ଇତିହାସରେ ପ୍ରଥମ ଥର ପାଇଁ ବାରଣାସୀରେ କିନ୍ନର ମାନେ କଲେ ପିଣ୍ଡଦାନ

ଇତିହାସରେ ପ୍ରଥମ ଥର ପାଇଁ ବାରଣାସୀରେ କିନ୍ନର ମାନେ କଲେ ପିଣ୍ଡଦାନ

Thursday September 29, 2016,

2 min Read

ବାରଣାସୀର କିନ୍ନର ଆଖଡ଼ା ଗତ ଶୁକ୍ରବାର ଦିନ ପରଲୋକ ପ୍ରାପ୍ତି ହୋଇଥିବା କିନ୍ନର ମାନଙ୍କ ପାଇଁ ପିଶାଚ ମୋଚନ କୁଣ୍ଡ ଠାରେ ପିଣ୍ଡଦାନ କରିଛନ୍ତି। ଦେଶର ଇତିହାସରେ ଏଭଳି ଘଟଣା ପ୍ରଥମ। ହିନ୍ଦୁଧର୍ମ ଅନୁସାରେ ଏକ ଗତ ଆତ୍ମାଙ୍କ ଶାନ୍ତି ଓ ପରିବାର ତଥା ଅଞ୍ଚଳର ସୁଖ ଶାନ୍ତି ଓ ସମୃଦ୍ଧି ନିମନ୍ତେ ପିଣ୍ଡଦାନ କରାଯାଇଥାଏ।

Image : <a href=

Image :

Dainik Bhaskara12bc34de56fgmedium"/>

ଯଦିଓ ମହାଭାରତରେ ଉଲ୍ଲେଖ ରହିଛି ଯେ ଶିଖଣ୍ଡୀ ନିଜ ପୂର୍ବଜଙ୍କ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ କରିଥିଲେ, କିନ୍ତୁ ଆମ ଦେଶର ଇତିହାସରେ କିନ୍ନର ମାନେ ଏପରି ଭାବେ ପିଣ୍ଡଦାନ କରିବା ଘଟଣା ପ୍ରଥମ। ଅନେକେ ବିଶ୍ଵାସ କରନ୍ତି ମୋଗଲ ରାଜତ୍ଵ ସମୟରେ କିନ୍ନର ମାନେ ଏପରି ଧର୍ମାନୁଷ୍ଠାନ କରୁଥିଲେ, ଯଦିଓ ଏହାର ସତ୍ୟାସତ୍ୟ ନେଇ କୌଣସି ପ୍ରମାଣ ମହଜୁଦ ନାହିଁ।

ଏହା ଏକ ପ୍ରଚେଷ୍ଟା ଥିଲା। ଆମ ପରିବାରର ପରଲୋକ ପ୍ରାପ୍ତ ସଦସ୍ୟଙ୍କ ଆତ୍ମାର ଶାନ୍ତି ନିମନ୍ତେ ପ୍ରାର୍ଥନା କରିବାର ପରମ୍ପରାକୁ ପୁନର୍ଜୀବିତ କରିବାର ଏକ ପ୍ରଚେଷ୍ଟା। ଦେଶର କୋଣ ଅନୁକୋଣରୁ କିନ୍ନର ମାନେ ପବିତ୍ର ପିତୃପକ୍ଷରେ ଆୟୋଜିତ ଏହି ପିଣ୍ଡଦାନ ଉତ୍ସବରେ ଯୋଗ ଦେବାକୁ ଧାଇଁ ଆସିଥିଲେ 
Image : <a href=

Image :

Dainik Bhaskara12bc34de56fgmedium"/>

- ଆଖଡାର ସିନିୟର ସଦସ୍ୟ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ପିଟିଆଇକୁ ଏକ ସାକ୍ଷାତକାରରେ କୁହନ୍ତି।

ଏହି ପିଣ୍ଡଦାନ ଉତ୍ସବ ସାଧାରଣତଃ ହିନ୍ଦୁ ଧର୍ମରେ ହେଉଥିବା ପିଣ୍ଡଦାନ ଉତ୍ସବରୁ ସାମାନ୍ୟ ଭିନ୍ନ ଥିଲା। ହିନ୍ଦୁ ଧର୍ମରେ ପିଣ୍ଡଦାନ ନିଜର ପୂର୍ବପୁରୁଷଙ୍କ ପାଇଁ କରନ୍ତି। କିନ୍ତୁ କିନ୍ନର ମାନେ ନିଜ ମାତାପିତା ଓ ପରିବାର ଦ୍ଵାରା ତେଜ୍ୟ ଓ କିନ୍ନର ସମୁଦାୟ ଦ୍ଵାରା ଗୃହୀତ କିନ୍ନର ଯେଉଁମାନେ ଇହଧାମ ତ୍ୟାଗ କରିସାରିଛନ୍ତି, ତାଙ୍କ ପାଇଁ ଏହି ପିଣ୍ଡଦାନ କରିଥାଆନ୍ତି

  - ତ୍ରିପାଠୀ କୁହନ୍ତି।

ଏହି ଦାନ ୨୧ଜଣ ବ୍ରାହ୍ମଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ପରେ ଦୁର୍ଗାକୁଣ୍ଡ ଠାରେ ଏକ ବ୍ରାହ୍ମଣ ଭୋଜନ ମଧ୍ୟ ଆୟୋଜନ କରାଯାଇଥିଲା। 

“ଗଙ୍ଗା ମହାସଭାର ପୃଷ୍ଠପୋଷକତାରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା କିନ୍ନର ମାନଙ୍କୁ ଆମ ସମାଜର ଏକ ଅଙ୍ଗ ଭାବରେ ଗ୍ରାହ୍ୟ କରାଇବା,” କୁହନ୍ତି ତ୍ରିପାଠୀ।

ଆଖଡ଼ାର ସଦସ୍ୟ ଓ ଅଂଶଗ୍ରହଣକାରୀ ମାନେ କାଶୀ ବିଶ୍ଵନାଥ ମନ୍ଦିରରେ ପ୍ରାର୍ଥନା କରି ପରେ ଦଶାଶ୍ବମେଧ ଘାଟରେ ଗଙ୍ଗା ଆରତୀରେ ଯୋଗ ଦେଇଥିଲେ। ଏହି ଅବସରରେ କନ୍ୟା ଭୃଣ ହତ୍ୟା ବିରୋଧରେ ଏବଂ କନ୍ୟା ସନ୍ତାନକୁ ବଞ୍ଚାଇବା ଅଭିଯାନ ପାଇଁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଏକ ପୋଷ୍ଟର ମଧ୍ୟ ଉନ୍ମୋଚନ କରିଥିଲେ।