ଭାରତୀୟ କ୍ରିକେଟ ଟିମ୍ ର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ କଣ ବିରାଟ ?

ଲେଖନ୍ତି ଆଶୁତୋଷ

ଭାରତୀୟ କ୍ରିକେଟ ଟିମ୍ ର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ କଣ ବିରାଟ ?

Friday December 23, 2016,

5 min Read

ଇଂଲଣ୍ଡ ଉପରେ ୪-୦ର ବିଜୟ ହାସଲ କରିଥିବା ଭାରତୀୟ କ୍ରିକେଟ ଟିମ ଉପରେ ଆପଣଙ୍କ ମତାମତ କଣ? ବିରାଟ କୋହଲିଙ୍କ ଟିମ କଣ ଇତିହାସର ସବୁଠାରୁ ଭଲ ଭାରତୀୟ ଟିମ? କଣ ବିରାଟ ହେଉଛନ୍ତି ଭାରତୀୟ ଟିମ୍ ର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ? ଏହା କଣ ଭାରତୀୟ କ୍ରିକେଟ ଟିମ ପାଇଁ ସୁବର୍ଣ୍ଣ ଯୁଗର ଅୟମାରମ୍ଭ? ସତୁରୀ ଓ ଅଶୀ ଦଶକର ୱେଷ୍ଟ ଇଣ୍ଡିଜ ପରି ବର୍ତ୍ତମାନର ଭାରତୀୟ ଟିମ କଣ କ୍ରିକେଟ ଜଗତରେ ରାଜୁତି କରିବ? ଗତ ଏକ ସପ୍ତାହ ଧରି ଏହି ସବୁ ପ୍ରଶ୍ନ ମୁଁ ନିଜକୁ ପଚାରି ଚାଲିଛି । ବର୍ତ୍ତମାନର ଟିମ ଯେ ଭାରତର ସର୍ବକାଳୀନ ଶ୍ରେଷ୍ଠ ଟିମ ଏହା କହିବାରେ ମୋର ଦ୍ଵିଧା ନାହିଁ । 1983 ମସିହାରେ ବିଶ୍ୱକପ ଜିତିଥିବା କପିଳଙ୍କ ଟିମ ଠାରୁ ମଧ୍ୟ ଏହା ଉନ୍ନତ। ଏପରିକି ଏହା ଦୁଇ ଦୁଇଟି ବିଶ୍ୱକପ ଜିତିଥିବା ଧୋନିଙ୍କ ଟିମ ଠାରୁ ମଧ୍ୟ ଭଲ । ସଚିନ, ଦ୍ରାବିଡ଼, ସେହବାଗ କୁମ୍ବଲେ ଓ ଭଜିଙ୍କ ପରି ତାରକା ଖଚିତ ସୌରଭଙ୍କ ଟିମଠାରୁ ମଧ୍ୟ ଏହା ଉନ୍ନତତର । ମୁଁ ଜାଣିଛି ସମୀକ୍ଷକ ମାନେ ମୋ ସହ ଏକମତ ହେବେ ନାହିଁ । ମୁଁ ବଢ଼େଇ ଚଢେଇ କହୁଛି ବୋଲି ସେମାନେ ଭାବି ପାରନ୍ତି । ମାତ୍ର ବର୍ତ୍ତମାନର ବାସ୍ତବତା ଗୋଟିଏ ଭିନ୍ନ କାହାଣୀ କହୁଛି ।

Image : <a href=

Image :

Sportzwikia12bc34de56fgmedium"/>

ଏପରି କହିବା ପାଇଁ ମୋ ପାଖରେ କେତାତି କାରଣ ରହିଛି । ପିଲାଦିନରୁ ମୁଁ କ୍ରିକେଟ ବିଷୟରେ ଟିକିନିଖି ଖବର ରଖି ଆସୁଛି । ସମୟ ଥିଲା, ଯେତେବେଳେ ଭାରତୀୟ ଦଳ ପରାଜୟ ଏଡ଼ାଇବା ପାଇଁ ହିଁ ଟେଷ୍ଟ ମ୍ୟାଚ ଖେଳୁଥିଲା । ଦଳ କାଁ ଭାଁ ଜିତୁଥିଲା । ହଁ, ସେଇଟା ପୁଣି ଥିଲା ଖାଣ୍ଟି କ୍ରିକେଟର ଯୁଗ । କ୍ରିକେଟ ସହିତ ଗ୍ଲାମର ଏତେ ମାତ୍ରାରେ ସଂଶ୍ଲିଷ୍ଟ ହୋଇନଥିଲା । ସେତେବେଳେ ନା ଥିଲା ହେଲମେଟର ଏପରି ବହୁଳ ପ୍ରୟୋଗ, ନା ପଡିଆରେ ଏତେ ଧାଁ ଦୌଡ଼ ଅବା ଟିଭି ପରଦାରେ ସିଧା ପ୍ରସାରଣ । ରେଡ଼ିଓରେ ସୁଶୀଲ ଦୋଷୀ ଓ ନରୋତ୍ତମ ପୁରୀଙ୍କ ମନଜିଣା ଧାରା ବିବରଣୀ ହିଁ କ୍ରିକେଟ ଶୁଣିବାର ଏକମାତ୍ର ମାଧ୍ୟମ ଥିଲା।

