ଆର୍ଥିକ ଅନଗ୍ରସର ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାର ପ୍ରୟାସରେ Jumpstart

ଆର୍ଥିକ ଅନଗ୍ରସର ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାର ପ୍ରୟାସରେ Jumpstart

Thursday December 10, 2015,

3 min Read

୨୦୧୪ ମସିହାରେ ମୁଁ ଭାରତର ଏକ ଅଗ୍ରଣୀ ଖାଦ୍ୟ ଉତ୍ପାଦନ କଂପାନୀରେ ୨ ବର୍ଷ କାର୍ଯ୍ୟ କରି ଆସିଥାଏ । ମୁଁ ସର୍ବଦା ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ କଥା ଭାବୁଥାଏ ଓ ଏ ଦିଗରେ କିଛି କରିବାର ଆଗ୍ରହ ରଖିଥାଏ । ବିଶେଷ କରି ସେମାନଙ୍କୁ ବୃତ୍ତିଗତ ଭାବେ ଅଗ୍ରଣୀ ହେବାର ମୁଁ ଦେଖିବାକୁ ଚାହୁଁଥାଏ ବୋଲି ନମ୍ରତା ଭମର କୁହନ୍ତି, ଯେ କି ଜଣେ ଫୁଡ ଟେକନୋଲୋଜିଷ୍ଟ ଭାବେ ଦୀର୍ଘ ୮ବର୍ଷ ୟୁକେ ଓ ଭାରତର ଏଫ୍ଏମ୍ସିଜି ସେକ୍ଟରରେ କାର୍ଯ୍ୟ କରିଛନ୍ତି । ମୁଁ ବିଭିନ୍ନ ଶ୍ରେଣୀର କର୍ମଚାରୀମାନଙ୍କ ସହ ଦଳଗତ ଭାବେ କାର୍ଯ୍ୟ କରିବା ସହ ସେମାନଙ୍କୁ ନେଇ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଥିଲି, ଯାହାକି ମୋତେ କର୍ପୋରେଟ ଦୁନିଆରେ ନିଯୁକ୍ତି ପାଇଁ ଆବଶ୍ୟକ ଦକ୍ଷତା ଓ ସଫଳତା ପାଇବାର ରାସ୍ତା ଦେଖାଇଥିଲା ।

image


ନମ୍ରତା ତାଙ୍କର ଏହି ଭାବନାକୁ ନିଜର ସାମାଜିକ କ୍ଷେତ୍ରର ବାନ୍ଧବୀ ରାଧିକା ମଜୁମଦାର ଯେକି ଜଣେ ଶିକ୍ଷୟତ୍ରୀ ଏବଂ ଶିକ୍ଷା ଓ ତାଲିମକ୍ଷେତ୍ରରେ ଦୀର୍ଘ ୧୧ ବର୍ଷର ଅଭିଜ୍ଞ୍ୟତା ରଖିଛନ୍ତି କଥା ହେଲେ ଓ ସେ ତତକ୍ଷଣାତ ଏଥିରେ ସହମତି ପ୍ରକାଶ କଲେ ।

image


ଏକ ଦ୍ୱାଦଶ ଶ୍ରେଣୀ ବିଦ୍ୟାଳୟରେ ଏହାର ମୁଖ୍ୟ ତଥା ଅଧକ୍ଷ୍ୟ ଭାବେ ୨.୫ ବର୍ଷ କାର୍ଯ୍ୟ କରିବାରେ ମୁଁ ଏକ ଅନୁଷ୍ଠାନ ଚଳାଇବା ଓ ଏହାର ମ୍ୟାନେଜମେଣ୍ଟ ଉପରେ ଯଥେଷ୍ଟ ଅଭିଜ୍ଞ୍ୟତା ହାସଲ କରିଥିଲି । ମୁଁ ଶିକ୍ଷାର ସରଳୀ କରଣ ଓ ବିକାଶ ପାଇଁ ଅନେକ ସୃଜନାତ୍ମକ କାର୍ଯ୍ୟକ୍ରମ କରିବା ସହ ଲେଖାଲେଖି କରିଛି ବୋଲି ରାଧିକା କୁହନ୍ତି ।

