ମୁଁ ଜଣେ ନିର୍ଯ୍ୟାତିତା ନୁହେଁ, ମୁଁ ଏକ ଉଦାହରଣ ହେବାକୁ ଚାହେଁ,

0

ଜୀବନରେ ବେଳେ ବେଳେ ଏମିତି କିଛି ସମୟ ଆସେ ବା ଘଟଣା ଘଟେ ଯାହା ଆମ ଜୀବନର ଗତିପଥ ବଦଳାଇଦିଏ ଅବା ନିଜକୁ ଚିହ୍ନିବାର ଏକ ସୁଯୋଗ ଦେଇଥାଏ ।

ମୁୁଁଁ ଅନେକ ଲୋକଙ୍କୁ ଜୀବନରେ ଏହିପରି ସମୟ ଦେଇ ଗତିକରିବାର ଦେଖିଛି । କିଛି ଲୋକ ଜୀବନରେ ଜଟିଳ ରୋଗରୁ ଭଲ ହେବା ପରେ ଏକ ଉନ୍ନତ ଜୀବନ ପାଇଛନ୍ତି ତ କେତେକ ନିଜର କେହି ଜଣେ ଅତି ନିଜର ଲୋକକୁ ହରାଇ ଜୀବନର ସବୁ ଆଶ ଛାଡି ଦେଇଛନ୍ତି । ଏମିତି ମଧ୍ୟ କିଛି ଲୋକଙ୍କୁ ଦେଖିଛି ଯେଉଁମାନେ ସବୁକିଛିକୁ ଭୂଲି ଯାଇଛନ୍ତି । ଜୀବନର ଏକ ମୂହୁର୍ତ୍ତ କେବଳ ଏକ ମୂହୁର୍ତ୍ତ । ଏହାର ଗରୁତ୍ୱ କେବଳ ସେହି ବ୍ୟକ୍ତି ଦ୍ୱାରା ସ୍ଥିର କରାଯାଇଥାଏ ସମାଜ ଦ୍ୱାରା ନୁହେଁ ।

ଆପଣମାନେ ନିଶ୍ଚିତ ଭାବୁଥିବେ ଏହି ବୁଦ୍ଧିମାନ ଦାର୍ଶନିକ ଜଣକ କିଏ ଓ ତାଙ୍କର କାହାଣୀ କଣ ?

ମୋ କାହାଣୀ ଅନ୍ୟ ମାନଙ୍କ ଠୁ ଟିକେ ଭିନ୍ନ । ମୋ ଜୀବନରେ ଅନେକ ଘଟଣା ଘଟିଛି କିନ୍ତୁ କୌଣସି ପରିବର୍ତ୍ତନ ଘଟିନଥିଲା । କିନ୍ତୁ ସେହି ଅଶୁଭ ଦିନରେ ଯେବେ ଜଣେ ନିରୀହ ଲୋକ କ୍ରୋଧରେ ମୋ ଉପରକୁ ଏସିଡ୍ ଫିଙ୍ଗିଲା ଓ ମୁଁ ଅନେକ ସର୍ଜ୍ଜରୀ, ଯନ୍ତ୍ରଣା ଏବଂ ଦୁଖ ଦେଇ ଗତିକଲି ଏବଂ ମୋ ଭିତରରେ ଏକ ସାହସ ଜାତହେଲା । ମୁଁ ଏଥିରୁ ଭଲ ହେବା ପରେ ମୋର ନୂଆ ଜୀବନ ପାଇଁ ନିଜକୁ ଭାଗ୍ୟବାନ ମନେ କରିବା କଥା କିନ୍ତୁ ସେପରି କିଛି ଘଟିଲାନାହିଁ । ସେହି ଶାନ୍ତି ଓ ଉପଶମର ଆନନ୍ଦ ମୋ ହୃଦୟର ଗଭୀରତମ ପ୍ରଦେଶରୁ ଆସିଲା ଯେତେବେଳେ ଭଗବାନ ମୋତେ ଦୁଇଟି ସୁନ୍ଦର ଉପହାର ଦେଲେ । ଦୁଇଟି ଝିଅଙ୍କୁ ଜନ୍ମ ଦେବାର ମୂହୁର୍ତ୍ତଗୁଡିକ ମୋତେ ଏକ ଅପୂର୍ବ ଆନନ୍ଦ ଦେଲା ଓ ମାତୃତ୍ୱର ଆନନ୍ଦ ମୋତେ ସବୁଦିନ ପାଇଁ ବଦଳାଇଦେଲା ।

