ଆଉ ଜଣେ ସଚିନ ! ଔରଙ୍ଗାବାଦରୁ Clear Car Rental ର ପ୍ରତିଷ୍ଠାତା

Clear Car Rental ର ପ୍ରତିଷ୍ଠାତା ହେଉଛନ୍ତି ସଚିନ କେଟ । 28 ବର୍ଷୀୟ ଏହି ଯୁବକ ନିଶ୍ଚିତ ଭାବେ ସମ୍ମାନର ଅଧିକାରୀ । ଯଦିଓ ଅନ୍ୟ କାର ରେଣ୍ଟାଲ ସେବା ପରି ଏହା ମଧ୍ୟ ଏକ କାର ରେଣ୍ଟାଲ ସେବା ତେବେ ସଚିନ ଙ୍କ କମ୍ପାନୀ ରେ କିଛି ତ ନୂତନତ୍ଵ ରହିଛି ।

ଆଉ ଜଣେ ସଚିନ ! ଔରଙ୍ଗାବାଦରୁ Clear Car Rental ର ପ୍ରତିଷ୍ଠାତା

Sunday November 08, 2015,

3 min Read

Clear Car Rental ର ପ୍ରତିଷ୍ଠାତା ହେଉଛନ୍ତି ସଚିନ କେଟ । 28 ବର୍ଷୀୟ ଏହି ଯୁବକ ନିଶ୍ଚିତ ଭାବେ ସମ୍ମାନର ଅଧିକାରୀ । ଯଦିଓ ଅନ୍ୟ କାର ରେଣ୍ଟାଲ ସେବା ପରି ଏହା ମଧ୍ୟ ଏକ କାର ରେଣ୍ଟାଲ ସେବା ତେବେ ସଚିନ ଙ୍କ କମ୍ପାନୀ ରେ କିଛି ତା ନୂତନତ୍ଵ ରହିଛି ।

ସଚିନଙ୍କ କାହାଣୀ

ମହାରାଷ୍ଟ୍ରର ଔରଙ୍ଗାବାଦରୁ ଆସିଥିବା ସଚିନ ଙ୍କ ପାଇ ଷ୍ଟାର୍ଟ ଅପ କରିବା ଏକ ବଡ ଅନୁଭବ । କାରଣ ତାଙ୍କ ଅଞ୍ଚଳରେ ଏହା ବିଷୟରେ କେହି କେବେ ଭାବିବା ମଧ୍ୟ ଦେଖା ଯାଏନହିଁ । ଯଦିଓ ସଚିନ ଙ୍କ ନିଜ ଅଞ୍ଚଳରେ ଚତୁର୍ଥ ଶ୍ରେଣୀ ପରେ ଶିକ୍ଷା ଲାଭ କରିବାର ସୁଯୋଗ ନହିଁ , ତେବେ ସଚିନଙ୍କ ପରିବାର ଦୃଢ ମନା ଥିଲେ । ତାଙ୍କ ପିତା ମାତା ତାଙ୍କୁ ଏକ ନିକଟ ବର୍ତ୍ତୀ ଅଞ୍ଚଳକୁ ଜଣେ ବନ୍ଧୁଙ୍କ ଘରେ ରଖି ପଢାଇବାର ବ୍ୟବସ୍ଥା କଲେ । ଆର୍ଥିକ ସମସ୍ୟା ହେତୁ ସେ ପ୍ରଥମେ ଖବର କାଗଜ ବିକିବା ଆରମ୍ଭ କରିଥିଲେ । ପରେ ଏକାଦଶ ଶ୍ରେଣୀ ରେ ସେ ଏକ କମ୍ପୁଟର କୋଚିଂ କେନ୍ଦ୍ର ରେ ଅଫିସ ବୟ ହିସାବରେ ଚାକିରି ପାଇଗଲେ ।

