ନୂଆ ଗ୍ରାମୋଦ୍ୟୋଗୀଙ୍କ ନୂଆ ଆଶା : ଛତୁ

ନୂଆ ଗ୍ରାମୋଦ୍ୟୋଗୀଙ୍କ ନୂଆ ଆଶା : ଛତୁ

Monday November 23, 2015,

2 min Read

ଏବେ ନୀତିଦିନିଆ ଖାଦ୍ୟ ପାଲଟିଥିବା ଛତୁ ଯେତିକି ସୁସ୍ଵାଦୁ, ଖାଦ୍ୟ ଭିଡ଼ ଭିତରେ ସେତିକି ସ୍ଵତନ୍ତ୍ର । ଏହା କେବଳ ଗ୍ରାହକଙ୍କୁ ପୁଷ୍ଟି ଯୋଗାଉନାହିଁ ବରଂ ଉତ୍ତର-ପୂର୍ବ ଭାରତର ଗ୍ରାମାଞ୍ଚଳରେ ଜୀବନଜୀବିକାର ଅଙ୍ଗ ପାଲଟିଛି । ଭାରତୀୟ ବଜାରରେ ଛତୁର ଚାହିଦା ବାର୍ଷିକ ୨୫ ପ୍ରତିଶତ ବଢ଼ୁଛି । ତେବେ କ୍ଷୁଦ୍ର ଚାଷୀଙ୍କ ଭୀଷଣ ଦାରଦ୍ର୍ୟ, ଦକ୍ଷତାର ଅଭାବ ଓ ପ୍ରାଯୁକ୍ତିକ ଞ୍ଜାନର ଅଭାବ ଏହାକୁ କିଭଳି ପୂରଣ କରିବ?

image


୧୯୯୪ରେ ପ୍ରାଞ୍ଜଳ ବରୁଆ ଗୁଜୁରାଣ ମେଣ୍ଟାଇବାକୁ ଛତୁ ଚାଷ ଆରମ୍ଭ କଲେ । ବର୍ଷ ପରେ ବର୍ଷ ଛତୁର ଚାହିଦା ବୃଦ୍ଧି ସାଙ୍ଗକୁ ସେ କ୍ଷୁଦ୍ର ଚାଷୀ ଓ ଉଦ୍ୟୋଗୀଙ୍କ ସମସ୍ୟା ବାଦରେ ଅବଗତ ହେଲେ । ସେଇଠୁ ୨୦୦୪ରେ ଜନ୍ମନେଲା ଛତୁ ଉନ୍ନୟନ ଫାଉଣ୍ଡେସନ୍(MDF) । ୨୦୦୩ରେ ଅଶୋକ ଫେଲୋସିପ୍ ପାଇଁ ମନୋନୀତ ବରୁଆ କହନ୍ତି, ‘କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଲାଗି କୃଷି ରୋଜଗାରର ସ୍ଥିରତା ଦେବାରେ ବିଫଳ । ତେଣୁ ଆମେ ଅତିରିକ୍ତ/ବିକଳ୍ପ ରୋଜଗାରର ମାଧ୍ୟମ ଭାବେ ଛତୁ କଥା ଚିନ୍ତାକଲୁ ।’

ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ନାଗାଲାଣ୍ଡରେ ଚାଷୀଙ୍କୁ ପ୍ରଯୁକ୍ତି, ପ୍ରଶିକ୍ଷଣ ଓ ସହାୟତା ମାଧ୍ୟମରେ ଛତୁକୁ ରୋଜଗାରର ପୂର୍ଣ ମାଧ୍ୟମ କରାଇବାରେ ସହାୟତା ଦେଲା MDF । ପ୍ରୋଟିନ୍ ଫୁଡ୍ ନାମରେ ଏକ ଲାବୋରେଟାରୀ(ପ୍ରୟୋଗଶାଳା) ପ୍ରତିଷ୍ଠା କଳେ ପ୍ରାଞ୍ଜଳ । ଏହି ଲାବ୍ ଗବେଷଣା ଓ ଉନ୍ନୟନ ମାଧ୍ୟମରେ ଶସ୍ତା ଓ ପ୍ରଭାବଶାଳୀ ଉପାୟ ଅବଲମ୍ବନର ବାଟ ତିଆରିକଲା । ଏହି ଲାବ୍ ପ୍ରତିଦିନ ୧୦୦୦ ଚାରା(ଅଣ୍ଡ) ପ୍ୟାକେଟ୍ ପ୍ରସ୍ତୁତ କରିବାରେ ସମର୍ଥ । ଏମିତି ସେମାନେ ଗୋଟେ ଚାଷ ଋତୁରେ ୪ ଲକ୍ଷ ଛତୁ ଅଣ୍ଡ ପ୍ୟାକେଟ୍ ପ୍ରସ୍ତୁତ କରୁଛନ୍ତି ଯାହାକି ଯାହାକି ବର୍ତମାନର ସବୁ ଛତୁ ଚାଷୀଙ୍କ ଲାବି ପର୍ଯ୍ୟାପ୍ତ ହେଉଛି । କିଭଳି ବର୍ଷ ତମାମ ଛତୁ ଉତ୍ପାଦନ କରିହେବ ସେଥିପାଇଁ ମଧ୍ୟ MDF ସହଯୋଗ କରୁଛି ।

image


MDF ଏଯାବତ୍ ୩୭ ଜିଲ୍ଲାର ୮୦୦ ଗାଁରେ ୨୦ ହଜାର ଚାଷୀଙ୍କୁ ପ୍ରଶିକ୍ଷଣ ଦେଇସାରିଛି । ଏହା ୨୦୦ ପ୍ରଶିକ୍ଷକ, ୬୦୦ ଉଦ୍ୟୋଗ ଓ ୩୦୦୦ ଚାଷୀଙ୍କୁ ସଫଳ କରାିବାରେ ସମର୍ଥ ହୋଇଛି MDF । ଏହି ଚାଷୀଙ୍କର ରୋଜଗାର ପୂର୍ବରୁ ମାସକୁ ୨୦୦୦ ଟଙ୍କା ଥିବା ବେଳେ ଏବେ ଏହା ୫ ହଜାରକୁ ବୃଦ୍ଧି ପାଇଛି । ଗୋଟିଏ ଛତା ତଳେ ସବୁ ଛତୁ ଚାଷୀଙ୍କର ଏକ ନେଟୱର୍କ କରିବା ପାଇଁ ନିକଟରେ ପ୍ରାଞ୍ଜଳ ଉଦ୍ୟମ ଆରମ୍ଭ କରିଛନ୍ତି । ସାମାନ୍ୟ ସଦସ୍ୟତା ଅର୍ଥ ପ୍ରଦାନ କରି ଏଯାବତ ୧୨ଶହ ଚାଷୀ ଏହି ନେଟୱର୍କରେ ସାମିଲ ହୋଇ ସାରିଛନ୍ତି ।

ପ୍ରାଞ୍ଜଳ କହନ୍ତି, ‘ବଜାରର ଆକାର ବୃଦ୍ଧି ଓ ଚାହିଦାକୁ ଦେଖିଲେ, ଛତୁ ହିଁ ଭବିଷ୍ୟତର ଖାଦ୍ୟ ଭାବେ ଉଭା ହେବାକୁ ଯାଉଛି । ୨୦୧୮ ଭିତରେ ରିଭୋଇ ଜିଲ୍ଲାର ୧୬ ହଜାର ପରିବାର ପାଖରେ ପହଞ୍ଚିବାକୁ ଆମେ ଲକ୍ଷ୍ୟ ରଖିଛୁ । ଏହି ଜିଲ୍ଲାର ୧୨ଶହ ଉଦ୍ୟୋଗୀ ଅନ୍ୟ ଉନ୍ନତ ଅଞ୍ଚଳ ସହ ଯୋଡ଼ିହେବେ । ୨୦୧୮ ସୁଦ୍ଧା ୧୦୦୦ ଗାଁକୁ ପହଞ୍ଚିବା ଆମର ଲକ୍ଷ୍ୟ ।’