୧୯ ବର୍ଷରୁ ସ୍କୁଲ ଛାଡିଥିବା ପାଟନାର ବାଳକ ଆଜି ବିଶ୍ଵର ପ୍ରଥମ ଅଣ୍ଡ୍ରୋଏଡ ସ୍ମାର୍ଟ ୱାଚ ନିର୍ମାତା

୧୯ ବର୍ଷରୁ ସ୍କୁଲ ଛାଡିଥିବା ପାଟନାର ବାଳକ ଆଜି ବିଶ୍ଵର ପ୍ରଥମ ଅଣ୍ଡ୍ରୋଏଡ ସ୍ମାର୍ଟ ୱାଚ ନିର୍ମାତା

Wednesday October 14, 2015,

4 min Read

ଜଣେ ଟେଡ-ଏକ୍ସ ବକ୍ତା, ବିଶ୍ଵର ପ୍ରଥମ ଅଣ୍ଡ୍ରୋଏଡସ୍ମାର୍ଟ ୱାଚ ନିର୍ମାତା ତଥା ଏକ ଏନଜିଓର ପରିଚାଳନା ନିର୍ଦେଶକ ଏବଂ ଆମେରିକା ରାଷ୍ଟ୍ରପତି ଓବାମାଙ୍କ ଦ୍ଵାରା ସ୍ଵତନ୍ତ୍ର ଭାବେ ନିମନ୍ତ୍ରିତ ହେବା କେବଳ ସ୍ଵପ୍ନ ରେ ହିଁ ଭବିହେବା ମାତ୍ର ୧୯ବର୍ଷ ବୟସରେ। ମାତ୍ର ଏହା କରି ଦେଖାଇଛନ୍ତି ବିହାର ରାଜଧାନୀ ପାଟନା ର ଯୁବକ ସିଦ୍ଧାର୍ଥ ଭାଟ୍ସ।

image


ସିଦ୍ଧାର୍ଥ ଭାଟ୍ସ

ମାତ୍ର କେଇ ମିନିଟ ତାଙ୍କ ସହ କଥା ହେଲେ ଆପଣ ଜାଣିପାରିବେ ସେ ଅନ୍ୟ ମାନଙ୍କଠୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ | ସିଦ୍ଧାର୍ଥ ଭାଟ୍ସ ନିଜର ସ୍ଵପ୍ନ ପୂରଣ ପାଇଁ ଯଥେଷ୍ଟ ଯତ୍ନଶୀଳ, ଏହା ତାଙ୍କ ସହ କଥା ହେଲେ ସ୍ପଷ୍ଟ ହୋଇପଡେ। ଖାସ ସେଥିପାଇଁ ସେ ହାଇ ସ୍କୁଲ ପରେ ପଥ ରେ ଡୋରୀ ବାନ୍ଧିଛନ୍ତି। ଅତୀତକୁ ମାନେ ପକାଇ କୁହନ୍ତି ମୋର ବାପା ଆଉ ମା ମୋର ଏପରି ନିଷ୍ପତି ରେ ଚକିତ ହୋଇଥିଲେ ଓ ଆଜି ମଧ୍ୟ ସେମାନେ ସେହିପରି ଆଶ୍ଚର୍ଯ୍ୟ ହୁଅନ୍ତି।

“ମୁଁ ସ୍ଵପ୍ନ ଦେଖେ।"

ଏହି ଦୃଢୋକ୍ତି ବୋଧେ ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଅନେକ ଅଲଗା ଓ ଭିନ୍ନ ଭାବେ ଗଢି ତୋଳିଛି । ଏହି ସ୍ଵପ୍ନ ଦେଖିବା ଆଉ ତାକୁ ସାକାର କରିବାର ଦୃଢ ଇଚ୍ଛା ଶକ୍ତି ତାଙ୍କୁ ଏକ ସଫଳ ଉଦ୍ୟୋଗୀ ଭାବରେ ପରିଚିତି ଦେଇଛି । ସେ ଅନେକ ଅନିଶ୍ଚିତତା ମଧ୍ୟ ରେ ସମ୍ଭାବନା ର ବାଟ ଖୋଜିବାରେ ଓସ୍ତାଦ।

