ଭାରତୀୟ କ୍ରିକେଟ ଦଳର ନୂଆ କମାଲ୍, କେଦାର ଯାଦବଙ୍କ କାହାଣୀ

ଭାରତୀୟ କ୍ରିକେଟ ଦଳର ନୂଆ କମାଲ୍, କେଦାର ଯାଦବଙ୍କ କାହାଣୀ

Tuesday January 31, 2017,

3 min Read

ପୁଣେରେ ହେଉଥାଏ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ ଏକ ଦିବସୀୟ ମ୍ଯାଚ। ଭାରତର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୬୩/୪ରେ ସଂଘର୍ଷ କରୁଥାଏ। ଯୁବରାଜ ସିଂ ଓ ଏମ ଏସ ଧୋନୀ ବିଶେଷ ରନ ନ କରିପାରି ଆଉଟ ହେଇଯାଇ ପାଭିଲିଅନରେ ବସିଥାନ୍ତି। ଦଳର ଅଧିନାୟକ ବିରାଟ କୋହଲି ସଂଘର୍ଷ କରୁଥାନ୍ତି। ସେହି ସମୟରେ ସେଠାକାର ସ୍ଥାନୀୟ ଖେଳାଳି କେଦାର ଯାଦବ କ୍ରିଜକୁ ଗଲେ। ଇଂଲଣ୍ଡର ବୋଲର ମାନଙ୍କୁ କୌଣସି ଦୟା ନ ଦେଖାଇ ସେ ଚଉକା ପରେ ଛକା ପିଟି ମାତ୍ର ୭୬ଟି ବଲରେ ୧୨୦ ରନ କଲେ। ୧୨ଟି ଚଉକା ଓ ୪ଟି ଛକା ପିଟିଥିଲେ ଯାଦବ। ତାଙ୍କର ବିରାଟ କୋହଲିଙ୍କ ସହ ଭାଗୀଦାରୀରେ ଏଭଳି ପ୍ରଦର୍ଶନ ସହ ସେ ଭାରତୀୟ ଦଳକୁ ପୁଣି ଏକ ଭଲ ସ୍ଥାନରେ ଆଣି ପହଞ୍ଚାଇଲେ। ସ୍କୋରବୋର୍ଡରେ ଏକ ବିଶାଳ ୩୫୬ ରନ ସହ ଭାରତ ଏକ ରୋମାଞ୍ଚକାରୀ ବିଜଯ ହାସିଲ କରିପାରିଥିଲା। ମ୍ୟାନ ଅଫ ଦି ମ୍ଯାଚ ଯାଦବ ନିଜର ଜନ୍ମସ୍ଥାନ ଓ ନିଜ ପିତା ମାତା ଯିଏକି ଦର୍ଶକ ଷ୍ଟାଣ୍ଡରେ ବସିଥିଲେ, ସେମାନଙ୍କୁ ଗର୍ବିତ କରାଇଥିଲେ।

Source: <a href=

Source:

Cricket Countrya12bc34de56fgmedium"/>

ଆଉ ଏକ ବିଜୟ ପରେ ଭାରତକୁ ଇଂଲଣ୍ଡର କରିଥିବା ୩୨୧ ରନ ଠାରୁ ଅଧିକ କରିବାର ଥାଏ। ପୁଣି ଆଉଥରେ ୧୭୩-୫ରେ ଆସି ଭାରତୀୟ ଦଳ ସଂଘର୍ଷ କରୁଥାଏ। ଆବଶ୍ୟକ ରନ ରେଟ ଠାରୁ ଢେର ତଳେ ଥାଏ ସେତେବେଳର ରନ ରେଟ। ଦଳର ମୁଖ୍ୟ ବ୍ୟାଟ୍ସମ୍ୟାନ ମାନେ ସମସ୍ତେ ଆଉଟ ହେଇସାରିଥାନ୍ତି। ଆଶାର କୌଣସି ଆଲୋକ ଦେଖାଯାଉନଥାଏ। କିନ୍ତୁ ସେତେବେଳେ ଯାଦବ ସେହି ସମୟରେ ଏକ ଆକ୍ରାମକ ପାରି ଖେଳିବା ଆରମ୍ଭ କଲେ। ନଜର ତାଙ୍କର ଥାଏ କେବଳ ବାଉଣ୍ଡରି ଉପରେ। ସୁଯୋଗ ମିଳିବା ମାତ୍ରେ ସେ ଚଉକା ପରେ ଚଉକା ମାରିବାକୁ ଲାଗିଲେ। ଯଦିଓ ଭାରତ ଏହି ମ୍ଯାଚ ଜିତିପାରିଲା ନାହିଁ କିନ୍ତୁ ହାରିଲା ମାତ୍ର ୫ ରନର ବ୍ଯବଧାନରେ। ଯାଦବ କରିଥିଲେ ୯୦ ରନ।

