ବିରାଟ କୋହଲି ଆଇପିଏଲ ରୁ ଅର୍ଜିତ ଅର୍ଥର ୫୦% ଦାନ କଲେ ଏକ ବୃଦ୍ଧାଶ୍ରମକୁ

ବିରାଟ କୋହଲି ଆଇପିଏଲ ରୁ ଅର୍ଜିତ ଅର୍ଥର ୫୦% ଦାନ କଲେ ଏକ ବୃଦ୍ଧାଶ୍ରମକୁ

Saturday June 25, 2016,

1 min Read

Image: <a href=

Image:

BCCIa12bc34de56fgmedium"/>

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର କ୍ୟାପଟେନ ଏବଂ ଇଣ୍ଡିଆନ ପ୍ରିମିଅର ଲିଗ (IPL)ର ସେଇ ଅରେଞ୍ଜ କ୍ୟାପର ବିଜେତା , ତାଙ୍କର ଚମକ କେବଳ ଯେ ଜଣେ ଅସାଧାରଣ ବ୍ୟାଟ୍ସମ୍ୟାନ ଭାବେ ଅଛି ତା’ ନୁହେଁ ବରଂ ମଣିଷପଣିଆରେ ମଧ୍ୟ ସେ ଆଗୁଆ ତାହା ପ୍ରମାଣିତ କରି ଦେଖାଇଛନ୍ତି। ସମାଜର ଉନ୍ନତି ପାଇଁ ତାଙ୍କର ପ୍ରୟାସକୁ ଅନେକ ପ୍ରଶଂସା ମିଳିଛି। ଡାଃ ଅପର୍ଣ୍ଣା ଦେଶମୁଖଙ୍କର ପୁଣେରେ ଥିବା ଏକ ବୃଦ୍ଧାଶ୍ରମକୁ ବୁଲିବାକୁ ଯାଇଥିଲେ ବିରାଟ। ତାଙ୍କୁ ଏହା ଏତେ ଭାବରେ ପ୍ରଭାବିତ କରିଥିଲା ଯେ ସେ ଗୋଟିଏ ମ୍ୟାଚରେ ଜିତିଥିବା ରାଶିର ଅର୍ଦ୍ଧେକ ଏହି ବୃଦ୍ଧାଶ୍ରମକୁ ଦାନ କରିଥିଲେ (ଜୀ ନିଉଜର ଏକ ରିପୋର୍ଟ ଅନୁସାରେ)। ବିରାଟ କୋହଲୀ ଫାଉଣ୍ଡେସନ ଏହି ସଂସ୍ଥାକୁ ୨୦୧୬ର ଶେଷ ଯାଏଁ ଆର୍ଥିକସହାୟତା କରିବ ବୋଲି ବିରାଟ ପ୍ରତିଶ୍ରୁତି ଦେଇଛନ୍ତି।

ସକାଳ ଟାଇମସ ଅନୁସାରେ ଏହି ପରିଭ୍ରମଣ ସମୟରେ ବିରାଟ କହିଲେ, 

“ନିଜର ପିତାମାତାଙ୍କୁ ଏପରି ଭାବେ ଅବହେଳା କର ନାହିଁ। ଯଦି ଆମେ ଛୋଟ ଥିବା ଅବସ୍ଥାରେ ଆମ ପିତାମାତା ଆମକୁ ଅବହେଳା କରିଥାନ୍ତେ ତେବେ କଅଣ ହେଇଥାନ୍ତା ଥରେ ଭାବିଦେଖ। ଅପର୍ଣ୍ଣା ଦେଶମୁଖ ଯାହା କରୁଛନ୍ତି ତା’ର ପ୍ରଶଂସା ପାଇଁ ଶବ୍ଦ କମ ଓ ତାଙ୍କୁ ସାହାଯ୍ୟ କରିବା ପାଇଁ ମୋର ଏହା ଏକ ଛୋଟ ପ୍ରୟାସ।

କିଛିଦିନ ତଳେ ଇଣ୍ଡିଆ ଟିମର ଟେଷ୍ଟ କ୍ୟାପଟେନ Smile Foundation ସହ ମିଶି ଅବହେଳିତ ଓ ନାନା ସୁବିଧାରୁ ବଞ୍ଚିତ ଶିଶୁଙ୍କ ସଶକ୍ତିକରଣ ପାଇଁ ପାଣ୍ଠି ଯୋଗାଡ କରିବା ପାଇଁ ଏକ ଚାରିଟି ଡିନର ଆୟୋଜନ କରିଥିଲେ। ସେଲେବ୍ରିଟୀ ଶେଫ ବିକାଶ ଖନ୍ନା ଏଥିରେ ନିମନ୍ତ୍ରିତ ଉଚ୍ଚସ୍ତରୀୟ ଅତିଥି ମାନଙ୍କ ପାଇଁ ପାଞ୍ଚଟି କୋର୍ସର ଡିନର ପ୍ରସ୍ତୁତ କରିଥିଲେ। ବିରାଟ ଲୋକଙ୍କ ବଞ୍ଚିବାର ମାନରେ ଉନ୍ନତି ଆଣିବା ପାଇଁ ତାଙ୍କର ସମୟ, ସମ୍ବଳ ଓ ଆର୍ଥିକ ସହାୟତା ଦେବାପାଇଁ ପ୍ରତିଜ୍ଞାବଦ୍ଧ।