ବଲୀଉଡ ଚଳଚିତ୍ର ଭଳି ସବୁ ଜିନିଷ ର ଶେଷ ଭଲ ହିଁ ହୋଇଥାଏ, ଏଇ ବିଶ୍ଵାସ ହିଁ ତାଙ୍କୁ ଆଗକୁ ନେଇଯାଇଛି । ମାତ୍ର ଅଷ୍ଟମ ଶ୍ରେଣୀ ରେ ପଢୁଥିବା ବେଳେ ସେ ନିଜର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗଠନ କରିଥିଲେ। ନିଜକୁ କୌଣସି ବାଧ୍ୟ ବାଧକତାର ପରିସୀମା ମଧ୍ୟରେ ନ ବାନ୍ଧି ସେ ଯାହା କରିବାକୁ ଚାହୁଁଥିଲେ ନିଜ ନୈତିକ ମୂଲ୍ୟବୋଧ ମଧ୍ୟ ରେ ରହି ସେ ସବୁ କରିବା ପାଇ ଚେଷ୍ଟା କରୁଥିଲେ ।

ସଫଳତାର ସିଢି

image


ଯେତେବେଳେ ସେ ମାତ୍ର ୧୭ ବର୍ଷ ବୟସର ହୋଇଥିଲେ, ସିଦ୍ଧାର୍ଥ ଭାଟ୍ସ ନିଜର ବନ୍ଧୁ ଅପୂର୍ବ, ସୁକାନ୍ତ ଓ ଅନ୍ୟ ଦୁଇ ଜଣ ଙ୍କ ସହ ମିଶି Androidly Systems ଆରମ୍ଭ କରିଥିଲେ। “ବିଶ୍ଵର ପ୍ରଥମ ଆଣ୍ଡ୍ରୋଏଡ ସ୍ମାର୍ଟ ୱାଚ ବନେଇବାରେ ଆମେ ମାନେ ଆଗୁଆ ଔ ଆମେ ତାକୁ Androidly ଭାବରେ ନାମକରଣ କରିଛୁ । ଆପଣ ଏହି ଘଣ୍ଟା ରେ କଲ କରିପାରିବେ, ଇନ୍ଟାରନେଟ ବ୍ୟବହାର ସହ whatsApp ମଧ୍ୟ କରିପାରିବେ, ଗୀତ ଶୁଣିବା ସହ ଫୋଟୋ ମଧ୍ୟ ଉଠାଇପାରିବେ । କହିବାକୁ ଗଲେ ଆପଣ ନିଜ ଫୋନ ରେ ଯାହା ସବୁ କରନ୍ତି ଅନେକ କିଛି ଆଏ ସ୍ମାର୍ଟ ୱାଚ ରେ ଆପଣ କରିପାରିବେ, ଏହା କହିଛନ୍ତି Androidly ର ପ୍ରତିଷ୍ଟାତା ସିଦ୍ଧାର୍ଥ ଭାଟ୍ସ।

ଏଠାରେ ସୂଚନା ଯୋଗ୍ୟ ଯେ ଏହା ପ୍ରତିଷ୍ଠା କରିବା ପାଇ ସେ ନିଜ ହାଇ ସ୍କୁଲ ଶିକ୍ଷା କୁ ଦୁଇ ବର୍ଷ ବିଳମ୍ବ ରେ ସମ୍ପୂର୍ଣ କରିଛନ୍ତି। ଏହି Androidly ସ୍ମାର୍ଟ ୱାଚ ବିଶ୍ଵ ବଜାର ରେ ୨୦୧୩ ମସିହା ରୁ ପ୍ରାୟ ୨୨୦ ଡଲାର ରେ ଉପଲବ୍ଧ। ୧୧୦ ଟିରୁ ଅଧିକ ଦେଶ ରେ ଏହା ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଏହାର ପରବର୍ତ୍ତୀ ଡିଜାଇନ ଆସିବ। ବର୍ତମାନର ଘଣ୍ଟା ଟି ଅଧିକ ବଡ ଦେଖା ଯାଉଥିବା ବେଳେ ପରବର୍ତୀ ଡିଜାଇନ ରେ ଏହା ପ୍ରକୃତ ଘଣ୍ଟା ଭଳି ଦେଖା ଯିବା ସହ ଏଥିରେ ଅତ୍ୟାଧୁନିକ ଆଣ୍ଡ୍ରୋଏଡ ଆପ୍ଲିକେଶନ ଚାଲିପାରିବ। ଏହା ଏକ ଫ୍ୟାଶନ ଉତ୍ପାଦ ହିସାବରେ ମଧ୍ୟ ପରିଗଣିତ ହେବ ବୋଲି କୁହନ୍ତି ସିଦ୍ଧାର୍ଥ।