କମ୍ପୁଟର ପ୍ରତି ଆଗ୍ରହ ଥିବାରୁ ସେହି କେନ୍ଦ୍ର ରେ ସଚିନ କମ୍ପୁଟର ଚଳାଇବା ଶିଖିବା ସହ ଶିକ୍ଷା ଦେବା ଆରମ୍ଭ କରିଦେଲେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ । ତେବେ ଦ୍ଵାଦଶ ପରେ ସଚିନ ଅଧିକ ଶିକ୍ଷା ପାଇ ପୁଣି ଔରଙ୍ଗାବାଦ ଫେରିବା ସହ ସେଠାରେ ଏକ ଟ୍ରାଭେଲ ଏଜେନ୍ସି ରେ ମଧ୍ୟ କାମ କରିବା ଆରମ୍ଭ କରିଥିଲେ ।

image


ଏଠାରେ ସେ ଟ୍ରାଭେଲ ବ୍ୟବସାୟ ଉପରେ କିଛି ଅଭିଜ୍ଞତା ପାଇଥିବା କଥା କୁହନ୍ତି ସଚିନ । ପାର୍ଟ ଟାଇମ ଦରମାରେ ସେ ପୁରା ଟାଇମ କାମ କରିବା ଆରମ୍ଭ କାଲେ କାରଣ ତାଙ୍କୁ ସେଠାରେ କମ୍ପୁଟର ବ୍ୟବହାର କରିବାରେ ସ୍ଵାଧୀନତା ଥିଲା । ସେ ସମୟରେ ସେ ଡିଗ୍ରୀ କରୁଥିଲେ କମ୍ପୁଟର ବିଷୟ ନେଇ । ଏହା ସହ ତାଙ୍କୁ seo ଉପରେ ଅଧିକ ଜାଣିବାର ଇଚ୍ଛା ଓ ଆଗ୍ରହ ସୃଷ୍ଟି ହେଲା । ଏହା ସେହି ଟ୍ରାଭେଲ ଏଜେନ୍ସି ପାଇଁ ମଧ୍ୟ ସହଯୋଗ ହେଲା ।

ଆତ୍ମବିଶ୍ଵାସର ସହିତ ସଚିନ ଔରଙ୍ଗାବାଦ ରୁ ବାହାରିବା ପାଇ ଚେଷ୍ଟା କଲେ ମଧ୍ୟ ତାଙ୍କ ପରିବାର ତାହା ଚାହୁଁନଥିଲେ । ତେଣୁ ସେ ଭାବିଲେ ସେଠାରେ ରହି ୱେବସାଇଟ ଡେଭେଲପମେନ୍ଟ କାମ ରେ ମନୋନିବେଶ କରିବେ । ସେ ଟ୍ରାଭେଲ ଆଉ ହୋଟେଲ ମ୍ୟାନେଜମେନ୍ଟରେ ମନୋନିବେଶ କଲେ ଏବଂ ଆଜି ଯାଏ 600 ରୁ ଅଧିକ ୱେବସାଇଟ ବନେଇ ସାରିଛନ୍ତି । ସେଠାରୁ ସେ ଆରମ୍ଭ କରିଥିଲେ InfoGird ଓ NetMantle ପରି କମ୍ପାନୀ ।

ସଚିନଙ୍କ ବଡ ପ୍ଳାନ

ଯେହେତୁ ସଚିନ ଟ୍ରାଭେଲ ଆଉ ହୋଟେଲ ବ୍ୟବସାୟ ସହ ଜଡିତ ଥିଲେ ତେଣୁ ସେହି ସେକ୍ଟରରେ ଥିବା ଆବଶ୍ୟକତା ସହ ଆବଗତ ଥିଲେ । ତେଣୁ ଯଦିଓ ଆଗରୁ ଫ୍ଲାଇଟ ବୁକିଂ ଆଉ ହୋଟେଲ ପାଇ ଯଥେଷ୍ଟ ଟେକନୋଲଜି ଥିବା ବେଳେ ସେ ଦେଖିଥିଲେ ପର୍ଯ୍ୟଟନ କ୍ଷେତ୍ରରେ ରୋଡ ଟ୍ରାଭେଲ ପାଇ କୌଣସି ବିଶେଷ ସୁବିଧା ନଥିଲା । ଜୁଲାଇ ୨୦୧୦ରେ ସେ ଆରମ୍ଭ କଲେ Clear Car Rental । ସେ ସମୟରେ ମେରୁ କାବ ପରି ଅଳ୍ପ କିଛି ସେବା ଉପଲବ୍ଧ ଥିଲା । Clear Car Rental ମାଧ୍ୟମରେ ସେ ପୁରା ଦିନ, ଅଧା ଦିନ, ରାଉଣ୍ଡ ଟ୍ରିପ, ୱାନ ୱୟ ଡ୍ରପ, ଏକାଧିକ ସହର ଭ୍ରମଣ ପରି ଅନେକ ସୁବିଧା ଉପଲବ୍ଧ କରାଇଲେ । ଭାରତରେ ୧୫୦ ରୁ ଅଧିକ ସହରରେ ସେ ଏହି ସେବା ଉପଲବ୍ଧ କରାଇଲେ । ୧୦୦ ଜଣିଆ ଟୀମ ତାଙ୍କର ଏହି ଉଦ୍ୟୋଗରେ କାମ କରୁଥିଲେ ।