image


ଏହି ଦୁଇ ମହିଳା ମିଶି ଜମ୍ପଷ୍ଟାର୍ଟ ସ୍କିଲ ଫାଉଣ୍ଡେସନ ଆରମ୍ଭ କଲେ, ଯାହାକି ସେକ୍ସନ ୭ ରେଜିଷ୍ଟ୍ରେସନ ଅନ୍ତର୍ଭୂକ୍ତ କଂପାନୀ । ଦକ୍ଷତା ବୃଦ୍ଧି ଦ୍ୱାରା ଅବହେଳିତ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସେମାନଙ୍କୁ ନିଯୁକ୍ତି ଦେବା, ନିଯୁକ୍ତର କ୍ଷେତ୍ର ପ୍ରସ୍ତୁତ କରିବା ଏବଂ ଶିକ୍ଷା ସମାପ୍ତ କରିପାରିନଥିବା ମହିଳା ମାନଙ୍କୁ ଶିକ୍ଷା ପ୍ରଦାନ କରି ଅଣକୁଶଳୀ ଶ୍ରମିକରୁ ଏକ କଂପାନୀର କୁଶଳୀ ତଥା ପେଷାଦାର କରିବା କାର୍ଯ୍ୟରେ ଏହି କଂପାନୀ ନିୟୋଜିତ ।

ରାଧିକା କୁହନ୍ତି ସେ ଓ ନମ୍ରତା ସମାନ ସାମାଜିକ ପରିଧିରେ ବହୁବର୍ଷ ଧରି ଥିଲେ ମଧ୍ୟ ଜମ୍ପଷ୍ଟାର୍ଟ ପରେ ସେମାନେ ଅତିି ଘନିଷ୍ଠ ବନ୍ଧୁ ହୋଇଗଲେ ।

ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ଶୀଳତା କେବଳ ମହିଳାଙ୍କୁ ନୁହେଁ ତାଙ୍କର ପରିବାରର ଆର୍ଥିକ ଉନ୍ନତିରେ ସହାୟକ ହେବା ସହିତ ସେମାନଙ୍କ ଆତ୍ମବଳ ଓ ସାମାଜିକ ସମ୍ମାନ ବଢ଼ାଇଥାଏ ।

image


୧୮ ରୁ ୫୦ ବର୍ଷର ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉଥିବା ବେଳେ ସର୍ବନିମ୍ନ ଦଶମ ଶ୍ରେଣୀର ଶିକ୍ଷାଗତ ଯୋଗ୍ୟତାକୁ ଗୁରୁତ୍ୱ ଦିଆଯାଉଛି । ଆଦିବାସୀ, ହରିଜନ ଏବଂ ସାମାଜିକ ପଛୁଆ ବର୍ଗର ମହିଳାମାନଙ୍କୁ ଏଥିରେ ଗୁରୁତ୍ୱ ଦିଆଯାଉଥିବା ବେଳେ, ସ୍ୱାମୀ ପରିତ୍ୟକ୍ତା, ବିଧବା ଏବଂ ଯେକୌଣସି ସାମାଜିକ ଅବହେଳାର ଶୀକାର ହୋଇଥିବା ମହିଳାମାନଙ୍କୁ ଏଥିରେ ସାମିଲ କରାଯାଉଛି ।

ଶିକ୍ଷା ଏବଂ ନିଯୁକ୍ତ ମଧ୍ୟରେ ଥିବା ଦୂରତା ଦୂର କରିବାକୁ ସେମାନେ ପ୍ରଥମେ ବିଭିନ୍ନ କାର୍ଯ୍ୟାଳୟ ଓ କଂପାନୀକୁ ଲିଖିତ ଭାବରେ ସେମାନଙ୍କର ଆବଶ୍ୟକତା ଓ ବ୍ୟବହୃତଦକ୍ଷତାନେଇ ପ୍ରଶ୍ନ ସମ୍ବଳିତପତ୍ର ଲେଖିଲେ । ଏହା ପରେ ସେମାନଙ୍କ ଉତ୍ତର ପାଇ ତଦନୁସାରେ ସେମାନେ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ତାଲିମର ମୌଳିକ ପାଠ୍ୟ ଖସଡା ପ୍ରସ୍ତୁତ କରି ତାଲିମ ପ୍ରଦାନକଲେ ।