ଫଲକ ଫାଉଣ୍ଡେସନ

ସିଦ୍ଧାର୍ଥଙ୍କ ମା’ଙ୍କ ଦ୍ଵାରା ପ୍ରତିଷ୍ଠିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଫଲକ ଫାଉଣ୍ଡେସେନ ଶିକ୍ଷା, ସ୍ୱାସ୍ଥ୍ୟ ତଥା ସମାଜ ସୁଧାର ଦିଗରେ କାମ କରେ | ସିଦ୍ଧାର୍ଥ ଯେବେ ସପ୍ତମ ଶ୍ରେଣୀ ରେ ପଢୁଥିଲେ, ସେତେବେଳେ ସେ ଛୋଟ ପିଲା ମାନଙ୍କୁ କମ୍ପ୍ୟୁଟର ଶିକ୍ଷା, ଇଂରାଜି ତଥା ଗଣିତ ପଢାଇବା ଆରମ୍ଭ କରିଥିଲେ। ପରେ ସେ ଅନୁଷ୍ଠାନର ପରିଚାଳନା ରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହ ରକ୍ତ ଦାନ ଓ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରିବା ଆରମ୍ଭ କରିଦେଇଥିଲେ। “ମୋ ଅନୁଷ୍ଠାନ ମାଧ୍ୟମରେ ଏକ ଭର୍ଜିନିୟାର ଏକ ମୋନାଷ୍ଟ୍ରୀ ସହଯୋଗରେ ମୁଁ ବୌଦ୍ଧଗୟା ଠାରେ ଏକ ଆନ୍ତର୍ଜାତୀୟ ମୋନାଷ୍ଟ୍ରୀ ନିର୍ମାଣ କରିବାରେ ସମର୍ଥ ହୋଇଛି। ଏହାର ପ୍ରତିଷ୍ଠା ଦିବସରେ ୧୦୦୦ ରୁ ଅଧିକ ଅତିଥି ଯୋଗଦାନ କରିଥିବା ବେଳେ ଏହା ଯଥେଷ୍ଟ ବିଦେଶୀ ପାଣ୍ଠିର ସହଯୋଗରେ ନିର୍ମାଣ ହୋଇଛି। ଆଗକୁ ଏହା ବିହାରର ଅର୍ଥନୀତି ରେ ନିଶ୍ଚିତ ଭାବେ ସାହାଯ୍ୟ କରିବ, ଏହା କୁହନ୍ତି ସିଦ୍ଧାର୍ଥ

ସିଦ୍ଧାର୍ଥ ଆଜିଯାଏଁ ୧୦୦ ରୁ ଅଧିକ ସମ୍ମିଳନୀରେ ଯୋଗଦାନ ସହ ନିଜ ବକ୍ତବ୍ୟ ପ୍ରଦାନ କରିଛନ୍ତି । ବିଶ୍ଵର ଶ୍ରେଷ୍ଠ ୧୦୦ ଜଣ ବିଜନେସ ଇନୋଭେଟୋର ମାନଙ୍କ ମଧ୍ୟରେ ସେ ନିଜକୁ ସାମିଲ କରିବା ସହ ବିଲ ଗେଟ୍ସ ଙ୍କ ସହ ସମକକ୍ଷ ମଞ୍ଚ ରେ ନିଜକୁ ପ୍ରତିପାଦିତ କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ କାର୍ଯ୍ୟ।ଳୟ ପକ୍ଷରୁ ମଧ୍ୟ ସମ୍ମାନିତ ହେବା ସହ ଆମେରିକା ରାଷ୍ଟ୍ରପତି ଓବାମା ଙ୍କ ଦ୍ଵାରା ମଧ୍ୟ ହ୍ଵାଇଟ ହାଉସକୁ ନିମନ୍ତ୍ରିତ ହୋଇଛନ୍ତି ।