ସତୁରି ଦଶକରେ ସ୍ପିନର ମାନେ ହିଁ ଥିଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଆକର୍ଷଣ। ଚନ୍ଦ୍ରଶେଖର ବେଦୀ, ପ୍ରସନ୍ନା ଏବଂ ଭେଙ୍କଟ ରାଘବନ ପ୍ରତିପକ୍ଷ ପାଇଁ ସାଜିଥିଲେ ଆତଙ୍କ । ଭାରତୀୟ ପିଚରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଏମାନଙ୍କୁ ଖେଳିବାକୁ ଡରୁଥିଲେ। ଗୁଣ୍ଡାପା ବିଶ୍ୱନାଥ ଓ ଗାଭାସ୍କର ଥିଲେ ଏହା ସମୟର ଦୁଇ ବିଶ୍ୱ ସ୍ତରୀୟ ଭାରତୀୟ ବ୍ୟାଟ୍ସମ୍ୟାନ। ଏପରି ସ୍ପିନର ଓ ବ୍ୟାଟ୍ସମ୍ୟାନଙ୍କ ଉପସ୍ଥିତି ସତ୍ଵେ ଭାରତକୁ ଗୋଟିଏ ଦୁର୍ଦ୍ଧଷ ଦଳ ଭାବେ ବିବେଚନା କରା ଯାଉନଥିଲା। ବିଦେଶରେ ଆମ ପାଇଁ ପରାଜୟ ସୁନିଶ୍ଚିତ ଥିଲା ଓ ନିଜ ମାଟିରେ ବିଜୟ ପାଇଁ ଆମକୁ ଅନେକ ସଂଘର୍ଷ କରିବାକୁ ପଡୁଥିଲା। ଆମେ କେବେ ବି ଜିତିବା ପାଇଁ ଖେଳୁନଥିଲୁ । ପରାଜୟ ଏଡ଼ାଇବା ଭାରତୀୟ ଦଳ ପାଇଁ ବଡ଼ କଥା ଥିଲା ।

କପିଳଙ୍କ ଆବିର୍ଭାବ ପରେ ଭାରତୀୟ କ୍ରିକେଟ ଜଗତରେ ସ୍ପିନର ଯୁଗର ଅବସାନ ହେଲା। ପ୍ରତି ଯୁବ ଖେଳାଳୀ କପିଳଙ୍କ ପଦାଙ୍କ ଅନୁସରଣ କରୁଥିଲା ଓ ତାଙ୍କ ଭଳି ହେବାକୁ ଚାହୁଁଥିଲା। ୱେଷ୍ଟ ଇଣ୍ଡିଜ ଓ ଅଷ୍ଟ୍ରେଲିଆ ଭଳି ଭାରତ ପାଖରେ କେବେ ବି ବିଶ୍ୱ ସ୍ତରର ଦୃତ ବୋଲର ନଥିଲେ । ମହମଦ ନିସାର ଙ୍କ ଦୃତ ବୋଲିଂ ସ୍ୱାଧୀନତା ପୂର୍ବର କଥା ଥିଲା । ଗାଭାସ୍କରଙ୍କ ପରେ ସଚିନ ଆସିଥିଲେ, ମାତ୍ର ଭାରତୀୟ କ୍ରିକେଟକୁ ଅଧିକ ପ୍ରତିଦ୍ୱନ୍ଦିତାମୂଳକ କରିବା ପାଇଁ ଗାଙ୍ଗୁଲିଙ୍କର ଅପେକ୍ଷା ରହିଥିଲା ।

