ଡୋନାଲ୍ଡ ଟ୍ରମ୍ଫଙ୍କୁ ହରାଇଥିଲେ ମୁମ୍ବାଇର ଏହି ମହିଳା

ଡୋନାଲ୍ଡ ଟ୍ରମ୍ଫଙ୍କୁ ହରାଇଥିଲେ ମୁମ୍ବାଇର ଏହି ମହିଳା

Monday November 14, 2016,

3 min Read

ପାଞ୍ଚ ବର୍ଷ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ବର୍ତ୍ତମାନର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ହିଲାରୀ କ୍ଲୀଣ୍ଟନଙ୍କ ଠାରୁ ବେଶି ଦମଦାର ବିରୋଧୀଙ୍କୁ ଭେଟିଥିଲେ। ସେ ସେହି ମହିଳାଙ୍କର ଘରକୁ ନେଇ ସେଠାରେ ୬୫ ମହଲାର ଟ୍ରମ୍ଫ ଟାୱାର ତୋଳିବାର ସ୍ଵପ୍ନ ଦେଖିଥିଲେ। ମାତ୍ର ମହିଳା ଜଣକ ଥିଲେ ନଛାଡ଼େବନ୍ଧା। ତାଙ୍କ ଘର ସେ କୌଣସି ପରିସ୍ଥିତିରେ ମଧ୍ୟ ଦେବାକୁ ରାଜି ନଥିଲେ।

ସ୍ମିତା ପଣବାଲକର ଥିଲେ ଜଣେ ସାଧାରଣ ଗୃହିଣୀ ଯିଏ ନିଜ ସ୍ଵାମୀ, ପୁଅ ଓ ଭାଇଙ୍କ ସହ ଚୌପାଟ୍ଟୀରେ ଥିବା ଏକ ୮୭ବର୍ଷ ପୁରୁଣା କୋଠା, ପଠାରେ ପ୍ରଭୁର ପ୍ରଥମ ମହଲାରେ ରହୁଥିଲେ। ଏହି କୋଠା ଥିବା ଅଞ୍ଚଳଟି ଏକ ଆଲିଶାନ ଅଞ୍ଚଳ ଭାବେ ଜଣାଶୁଣା। ତାଙ୍କ ସହ ସେହି କୋଠାରେ ୨୪ଟି ପରିବାର ମଧ୍ୟ ରହୁଥିଲେ। ସାମାନ୍ୟ ମାତ୍ର ଭଡ଼ା ଦେଉଥିଲେ ଏବଂ ଶାନ୍ତିର ଜୀବନଯାପନ କରୁଥିଲେ।

Image : (L) – <a href=

Image : (L) –

The Times of India; (R) – Wikimedia Commonsa12bc34de56fgmedium"/>

କିନ୍ତୁ ୨୦୦୧ରେ ପରିବର୍ତ୍ତନର ହାୱା ଆସିଲା। ଡୋନାଲ୍ଡ ଟ୍ରମ୍ଫ ନାମକ ଜଣେ ରିଅଲ ଇଷ୍ଟେଟ ଟାଇକୁନ ସେଠାକାର ଏକ ସ୍ଥାନୀୟ ଡେଭେଲପରଙ୍କ ସହ ମିଶି ଭାରତର ପ୍ରଥମ ଟ୍ରମ୍ଫ ଟାୱାରର ପରିକଳ୍ପନା କଲେ। ମୁମ୍ବାଇର ଏକ ଆଲିଶାନ ଅଞ୍ଚଳରେ ୬୫ ମହଲା ଓ ୫୦ଟି ଅତିବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଗଢିବାର ସ୍ଵପ୍ନ ନେଇ ସେମାନେ ଏହି କୋଠାକୁ କିଣିବାର ପ୍ରୟାସ କଲେ। ଏହାକୁ ଲାଗି ଥିବା ଆଉ ଦୁଇଟି କୋଠାକୁ କିଣିସାରିଥିଲେ ସେମାନେ। ବାକି ଥିଲା ପଠାରେ ପ୍ରଭୁ।

ଏଥିରେ ରହୁଥିବା ପରିବାର ଗୁଡ଼ିକୁ ଘର ଛାଡ଼ିବାକୁ କୁହାଗଲା। ଅନ୍ୟ ପରିବାର ଗୁଡ଼ିକ ଚାଲିଗଲେ କିନ୍ତୁ ସ୍ମିତା ନିଜ ଘର ଛାଡ଼ିଯିବାକୁ ମନା କଲେ। ସ୍ମିତାଙ୍କ ସ୍ଵାମୀ ପ୍ରସାଦ ପଣବାଲକର BBCକୁ କୁହନ୍ତି, “ଆମକୁ ସ୍ଥାନୀୟ ଡେଭେଲପର ଘର ଛାଡିଦେବାକୁ କହିଲେ ଓ ତା’ ବଦଳରେ କ୍ଷତିପୂରଣ ଅର୍ଥ ମଧ୍ୟ ଦେଲେ। କିନ୍ତୁ ସ୍ମିତା ଜିଦରେ ଅଡି ବସିଥିଲେ। ସେ କହିଲେ ଯଦି ନୂଆଁ କୋଠାରେ ଆମକୁ ଏକ ଫ୍ଲାଟ ମିଳିବ ତାହେଲେ ଯାଇ ଆମେ ଏ ଘର ଛାଡ଼ିବୁ। ଆମେ ପରେ ଜାଣିଲୁ ଯେ ନୂଆଁ ହେବାକୁ ଥିବା କୋଠା ତିଆରି ପଛରେ ଆମେରିକାର ପ୍ରସିଦ୍ଧ ଟାଇକୁନ ଡୋନାଲ୍ଡ ଟ୍ରମ୍ଫ ଥିଲେ।

