ଶିଳ୍ପୋଦ୍ୟୋଗ ନିଯୁକ୍ତି କ୍ଷେତ୍ରରେ ଏକ ବିରଳ କୃତିତ୍ୱ ସୃଷ୍ଟି କରିପାରିଥିବା ମେଧାର କାହାଣୀ

ଶିଳ୍ପୋଦ୍ୟୋଗ ନିଯୁକ୍ତି କ୍ଷେତ୍ରରେ ଏକ ବିରଳ କୃତିତ୍ୱ ସୃଷ୍ଟି କରିପାରିଥିବା ମେଧାର କାହାଣୀ

Tuesday October 13, 2015,

3 min Read

ଶିକ୍ଷିତ ଯୁବକମାନଙ୍କ ପାଇଁ ଉନ୍ନତ ନିଯୁକ୍ତି ଓ ଜୀବନ ସନ୍ଧାନର ଉଦ୍ଦେଶ୍ୟରଖ ଖ୍ରୀଷ୍ଟୋପର ଟୁରିଲୋ ଓ ବ୍ୟୋମକେଶ ମିଶ୍ର ମେଧା ଅନୁଷ୍ଠାନଟି ଆରମ୍ଭ କରିଥିଲେ ।

ମେଧା କେନ୍ଦ୍ରରେ Process mapping ଆଲୋଚନା

ମେଧା କେନ୍ଦ୍ରରେ Process mapping ଆଲୋଚନା


ଅୟମାରମ୍ଭ

୧୫ବର୍ଷତଳେ ପ୍ରଥମଥର ପାଇଁ ମୁଁ ଭାରତକୁ ଏକ କଲେଜ ଛାତ୍ର ହୋଇ ଆସି ଧର୍ମଶାଳାରେ ଏକ ତିବତୀୟ ପରିବାରସହ ରହୁଥିଲି । ଏଠାରେ ମୁଁ ସ୍ୱଳ୍ପ ରୋଜଗାରକ୍ଷମ ପରିବାରଗୁଡିକ ଉପରେ ରୋଜଗାରସୃଷ୍ଟିକାରୀ ଋଣବ୍ୟବସ୍ଥାର ଗୁରୁତ୍ୱ ଲକ୍ଷ୍ୟ କଲି । USAରେ ମୁଁ ବିଏ ପାସକଲାପରେ ଭାରତକୁ ଆସି ଏଠାକାର ମାଇକ୍ରୋ ଫାଇନାନ୍ସ ସେକ୍ଟରରେ କାମକରିବାକୁ ବହୁତ ଚେଷ୍ଟାକଲି । ୨୦୦୫ମସିହାରେ ଆମେରକୀୟ ଭାରତ ଫାଉଣ୍ଡେସନ ତରଫରୁ ଉଇଲିଅମ ଜେ କ୍ଲିନଟନ ଫେଲୋ ଦ୍ୱାରା ମନୋନିତ ହୋଇ ହାଇଦ୍ରାବାଦସ୍ଥିତ ଏସ୍କେଏସ୍ ମାଇକ୍ରୋ ଫାଇନାନସ୍ରେ ଯୋଗଦେଲି । ଏବଂ ସେଠାରେ ହିଁ ମୋର ମେଧାର ସହଯୋଗୀ ପ୍ରତିଷ୍ଠାତା ବ୍ୟୋମକେଶଙ୍କ ସହ ପ୍ରଥମେ ସାକ୍ଷାତ ହେଲା । ଏକ ପ୍ରଗତୀଶୀଳ ଅନୁଷ୍ଠାନ ହିସାବରେ ଆମେ କାର୍ଯ୍ୟକରୁଥିବା ଅଂଚଳରେ ମାସିକ ଅବଧିରେ୨୦୦ ରୁ ୩୦୦ ଋଣ ଅଧିକାରୀ ନିଯୁକ୍ତ କରିଥିଲୁ । ଅତି କମରେ ଦଶମ ଶ୍ରେଣୀର ଶିକ୍ଷାଗତ ଯୋଗ୍ୟତା ଥିବା ଯୁବକ ଯୁବତୀମାନଙ୍କୁ MIS ଓ ଫାଇନାନସିଆଲ ଏକାଉଟିଂ ଉପରେ ସାମାନ୍ୟ ଶିଖାଇବା ପରେ ସେମାନେ ଖୁବ୍ ଶୀଘ୍ର ବ୍ୟବସାୟରେ ସଫଳ ହେଉଥିଲେ ଓ ୫୦୦ ରୁ ୮୦୦ ଗ୍ରାହକଙ୍କର ୫୦ ଲକ୍ଷ ରୁ ଏକ କୋଟି ଯାଏ ଋଣ ବ୍ୟବସୟ ସମ୍ଭାଳିଲେ । ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ମଜୁରୀ ବିଶିଷ୍ଟ ନିଯୁକ୍ତ ପ୍ରଦାନ କରି ଅନୁଷ୍ଠାନ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଦିଗକୁ ସୁରକ୍ଷିତ କରିଛି ଓ ଆମେ ୧୦ ଲକ୍ଷ ଟଙ୍କାର ରୋଜଗାର ସୃଷ୍ଟିକାରୀ ଋଣ ପ୍ରଦାନ କରିଛୁ ବୋଲି ଖ୍ରୀଷ୍ଟୋପର କୁହନ୍ତି ।

