ମ୍ୟାକ୍ସ ଲାଇଫର I-genius Young Singing Stars Season 2 : ନୂତନ ସଙ୍ଗୀତ ପ୍ରତିଭାକୁ ଯୋଗାଉଛି ମଂଚ

ମ୍ୟାକ୍ସ ଲାଇଫର I-genius Young Singing Stars Season 2 : ନୂତନ ସଙ୍ଗୀତ ପ୍ରତିଭାକୁ ଯୋଗାଉଛି ମଂଚ

Thursday December 17, 2015,

2 min Read

ଦେଶର ଅଗ୍ରଣୀ ଜୀବନ ବୀମା କଂପାନି ମ୍ୟାକ୍ସ ଲାଇଫ୍ ଇନ୍ସୁ୍ୟରାନ୍ସ ଓ ୟୁନିଭର୍ସାଲ୍ ମ୍ୟୁଜିକ ପକ୍ଷରୁ ମୈଥାଲି ଠାକୁର ଓ ତନିଷ୍ଠା ପୁରୀଙ୍କୁ ଆଇ ଜିନିଅସ୍ ୟଙ୍ଗ୍ ସିଙ୍ଗିଙ୍ଗ୍ ଷ୍ଟାର୍ ସିଜନ୍-୨ର ବିଜେତା ଘୋଷଣା କରିଛନ୍ତି ।

ଗ୍ରାଣ୍ଡ୍ ଫାଇନାଲରେ ୧୦ ଚୂଡ଼ାନ୍ତ ପ୍ରତିଯୋଗୀ ଆକର୍ଷଣୀୟ କଳାକୌଶଳ ପ୍ରଦର୍ଶନ କରିଥିଲେ । ସାରା ଦେଶରୁ ଆସିଥିବା ଲକ୍ଷେରୁ ଅଧିକ ଆବେଦନରୁ ବିଚାରକ ମଣ୍ଡଳି ସଲିମ ମର୍ଚାଂଟ୍ ଓ ଶ୍ରଦ୍ଧା ଶର୍ମା ୧୦ ଫାଇନାଲିଷ୍ଟ୍ ଚୟନ କରିଥିଲେ । ଜୁନିଅର ଓ ସିନିଅର୍ ବର୍ଗରେ ତନିଷ୍ଠା ପୁରୀ ଓ ମୈଥାଲି ଠାକୁର ନିଜର ଆଲବମ୍ ରେକର୍ଡିଂ କରିବାର ସୁଯୋଗ ହାସଲ କରିଛନ୍ତି । ପ୍ରାରମ୍ଭିକ ବର୍ଗର ୫ ଶ୍ରେଷ୍ଠ ପ୍ରତିଯୋଗୀ ଏକ ସ୍ୱତନ୍ତ୍ର ମ୍ୟୁଜିକ ଭିଡିଓରେ ଭାଗ ନେବେ। ଜୁନିଅର୍ ଓ ସିନିଅର୍ ବର୍ଗର ୪ ଫାଇନାଲିଷ୍ଟ୍ ନିଜ ନିଜର ଏକକ ଗୀତ ରେକର୍ଡିଂ କରିବାର ଚୁକ୍ତି ହାସଲ କରିଛନ୍ତି ।

image


୨୦୧୪ରେ ଆଇ ଜିନିଅସ୍ ୟଙ୍ଗ୍ ସିଙ୍ଗିଙ୍ଗ୍ ଷ୍ଟାରର ସଫଳତା ପରେ ମ୍ୟାକ୍ସ ଲାଇଫ୍ ଇନ୍ସୁ୍ୟରାନ୍ସ ପକ୍ଷରୁ ୨୦୧୫ରେ ଏହାର ସିଜନ୍-୨ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ବେଶ ସଫଳ ହୋଇଛି । ବିଗତ ଦୁଇ ବର୍ଷରେ ଅଢ଼େଇ ଲକ୍ଷରର ଅଧିକ ଆବେଦନକାରୀ ଏଥିପ୍ରତି ଆଗ୍ରହ ଦେଖାଇଛନ୍ତି । ୪-୧୫ ବର୍ଷ ବୟସର ସଙ୍ଗୀତ ତାରକା ମାନେ ନିଜର ଗୀତକୁ ବୃତିଗତ କ୍ଷେତ୍ରର ଲୋକଙ୍କୁ ଶୁଣାଇବା ସହ ନିଜର ଆବଲମ୍ ରେକର୍ଡିଂ କରିବାର ସ୍ୱପ୍ନ ଏହି କାର୍ଯ୍ୟକ୍ରମ ଜରିଆରେ ପୂରଣ କରିବା ଭଳି ପ୍ଲାଟଫର୍ମ ଯୋଗାଇ ଦିଆଯାଉଛି । ତିନି ସ୍ତରୀୟ କଠିନ ଚୟନ ପ୍ରକ୍ରିୟା ପରେ ବିଚାରକ ମଣ୍ଡଳୀ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଚୟନ କରିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଶ୍ରେଷ୍ଠ ୧୦ ଫାଇନାଲିଷ୍ଟ୍ ଚୟନ କରାଯାଇଛି ।

