୮୦% ବଧିର? କିଛି ଅସୁବିଧା ନାହିଁ! ରନ ଟ୍ୟାନ, ସହ-ପ୍ରତିଷ୍ଠାତା , I.AM କୁହନ୍ତି ଶାରୀରିକ ଅକ୍ଷମତା ସଫଳତାର ବାଧକ ନୁହେଁ, କରୁଥିବା କାର୍ଯ୍ୟକୁ ନିରୋଳା ଭଲ ପାଇଲେ ସଫଳତା ସୁନିଶ୍ଚିତ

୮୦% ବଧିର? କିଛି ଅସୁବିଧା ନାହିଁ! ରନ ଟ୍ୟାନ, ସହ-ପ୍ରତିଷ୍ଠାତା , I.AM କୁହନ୍ତି ଶାରୀରିକ ଅକ୍ଷମତା ସଫଳତାର ବାଧକ ନୁହେଁ, କରୁଥିବା କାର୍ଯ୍ୟକୁ ନିରୋଳା ଭଲ ପାଇଲେ ସଫଳତା ସୁନିଶ୍ଚିତ

Sunday October 25, 2015,

2 min Read

ଏହି ଶ୍ରୁଙ୍ଖଳାଟି Yourstory ନେଇଆସିଛି Our Better World ସହାୟତାରେ

ସଙ୍ଗୀତ କେବଳ କାନକୁ ନୁହେଁ, ଆତ୍ମାକୁ ମଧ୍ୟ ଆନନ୍ଦିତ କରିଥାଏ । ଘୋର ବିଷାଦର କାଳିମାରୁ ମନକୁ ଆନନ୍ଦର ତରଙ୍ଗରେ ଭସାଇ ଦେବାକୁ ସକ୍ଷମ ଏକ ମନ ପସନ୍ଦର ସଙ୍ଗୀତ । ମାନସିକ ବିଷାଦକୁ କ୍ଷଣିକେ ଦୂରକରି ଏହା ଜଣକୁ ଉଲ୍ଲସିତ କରିଥାଏ । ଅନେକ ଲୋକ କିନ୍ତୁ ବଧିରତା ହେତୁ ସଙ୍ଗୀତର ଏହି ମୁର୍ଛନାରେ ଉଲ୍ଲସିତ ହୋଇପାରନ୍ତି ନାହିଁ । ଆଉ ସଙ୍ଗୀତ ବିନା ଜୀବନର କଳନା ଭାବିଲେ ବେସୁରା ଲାଗେ ।

image


ସିଙ୍ଗାପୁରର ୨୧ ବର୍ଷୀୟ ପିଆନୋ ବାଦକ ରନ ଚାଙ୍ଗି ଭିଲେଜ ହୋଟେଲରେ ନିୟମିତ ପିଆନୋ ବାଦନ କରିଥାନ୍ତି । ୧୭ ବର୍ଷ ବୟସରୁ ସେ ପିଆନୋ ବଜାଇ ଆସୁଛନ୍ତି । ଯାହାକି ତାଙ୍କ ଜୀବନକୁ ଏକ ମୂଲ୍ୟ ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ସଙ୍ଗୀତକୁ ଆଦରି ନେବା ପୂର୍ବରୁ ସେ ଅନେକ ପ୍ରକାର କାର୍ଯ୍ୟରେ ହାତ ଦେଇଛନ୍ତି, କିନ୍ତୁ ତାଙ୍କର ଯାଦୁକରୀ ପିଆନୋ ବାଦନ ତାଙ୍କୁ ଅନ୍ୟ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ମାନଙ୍କଠୁ ଭିନ୍ନ ଏକ ପରିଚୟ ଦେଇଛି। ବଡ କଥା ହେଉଛି ଏହି ସଫଳତମ ସଙ୍ଗୀତଜ୍ଞ ୮୦ ପ୍ରତିଶତ ବଧୀର ହୋଇ ଜନ୍ମ ହୋଇଥିଲେ ।

ତାଙ୍କ ମତରେ, ତୁମେ ଯାହା କରୁଛ ତାକୁ ନିରୋଳା ଭଲ ପାଇବା ଦରକାର । ମୋତେ ଲୋକେ କୁହନ୍ତି ରନ ତୁମେ ଜଣେ ବଧିର, ତୁମେ ଏହା କରିପାରିବ ନାହିଁ । ତୁମେ ଜଣେ ବାଦକ ହେବା ଅସମ୍ଭବ, ତଥାପି ତୁମେ ଏହା କରିବାକୁ ଚାହୁଁଛ, କାରଣ ତୁମେ ଏହା କରିବାକୁ ଭଲପାଅ ।

ସଙ୍ଗୀତରେ ଅଦ୍ଭୁତପୂର୍ବ ସଫଳତା ପାଇବା ପରେ ରନ ଶାରୀରିକ ଅକ୍ଷମ ମାନଙ୍କ ପାଇଁ ଏକ ସାମାଜିକ ପ୍ରତିଷ୍ଠାନ ଆରମ୍ଭ କରିଛନ୍ତି । I.AM – Inclusive Art Movementର ସେ ସହ ପ୍ରତିଷ୍ଠାତା । ଏହାକୁ ସେ ଡାନିଏଲ ବିନ ହମଦାନଙ୍କ ସହ ମିଶି ଆରମ୍ଭ କରିଛନ୍ତି ଯିଏକି ରିପବ୍ଲିକ ପଲିଟେକ୍ନିକରେ ତାଙ୍କର ସହଶିକ୍ଷାର୍ଥୀ ଥିଲେ।

ଏହା ଏକ ଏପରି କାହାଣୀ ଯାହାକୁକି ଆମେ ଲିଖିତ ଶବ୍ଦ ଜରିଆରେ ଉଚିତ ନ୍ୟାୟ ଦେଇପାରିବୁ ନାହିଁ। ତେଣୁ ଆପଣ ରନ ଓ ଡାନିଏଲଙ୍କ ଠାରୁ ଏଇଠି ତାଙ୍କ କାହାଣୀ ଶୁଣନ୍ତୁ।


Share on
close