ମୁଁ ସକାଳୁ ଉଠିବା ବେଳେ ଭାବୁଥିଲି ଯେ ମୁଁ ଆଗକୁ କଣ କରିବି। ଏଭଳି ଏକ ସମୟ ଆସିଥିଲା ଯେତେବେଳେ ଭଡ଼ା ଦେଇ ନ ପାରିବାରୁ ମାଲିକ ଘରୁ ବାହାର କରିଦେଇଥିଲା।

ଆରମ୍ଭ ଦିନଗୁଡ଼ିକରେ ଟଙ୍କା ଏକ ବଡ଼ ସମସ୍ୟା ଥିଲା କିନ୍ତୁ ଏହା ପରେ ସବୁ କିଛି ଠିକ ହୋଇଗଲା। ଉଦ୍ୟୋଗୀ ହେବାର ପ୍ରତିଦିନ ଆହ୍ଵାନପୂର୍ଣ୍ଣ ଥିଲା। ପ୍ରତିଦିନ ନୂଆ ଆହ୍ଵାନ ଓ ଏବେ ବି ପ୍ରତି ଦିନ ନୂଆ ଆହ୍ବାନ ଆସୁଛି କିନ୍ତୁ ମୁଁ ତାହାକୁ ସାମ୍ନା କରିବାର କଳା ଶିଖିଯାଇଛି। “

image


ବ୍ୟବସାୟର କଳା

ଯଦିଓ ଅନୀତା ଫେସନ୍ ପ୍ରତି ଆକଷିର୍ତ ଥିଲେ, କିନ୍ତୁ ବ୍ୟବସାୟ ପାଇଁ ମଧ୍ୟ ବେଶ ସଚେତନ ଥିଲେ। ଆଜି ତାଙ୍କ କଂପାନିର ନାମ ହେଉଛି ଆଣ୍ଡ ଡିଜାଇନ୍ ଇଣ୍ଡିଆ ଲିମିଟେଡ୍ (ଆଡିଲ୍) । ଓ ଏହା ଅଧୀନରେ ଚାରିଟି ଲେବେଲ୍ ରହିଛି 1999ରେ ଆଣ୍ଡ୍ ଆରମ୍ଭ ହୋଇଥିଲା। 2007ରେ ଏହାର ଗ୍ଲୋବାଲ୍ ଦେଶୀ ପାଶ୍ଚାତ୍ୟ ପୋଷାକ ବ୍ରାଣ୍ଡ୍ ଆରମ୍ଭ ହୋଇଥିଲା। ଇନ୍ଟେପ୍ରେଟ୍ ନାମରେ ଏଥନିକ୍ ପୋଷାକ, ଟାଇମଲେସ ନାମରେ ବଧୂ ପୋଷାକ ଓ ଗ୍ରାସରୁଟ୍ ନାମରେ ଅର୍ଗାନିକ୍ ଫେସନ୍ ଆରମ୍ଭ ହୋଇଥିଲା। ନୂଆ ଉତ୍ପାଦନ ବଜାର ପ୍ରବେଶ କରାଇବା ବେଳେ ରଣନୀତି ପ୍ରସ୍ତୁତ କରିବାରେ ଅଧିକ ସମୟ ବରବାଦ କରେ ନାହିଁ ବୋଲି ଅନୀତା କହନ୍ତି।

ଅନୀତା ସବୁ ବେଳେ ନିଜ ହୃଦୟର ଭାଷା ଅନୁସାରେ କାମ କରନ୍ତି। ସେ ନିଜର ଷ୍ଟୋର ଏଥିପାଇଁ ଖୋଲିବାକୁ ନିଷ୍ପତି ନେଇଥିଲେ କାରଣ ସେ ଯାହାକୁ ପାଶ୍ଚାତ୍ୟ ପୋଷାକ ଯୋଗାଣ କରୁଥିଲେ ସେ ତାହା ଗ୍ରହଣ କରିବାକୁ ମନା କରିଦେଇଥିଲା। 14-15 ବର୍ଷ ତଳେ ମୁଁ ଏଭଳି କିଛି ପୋଷାକ ଡିଜାଇନ କରିଥିଲି ଯାହାକୁ ଚାକିରି କରୁଥିବା ମହିଳାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ କୌଣସି ଦୋକାନ ତାହା ଗ୍ରହଣ କରି ନ ଥିଲେ। ମୁଁ ଏତେ ରାଗି ଯାଇଥିଲି ଯେ ସେହି ଡିଜାଇନଗୁଡ଼ିକୁ ବିକ୍ରି କରିବା ପାଇଁ ମୁଁ ନିଜେ ଦୋକାନ ଖୋଲିଥିଲି।