ଅନ୍ୟ ପରିବାର ମାନେ ୨୦୧୧ ଭିତରେ ସେମାନଙ୍କ ଘର ଖାଲି କରିଦେଇଥିଲେ। କିନ୍ତୁ ଟ୍ରମ୍ଫଙ୍କର ଭାରତରେ ସ୍ଵପ୍ନ ସାକାର ହେବା ମଝିରେ ପଣବାଲକର ପରିବାର ହିଁ ଏକମାତ୍ର ବାଧା ରୂପେ ଠିଆ ହୋଇଥିଲେ। ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। କୋଠାର ରକ୍ଷଣାବେକ୍ଷଣ ଦାୟିତ୍ଵ ନେବାକୁ କେହି ନଥିଲେ। ପାଇପ ସବୁ ଲିକ କରିବା ଆରମ୍ଭ କଲା। ଠାରେ ଏକ ଛୋଟକାଟିଆ ନିଆଁ ଲାଗି ୪୫ ଦିନ ଧରି ଇଲେକ୍ଟ୍ରିସିଟି ସୁବିଧା ମଧ୍ୟ ବ୍ଯାହତ ରହିଲା।

ତଥାପି ସ୍ମିତା ହାର ମାନିଲେ ନାହିଁ। ସେ ମୁମ୍ବାଇ ମିରରକୁ କହିଥିଲେ, “ଆମେ ଆମ ଘରେ ରହିବାକୁ ଚାହୁଁଛୁ। ଅନ୍ୟମାନେ ତାଙ୍କ ଘର ଛାଡ଼ିଦେଲେ, କିନ୍ତୁ ସେଇଟା ତାଙ୍କର ନିଷ୍ପତ୍ତି ଥିଲା। ଆମକୁ ଡେଭେଲପର ଘର ବାବଦରେ କ୍ଷତିପୂରଣ ଅର୍ଥ ଯାଚିଥିଲେ। କିନ୍ତୁ ଆମେ ମନା କରିଥିଲୁ ଓ ଅର୍ଥ ବଦଳରେ ଆମକୁ ନୂଆଁ କୋଠାରେ ଘର ଦେବାକୁ କହିଥିଲୁ। “

ସ୍ମିତା ଓ ତାଙ୍କ ପରିବାର ଦୀର୍ଘ ଛ’ ବର୍ଷ ଧରି ହାର ମାନିଲେ ନାହିଁ। ଟ୍ରମ୍ଫ ୨୦୧୩ରେ ହାର ମାନିଗଲେ ଓ ଅନ୍ୟ ଏକ ଜାଗାରେ ନିଜ ପ୍ରୋଜେକ୍ଟ ଆରମ୍ଭ କରିବାର ନିଷ୍ପତ୍ତି ନେଲେ। ଆମେରିକାର ରିଅଲ ଇଷ୍ଟେଟ ଟାଇକୁନ ସ୍ମିତାଙ୍କ ଜିଦ ଆଗରେ ହାରିଗଲେ। କିନ୍ତୁ ସ୍ମିତାଙ୍କ ପରିବାରକୁ ଏହି ବିଜୟର ଖୁସି ମନେଇବାର ସୁଯୋଗ ମିଳିଲା ନାହିଁ। ସ୍ମିତା ଗତ ବର୍ଷ ନଭେମ୍ବର ମାସରେ ହୃଦଘାତ ଯୋଗୁଁ ମୃତ୍ୟୁବରଣ କଲେ। ସେ ଅନେକ ଚିନ୍ତା ଦେଇ ଗତି କରୁଥିଲେ। ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି ତାଙ୍କ ସ୍ଵାମୀ ପ୍ରସାଦ କୁହନ୍ତି।

ଏକ ସ୍ଥାନୀୟ ଡେଭେଲପର ସହ ଏକ ବୁଝାମଣା ପରେ ଗତ ଏପ୍ରିଲ ମାସରେ ତାଙ୍କ ପରିବାର ଶେଷରେ ଘର ଛାଡ଼ିଛନ୍ତି। ସେହି ଜାଗାରେ ବର୍ତ୍ତମାନ ଏକ ୨୨ ମହଲା ଆପାର୍ଟମେଣ୍ଟ ନିର୍ମାଣ ହେଉଛି। ଏଥର ଡେଭେଲପର ଏହି ବିଲ୍ଡିଂ ନିର୍ମିତ ହେବା ପରେ ତାଙ୍କୁ ୧୨ ମହଲାରେ ଏକ ଅପାର୍ଟମେଣ୍ଟ ଦେବେ ବୋଲି କଥା ହେଇଛି।