ଏହା ହେଉଛି ଭାରତୀୟ କ୍ରିକେଟ ଟୀମର ସଦ୍ୟତମ ରୋମାଞ୍ଚ କେଦାର ଯାଦବଙ୍କ କାହାଣୀ।

ମହରାଷ୍ଟ୍ରର ସୋଲାପୁର ଜିଲ୍ଲାର ଏକ ଛୋଟ ଟାଉନ ମାଢରୁ ଆସିଛନ୍ତି ଯାଦବ। ତାଙ୍କର ଜୀବନର ପ୍ରାରମ୍ଭିକ ସମୟ ସେତେ ଭଲ ନଥିଲା। ତାଙ୍କ ମହରାଷ୍ଟ୍ର ବିଦ୍ୟୁତ ବୋର୍ଡରେ ଜଣେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ଯାଦବଙ୍କ ଉପରେ ତିନି ଭଉଣୀ ଥିଲେ ଯେଉଁମାନେ ଖୁବ ଭଲ ପାଠ ପଢୁଥିଲେ। କିନ୍ତୁ ଯାଦବଙ୍କର ରୁଚି ପାଠପଢାରେ ନଥିଲା। ସେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଢୀ ସ୍କୁଲ ଛାଡ଼ିଦେଇଥିଲେ।

ପ୍ରଥମେ ସେ ପୁଣେର ଏକ ସ୍ଥାନୀୟ କ୍ରିକେଟ କ୍ଲବରେ ଖେଳୁଥିଲେ। ପରେ କଠିନ ପରିଶ୍ରମ କରିବା ପରେ ୨୦୦୪ରେ ସେ ମହାରାଷ୍ଟ୍ରର U-୧୯ ଦଳରେ ଖେଳିବାର ମଉକା ପାଇଲେ। PYC ହିନ୍ଦୁ ଜିମଖାନାର ପଡ଼ିଆରେ ଘଣ୍ଟା ଘଣ୍ଟା ଧରି ସେ ଅଭ୍ଯାସ କରୁଥିଲେ। ସେ ଖୁବ ଶୀଘ୍ର ଘରୁଆ ଫର୍ମାଟରେ ଖେଳିବା ମଧ୍ୟରେ ଉଚ୍ଚ ସ୍ତରକୁ ଉଠିଗଲେ। ୨୦୧୨ରେ ସେ ୩୨୭ ରନ କରି ତାଙ୍କର ପ୍ରଥମ ଟ୍ରିପଲ ସେଞ୍ଚୁରୀ କରିଥିଲେ। ଘରୁଆ କ୍ରିକେଟ ଫର୍ମାଟରେ ଜଣେ ମରାଠୀଙ୍କ ଦ୍ଵାରା କରାଯାଇଥିବା ଏହା ଦ୍ଵିତୀୟ ସର୍ବାଧିକ ସ୍କୋର ଥିଲା। ୨୦୧୩-୧୪ର ରଣଜୀ ଟ୍ରଫି ସମୟରେ ସେ କ୍ରିକେଟର ସୁପରଷ୍ଟାର ହେଇଗଲେ। ୧୨୨୩ ରନ କରି ସେ ଛ’ଟି ସେଞ୍ଚୁରୀ କରିଥିଲେ। ସେ ସେହି ସିଜନର ସର୍ବାଧିକ ରନ କରିବା ଖେଳାଳି ଥିଲେ ଓ ଘରୁଆ କ୍ରିକେଟ କଦୁନିଆରେ ଚତୁର୍ଥ ସର୍ବାଧିକ ରନ କରିପାରିଥିବା ଖେଳାଳି ହେଲେ।

ମହରାଷ୍ଟ୍ର ପାଇଁ ପ୍ରାୟ ୧୦ ବର୍ଷ ଧରି ଏକ ରନ ମେସିନ ଭଳି ଖେଳୁଥିବା ଜଣେ ଅଣ୍ଡରଡଗ ଥିଲେ ଯାଦବ। ଏତେ ବର୍ଷ ପରେ ବିସିସିଆଇ ଚୟନ ପ୍ୟାନେଲର ନଜର ତାଙ୍କ ଉପରେ ପଡିଲା। ଆଇପିଏଲ ଟୀମ ଦିଲ୍ଲୀ ଡେୟାରଡେଭିଲ ଯାଦବଙ୍କୁ ୨୦୧୩ରେ ନିଜ ଟୀମରେ ଖେଳିବା ପାଇଁ କିଣିଥିଲା॥ ସେ ୨୦୧୬ରେ ବେଙ୍ଗାଲୁରୁର ରୋୟାଲ ଚ୍ୟାଲେଞ୍ଜର୍ସ ଦଳରେ ଖେଳିଲେ।