ମେଧା ଅନୁଷ୍ଠାନର ଆରମ୍ଭର ଭାବନାକୁ କାର୍ଯ୍ୟକ୍ଷମ କରିବାକୁ କିଛି ବର୍ଷ ସମୟ ଲାଗିଲା । ଖ୍ରୀଷ୍ଟୋପର USAକୁ ନିଜର ଉଚ୍ଚଶିକ୍ଷା ସମାପ୍ତ ପାଇଁ ଗଲେ ଓ ବ୍ୟୋମକେଶ ଅନ୍ୟ ଏକ ସଂସ୍ଥା ପାଇଁ ଉତ୍ତର ଭାରତରେ କାର୍ଯ୍ୟ କରିବାକୁ ଗଲେ । କିନ୍ତୁ ସେମାନେ ନିଜର ପ୍ରକଳ୍ପ ନେଇ ପରସ୍ପର ସହ ସଂଯୋଗରେ ଥିଲେ ଓ ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ । ୨୦୦୯ରେ ସେମାନେ ଦେଶର ନିଯୁକ୍ତି ପ୍ରଶିକ୍ଷଣ ଉପରେ ଏକ ରିପୋର୍ଟ ପ୍ରସ୍ତୁତକଲେ । ପୂର୍ବରୁ ଉଭୟ ଏହି କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ସହଜରେ ଏହାର ଦୋଷ ଦୂର୍ବଳତା ଓ ଥିବା ଅସୁବିଧାଗୁଡିକର ସମାଧାନର ସୂତ୍ର ବାହାରକରିବାକୁ ସହଜ ହେଲା ଓ ସେମାନେ ୨୦୧୧ରେ ନିଜର ସଂପୂର୍ଣ୍ଣ ପ୍ରକଳ୍ପସହ ଆସିଲେ ।

ଖ୍ରୀଷ୍ଟୋପର ଟୁରିଲୋ ଓ ବ୍ୟୋମକେଶ ମିଶ୍ର : ମେଧାର ପ୍ରତିଷ୍ଠାତା

ଖ୍ରୀଷ୍ଟୋପର ଟୁରିଲୋ ଓ ବ୍ୟୋମକେଶ ମିଶ୍ର : ମେଧାର ପ୍ରତିଷ୍ଠାତା


ଖ୍ରୀଷ୍ଟୋପରଙ୍କ କହିବାନୁଯାୟୀ ଆମେ ବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ କଲେଜରେ କ୍ୟାରିଅର ସର୍ଭିସ ସେନ୍ଟର ଖୋଲି କାର୍ଯ୍ୟ କରିବାକୁ ସ୍ଥିର କଲୁ । ଦ୍ୱିତୀୟରେ ଆମେ ଇଣ୍ଡଷ୍ଟ୍ରି ଫିଡବ୍ୟାକ ଅନୁସାରେ ଡିଜିଟାଲ ଶିକ୍ଷା, କମ୍ୟୁନିକେସନ ସ୍କିଲ, ଲାଇଫ ସ୍କିଲ ଆଦିକୁ ଗୁରୁତ୍ୱ ଦେଇ ବିଭିନ୍ନ ଶିଳ୍ପରେ କାର୍ଯ୍ୟ କରିପାରିବାର ଦକ୍ଷତା ସୃଷ୍ଟିକଲା ଭଳି ଏକ ପାଠ୍ୟ ଖସଡା ପ୍ରସ୍ତୁତ କଲୁ । ଶେଷରେ ଆମେ ସମସ୍ତଙ୍କ ପାଇଁ ଏକ ବାଧ୍ୟତା ମୂଳକ କାର୍ଯ୍ୟ କ୍ଷେତ୍ରରେ ଶିକ୍ଷା ବା ଇନଟର୍ଣ୍ଣସିପ ରଖିଲୁ ଯାହାକି ସେମାନଙ୍କୁ କର୍ମ କ୍ଷେତ୍ରକୁ ଯିବା ପୂର୍ବରୁ କୁଶଳୀ କରିବାରେ ସହାୟକ ହେବ ।