ସୌରଭ ନିଶ୍ଚିତ ଭାବେ ଜଣେ ଦକ୍ଷ ଓ ଧୂରିଣ ବ୍ୟାଟ୍ସମ୍ୟାନ ଥିଲେ । ମାତ୍ର ତାଙ୍କ ବ୍ୟାଟିଂ ଦକ୍ଷତା ଠାରୁ ଅନେକ ଗୁଣରେ ଉନ୍ନତ ଥିଲା ତାଙ୍କ ଅଧିନାୟକତ୍ୱ ଦକ୍ଷତା । ସେ ଗାଭାସ୍କର ଓ କପିଳଙ୍କ ଠାରୁ ଭିନ୍ନ ଥିଲେ । ସେ ଜିତିବା ପାଇଁ ଖେଳୁଥିଲେ । ତାଙ୍କ ପାଖରେ ଥିଲେ ସେହବାଗଙ୍କ ଭଳି ହାର୍ଡ ହିଟିଙ୍ଗ ଓପନର, ଦ୍ରାବିଡ଼ଙ୍କ ଭଳି କାନ୍ଥ, ସଚିନ ଓ ଲକ୍ଷ୍ମଣ । କୁମ୍ବଲେ ଓ ହରଭଜନଙ୍କ ଭଳି ବିଶ୍ୱସ୍ତରୀୟ ସ୍ପିନର ମଧ୍ୟ ତାଙ୍କ ଦଳରେ ଥିଲେ । ଦଳର ପେସ ଆଟାକ ସମ୍ଭାଳୁଥିଲେ ଶ୍ରୀନାଥ ଓ ତାଙ୍କ ପରେ ଜାହିର ଖାଁ । ଗାଙ୍ଗୁଲିଙ୍କ ଦଳକୁ ହରାଇବା କଠିନ ଥିଲା । ଷ୍ଟିଭ ୱ ଓ ରିଙ୍କି ପଣ୍ଟିଙ୍ଗଙ୍କ ଦୁର୍ଦ୍ଧଷ ଅଷ୍ଟ୍ରେଲିଆ ଦଳକୁ ମଧ୍ୟ ସୌରଭଙ୍କ ଏହି ଭାରତୀୟ ଦଳ ଚ୍ୟାଲେଞ୍ଜ ଦେଇ ପାରୁଥିଲା । ହେଲେ ସୌରଭଙ୍କ ଦଳ ରେ ଗୋଟିଏ ଅଭାବ ଥିଲା । ତାହା ଥିଲା ଜଣେ ଉନ୍ନତ ମାନର ଅଲରାଉଣ୍ଡର ଯିଏ ଦଳରେ ସମନ୍ୱୟ ରକ୍ଷା କରିପାରିବେ ।

ସୌରଭଙ୍କ ପରେ ଧୋନୀ ଭାରତୀୟ ଦଳକୁ ଏକ ନୂତନ ଉଚ୍ଚତାକୁ ନେଇଯାଇଥିଲେ । ପତନ ସେବେ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ସେବେ ବି ଅପରାଜେୟ ଦଳ ଭାବେ ବିବେଚିତ ହେଉଥିଲା । ଭାରତୀୟ ଅଧିନାୟକ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଆତ୍ମବିଶ୍ଵାସୀ ଥିଲେ ଧୋନୀ ଓ ସେ ସାମ୍ନାରୁ ମୋର୍ଚ୍ଚା ସମ୍ବଳିବାକୁ ପସନ୍ଦ କରୁଥିଲେ । ଧୋନି ପରିଚିତ ହେଲେ କ୍ୟାପଟେନ କୁଲ ଭାବେ । ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପ୍ରତି ଫର୍ମାଟରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା । ସେ ପ୍ରଥମେ ଟି-20 ବିଶ୍ୱକପ ଓ ପରେ ବିଶ୍ୱକପ ମଧ୍ୟ ଜିତିଥିଲେ । ମାତ୍ର ସମସ୍ତ ବିନମ୍ରତା ସହ ଏ ଖୁଣ ବିଷୟରେ ମତେ କହିବାକୁ ପଡୁଛି ଯେ ଧୋନିଙ୍କ ଭାରତୀୟ ଦଳରେ ନା ଥିଲେ ବିଶ୍ୱସ୍ତରୀୟ ବୋଲର ଅବା ଉଚ୍ଚ ଦକ୍ଷତା ସମ୍ପନ୍ନ ଅଲରାଉଣ୍ଡର । ସେତେବେଳେ ବିକଳ୍ପର ଅଭାବ ଥିଲା ଓ ବେଞ୍ଚ ମଧ୍ୟ ଏତେ ଶକ୍ତିଶାଳୀ ନଥିଲା ।