ସେ ସମୟରେ ଜମ୍ପଷ୍ଟାର୍ଟର ଦୁଇଟି ଶ୍ରେଣୀ ଗୃହ, ଗୋଟିଏ କମ୍ପ୍ୟୁଟର ଲାବ୍ରୋଟାରୀ ଏବଂ ସଂପୃକ୍ତ ମହିଳାମାନଙ୍କୁ ତାଲିମ ଦେବାକୁ ୯ ଜଣ ଶିକ୍ଷକ ଥିଲେ । କୋର୍ସର ଅବଧି ୧୮ ସପ୍ତାହ ଥିଲା ଓ ୫୦୦ ଟଙ୍କା ରେଜିଷ୍ଟ୍ରେସନ ଦେୟ ଥିଲା ।

image


ଜମ୍ପଷ୍ଟାର୍ଟରେ କମ୍ୟୁନିକେଶନ ଇଂରାଜୀ, କମ୍ପ୍ୟୁଟର ଶିକ୍ଷା, ପରସନାଲିଟି ତାଲିମ, ସୁପରଭାଇଜର ପରି ବିଭିନ୍ନ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଇଥାଏ । ଅଫିସ ଆଡମିନଷ୍ଟ୍ରେସନ, ଟାଲି, ସେଲସ୍ ରିଟେଲ ଆଦି ଏହାର ଅର୍ନ୍ତଭୂକ୍ତ । ସେମାନଙ୍କୁ ତାଲିମ ପରେ ରିସେପସନିଷ୍ଟ, ବ୍ୟକ୍ତକତସହାୟକ, ସେକ୍ରେଟାରୀ, ଏଚ୍ଆର/ଆଡମିନ, ଆକାଉଣ୍ଟ ଏକଜ୍ୟୁକିଟିଭ, କଷ୍ଟମର ସର୍ଭିସ ଏକଜ୍ୟୁକିଟିଭ, ସେଲସ୍ ସପୋର୍ଟ ଷ୍ଟାଫ ଆଦି ନିଯୁକ୍ତ ପ୍ରଦାନ କରାଯାଇଥାଏ । ଏହା ବ୍ୟତୀତ, ସ୍ୱସ୍ଥ୍ୟ, ନିଜର ଅଧିକାର, ଆତ୍ମରକ୍ଷା ଆଦି ବିଭିନ୍ନ ତାଲିମ ପ୍ରଦାନ କରାଯାଇଥାଏ।

ବ୍ୟାଚ-୧ ଓ -୨ ପାଇଁ ନିର୍ଦ୍ଧେଶିକା ଦ୍ୱୟ ଅର୍ଥ ବିନିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ସହଯୋଗୀ ଓ ଦାନ ଦ୍ୱାରା ଏହା ପରିଚାଳିତ ହେଉଛି । ସେମାନେ ବର୍ତ୍ତମାନ ବିଭିନ୍ନ କଂପାନୀର ସିଏସ୍ଆର ଆକ୍ଟିଭିଟି କାର୍ଯ୍ୟକ୍ରମରୁ ସାହାଯ୍ୟ ପାଉଛନ୍ତି । ଗୋଟିଏ ବ୍ୟାଚ ଚଳାଇବା ପାଇଁ ହାରାହାରି ୧.୧ ଲକ୍ଷ୍ୟ ରୁ ୧.୩ ଲକ୍ଷ୍ୟ ଅର୍ଥ ଖର୍ଚ୍ଚ ହୋଇଥାଏ । ଏହା ବର୍ତ୍ତମାନ ଭଦୋଦରାର ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସହ ନିଯୁକ୍ତ ପାଇଁ ଅନୁବନ୍ଧିତ ହୋଇଛି ।

ବର୍ତ୍ତମାନ ଏହାର ଚତୁର୍ଥ ବ୍ୟାଚର ତାଲିମ ଚାଲିଛି । ଏହାର ଶେଷ ସୁଦ୍ଧା ଆମେ ୩୫ ରୁ ୪୦ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିପାରିଛୁ । ୨୦୧୬ ରେ ଆମେ ଆହୁରି ୬୦ ରୁ ୮୦ ମହିଳାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ରାଧିକା କୁହନ୍ତି । ପ୍ରତି ବ୍ୟାଚରେ ହାରାହାରି ୯୦-୯୫ % ନିଯୁକ୍ତି ମିଳୁଛି ।

ସେମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ଅସୁବିଧାର ସମାଧାନ ପାଇଁ ଏକ ଦୀର୍ଘସ୍ଥାୟୀ ଆର୍ଥିକ ମଡେଲ ଉପରେ କାର୍ଯ୍ୟ କରୁଛନ୍ତି ବୋଲି ନମ୍ରତା କୁହନ୍ତି ।

ମୂଳ ଲେଖା - ସ୍ନିଗ୍ଧା ସିହ୍ନା

ଭାଷାନ୍ତର - ସୌରଭ ପରିଡ଼ା