ନିଜ ଭାଷାରେ ଇମେଲ ଆଡ୍ରେସ ଖୋଲିବାର ସୁବିଧା ଦେବ BSNL

ନିଜ ଭାଷାରେ ଇମେଲ ଆଡ୍ରେସ ଖୋଲିବାର ସୁବିଧା ଦେବ BSNL

Monday December 26, 2016,

2 min Read

ବର୍ତ୍ତମାନର ସମୟ ହେଇଛି ସଂସ୍କାର ଓ ସୁଧାର ର ସମୟ। ପ୍ରତିଦିନ ନୂଆ ଖବର ଆସୁଛି। ଦେଶ ପାଇଁ ଆଉ ଏକ ଶୁଭ ଖବର। ଭାରତ ସରକାରଙ୍କର ଡିଜିଟାଲ ଇଣ୍ଡିଆ ସ୍ଵପ୍ନକୁ ସାକାର କରିବାରେ ଭରତ ସଂଚାର ନିଗମ ଲିମିଟେଡ BSNL ନିଜର ଯୋଗଦାନ ଦେଇ ଏକ ନୂଆ ଅଫର ଆରମ୍ଭ କରିଛି। ‘ଡାଟାମେଲ’ (DataMail) ସେବା ଜରିଆରେ ଏବେ ବ୍ରୋଡବ୍ୟାଣ୍ଡ ବ୍ୟବହାରକାରୀ ମାନେ ନିଜର ଇମେଲ ଆକାଉଣ୍ଟ ନିଜ ମାତୃଭାଷାରେ ଖୋଲିପାରିବା ସହ ମେଲ ଆଦାନପ୍ରଦାନ ମଧ୍ୟ କରିପାରିବେ। ବର୍ତ୍ତମାନ ପାଇଁ ଏହି ସେବା ଆଠଟି ଭାଷାରେ ଉପଲବ୍ଧ ଅଛି।

Source : <a href=

Source :

ZeeNews India (L) ; Indicconnect (R)a12bc34de56fgmedium"/>

Yourstory ଦ୍ଵାରା ଆୟୋଜିତ Mobile Sparks ୨୦୧୬ରେ ‘DataMail’ ନାମକ ଷ୍ଟାର୍ଟଅପ ଫିଚର ହେଇଥିଲା। ଆଜିର ମୋବାଇଲ ଯୁଗରେ ମୋବାଇଲର ନାନା ସୁବିଧା ପାଇବାରୁ ଭାଷା ପ୍ରତିବନ୍ଧକକୁ ହଟାଇବା ଏହାର ଲକ୍ଷ୍ୟ। Xgenplus ଗଢିଥିବା ଏହି ଇମେଲ ସମାଧାନ ପ୍ରଡ଼କ୍ଟ DataMail ଇଂଗ୍ଲିଶ କହୁଥିବା ଏବଂ ନ କହିପାରୁଥିବା ଲୋକଙ୍କ ମଧ୍ୟରେ ସେତୁ ସାଜିବ।

BSNLର ଏହି ଅଫର ପଛରେ ଲକ୍ଷ୍ୟ ହେଉଛି ଦେଶର ଗ୍ରାମୀଣ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଇମେଲ ଯୋଗାଯୋଗ ସହଜ କରାଇବା ଏବଂ ନିଜ ମାତୃଭାଷାରେ ଇଣ୍ଟରନେଟ ବ୍ୟବହାର କରିବାର ସ୍ଵାଧୀନତା ଦେବା। ଏହି ମାଗଣା ‘ଭାଷାଗତ ଇମେଲ ଆଡ୍ରେସ’ ଜରିଆରେ ଦେଶବ୍ୟାପୀ ୮୯.୫୪ ମିଲିୟନ ଗ୍ରାହକଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖିଛି BSNL।

ଏକ ପ୍ରେସ ବିଜ୍ଞପ୍ତିରେ BSNLର ପ୍ରବନ୍ଧ ନିର୍ଦ୍ଦେଶକ ଅନୁପମ ଶ୍ରୀବାସ୍ତବ କହିଛନ୍ତି,

ଭାଷାଗତ ଇମେଲ ଆଡ୍ରେସ ଯୋଗାଇବା ପରି ଏକ ପଦକ୍ଷେପ ବିଶ୍ଵରେ ପ୍ରଥମ ଥର ପାଇଁ ହେଉଛି। ପ୍ରଧାନମନ୍ତ୍ରୀଙ୍କର ଡିଜିଟାଲ ଇଣ୍ଡିଆ ସ୍ଵପ୍ନକୁ ସାକାର କରିବା ପାଇଁ ଏହା ଆଉ ଏକ ପାଦ।

DataOne.Bharat ନାମରେ ଡୋମେନ ଇନଷ୍ଟଲ ହେବ ଏବଂ ଏଥିରେ ବର୍ତ୍ତମାନ ପାଇଁ ହିନ୍ଦୀ, ଗୁଜୁରାଟୀ, ଉର୍ଦ୍ଦୁ, ପଞ୍ଜାବୀ, ତାମିଲ, ତେଲୁଗୁ, ବଙ୍ଗାଳୀ ଓ ମରାଠୀ ଭାଷା ଉପଲବ୍ଧ ହେବ। ଏହି ଆପ୍ପ କୁ ଯେକୌଣସି ଆଣ୍ଡ୍ରୋଏଡ଼ କିମ୍ବା iOS ରେ ମିଳୁଥିବା ଆପ୍ପ ଷ୍ଟୋର ରୁ ଡାଉନଲୋଡ କରିହେବ। Data XGen ଏହି ଆପ୍ପ କୁ ତିଆରି କରିଛି। ଏହାର ସିଇଓ ପ୍ରଧାନମନ୍ତ୍ରୀଙ୍କ ଏହି ପରିକଳ୍ପନାକୁ ସତ କରିବାରେ ନିଜର ଯୋଗଦାନ ଦେଇପାରିଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି।

ଏହି ସେବା ଉପଲବ୍ଧ କରିବା ପାଇଁ ତଳେ ଦିଆଯାଇଥିବା ସୋପାନକୁ ଅନୁସରଣ କରନ୍ତୁ।

୧। BSNLର ଗ୍ରାହକ ମାନେ DataMail ଆପ୍ପ କୁ ଆପ୍ପ ଷ୍ଟୋର ରୁ ଡାଉନଲୋଡ କରିପାରିବେ।

୨। ଗ୍ରାହକ ମାନେ ନିଜ ନିଜ ଭାଷା ଚୟନ କରି ନିଜର ଇମେଲ ଆଡ୍ରେସ ତିଆରି କରିପାରିବେ।

୩। ନିଜର ମୋବାଇଲ ନମ୍ବର ଏଥିରେ ଦେବାକୁ ପଡ଼ିବ।

୪। ‘I am a BSNL broadband customer’ ବୋଲି ଆସୁଥିବା ଚେକବକ୍ସକୁ ଚିହ୍ନିତ କରିବାକୁ ହେବ।

୫। ନିଜର BSNL ବ୍ରୋଡବ୍ୟାଣ୍ଡ ନମ୍ବର (ଏସଟିଡ଼ି କୋଡ) ସହ ଦେବାକୁ ହେବ।

୬। ଦେଇଥିବା ମୋବାଇଲ ନମ୍ବରରେ ଏକ OTP ଆସିବ।

୭। ଏବେ ନିଜ ଭାଷାରେ ନିଜ ପସନ୍ଦର ଇମେଲ ଆଡ୍ରେସ ଟାଇପ କରିବେ।

୮। ଏବେ ଏହି ଇମେଲ ଆଡ୍ରେସ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହେଇଯିବ।

ଡିଜିଟାଲ ମିଡ଼ିଆରେ ଭାରତର ଆଞ୍ଚଳିକ ଭାଷାର ଉପସ୍ଥିତି ନଗଣ୍ୟ। ଆମର ବିଶ୍ଵାସ ଯେ ଏପରି ଏକ ପଦକ୍ଷେପ ଡିଜିଟାଲ ଦୁନିଆରେ ଆଞ୍ଚଳିକ ଭାଷାର ଉପସ୍ଥିତିକୁ ବଢାଇବାରେ ଖୁବ ବଡ଼ ଭୂମିକା ନିଭେଇବ। ଗ୍ରାମୀଣ ଭାରତୀୟଙ୍କୁ ଡିଜିଟାଲ ଦୁନିଆରେ ପାଦ ରଖିବାକୁ ଏହା ଅନେକ ମାତ୍ରାରେ ସାହାଯ୍ୟ କରିବ।