ବିନା ନିବେଶରେ ସଫଳତା

ଆମେ ଦେଖିଛୁ ଏହି ପରି କାର ରେଣ୍ଟାଲ କମ୍ପାନୀ ମାନେ ଅନେକ ନିବେଶକଙ୍କ ଠାରୁ ସହାୟତା ପାଇ ନିଜ ବ୍ୟବସାୟ ଆରମ୍ଭ କରନ୍ତି । ତେବେ ସଚିନ ବିନା କାହାରି ସହାୟତା ରେ 150 ଟି ସହରରେ ନିଜ ବ୍ୟବସାୟକୁ ବ୍ୟାପ୍ତ କରିପାରିଛନ୍ତି ।

image


ଏଯାବତ ସଚିନ ଙ୍କ କମ୍ପାନୀ ପକ୍ଷେ 14000 କାର ଏବଂ 1000 ରୁ ଅଧିକ କାର ମାଲିକ ବା କ୍ଷୁଦ୍ର ଟ୍ରାଭେଲ ସଂସ୍ଥା ପଞ୍ଜୀକୃତ ଅଛନ୍ତି। ବିଭିନ୍ନ ଘରୋଇ ଟ୍ରାଭେଲ କମ୍ପାନୀ ବ୍ୟତୀତ Makemytrip, Cox & Kings ଓ Thomas Cook ଭଳି ସଂସ୍ଥା ମାନେ Clear Car Rental ସହ ଅନୁବନ୍ଧିତ । Clear Car Rental ବିଶେଷ କରି 2-3ୟ ଶ୍ରେଣୀ ସହର ମାନଙ୍କରେ ଅଧିକ ସକ୍ରିୟ ଓ ଛୋଟ ସହରରେ ଲୋକମାନେ ଏବେ ଆମଠୁ ଗାଡି ଭଡା କରୁଛନ୍ତି ବୋଲି ସଚିନ କୁହନ୍ତି । ଏହା ଛଡା Clear Car Rental ର ମେଟ୍ରୋ ସହରରେ ମଧ୍ୟ ଭଲ ବ୍ୟବସାୟ ରହିଛି ।

ଔରଙ୍ଗାବାଦରୁ ପୁରା ଦେଶ ପାଇ ସ୍ଵପ୍ନ

ବିଶେଷ କରି ଛୋଟ ସହରରୁ ନୂଆ ନୂଆ ଉଦ୍ୟୋଗ ସୃଷ୍ଟି ହେବା ଏବେ ଆରମ୍ଭ ହୋଇଥିବା ବେଳେ ଔରଙ୍ଗାବାଦରୁ ଏପରି ଏକ କମ୍ପାନୀ ସୃଷ୍ଟି ହେବା ନିଶ୍ଚିତ ଗୋଟେ ଶୁଭ ସଙ୍କେତ । ବିନା କୌଣସି ଭିତ୍ତିଭୂମି, ବିନା କୌଣସି ମାର୍କେଟ ତଥା ବିନା ଯଥେଷ୍ଟ ମୂଳଧନ ଏକ ଛୋଟ ସହରରୁ ଏପରି ଏକ ଉଦ୍ୟୋଗ ଆରମ୍ଭ ହେବା ନିଶ୍ଚିତ ସକାରାତ୍ମକ ।

ସଚିନ କୁହନ୍ତି ସେ ଯାହା ବିଶ୍ଵାସ କରନ୍ତି ଯେ ସେ ତାହା କରିବାକୁ ଚେଷ୍ଟା କରନ୍ତି । ଏହା ତାଙ୍କ ସଫଳତାର ଚାବିକାଠି ।