ଆଇଆଇଟି ଖଡଗପୁର ଛାତ୍ରମାନଙ୍କ ଯୁଗାନ୍ତକାରୀ ଉଦ୍ଭାବନ -ଗୋଟିଏ ଏସଏମଏସ ରେ ଆପଣଙ୍କ ପାଖେ ପହଞ୍ଚୁ ଥିବା ଚାଳକବିହୀନ ବାଇସାଇକେଲ

ଆଇଆଇଟି ଖଡଗପୁର ଛାତ୍ରମାନଙ୍କ ଯୁଗାନ୍ତକାରୀ ଉଦ୍ଭାବନ -ଗୋଟିଏ ଏସଏମଏସ ରେ ଆପଣଙ୍କ ପାଖେ ପହଞ୍ଚୁ ଥିବା ଚାଳକବିହୀନ ବାଇସାଇକେଲ

Thursday March 03, 2016,

3 min Read

ଭିନ୍ନକ୍ଷମ, ସାଇକେଲ ପେଡାଲ ମାରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟକ୍ତି ବିଶେଷ ତଥା ସାଇକେଲ ସେୟାରିଙ୍ଗ ଷ୍ଟେସନ ମାନଙ୍କ ପାଇଁ ଖୁସି ଖବର ଆଣି ଦେଇଛି ଆଇଆଇଟି ଖଡଗପୁରର ଛାତ୍ରମାନଙ୍କ ଦ୍ଵାରା ଉଦ୍ଭାବିତ ଏହି ଚାଳକବିହୀନ ବାଇସାଇକେଲ। ତା ଛଡା ଏହି ସାଇକେଲ ପରିବେଶ ସମ୍ପର୍କିତ ଅନେକ ସମସ୍ୟାର ସମାଧାନ ପାଇଁ ମଧ୍ୟ ସମ୍ଭାବନା ସୃଷ୍ଟି କରିଛି। ଆୟୁଷ ପାଣ୍ଡେ ଓ ଶୁଭମୟ ମହାଜନଙ୍କ ମାନସ ସନ୍ତାନ ଏହି ଆଇ-ବାଇକରେ ରହିଛି ସ୍ଵୟଂଚାଳିତ ଷ୍ଟିୟରିଂ, ବ୍ରେକ ଓ ଚଲେଇବା ବେଳେ ଆପେଆପେ ଭାରସମ୍ୟ ରଖିବାର ସୁବିଧା।

image


ପାର୍କିଂ ସ୍ଥାନ ମାନଙ୍କରେ ଭିନ୍ନକ୍ଷମ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ଦେଖି ହିଁ ତାଙ୍କୁ ଏହି ଆଇ-ବାଇକ ତିଆରି କରିବା ପାଇଁ ପ୍ରେରଣା ମିଳି ଥିଲା ବୋଲି କୁହନ୍ତି ଆଇଆଇଟି ଖଡଗପୁରର ଚତୁର୍ଥ ବର୍ଷ ମେକାନିକାଲ ଇଂଜିନିୟରିଂ ଛାତ୍ର ଆୟୁଷ। ତାଙ୍କ ମତରେ ଆମ ଦେଶର ଅଧିକାଂଶ ପାର୍କିଂ ସ୍ଥଳରେ ଭିନ୍ନକ୍ଷମଙ୍କ ପାଇଁ ଆବଶ୍ୟକ ପଡୁଥିବା ସ୍ଵତନ୍ତ୍ର ବ୍ୟବସ୍ଥା ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ସେ ଏପରି ଏକ ବାଇସାଇକେଲ ତିଆରି କରିବାକୁ ଚିନ୍ତା କଲେ ଯାହା ସ୍ଵୟଂଚାଳିତ ହୋଇଥିବ ଓ ଏହାର ନିୟନ୍ତ୍ରଣ ମନକୁ ମନ କରା ଯାଇ ପାରୁଥିବ।

ଏହି ବାଇସାଇକେଲଟିରେ dual locomotion technologyର ସୁବିଧା ମଧ୍ୟ ଉପଲବ୍ଧ। ମାନେ, ଆପଣ ଚାହିଁଲେ ଏହାକୁ ନିଜେ ଚଳାଇ ପାରିବେ ଓ ଚାହିଁଲେ ସ୍ଵୟଂଚାଳିତ ବ୍ୟବସ୍ଥାର ଲାଭ ମଧ୍ୟ ଉଠାଇ ପାରିବେ। ଏହି ବାଇସାଇକେଲରେ ଜିପିଏସ ବ୍ୟବସ୍ଥା ମଧ୍ୟ ଉପଲବ୍ଧ। ଜିପିଏସ ବ୍ୟବସ୍ଥା ଏହାକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସହାୟତା କରିଥାଏ। ଯିବା ରାସ୍ତାରେ ଥିବା ଅସୁବିଧାକୁ ଏଡାଇବା ପାଇଁ ଏଥିରେ ଲେଜର ଓ ସୋନାର ସେନ୍ସରର ବ୍ୟବହାର କରାଯାଇଛି। ଏହା ବାଇସାଇକେଲ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ରାସ୍ତାରେ ହିଁ ଏହି ସ୍ଵୟଂଚାଳିତ ବାଇସାଇକେଲକୁ ଯିବା ପାଇଁ ସହାୟତା କରିଥାଏ।