ସବୁ ଜାଗାରେ ଉତ୍ତମ ପ୍ରଦର୍ଶନ ଦେଖାଇବାକୁ ଚେଷ୍ଟା କରିବା ପରେ ସେ ୨୦୧୪ରେ ବାଂଲାଦେଶ ବିପକ୍ଷରେ ହେଉଥିବା ମ୍ଯାଚରେ ଭାରତୀୟ ଦଳର ଅଂଶବିଶେଷ ହେବା ପାଇଁ କଲ ପାଇଲେ। ସେ ସେହି ସିରିଜରେ ଖେଳିବାକୁ ମଉକା ପାଇନଥିଲେ। ସମାନ ବର୍ଷ ସେ ନିଜର ଏକଦିବସୀୟ କ୍ଯାରିଅରର ଆରମ୍ଭ କଲେ ଶ୍ରୀଲଙ୍କା ବିପକ୍ଷରେ ଖେଳି। ତାଙ୍କୁ ସେଞ୍ଚୁରୀ କରିବା ପାଇଁ ବେଶି ସମୟ ଲାଗିନଥିଲା। ମାତ୍ର ୮୭ ବଲରେ ସେ ୧୦୫ ରନ କରିପାରିଥିଲେ। ୨୦୧୫ରେ ସେ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ମେଡେନ ସେଞ୍ଚୁରୀ କରିଥିଲେ ଜିମ୍ବାଵେ ବିପକ୍ଷରେ।

ନିକଟରେ ଇଂଲଣ୍ଡ ବିପକ୍ଷରେ ହେଇଥିବା ଏକଦିବସୀୟ ମ୍ଯାଚରେ ଯାଦବ ନିଜର ମୂଲ୍ୟ ପ୍ରମାଣ କରି ଦେଖାଇଥିଲେ। ସେ ପ୍ରମାଣ କରିଦେଇଥିଲେ ଯେ ମିଡଲ ଅର୍ଡରର ମେରୁଦଣ୍ଡ ହେଲେ ସିଏ ଏବଂ ଆବଶ୍ୟକ ସମୟରେ ସେ ଉତ୍ତମ ପ୍ରଦର୍ଶନ କରି ଦେଶର ମହତ ରକ୍ଷା କରିପାରିବେ। ୩୨ ବର୍ଷ ବୟସରେ ତାଙ୍କର ଶାରୀରିକ ଫିଟନେସ ଓ ୱିକେଟ ମଧ୍ୟରେ ଦଉଡିବାର କ୍ଷମତା ତାଙ୍କର କଠିନ ପରିଶ୍ରମ ଓ ପ୍ରୟାସକୁ ଦର୍ଶାଏ।

The Hindu ସହ କଥା ହେଇ ତାଙ୍କର ଗୁରୁ ସୁରେନ୍ଦ୍ର ଭାବେ କୁହନ୍ତି,

ସେ ନିଜେ ବୁଝିପାରିଥିଲେ ଯେ ୬ ନମ୍ବରରେ ରହି ବ୍ୟାଟିଙ୍ଗ କରିବା ସମୟରେ ପ୍ରାୟ ସମୟରେ ଏକ ଖେଳାଳିର ଅସଫଳତା ଉପରେ ବେଶି ନଜର ଯାଏ ଏବଂ ସଫଳତା ଉପରେ କମ। ସେ ଜାଣିଥିଲେ ତାଙ୍କୁ ସୁଯୋଗ ମିଳିଲେ ନିଜର କ୍ଷମତାର ନିଦର୍ଶନ ଦେଖାଇବାକୁ ହେବ ଏବଂ ସେ ତାକୁ ହାତଛଡ଼ା କରିପାରିବେ ନାହିଁ। ତାଙ୍କୁ ଏହା କରିପାରିବାର ଦେଖି ମୁଁ ଅତ୍ୟନ୍ତ ଖୁସି।

ଯାଦବଙ୍କ କାହାଣୀ ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଏହା ପ୍ରମାଣ କରେ ଯେ କଠିନ ପରିଶ୍ରମ ଏବଂ ଅଧ୍ୟବସାୟର କେବେ ମଧ୍ୟ ବେକାର ଯାଏ ନାହିଁ।