ଅମ୍ବିକା ଶର୍ମା,ଯୋଗାଯୋଗ ଷ୍ଟ୍ରାଟେଜିଷ୍ଟଙ୍କ ପାଇଁ ଜୀବନ ଏକ ରୋମାଞ୍ଚଭରା ଯାତ୍ରା

ଅମ୍ବିକା ଶର୍ମା,ଯୋଗାଯୋଗ ଷ୍ଟ୍ରାଟେଜିଷ୍ଟଙ୍କ ପାଇଁ ଜୀବନ ଏକ ରୋମାଞ୍ଚଭରା ଯାତ୍ରା

Saturday November 14, 2015,

3 min Read

ଅମ୍ବିକାଙ୍କର ଦ୍ଵିତୀୟ ପିଢିର ସେନା ପରିବାରରେ ଜନ୍ମ, ଯେଉଁଠି ତାଙ୍କୁ ପ୍ରତି ଦୁଇବର୍ଷରେ ସ୍ଥାନ ପରିବର୍ତ୍ତନ କରିବାକୁ ପଡୁଥିଲା। ପ୍ରତି ଦୁଇ ବର୍ଷରେ ନୂଆ ଜାଗା, ନୂଆ ଲୋକ, ନୂଆ ବନ୍ଧୁ। ତାଙ୍କର ପିଲାବେଳରେ ସେ ଏହାଦ୍ୱାରା ଦେଶର ଅନେକ ଅଞ୍ଚଳ ବୁଲିବାକୁ ପାଇଲେ। ଏପରି କୌଣସି ପାହାଡ ନଥିବା ଯାହା ସିଏ ଚଢିନଥିବେ, ଏପରି କୌଣସି ନଦୀ ନଥିବା ଯେଉଁଥିରେ ସିଏ ପହଁରି ନଥିବେ, ଏପରି କୌଣସି ଜଳପ୍ରପାତ ନଥିବା ଯେଉଥିରେ ସିଏ ଗାଧୋଇ ନଥିବେ।

image


"ମୁଁ ସବୁବେଳେ କିଛି ନୂଆଁ କରିବାକୁ ଚାହୁଁଥିଲି। ତେଣୁ ପ୍ରତିବର୍ଷ ଗ୍ରୀଷ୍ମ ଅବକାଶରେ ମୁଁ ଭିନ୍ନ ଭିନ୍ନ ରୁଚିର କାମ କରୁଥିଲି। କେବେ ମୁଁ ବଢେଇକାମ ଶିଖୁଥିଲି ତ କେବେ ଚିତ୍ର ଆଙ୍କିବା,ତ କେବେ କେବେ ପାହାଡ ଚଢିବା," କୁହନ୍ତି ଅମ୍ବିକା। ଏପରି ଏକ ଜୀବନଧାରା ଯୋଗୁଁ ଅମ୍ବିକା ସମସ୍ତ ପ୍ରକାରର ପରିସ୍ଥିତି, ଜାଗା ଓ ଲୋକଙ୍କ ସହ ଚଳିବା ଶିଖିଗଲେ। ତାଙ୍କ ମଧ୍ୟରେ ଏକ ଆତ୍ମବିଶ୍ଵାସ ଆସିଲା ଯେ, ଜୀବନରେ କୌଣସି ମଧ୍ୟ ପରିସ୍ଥିତିର ମୁକାବିଲା ସେ ଭଲଭାବେ କରିପାରିବେ। "ଦ୍ଵାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ସରିବାପରେ ମୁଁ ଏକ କମ୍ୟୁନିକେଶନ କମ୍ପାନୀରେ ଟ୍ରେନି ଭାବେ କାମ କଲି। ଏହା ମତେ ବହୁତ ଭଲ ଲାଗିଥିଲା ଓ ମୁଁ ନିଷ୍ପତ୍ତି ନେଲି ଯେ ମୁ ଏହି କ୍ଷେତ୍ରରେ ହିଁ ମୋ ଭବିଷ୍ୟତ ଗଢିବି," ଅମ୍ବିକା ନିଜ କର୍ମକ୍ଷେତ୍ର ବାଛିବା ନେଇ କୁହନ୍ତି।

ଅମ୍ବିକା ଶର୍ମା ହେଉଛନ୍ତି ଜଣେ ସଫଳ ମହିଳା ଉଦ୍ୟୋଗୀ ଯିଏକି ଆଜି Pulp Strategy Communicationର ପ୍ରତିଷ୍ଠାତ୍ରୀ। ତାଙ୍କର ଏଜେନ୍ସି ଆଜି ଦେଶର ପ୍ରମୁଖ ଡିଜିଟାଲ୍ ମାର୍କେଟିଂ କମ୍ପାନୀ ମାନଙ୍କ ମଧ୍ୟରେ ପରିଗଣିତ। ଏହାର ସଫଳତାର ପ୍ରମାଣ ହେଉଚି ଗତ ୩ ବର୍ଷ ମଧ୍ୟରେ ଏହା ୫୦ଟି ପୁରଷ୍କାର ଜିତିଛି, ଯାହାମଧ୍ୟରେ ସମ୍ମାନଜନକ MAA ଗ୍ଲୋବ୍ ସମ୍ମାନ ଅନ୍ତର୍ଗତ। ତାଙ୍କ କମ୍ପାନୀର ଆୟରେ ୨୦୧୩-୨୦୧୪ ଆର୍ଥିକବର୍ଷରେ ୧୬୮ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ସେ କହନ୍ତି।

