Invictus Saur Urja: ସୌର ଶକ୍ତି କ୍ଷେତ୍ରରେ ପଶ୍ଚିମବଙ୍ଗରେ କରିଥିବା ବିସ୍ତାରର କାହାଣୀ

Invictus Saur Urja: ସୌର ଶକ୍ତି କ୍ଷେତ୍ରରେ ପଶ୍ଚିମବଙ୍ଗରେ କରିଥିବା ବିସ୍ତାରର କାହାଣୀ

Thursday October 29, 2015,

3 min Read

ଅଭିଷେକ ପ୍ରତାପ ସିଂହ ଯେବେ ୨୦୧୪ରେ ଦୁର୍ଗା ପୁଜା ଛୁଟି କାଟିବାକୁ କୋଲକାତା ଆସିଥିଲେ ସେବେ ତାଙ୍କର କିଛି କଲେଜ ସହପାଠୀ ମାନଙ୍କ ସହ ଦେଖା ହେଲା ଏବଂ ଏହିଠାରେ ସାଙ୍ଗ ମାନଙ୍କ ସହ ବ୍ୟବସାୟ ବିଷୟରେ ଆଲୋଚନାରୁ ଜନ୍ମ ନିଏ Invictus Saur Urja(ଇନଭିକ୍ଟସ ସୌର ଊର୍ଜା)। ଆଜି ତାଙ୍କ କମ୍ପାନୀ କୋଲକାତା ଓ ଏହାର ଆଖାପାଖ ଅଞ୍ଚଳରେ ସୌର ଶକ୍ତିର ବିକାଶ ଓ ବ୍ୟବସାୟରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି.

image


ଅଭିଷେକ କହନ୍ତି ମମୁଁ ସବୁବେଳେ ଚାହହୁଁଥିଲି ନିଜର ଏକ ବ୍ୟବସାୟ ଆରମ୍ଭ କରିବି ବୋଲି ଏବଂ ଏହାକୁ ମୁଁ ମୋ ସାଙ୍ଗ ମାନଙ୍କ ସହ ଆଲୋଚନା କଲି। ଆମେ ପାଞ୍ଚଜଣ ମିଶି ନିଷ୍ପତ୍ତି ନେଲୁ ଯେ ଆମେ ସୌରଶକ୍ତି ସମ୍ପର୍କୀୟ ବ୍ୟବସାୟ କରିବୁ ଯାହା ଲାଭଦାୟକ ହେବା ସହ ପରିବେଶ ଅନୁକୁଳ ହେବ ଯାହାକି ଦେଶର ପ୍ରଗତିରେ ମଧ୍ୟ ଏକ ମୁଖ୍ୟ ଭୁମିକା ନିର୍ବାହ କରିବ।

ନିଜର ବ୍ୟବସାୟ ବିଷୟରେ ସେ କହନ୍ତି ଯେ ଆମ ଦେଶରେ ସୌରଶକ୍ତି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିଲେ ମଧ୍ୟ ଏହାର ଉପଯୁକ୍ତ ବିନିଯୋଗ ଆଜି ଯାଏ ହୋଇ ପାରିନାହିଁ। ସରକାରୀ ପ୍ରୋତ୍ସାହନର ଅଭାବ ଓ ଲୋକମାନଙ୍କ ମାନସିକତା ମଧ୍ୟ ଏଥି ନିମନ୍ତେ ଦାୟୀ। କିନ୍ତୁ ଏବେ ପଶ୍ଚିମବଙ୍ଗ ସରକାର ନୂତନ ସୌର ଶକ୍ତି ନୀତି ଘୋଷଣା କରିଛନ୍ତି ଯାହାକି ଲୋକଙ୍କୁ ତାଙ୍କ ନିଜ ଘର ଛାତ ଉପରେ ସୌରଚାଳିତ ପ୍ୟାନେଲ ଲଗାଇ ତାହାକୁ ବ୍ୟବହାର କରିପାରିବା ପାଇଁ ପ୍ରୋତ୍ସାହିତ କରୁଛି। କିନ୍ତୁ ସରକାର ଏହି ନୀତିରେ ବଳକା ସୌର ଶକ୍ତିକୁ କ୍ରୟ କରିବାର କୌଣସି ବ୍ୟବସ୍ଥା କରିନାହାନ୍ତି ଯାହା ଏ ଯୋଜନାର ସଫଳ ରୁପାୟନରେ ବାଧା ଉତ୍ପନ୍ନ କରିବାରେ।