ମୋ ସ୍ୱପ୍ନରେ ମୁଁ ମୋର ପୁରୁଣା ମୁହଁକୁ ଆଇନାରେ ଦେଖେ । ବ୍ରଣର ଭୟ, କଳା ପଡିଯିବାର ଭୟରେ ଯାହା ଭୟଭିତ ହୋଇଥାଏ । ଗୋରାପଣ ଓ ବ୍ରଣ ପାଇଁ ମୁଁ ଅନେକ ସୌନ୍ଦର୍ଯ୍ୟ ଦ୍ରବ୍ୟ ବ୍ୟବହାର କରୁଥିଲି କିନ୍ତୁ ବର୍ତ୍ତମାନ ସେସବୁର କୌଣସି ଆବଶ୍ୟକତା ନାହିଁ । ମୁଁ ସାଧାରଣ ଦେଖାଯିବାକୁ ଚେଷ୍ଟା କରୁଛି - ଆଖିପତା କିମ୍ବା ମୁଣ୍ଡରେ ବାଳରେଖା ନଥାଇ ମୁଁ କିପରି ସାଧାରଣ ଦେଖାଯିବି ?

ଲୋକମାନେ ମୋତେ ସର୍ବଦା ନିରିଖେଇ ଦେଖୁଛନ୍ତି । ପିଲାମାନେ ଭୟରେ ଚିକ୍ତାର କରୁଛନ୍ତି । କେତେକ ସେ ସ୍ତ୍ରୀ ଲୋକକୁ କଣ ହୋଇଥିଲା ବୋଲି ପଚାରୁଛନ୍ତି । କେତେକ ମୋ ପଛେ ଧାଉଁଛନ୍ତି ତ କେତେକ ମୋତେ ଦେଖି ଭୟରେ ଲୁଚୁଛନ୍ତି । ଏପରିକି ଥରେ ମୋ ଘରପାଖର ଗୋଟେ ପିଲା ମୋତେ ଘୃଣା କରେ ବୋଲି କହିଲା । ସେ ମୋର ମୁହଁ, ଆଖି, ଓଠ, ହାତକୁ ପସନ୍ଦ କରେ ନାହିଁ ଓ ମୁଁ ଗୋଟେ ଭୁତୁଣୀ ବୋଲି ମଧ୍ୟ କହିଲା ।

ଆପଣ ଯଦି ଏହି ମୂହୁର୍ତ୍ତରେ ମୋତେ ମୋ ଜୀବନର ସିଦ୍ଧାନ୍ତର ମୂହୁର୍ତ୍ତ କଥା ପଚାରିବେ ତେବେ ମୁଁ କହିବି ଯେ ମୁଁ ଯେତେ ବେଳେ ନିକୁ ସଙ୍ଗଠିତ କଲି ତାହା ହିଁ ମୋ ଜୀବନର ସିଦ୍ଧାନ୍ତର ସମୟ ହେଲା । ମୁଁ ମୋ ଉପରେ ବିଶ୍ୱାସ କରିବା ଓ ସାହସ ପାଇବା ପରେ ବିଶ୍ୱାଓ କଲି ଯେ ଯାହା ମୋ ସହ ମୋ ଅଜ୍ଞାତରେ ଘଟିଲା ଓ ମୋର ତାହା ଉପରେ କୌଣସି କତ୍ତୃତ୍ୱ ନଥିଲା ତାହା କେବେ ବି ମୋ ପରିଚୟର ନିୟାମକ ହୋଇନପାରେ । ସେହି ସ୍ମୃତିକୁ ସାଉଁଟିବାରେ ଓ ସେମାନଙ୍କୁ ଭୂଲିବାରେ ମୁଁ ନିଜକୁ ନୂତନ ଭାବେ ଯେପରି ଗଢ଼ିପାରିଛି ତାହା ହିଁ ମୋ ଜୀବନର ଶାନ୍ତିର ପରିଭାଷା ।