image


image


"ଆମ କମ୍ପାନୀ ଡିଜିଟାଲ୍ ମାର୍କେଟିଂର ପ୍ରତ୍ୟେକ କ୍ଷେତ୍ରରେ କାମ କରେ,ଏହା ଗ୍ରାହକଙ୍କ ସହ ଯୋଗଯୋଗଠାରୁ ଆରମ୍ଭ କରି ବ୍ୟବସାୟିକ ଯୋଜନା ତିଆରି,ଓ ନୂତନ ସୁଚନା ପଦ୍ଧତି ଦ୍ଵାରା ମାର୍କେଟିଂ ର ସବୁ ଦିଗକୁ ସେବା ଯୋଗାଇଥାଏ," ବୋଲି କହନ୍ତି ଶର୍ମା।

କାମ ବିଷୟରେ ସେ କହନ୍ତି ଯେ ଏହି କ୍ଷେତ୍ରରେ କାମ ଅତ୍ୟନ୍ତ ମଜ଼ାଦାର,ଏଥିରେ ପ୍ରତିଦିନ କିଛି ନା କିଛି ଶିଖିବାକୁ ମିଳିଥାଏ। ଏଥିରେ ମୋର ନିଜର ସୃଜନଶୀଳତାର ବିକାଶ ସହ ଏକ ଅଭୂତପୂର୍ବ ସନ୍ତୋଷ ମିଳିଥାଏ। ମୋ କାର୍ଯ୍ୟ ସ୍ଵାଧିନତା ମତେ ସବୁଦିନ ଆହୁରି ଅଧିକ କାମ କରିବାର ପ୍ରେରଣା ଦେଇଥାଏ। ମୋ କାମହିଁ ମୋର ପ୍ରେରଣା ବୋଲି ସେ କହନ୍ତି।

ଉଦ୍ୟୋଗ ସମ୍ପର୍କରେ ସେ କହନ୍ତି, "ଏହା ଏକ ମାନସିକ ପ୍ରକ୍ରିୟା ଅଟେ ଯେଉଁଥିରେ ଆପଣଙ୍କୁ ନିଜେ କିଛି ଏକ କରିଦେଖାଇବାର ଆଗ୍ରହ ଥିବା ଦରକାର। ଏହା ଏକ ଏମିତି ଆହ୍ଵାନ ଅଟେ ଯାହା ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ସହ ନିଜ ଭିତରେ ଥିବା ସଂଶୟ ଓ ଭୟକୁ ଦୂର କରିଦିଏ। କିନ୍ତୁ ଏଥିପାଇଁ ଆପଣଙ୍କୁ ଅନେକ କଷ୍ଟ କରିବାକୁ ପଡିବ। ଆପଣଙ୍କୁ ନିଜର ସମସ୍ତ ସମୟ,ଓ ଶକ୍ତି ଏଥି ଖର୍ଚ୍ଚ କରିବାକୁ ପଡିବ।" ରିସର୍ଚ୍ଚ କୁହେ ଯେ ମହିଳାମାନଙ୍କ ଦ୍ଵାରା ସ୍ଥାପିତ ଉଦ୍ୟୋଗ କ୍ରମାଗତ ଭାବେ ବଢିଥାଏ ଓ ଆର୍ଥିକ ଓ ବ୍ୟବସାୟିକ ଭାବେ ମଧ୍ୟ ଖୁବ ସଫଳ ହୋଇଥାଏ।

ଭ୍ରମଣ ପ୍ରିୟ ଅମ୍ବିକା ଦୁଇଟି ବାଇକ୍ ଚଳାନ୍ତି। ଗୋଟେ ହୋଉଛି ହାରଲୀ ଡେବିଡ଼ସନ୍ ଓ ଆରଟି ହେଉଛି ସୁଜୁକୀ GSX-R ୧୦୦୦। ଏଥିରେ ସେ ପ୍ରତି ସପ୍ତାହାନ୍ତରେ ୧୦୦ କି.ମି ରୁ ଅଧିକ ଯାତ୍ରା କରନ୍ତି। ସମୟ ମିଳିଲେ ଲମ୍ବା ଦୁରତା ଥିବା ଯାଗା କୁ ଯାତ୍ରା କରନ୍ତି। ଯେପରି ସେ ଗତ ଜାନୁଆରି ରେ ଦିଲ୍ଲୀରୁ କନ୍ୟାକୁମାରୀ ଯାତ୍ରା କରିଥିଲେ ଯାହାର ଦୂରତା ଥିଲା ପାଖାପାଖି ୨୮୦୦ କି.ମି. । ଗାଡି ଚଳାଇବା ଦ୍ଵାରା ସେ ନିଜକୁ ସମ୍ପୁର୍ଣ୍ଣ ଭାବେ ଭୁଲିଯାଆନ୍ତି ଓ ନୂଆଁ ନୂଆଁ କଥା ଭାବିପାରନ୍ତି ବୋଲି ଅମ୍ବିକା କହନ୍ତି।