ଇଚ୍ଛା ଓ ଆଦର୍ଶ :

ସିଦ୍ଧାର୍ଥଙ୍କ ଅନୁସାରେ ସେ କେବେ କୌଣସି ଗୋଟିଏ କାମ ଅଧିକ ସମୟ ଧରି କରି ପାରନ୍ତି ନାହିଁ। ଏହି ପ୍ରକାର ମନୋଭାବ ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିଛି। ସେ ତାଙ୍କ ସ୍ଵପ୍ନକୁ ସାକାର କରିବାକୁ ଚାହାନ୍ତି ଏବଂ ନିଜର ସବୁ ଇଚ୍ଛା କୁ ପୂର୍ଣ୍ଣ ରୂପ ଦେବା ତାଙ୍କର ଅଭିଲାଷ। ତାଙ୍କୁ କିଛି କରିବାକୁ ଇଚ୍ଛା ହେଲେ ସେ ନିଶ୍ଚିତ ତାହା କରନ୍ତି କାରଣ ତାଙ୍କୁ ଲାଗେ ତାଙ୍କ ପାଖରେ ବହୁତ ସମୟ ଅଛି ନିଜ ଇଛାକୁ ପୂର୍ଣ୍ଣ ରୂପ ଦେବା ଲାଗି।

image


ସିଦ୍ଧାର୍ଥଙ୍କ ଭାଷାରେ ଭାରତରେ ସବୁଠୁ ବଡ ବାଧା ହେଉଛନ୍ତି ସାହି ପଡୋଶୀ ଓ ବନ୍ଧୁ ବାନ୍ଧବ ଯେଉଁମାନେ ସବୁବେଳେ ହତୋତ୍ସାହିତ କରନ୍ତି। ସେମାନେ ତୁମର କାମ ତଥା ଚିନ୍ତାଧାରାକୁ କଟୁ ସମାଲୋଚନା କରନ୍ତି। ଏପରିକି ବେଳେବେଳେ ତୁମ ନିଜ ସଂସ୍ଥାର ସାଥି ମାନେ ମଧ୍ୟ ତୁମ ଯୋଜନା କୁ ସମାଲୋଚନା କରିବେ ମାତ୍ର ତାକୁ କିପରି ଶାଣିତ କରିହେବ ସେ ପରାମର୍ଶ କେହି ଦେବେ ନାହିଁ ।

ନେତୃତ୍ଵ ସମ୍ମିଳନୀ - ଆଗାମୀ ଦିନ ପାଇଁ ସ୍ଵପ୍ନ

ସିଦ୍ଧାର୍ଥ ଭବିଷ୍ୟତରେ ଏକ ଆନ୍ତର୍ଜାତୀୟ ନେତୃତ୍ଵ ସମ୍ମିଳନୀ କରିବାକୁ ଚାହୁଁଛନ୍ତି ଯେଉଁଠି ବିଭିନ୍ନ ବର୍ଗର ଯୁବ ଉଦ୍ୟୋଗୀ ପରସ୍ପରକୁ ଭେଟିବେ ଓ ଜଣେ ଅନ୍ୟ ଜଣଙ୍କୁ ଉତ୍ସାହିତ କରିବେ। ଟେଡ ଟକ ଭଳି ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଲୋକମାନେ ତାଙ୍କ ସଫଳତାର କାହାଣୀ ସମସ୍ତଙ୍କ ସମ୍ମୁଖରେ ରଖିପାରିବେ। ପରେ ଏହାକୁ ମହାବିଦ୍ୟାଳୟ ତଥା ବିଦ୍ୟାଳୟ ସ୍ତରକୁ ନେଇଯିବା ତାଙ୍କର ଲକ୍ଷ୍ୟ ରହିଛି । ଏହା ବାଦ ଯେବେ ତାଙ୍କୁ କୌଣସି ନୂଆ କିଛି ଯୋଜନା ମନକୁ ଆସିବ ସେ ତାହା ଉପରେ କାମ ଆରମ୍ଭ କରିବେ ବୋଲି କୁହନ୍ତି ।

You can say hello to Siddhant on twitter @siddhantvats and follow his facebook page.