Image : Google Search

Image : Google Search


ଧୋନିଙ୍କ ପରି କୋହଲି ମଧ୍ୟ ଦୃଢ଼ ଆତ୍ମବିଶ୍ଵାସୀ ଓ ସମ୍ମୁଖ ଯୁଦ୍ଧକୁ ପସନ୍ଦ କରନ୍ତି. ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ତାଙ୍କୁ ଭଲ ଲାଗେ. ସୌରଭଙ୍କ ପରି ବିରାଟ ମଧ୍ୟ ନିଜ ଭାବାବେଗକୁ ସମ୍ମୁଖରେ ପ୍ରକାଶ କରିଦିଅନ୍ତି. ଗାଙ୍ଗୁଲି ଓ ଧୋନିଙ୍କ ତୁଳନାରେ କୋହଲି ଜଣେ ଢେର ଭଲ ବ୍ୟାଟ୍ସମ୍ୟାନ. ତାଙ୍କ ଶ୍ରେଣୀ ସଚିନ ଓ ଗାଭାସ୍କରଙ୍କ ସହ ସମକକ୍ଷ. ହେଲେ ସଚିନ ଓ ବିରାଟ ଙ୍କ ମଧ୍ୟରେ ମଧ୍ୟ ପ୍ରଭେଦ ରହିଛି. ବିରାଟ ରଂ ପିଛା କରି ଜିତିବାରେ ଧୁରନ୍ଧର ଓ ଅଧିନାୟକ ପଦ ତାଙ୍କୁ ମଜା ଦିଏ. ଏ ଦୁଇଟି ଯାକ ଥିଲା ସଚିନଙ୍କ ଦୁର୍ବଳତା ।

ବିରାଟ ଙ୍କ ପାଖରେ ଏପରି ଏକ ଟିମ ଅଛି ଯେଉଁଥିଲେ ଗାଙ୍ଗୁଲିଙ୍କ ଟିମର ସବୁ ମହାନ ଖେଳାଳିଙ୍କ ବିକଳ୍ପ ଅଛନ୍ତି । ଯଦି ବିରାଟଙ୍କୁ ସଚିନଙ୍କ ସହ ତୁଳନା କରାଯାଏ ପରେ, ତାହାଲେ ପୂଜାରେ ଦ୍ରାବିଡ଼ଙ୍କ ଓ ରାହାଣେ ଲକ୍ଷ୍ମଣଙ୍କ ଶୂନ୍ୟସ୍ଥାନ ପୂରଣ କରିବାରେ ସମର୍ଥ । ସେହବାଗ ଓ ଗମ୍ଭୀର ଙ୍କ ଓପନିଂ ଯୋଡି ସହ ଧାୱନ ଓ କେ. ଏଲ. ରାହୁଲଙ୍କୁ ତୁଳନା କରାଯାଇପାରେ । ଅଶ୍ଵିନ ଓ ଜାଡେଜା କୁମ୍ବଲେ ଓ ହରଭଜନ ଙ୍କ ଅପେକ୍ଷା ଅଧିକ ମ୍ୟାଚରେ ଭାରତକୁ ବିଜୟୀ କରାଇ ପାରିଛନ୍ତି । ପେସ ବିଭାଗରେ ଉମେଶ ଯାଦବ, ଶାମି ଭୁବନେଶ୍ୱର କୁମାର ଓ ଇଶାନ୍ତଙ୍କ ପରି ଧୁରନ୍ଧର ଅଛନ୍ତି ଯେଉଁମାନେ ୧୪୦ କିମି ରୁ ଅଧିକ ବେଗରେ ବଲ୍ ପକାଇବା ପାଇଁ ସମର୍ଥ ।

Image : <a href=

Image :