image


"ସୌର ଶକ୍ତି ବ୍ୟବସାୟ ରେ ସବୁଠାରୁ ଭଲ ଜିନିଷଟି ହେଲା ଯେ ଏହା ପରିବେଶ ପ୍ରଦୂଷଣ କରେନାହିଁ ଓ ଏହା ସବୁଠାରୁ ଶସ୍ତା ଅଣପାରମ୍ପରିକ ଶକ୍ତିର ଉତ୍ସ। ଶିଳ୍ପକ୍ଷେତ୍ର ଓ ବିଭିନ୍ନ ବ୍ୟବସାୟର ଲୋକ ମାନେ ନିଜର ଶକ୍ତି ଆବଶ୍ୟକତା ମେଣ୍ଟାଇବା ପାଇଁ ମୁଖ୍ୟତ ଡିଜେଲ ଦ୍ଵାରା ପରିଚାଳିତ ମେଶିନ ଉପରେ ନିର୍ଭର କରିଥାନ୍ତି। ଡିଜେଲ ପରିବେଶକୁ ପ୍ରଦୂଷିତ କରିଥାଏ ଏବଂ ଏହାର ଦର ମଧ୍ୟ ଦିନକୁଦିନ ବଢିବାରେ ଲାଗିଛି। କିନ୍ତୁ ସୌରଶକ୍ତି ସେ ତୁଳନାରେ ଶସ୍ତା ଓ ପରିବେଶ ଅନୁକୁଳ, ଆମେ ଏହି ବାର୍ତ୍ତା ଏବେ ଜନତାକୁ ଜଣାଇବାକୁ ଚାହୁଁଛୁ। 
ଆମେ କୋଲକାତା,ରାଜାରହାଟ,ସଲ୍ଟ ଲେକ ଓ ନିଉଟାଉନ୍ ରେ କାମ ଆରମ୍ଭ କରିଚଛୁ। ଆମେ ସୋସିଆଲ ମିଡିଆ ଯଥା Facebook ଓ Twitter ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ। ଆମେ ମୁଖ୍ୟତ ସୁଚନା ଓ ପ୍ରଯୁକ୍ତି କମ୍ପାନୀ,ଶିକ୍ଷାନୁଷ୍ଠାନ ଓ ବଡ ବଡ ହାଉସିଂସୋସାଇଟି ମାନଙ୍କ ସହିତ ବ୍ୟବସାୟ କରିବାକୁ ପ୍ରାଧାନ୍ୟ ଦେଉଛୁ। ଆମେ ଏମାନଙ୍କ ପ୍ରତିଷ୍ଠାନରେ ଛାତଉପରେ ସୌରଚାଳିତ ପ୍ୟାନେଲ ଲଗାଇ ତାହାକୁ ବିଦ୍ୟୁତଶକ୍ତିରେ ରୁପାନ୍ତରିତ କରିବା ସହ ବଳକା ବିଜୁଳି ମଧ୍ୟ ସେମାନଙ୍କ ଠାରୁ କ୍ରୟ କରିବୁ। ଏହା ଫଳରେ ସେମାନେ ନିଜର ବିଦ୍ୟୁତ୍ ଚାହିଦା ମେଣ୍ଟାଇବା ସହ ଅତିରିକ୍ତ ବିଜୁଳି ବିକି ଲାଭବାନ ହେଇପାରିବେ। ଏହା BOOT ମଡେଲ୍ ଅର୍ଥାତ୍ ତିଆରି କର-ନିଜେ ଏହାର ମାଲିକ ହୁଅ-ପରିଚାଳନା କର-ଓ ମାଲିକାନା ବଦଳ କର ଉପରେ ଅଧାରିତ।"
image


"ସାଧାରଣ ଲୋକମାନଙ୍କ ସହିତ ଅନେକ ଥର ଆମେ ଏ ବିଷୟରେ ଆଲୋଚନା କରିଛୁ। କିନ୍ତୁ ଆମେ କଥାବାର୍ତ୍ତାରୁ ଅନୁଭବ କଲୁ ଯେ ଲୋକମାନେ ଏଠାରେ ଚିରାଚରିତ ଢଂଗ ରେ ଜୀବନ ବଂଚିବାକୁ ପସନ୍ଦ କରନ୍ତି। ସୌର ଶକ୍ତିକୁ ନେଇ ସେମାନେ ସେତେଟା ଆଗ୍ରହୀ ନୁହନ୍ତି। କାରଣ ସେମାନେଏହାକୁ ଏକ ଆବଶ୍ୟକତା ନ ଭାବି ଏକ ଅର୍ଥନିବେଶ ବୋଲି ଭାବୁଛନ୍ତି। ସେମାନେ ଏଥିରେ ହୋଉଥିବା ପୁଞ୍ଜିନିବେଶକୁ ସର୍ବଦା ସୁନା ବା ସେୟାର୍ ମାର୍କେଟ୍ ସହ ତୁଳନା କରନ୍ତି" ବୋଲି କହନ୍ତି ଅଭିଷେକ।