ବ୍ୟସାୟର କଳା ମୋ ଭିତରେ ରହିଛି। ମୁଁ କେବେ ବଜାର ଗବେଷଣା କରେ ନାହିଁ। ସବୁ କିଛି ଇଛା ଅନୁସାରେ କରେ ବୋଲି ଅନୀତା କହନ୍ତି। ଯେହେତୁ ଅନ୍ୟ ଦୋକାନୀମାନେ ମୋ ପୋଷାକ ଗ୍ରହଣ କରିବାକୁ ମନା କରିଦେଲେ ଅତି କ୍ରୋଧାନ୍ୱିତ ହୋଇ ମୁଁ ନିଜର ଷ୍ଟୋର ଖୋଲିଥିଲି। ଉଦ୍ୟୋଗୀ ହେବା ପାଇଁ ସେ ବ୍ୟବସାୟକୁ ବିଶେଷ ଗୁରୁତ୍ତ୍ଵ ଦିଅନ୍ତି ନାହିଁ କିନ୍ତୁ ଏହା ଯେ ଏହାର ଏକ ଅଂଶ ତାହା ସେ ଭଲ ଭାବେ ବୁଝିଛନ୍ତି। ବର୍ତମାନ ଆଣ୍ଡ 250ଟି ପଏଂଟ୍ ଅଫ ସେଲରେ ବିକ୍ରି ହେଉଛି। ସେଥିରେ 41ଟି ସ୍ଵତନ୍ତ୍ର ଷ୍ଟୋର ଓ 200ଟି ସପର ଷ୍ଟପ୍, ଲାଇଫ ଷ୍ଟାଇଲ୍, ସେଂଟ୍ରାଲ, ପାଟାଂଲୁନ୍ ଭଳି ମଲ୍ଟି ବ୍ରାଣ୍ଡ୍ ସପ୍ ରହିଛି। ଗ୍ଲୋବାଲ୍ ଦେଶୀର 54ଟି ଆଉଟଲେଟ ଥିବା ବେଳେ ଏହା 130ଟି ଏମବିଓରେ ବିକ୍ରି ହେଉଛି। ଚଳିତ ବର୍ଷ ମରିସସରେ ଗ୍ଲୋବାଲ୍ ଦେଶୀ ଏହାର ଷ୍ଟୋର ଖୋଲିଛି ଟାଇମଲେସ ଓ ଇଟେଂପ୍ରେଟ୍। ଏବେ ଦେଶର 9ଟି ସ୍ଵତନ୍ତ୍ର ଅନୀତା ଡୋଙ୍ଗରେ ଷ୍ଟୋରରେ ବିକ୍ରି କରାଯାଉଛି।

ସମ୍ପୂର୍ଣ୍ଣ ବ୍ରାଣ୍ଡର ମୋଟ 104ଟି ଷ୍ଟୋର ସାରା ଦେଶରେ ରହିଛି। 2010 ପରଠାରୁ କାରବାର 57 ପ୍ରତିଶତ ହାରରେ ବୃଦ୍ଧି ପାଉଛି। 2013-14ରେ କଂପାନି 350 କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛି।

ଅଭିଳାଷା

ଯଦିଓ ଅନୀତା ଏବେ ମରିସସରେ ଗ୍ଲୋବାଲ ଦେଶୀ ଷ୍ଟୋର ଖୋଲିଛନ୍ତି, ତେବେ ଦେଶ ଭିତରେ ଥିବା ସୁଯୋଗକୁ ନେଇ ସେ ବେଶ ଯତ୍ନଶୀଳ। 20 ବର୍ଷ ତଳେ ମୋର ଜଣେ ସାଙ୍ଗ କହିଥିଲେ ଯେ ଯଦି ମୁଁ ଆମେରିକାରେ ଏହି କାରବାର ଆରମ୍ଭ କରିଥାନ୍ତି, ତେବେ 100 ଗୁଣ ଅଧିକ ସ୍ଥାନରେ ଥାଆନ୍ତି କିନ୍ତୁ ମୁଁ ଭାରତୀୟ ଡିଜାଇନ ପ୍ରସ୍ତୁତ କରି ବେଶ ଆନନ୍ଦିତ। ଏବେ ବି ଏଠାରେ ବହୁତ ସୁଯୋଗ ରହିଛି। 2015ରେ ମୁଁ ବିଦେଶରେ ବଡ଼ ଧରଣ ସଂପ୍ରସାରଣ ପାଇଁ ଯୋଜନା ରଖିଛି।

ଅନୀତାଙ୍କ ପରିବାର ସବୁ ବେଳେ ତାଙ୍କ ସାଥିରେ ରହିଛି ତାହା ସାଧାରଣ ଜୀବନ ହେଉ ଅଥବା କାରବାର ତାଙ୍କ ବାପା ହିଁ ଅନୀତାଙ୍କୁ କାରବାର ଆରମ୍ଭ କରିବାର ପ୍ରଥମ ପୁଞ୍ଜି ଦେଇଥିଲେ। ସେଥିପାଇଁ ସେ ସୁଧ ନେଇଥିଲେ। ମୋ ବାପା ବେଶ କଠୋର। ମୋତେ ଖୁସି ଲାଗୁଛି ଯେ ମୋ ବାପା କଠୋର ଥାଇ ମୋତେ ଟଙ୍କାର ମୂଲ୍ୟ ବୁଝାଇଥିଲେ। ଆଜି ମଧ୍ୟ କଂପାନିର ଗୁରୁତ୍ତ୍ଵପୂର୍ଣ୍ଣ ଆଥିର୍କ ନିଷ୍ପତି ନେବା ବେଳେ ମୋ ଭଉଣୀ ଓ ମୁଁ ତାଙ୍କ କଥା ଚିନ୍ତା କରୁ।