Yahooa12bc34de56fgmedium"/>

ବିରାଟ ଙ୍କ ଟିମ ହେଉଛି ଭାରତର ସର୍ବକାଳୀନ ଶ୍ରେଷ୍ଠ ଆଥଲେଟିକ ଟିମ । ଏହାର କ୍ଷେତ୍ର ରକ୍ଷଣ ସର୍ବଶ୍ରେଷ୍ଠ । ପୂର୍ବରୁ ଭାରତୀୟ ଦଳ ଏହି ବିଭାଗରେ ଅପେକ୍ଷାକୃତ ଭାବେ ଦୁର୍ବଳ ଥିଲା । ବିରାଟ ଙ୍କ ପାଖେ ଅଶ୍ଵିନ ଓ ଜାଡେଜାଙ୍କ ଭଳି ଦୁଇ ଜଣ ବିଶ୍ୱସ୍ତରୀୟ ଅଲରାଉଣ୍ଡର ଅଛନ୍ତି । ଏହା ଭାରତୀୟ ଦଳକୁ ଅଧିକ ଶକ୍ତି ଓ କ୍ଷମତା ଦେଉଛି । ନବମ ପାଳିରେ ଆସି ମଧ୍ୟ ଶତକ ମାରିବାର କ୍ଷମତା ବର୍ତ୍ତମାନର ଭାରତୀୟ ଖେଳାଳିଙ୍କ ଭିତରେ ଅଛି । ଏହା ବିଶ୍ବ କ୍ରିକେଟ ଇତିହାସର ଏକ ବିରଳ ଘଟଣା ।

ବର୍ତ୍ତମାନର ଭାରତୀୟ ଦଳର ସବୁଠାରୁ ବଡ଼ ଶକ୍ତି ହେଲା ଏହାର ବେଞ୍ଚ ଷ୍ଟ୍ରେଙ୍ଗଥ । ଶିଖର ଆହତ ହେଲେ ତାଙ୍କ ଜାଗା ନେବାକୁ ଅଛନ୍ତି ପାର୍ଥିବ ଓ ରାହୁଲ । ରାହାଣେ ଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ଦେବେ ନାହିଁ କରୁଣ ନାୟର । ବର୍ତ୍ତମାନ ସମୟ ଏମିତି ଆସିଛି ଯେ ରୋହିତ ଶର୍ମାଙ୍କ ଭଳି ଖେଳାଳି ଦଳରେ ଜାଗା ପାଇବା ପାଇଁ ସଂଘର୍ଷ କରୁଛନ୍ତି । ଆମ ପାଖରେ ୫ ଜଣ ସମାନ ଦକ୍ଷତା ଓ ବେଗ ସମ୍ପନ୍ନ ୫ ଜଣ ପେସ ବୋଲର ଅଛନ୍ତି । ଏହାଛଡା ଅଶ୍ଵିନ ଓ ଜାଡେଜା ଙ୍କ ସହ ଜୟନ୍ତ ଯାଦବ ଓ ଅମିତ ମିଶ୍ରା ମଧ୍ୟ ନିଜର ସ୍ପିନ ଯାଦୁ ଦେଖାଇ ପାରୁଛନ୍ତି ।

ମୁଁ ଜାଣିଛି ଯେ ଏପରି କହି ମୁଁ ବିରୁଡ଼ି ବସାରେ ହାତ ମାରି ଦେଇଛି । ଆଲୋଚକ ମାନେ ମତେ ଛାଡ଼ିବେ ନାହିଁ । ମାତ୍ର ଭାରତୀୟ ଦଳ ଇଂଲଣ୍ଡ କୁ 4-0ର ବୃହତ ବ୍ୟବଧାନରେ ହରାଇବାର ପୂର୍ବ ନଜିର ମଧ୍ୟ ନାହିଁ । ବର୍ତ୍ତମାନର ଇଂଲଣ୍ଡ ଦଳ ଆଦୌ ଦୁର୍ବଳ ନୁହେଁ । ଏଥିରେ ଅନେକ ପ୍ରତିଭା ସମ୍ପନ୍ନ ଖେଳାଳି ଅଛନ୍ତି । ବିରାଟଙ୍କ ଦଳ ମଧ୍ୟ ଆହତ ସମସ୍ୟା ସହ ଲଢେଇ କରୁଥିଲା । ଏହା ନୂଆ ଖେଳାଳିଙ୍କ ସହ ପରୀକ୍ଷଣ କଲା ଓ ସେମାନେ ନିଜକୁ ବରିଷ୍ଠ ଖେଳାଳିଙ୍କ ଠାରୁ ଉନ୍ନତ ବୋଲି ପ୍ରମାଣିତ ମଧ୍ୟ କରିପାରିଲେ । ବିରାଟ ଙ୍କ ଦଳକୁ ମୋର ସଲାମ । ଏହି ଜୟଯାତ୍ରା ଜାରି ରହୁ । 

ଲେଖକ ଆଶୁତୋଷ ସାମ୍ବାଦିକ ଏବଂ AAPର ନେତା

[Disclaimer : ଲେଖକଙ୍କର ମତାମତ ସଂପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ]