ଶିକ୍ଷାନୁଷ୍ଠାନର ଅଭିବୃଦ୍ଧି ପାଇଁ ରୃଣ ଦରକାର କି? ସାହାଯ୍ୟର ହାତ ବଢାଉଛି Varthana

ଶିକ୍ଷାନୁଷ୍ଠାନର ଅଭିବୃଦ୍ଧି ପାଇଁ ରୃଣ ଦରକାର କି? ସାହାଯ୍ୟର ହାତ ବଢାଉଛି Varthana

Tuesday November 10, 2015,

2 min Read

ଭାରତର ଶିକ୍ଷା ବ୍ୟବସ୍ଥାରେ ରହିଥିବା ଅନେକ ତୃଟିବିଚ୍ୟୁତି ଓ ଅବ୍ୟବସ୍ଥା ସାମଗ୍ରୀକ ଶିକ୍ଷା ପାଇଁ ପ୍ରତିବନ୍ଧକ ସାଜିଛି । ଆଜି ବି ଦେଶର ଅନେକ ସ୍ଥାନରେ ଶିକ୍ଷା ବ୍ୟବସ୍ଥା ଅପହଞ୍ଚ । ଅନେକ ସ୍ଥାନରେ ଆବଶ୍ୟକୀୟ ସମସ୍ତ ସୁବିଧା ଥିବା ସତ୍ତ୍ୱେ ଆର୍ଥିକ ଅଭାବ ହେତୁ ବିଦ୍ୟାଳୟଟେ ହୋଇପାରୁନାହିଁ ତ, କେଉଁଠି ପିତାମାତାମାନେ ଶିକ୍ଷା ନେଇ ସଚେତନ ନୁହନ୍ତି, ଏପରି ସ୍ଥାନରେ Varthana ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଷ୍ଟିଭ୍ ହାରଗ୍ରେଭ ଏବଂ ବ୍ରଜେଶ ମିଶ୍ରଙ୍କ ମିଳିତ ଉଦ୍ୟୋଗରେ ପ୍ରତିଷ୍ଠିତ ଓ ପରିଚାଳିତ Varthana ସ୍ୱଳ୍ପ ରୋଜଗାର ବର୍ଗଙ୍କ ଶିକ୍ଷା ପାଇଁ କାର୍ଯ୍ୟ କରୁଥିବା ଉଦ୍ୟୋଗୀମାନଙ୍କୁ ସହଜରେ ଋଣ ଯୋଗାଇଥାଏ ।

Steven Hardgrave

Steven Hardgrave


Varthanaର ପ୍ରତିଷ୍ଠାତା ଦ୍ୱୟ ଭାରତର ସ୍ୱଳ୍ପ ରୋଜଗାର କ୍ଷମ ବର୍ଗ ପାଖରେ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପହଂଚାଇବା ପାଇଁ ଓ ଶିକ୍ଷାର ସାମଗ୍ରୀକ ପ୍ରସାର ପାଇଁ ଅନୁପ୍ରାଣିତ । ଏହାକୁ ସଫଳ କରିବା ପାଇଁ ସେମାନେ ସହଜରେ କମ ସୁଧରେ ଋଣ ଯୋଗାଇଥାନ୍ତି । ଏଥିସହ ଆମେ ଆମର ପ୍ରକଳ୍ପ ଚାଲିଥିବା ବିଦ୍ୟାଳୟ ଗୁଡିକରେ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ଓ ଏହାର ଅଗ୍ରଗତି ନେଇ ପ୍ରତ୍ୟେକ୍ଷ ଧ୍ୟାନ ଦେଇଥାଉ ବୋଲି ଷ୍ଠିଭ କୁହନ୍ତି ।

Brajesh Mishra

Brajesh Mishra


ଋଣ ଦ୍ୱାରା ସେମାନେ କେବଳ ବିଦ୍ୟାଳୟ ସହ ସଂପର୍କ ସ୍ଥାପନ କରିବାର ପ୍ରୟାସ କରିଥାନ୍ତି । ଏହାପରେ ସେମାନେ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ପ୍ରଯୁକ୍ତି ଜ୍ଞାନ, ଶିକ୍ଷା ସମ୍ବନ୍ଧୀୟ ତାଲିମ ଭଳି ସମସ୍ତ କ୍ଷେତ୍ରର ତଦାରଖ କରିଥାନ୍ତି ।

ଭରଥାନାର ରିଲେସନସିପ୍ ମ୍ୟାନେଜରମାନେ ବ୍ୟକ୍ତିଗତ ଭାବେ ବିଦ୍ୟାଳୟ ବୁଲି ସେମାନଙ୍କର ଜରୁରୀ ଆବଶ୍ୟକତା ଚିହ୍ନଟ କରିଥାନ୍ତି ।

୨୦୧୩ ଜାନୁଆରୀରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ଅନୁଷ୍ଠାନ ଅନେକ ଋଣ ପ୍ରଦାନ କରିବା ସହ ଶିକ୍ଷା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କମ ସମୟରେ ଅନେକ ଶିକ୍ଷାାନୁଷ୍ଠାନ ସହ ସମ୍ପର୍କ ସ୍ଥାପନ କରିବା ସହ ସେମାନଙ୍କର ମୌଳିକ ଓ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇ ପାରିଥିବାରୁ ସେମାନେ ବହୁତ ଖୁସି ଥିବାର ଷ୍ଠିଭ କୁହନ୍ତି । ମାର୍କେଟରେ କମ ସମୟ ମଧ୍ୟରେ ଆମେ ଭଲ ପରିଚୟ ପାଇଛୁ ଓ ଏହା ଆମକୁ ଶୀଘ୍ର ଅଭିବୃଦ୍ଧି ଦେଇଥିବାର ସେ କୁହନ୍ତି ।

image


ସେମାନେ ବିଦ୍ୟାଳୟଗୁଡିକର ଋଣ ଆବଶ୍ୟକତା ଛଡା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ଏଥି ସହିତ ସେମାନେ ଭାରତର ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ଅନୁଷ୍ଠାନ ସହ ଅନୁବନ୍ଧିତ ହୋଇ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ବର୍ତ୍ତମାନ ସେମାନେ ମିଲାପ, ଗୁରୁ ଭଳି ଅନେକ ଅନୁଷ୍ଠାନ ସହ ମିଶି କାର୍ଯ୍ୟ କରୁଛନ୍ତି ଓ ଆଗକୁ ଭାରତରେ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବାକୁ ଚେଷ୍ଟା ଚଳାଇଛନ୍ତି ।