ତାଙ୍କ ଭଉଣୀ ଓ ଭାଇ ଖୁଚୁରା କାରବାର କଥା ବୁଝୁଛନ୍ତି। ଅନୀତା ଡିଜାଇନ୍ କଥା ବୁଝୁଛନ୍ତି। ସେ କହିଛନ୍ତି ଯେ ତାଙ୍କ ଜୀବନରେ ଆହୁରି ବହୁତ କିଛି କରିବାର ବାକି ରହିଛି। ହୁଏତ ଏହି ଜୀବନ ସେଥିପାଇଁ ଯଥେଷ୍ଟ ହୋଇନପାରେ। ସେ ଡିଜାଇନ୍ ପ୍ରତି ସବୁ ବେଳେ ଗୁରୁତ୍ତ୍ଵ ଦେବେ ବୋଲି କହିଛନ୍ତି।

ନବୀ ମୁମ୍ବାଇର ରାବେଲଠାରେ ତାଙ୍କ କଂପାନି ଏବେ 180000 ବର୍ଗଫୁଟର ଏକ ଜମି ଖରିଦ କରିଛି। ସେଠାରେ ସମସ୍ତ ପ୍ରକାର ଉତ୍ପାଦନ କାର୍ଯ୍ୟ ହେବ। ମାନର ଗୁଣବତ୍ତା ରକ୍ଷା କରିବା ଦିଗରେ ତାହା ବିଶେଷ ସହାୟକ ହେବ। 2008ରେ ଫ୍ୟୁଚର ଗ୍ରୁପ୍ ଅନୀତାଙ୍କ କାରବାରର 23 ପ୍ରତିଶତ ଅଂଶ ଅଧିଗ୍ରହଣ କରିଥିଲା। ଏବେ ଜେନେରାଲ ଆଂଟାଲକ୍ଟିକ୍ ନାମକ ଘରୋଇ ଇକ୍ଵିଟି ସଂସ୍ଥାକୁ ସେହି ଅଂଶଧନ ବିକ୍ରି କରାଯିବ ବୋଲି ଶୁଣିବାକୁ ମିଳୁଛି। ଆଡିଲର କିଛି ଅଂଶଧନ ନେବା ପାଇଁ ଜେନେରାଲ ଆଂଟାଲକ୍ଟିକ୍ 150 କୋଟି ଟଙ୍କା ବିନିଯୋଗ କରିବ ବୋଲି ଶୁଣିବାକୁ ମିଳୁଛି।

ଅନୀତା କହିଛନ୍ତି ଯେ ପୋଷାକ ତିଆରି କରିବାକୁ ବହୁତ ପସନ୍ଦ କରନ୍ତି ଓ ଯେତେ ପର୍ଯ୍ୟନ୍ତ ସମ୍ଭବ ତାହା କରିବାକୁ ଚାହିଁବେ। ଅନେକ କଠିନ ସମୟ ସତ୍ତ୍ୱେ ସେ କେବେ କାମ ବନ୍ଦ କରିବା ବିଷୟରେ ଚିନ୍ତା କରିନାହାନ୍ତି। ଲୋକମାନେ ପୋଷାକ ପିନ୍ଧି ଖୁସି ହେଲେ ବହୁତ ଭଲ ଲାଗେ। ମୁଁ ଶେଷ ପର୍ଯ୍ୟନ୍ତ ଏହି କାମ କରିବି।

ଯେଉଁ ମହିଳାମାନେ ଉଦ୍ୟୋଗୀ ହେବାକୁ ଚାହୁଁଛନ୍ତି ଅନୀତା ସେମାନଙ୍କୁ କହନ୍ତି ଯେ ଖୁସି ରୁହ, ନିଜକୁ ନେଇ ଗର୍ବ ଅନୁଭବ କର। ଭଲ ଉଦ୍ଦେଶ୍ୟ ରଖ। ଅଧିକ ଟଙ୍କା ରୋଜଗାର କରିବା ଲକ୍ଷ୍ୟ ନେଇ କିଛି କାମ ଆରମ୍ଭ କରନି। ନିଜର ଶ୍ରେଷ୍ଠ କାମ କର ଓ କଣ ହେଉଛି ଅପେକ୍ଷା କର ବୋଲି ଅନୀତା କହନ୍ତି।