ମୋ ସହ ଯାହାବି ଘଟିଗଲା ତାହା ମୋ ମୁହଁ ଦେଇ ମୋ ରକ୍ତରେ ମିଶିଗଲା । ସେହି ଆକ୍ରମଣ ଓ ତାହାର ପରବର୍ତ୍ତୀ ସମୟକୁ ମୁଁ ଚାହିଁଥିଲେ ବି ବଦଳାଇ ପାରିନଥାନ୍ତି । କାରଣ ତାହା ମୋ ହାତରେ ନଥିଲା । କିନ୍ତୁବର୍ତ୍ତମାନ ମୁଁ ଯାହା କରୁଛି ତାହା ହିଁ ମୋର ସିଦ୍ଧାନ୍ତ । ଏହା କହିବାଠାରୁ ସହିବା ଅତ୍ୟନ୍ତ କଠିନ ଥିଲା, ନାରକୀୟ ଥିଲା ତଥାପି ମୁଁ ଏତେ କଠିନ ହୋଇଯାଇଛି ଯେ ଭାଙ୍ଗିବାର ତିଳେମାତ୍ର ଅବକାଶ ନାହିଁ ।

ମୋତେ ଜଣେ ସାହାସୀ ହୃଦୟର ମଣିଷ କୁହନ୍ତୁ ନାହିଁ କାରଣ କେତେକ ହୃଦୟହୀନ ଲୋକ ହିଁ ମୋ ଜୀବନକୁ ନଷ୍ଟ କରିଦେଲେ । ତେଣୁ ମୁଁ ଦୟା ଚାହେଁନାହିଁ । ମୁଁ ସହଯୋଗ ଆଶା କରେ । ମୁଁ ମୋ ଜୀବନର କିଛି ମୂଲ୍ୟବାନ ସମୟ ଓ ସ୍ୱାସ୍ଥ୍ୟ ହରାଇଛି କିନ୍ତୁ ମୋର ପରିଚୟ ଓ ସ୍ୱପ୍ନ ନୁହେଁ । ତାହା ସହିତ ମୁଁ ମୋର କେବେ ବି ପରିତ୍ୟାଗ କରନାହିଁ ବୋଲି ମୋ ମନରେ ଥିବା ଉତ୍ସ୍ୱାସକୁ ହରାଉଇନାହିଁ କି ମୋର ଅନ୍ୟମାନଙ୍କ ପ୍ରତିଥିବା ଭଲପାଇବାକୁ ହରାଇବି ନାହିଁ ।

ଆଜିର ଦିନରେ ମୁଁ ଅତିଜୀବନ ଫାଉଣ୍ଡେସନ ପ୍ରତି ଥିବା ମୋର ଦାନ ଓ ସଫଳତାକୁ ନେଇ ଗର୍ବ ଅନୁଭବ କରେ। କେବଳ ମୋର ଗୋଟିଏ ସରଳ ଭାବନା ହିଁ ମେତେ ଆଗକୁ ଯିବାକୁ ପ୍ରେରଣା ଯୋଗାଉଛି – ମୁଁ ଜଣେ ନିର୍ଯ୍ୟାତିତା ନୁହେଁ, ମୁଁ ଆଶାର ଏକ ପ୍ରତୀକ । ଯେଉଁମାନେ ମୋର ସହଯୋଗ କାମନା କରୁଛନ୍ତି ମୁଁ ଏବେ ସେମାନଙ୍କ ପାଇଁ ସଂଗ୍ରାମ କରିବି । ମୋ ପ୍ରତି କଣ ଘଟିଗଲା ନୁହେଁ ମୁଁ ଏକ ଉଦାହରଣ ରୂପେ ଛିଡା ହେବାକୁ ଚାହେଁ । ମୋର ମୁଖ ମୋର ପରିଚୟ ନୁହେଁ, ମୁଁ ନିଜକୁ କିପରି ଗଢ଼ିପାରିଛି ତାହା ହିଁ ମୋର ପ୍ରକୃତ ପରିଚୟ । ମୁଁ ଏକ ସୁଖଦ ସମାପ୍ତର କାହାଣୀ ।

Know more about Atijeevan and their work with acid-burn survivors at: www.atijeevanfoundation.org

ମୂଳ ଲେଖା - ଗେସ୍ଟ ଲେଖକ

ଭାଷାନ୍ତର - ସୌରଭ ପରିଡ଼ା