image


ନିଜର ଭବିଷ୍ୟତ ଲକ୍ଷ୍ୟ ବିଷୟରେ ସେ କହନ୍ତି ଯେ ଆଗାମୀ ତିଆରି ଦିନରେ ପଶ୍ଚିମବଙ୍ଗ ର ଅନ୍ୟ ସହର ମାନଙ୍କୁ ବିସ୍ତାର କରିବା ସହ ଦିଲ୍ଲୀ ଓ ବେଙ୍ଗାଲୁରୁରେ ବ୍ୟବସାୟ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ସେଥିନିମନ୍ତେ ଅର୍ଥବଳ ଓ ଲୋକବଳର ଆବଶ୍ୟକତା ରହିଛି। ବର୍ତ୍ତମାନ ତାଙ୍କ ଟିମରେ ୨୨ ଜଣ ସଦସ୍ୟ କାମ କରୁଛନ୍ତି ଯାହାକୁ ସେ ଭବିଷ୍ୟତରେ ଅଧିକ ମାତ୍ରାରେ ବଢେଇବାର ଲକ୍ଷ୍ୟ ରଖିଛନ୍ତି।

ଏଠାରେ ଆମେ କହିବାକୁ ଚାହୁଁ ଯେ ନିଃସନ୍ଦେହ ଭାବରେ ଏକ ସତତ ଭବିଷ୍ୟତ ପାଇଁ ଆମ ସଭିଙ୍କୁ ଅକ୍ଷୟ ଶକ୍ତି( ଯେପରିକି ସୌର ଶକ୍ତି) ଉପରେ ପୁଞ୍ଜିନିବେଶ କରିବା ଉଚିତ। କିନ୍ତୁ ତା'ସହ ଆମକୁ ଏ ସମ୍ପର୍କରେ ଟିକିଏ ତର୍ଜମା ମଧ୍ୟ କରିବା ଉଚିତ। ଉଦାହରଣ ସ୍ୱରୂପ ଏହି ସୋଲାର ପ୍ୟାନେଲ ତିଆରି କରିବା ପାଇଁ ସୋଡିୟମ ହାଇଡ୍ରୋକ୍ସାଇଡ ଓ ହାଇଡ୍ରୋଫ୍ଲୁରିକ ଏସିଡ ପରି କଡା କେମିକାଲର ପ୍ରୟୋଗ ହେଇଥାଏ। ଏଠି ପାଇଁ ବିଦ୍ୟୁତ, ପାଣି ଦରକାର ହେବା ସହ ଏଥିରୁ ବର୍ଜ୍ୟବସ୍ତୁ ମଧ୍ୟ ବାହାରିଥାଏ। ସୋଲାର ପ୍ୟାନେଲ ତିଆରି କରିବାର ପ୍ରକ୍ରିୟା ଖୋଦ ଅନେକ ପ୍ରଦୂଷଣ କରିଥାଏ। କିନ୍ତୁ ତା'ର ଅର୍ଥ ନୁହେଁ ଯେ ଏହା କରିବା ଉଚିତ ନୁହେଁ। ଏହା ବାସ କୁହେ ଯେ ଆଇନଗତ ଭାବେ କୌଣସିବି ଶକ୍ତିର ଉତ୍ସକୁ ସେତେବେଳେ ହିଁ ପୂରାପୂରି ୧୦୦ ପ୍ରତିଶତ ଅକ୍ଷୟ ଓ ପରିବେଶ ଅନୁକୂଳ କୁହାଯିବା ଉଚିତ ଯେତେବେଳେ ତାର ସମ୍ପୁର୍ଣ୍ଣ ପ୍ରକ୍ରିୟାଟି ପରିବେଶ ଅନୁକୂଳ ହେଇଥିବ। ଅକ୍ଷୟ ଶକ୍ତି ପାଇଁ କାମ କେବଳ ବ୍ୟବସାୟ ମଡେଲ ନହୋଇ ଏକ ଦୀର୍ଘସ୍ଥାୟୀ ସମାଧାନ ହେବା ଉଚିତ।