ଆପଣ ଯଦି ଏହି ସାଇକେଲ ସେବାର ସୁଯୋଗ ଉଠେଇବା ପାଇଁ ଚାହୁଁଛନ୍ତି ତାହାଲେ ପ୍ରଥମେ ଆପଣଙ୍କୁ ଆଣ୍ଡ୍ରଏଡ ଆପରୁ ବାଇସାଇକେଲ ପାଖକୁ ଗୋଟିଏ ଏସଏମଏସ ପଠେଇବା ପାଇଁ ପଡିବ। ଏସଏମଏସ ପଠେଇବା ପାଇଁ ଏହି ଆପରେ ଥିବା “call the bike to my location.” ସୁବିଧା ବ୍ୟବହାର କରିବାକୁ ହେବ। ବାଇସାଇକେଲ ଆପଣ କେଉଁ ସ୍ଥାନରେ ଠିଆ ହୋଇଛନ୍ତି ଜାଣି ସାରିଲା ପରେ ମନକୁ ମନ ଆପଣଙ୍କ ପାଖରେ ପହଞ୍ଚିଯିବ। ଆପଣଙ୍କ ପାଖରେ ଏହି ବାଇସାଇକେଲ ପହଞ୍ଚିଲା ପରେ ଆପଣ ଏହାର ସ୍ଵୟଂଚାଳିତ ଷ୍ଟିୟରିଂର ଉପଯୋଗ କରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ।

image


ଏହି ବାଇସାଇକେଲ ତିଆରି ପାଇଁ ଆୟୁଷ ଓ ଶୁଭମୟଙ୍କୁ ପ୍ରାୟ ଗୋଟେ ବର୍ଷ ଲାଗିଥିଲା। ତିଆରି ସମୟରେ ସେମାନେ ବୁଝି ପାରିଥିଲେ ଯେ ଏହା କେବଳ ଭିନ୍ନକ୍ଷମଙ୍କ ସମସ୍ୟା ନୁହେଁ, ଆହୁରି ଅନେକ କାର୍ଯ୍ୟରେ ଉପଯୋଗ କରାଯାଇ ପାରିବ। ବଡ ସହର ମାନଙ୍କରେ ଥିବା ବାଇସାଇକେଲ ସେୟାରିଙ୍ଗ ଷ୍ଟେସନମାନେ ମଧ୍ୟ ଏହି ଉଦ୍ଭାବନ ଦ୍ଵାରା ଉପକୃତ ହୋଇପାରିବେ। ଏହି ବାଇସାଇକେଲଟି ସ୍ଵୟଂଚାଳିତ ହେଇଥିବାରୁ ବାଇସାଇକେଲ ସେୟାରିଙ୍ଗ ବ୍ୟବସ୍ଥାରେ ଗୋଟିଏ ସକାରାତ୍ମକ ଓ ବଡ ପରିବର୍ତ୍ତନ ଆଣି ପାରିବ ବୋଲି ଆୟୁଷ ମତ ଦିଅନ୍ତି।

ଏହି ପରିକଳ୍ପନାରେ ଆୟୁଷ ଓ ଶୁଭମୟଙ୍କ ସହ ଆଇଆଇଟି ଖଡଗପୁରର ଆହୁରି ୧୧ ଜଣ ଛାତ୍ର ସମ୍ପୃକ୍ତ ଥିଲେ। ୨୦୧୪ ମସିହା ଅକ୍ଟୋବର ମାସରେ ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାର ପ୍ରୟାସ ଆରମ୍ଭ କରଯାଇଥିଲା। ନିକଟ ଅତୀତରେ KPIT Technologies ଦ୍ଵାରା ଆୟୋଜିତ ଜାତୀୟ ସ୍ତରୀୟ nationwide innovation challengeରେ ଏହି ବାଇସାଇକେଲ କୁ ମିଳିଛି ପ୍ରଥମ ପୁରସ୍କାର ଓ ପାଞ୍ଚ ଲକ୍ଷ ଟଙ୍କା। ଆୟୁଷ ଓ ତାଙ୍କ ଟିମ ଏବେ ଏହି ବାଇସାଇକେଲର ପ୍ୟାଟେଣ୍ଟ ପାଇଁ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଥରେ ପ୍ୟାଟେଣ୍ଟ ମିଳିଗଲେ ବାଇସାଇକେଲ ସେୟାରିଂ ଷ୍ଟେସନ ପ୍ରତିଷ୍ଠା ପାଇଁ ଇଚ୍ଛୁକ କମ୍ପାନୀ ମାନଙ୍କ ସହ କଥାବାର୍ତା ଆରମ୍ଭ କରାଯିବ ବୋଲି ଆୟୁଷ ଓ ତାଙ୍କ ଟିମ ଯୋଜନା ରଖିଛନ୍ତି ।

ଏହି ବାଇସାଇକେଲର ସବୁଠାରୁ ଭଲ ଜିନିଷ ଟି କଣ ପ୍ରଶ୍ନର ଉତ୍ତର ଦେଇ ଆୟୁଷ କୁହନ୍ତି:

ଏହା ଗୋଟିଏ ସାଧାରଣ ବାଇସାଇକେଲ ଯେଉଁଥିରେ କିଛି ବାହ୍ୟ ପରିବର୍ତ୍ତନ କରା ଯାଇଛି। ସୁଇଚ ବଦଳାଇ ଏହାକୁ ଗୋଟିଏ ସାଧାରଣ ବାଇସାଇକେଲ ଭଳି ମଧ୍ୟ ବ୍ୟବହାର କରିହେବ। ଚାଳକ ପାଖକୁ ମନ କୁ ମନ ଚାଲି ଆସି ପାରୁଥିବା ଏହି ବାଇସାଇକେଲର ପରିକଳ୍ପନା ପୃଥିବୀରେ ପ୍ରଥମ ଥର ପାଇଁ କରାଯାଇଛି।