ଏ ସଂପର୍କରେ ରାଜେଶ ସୁଦ୍, ସିଇଓ ଓ ପରିଚାଳନା ନିର୍ଦେଶକ, ମ୍ୟାକ୍ସ ଲାଇଫ୍ ଇନ୍ସୁ୍ୟରାନ୍ସ କହିଛନ୍ତି ଯେ, ୨୦୧୪ ପରଠାରୁ ଆଇ ଜିନିଅସ ୟଙ୍ଗ ସିଙ୍ଗିଙ୍ଗ୍ ଷ୍ଟାରକୁ ଯେଉଁ ଭଳି ଆଦୃତି ମିଳିଛି ତାହାକୁ ନେଇ ଆମେ ବେଶ ଉତ୍ସାହିତ । ଦେଶର ଭବିଷ୍ୟତମାନଙ୍କୁ ସେମାନଙ୍କ ଟ୍ୟାଲେଂଟ୍ ପ୍ରଦର୍ଶନ କରିବାର ପ୍ଲାଟଫର୍ମ ପ୍ରଦାନ କରି ଆମେ ଆନନ୍ଦିତ । ୨୦୧୦ରେ ଆରମ୍ଭ ହୋଇଥିବା ଆମର ଆଇ ଜିନିଅସ୍ କାର୍ଯ୍ୟକ୍ରମ ଦେଶର ୨୬.୫ ଲକ୍ଷ ପିଲାଙ୍କ ପାଖରେ ବୃତି, ଯୁବ ଲେଖକ ଭଳି କାର୍ଯ୍ୟକ୍ରମ ଜରିଆରେ ପହଂଚି ପାରିଛି ।

ଏ ସଂପର୍କରେ ଦେବରାଜ ସାନ୍ୟାଲ, ପରିଚାଳନା ନିର୍ଦେଶକ-ୟୁନିଭର୍ସାଲ୍ ମୁ୍ୟଜିକ୍ ଗ୍ରୁପ୍ ଓ ଇଏମ୍ଆଇ ଦକ୍ଷିଣ ଏସିଆ କହିଛନ୍ତି ଯେ, ମ୍ୟାକ୍ସ ଲାଇଫ୍ ଆଇ ଜିନିଅସ୍ ୟଙ୍ଗ ସିଙ୍ଗିଙ୍ଗ୍ ଷ୍ଟାର୍ ଦ୍ୱିତୀୟ ସିଜନରେ ମଧ୍ୟ ଏଥିପ୍ରତି ଉତ୍ସାହ ଜାରି ରହିଛି । ଏଥର ଆବେଦନ ପରିମାଣ ଏକ ଲକ୍ଷ ଅତିକ୍ରମ କରିଛି । ଏହି ସିଜନର ବିଶେଷତ୍ୱ ହେଉଛି ଅନ୍ୟ ସିଜନ୍ ତୁଳନାରେ ଏଥର ଅଧିକ ମେଧାବୀ ଆସିଥିଲେ । ଯେଉଁଭଳି ଭାବେ ଏହି କାର୍ଯ୍ୟକ୍ରମ ରୂପ ନେଉଛି ତାହାକୁ ନେଇ ମୁଁ ବେଶ ଗର୍ବିତ ।

ସଲିମ୍ ମର୍ଚାଂଟ୍, ବିଚାରକ ଓ ବ୍ରାଣ୍ଡ୍ ଆମ୍ବାସାଡର କହିଛନ୍ତି ଯେ, ମ୍ୟାକ୍ସ ଲାଇଫ୍ ଆଇ ଜିନିଅସ୍ ୟଙ୍ଗ ସିଙ୍ଗିଙ୍ଗ୍ ଷ୍ଟାର୍ ସିଜନ୍-୨ରେ ଯେଉଁଭଳି ଟ୍ୟାଲେଂଟ୍ ଦେଖିଲୁ ତାହା ଆଶ୍ଚର୍ଯ୍ୟ କରିବା ଭଳି । ଜଣେ ଶିଳ୍ପ ଜଗତର ବୃତିଧାରୀ ଭାବେ ସମସ୍ତ ପିଲାଙ୍କୁ ସେମାନଙ୍କ ଶତ ପ୍ରତିଶତ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବାକୁ ପ୍ରୟାସ କରିବାକୁ ହୁଏ, ଏଥି ସହିତ ବହୁ କଷ୍ଟରେ ପ୍ରତିଭାବାନଙ୍କୁ ଚୟନ କରିବାକୁ ପଡ଼ିଥାଏ ।