ବାଧା ବିଘ୍ନର ମୁକାବିଲା

ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନେ କଲେଜରଗୁଡିକ ସହ ବନ୍ଧିତ ହେବାକୁ ରାଜି ନ ହେବା ଓ କ୍ଲାସ କରିବା ପାଇଁ ଅନୁମତି ନ ଦେବା, କ୍ଲାସ କରିବାକୁ ପର୍ଯ୍ୟାପ୍ତ ସମୟ ନ ମିଳିବା ଓ ଆବଶ୍ୟକୀୟ ପିଲା ନ ମିଳିବା ଭଳି କିଛି କିଛି ଅସୁବିଧାର ସମ୍ମୁଖୀନ ହେଲେ । ତଥାପି ସେମାନେ ହାର ନ ମାନି ଆଗକୁ ମାଡିଚାଲିଲେ । ଇଛା ଥିଲେ ଆପେ ଆପେ ରାସ୍ତା ମିଳିବ । ଠିକ ତାହା ହିଁ ଘଟିଥିଲା ମେଧା କ୍ଷେତ୍ରରେ ।

ଚଲାପଥ ଓ ଭବିଷ୍ୟ

୨୦୧୨ର ଶେଷ ଆଡକୁ ସେମାନେ ଉତର ପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ସହ କଥା ହେବା ପରେ ସେମାନେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ସହ ଭେଟିବାର ଅନୁମତି ପାଇଲେ ଓ ସେ ସେମାନଙ୍କୁ ଏକ ସରକାରୀ ଡିଗ୍ରୀ କଲେଜରେ ଏକ କ୍ୟାରିଅର ସର୍ଭିସ ସେନ୍ଟର ଖୋଲିବାର ଅନୁମତି ଦେଲେ । ଏହା ପରଠୁ ସେମାନଙ୍କ ପାଇଁ ସବୁକିଛି ଧିରେ ଧିରେ ସହଜ ହୋଇଗଲା । ଖ୍ରୀଷ୍ଟୋପର କୁହଁନ୍ତି ଆମେ ସର୍ବଦା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ଦେବାରେ ଗୁରୁତ୍ୱ ଦେଇଆସିଛୁ । ଏହାକୁ ମନରେ ରଖି ଆମେ ୨୦୧୪କୁ ଧିରେ ଧିରେ ଆମର କଳେବର ବୃଦ୍ଧି କରିବାରେ ଲାଗିଲୁ ଓ ସ୍ୱଳ୍ପ ଅବଧୀର କ୍ୟାରିଅର ଏଡଭାନ୍ସମେଣ୍ଟ ବୁଟକ୍ୟାମ୍ପ ଓ ଆଫଟର ସ୍କୁଲ ପୋଗ୍ରାମ ପରି ନୂତନ ଯୋଜନାରେ ସାମିଲ ହେଲୁ । ଆମର ସପଳତାରେ ପ୍ରଭାବିତ ହୋଇ ଉତର ପ୍ରଦେଶ ସରକାର ଆମକୁ ୧୫ ଟି ଅଧିକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିବାକୁ ଅନୁମତି ଦେଲେ ।

image


ବର୍ତ୍ତମାନ ସେମାନେ The Michael and Susan Dell Foundation ପରି ବଡ ବଡ ସଂସ୍ଥାର ସହଯୋଗପାଇ ନୁଆ ନୁଆ ଅନୁଷ୍ଠାନରେ ନିଜରକୁ ସାମିଲ କରବା ସହ ଇ-ଲର୍ଣ୍ଣିଙ୍ଗ ସିଷ୍ଟମରେ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟାକରୁଛନ୍ତି ବୋଲି ଖ୍ରୀଷ୍ଟୋପରକହିଛନ୍ତି ।

image