ସହରର ବର୍ଜ୍ୟଜଳ ବିଶୋଧନ ପାଇଁ IIMT ବୈଜ୍ଞାନିକଙ୍କ ନୂଆ ଟେକ୍ନୋଲୋଜି

ସହରର ବର୍ଜ୍ୟଜଳ ବିଶୋଧନ ପାଇଁ IIMT ବୈଜ୍ଞାନିକଙ୍କ ନୂଆ ଟେକ୍ନୋଲୋଜି

Thursday March 03, 2016,

2 min Read

ନୂଆ ଟେକ୍ନୋଲୋଜି ସାହାଯ୍ୟରେ ସହରର ବର୍ଜ୍ୟଜଳ ଟ୍ରିଟମେଣ୍ଟ (Wastewater Treatment) କରିହେବ । କମ୍ ଖର୍ଚ୍ଚ ଓ ବିଦ୍ୟୁତ ଆଉ ବିନା ରାସାୟନିକ ପଦ୍ଧତିରେ ଏହା କାର୍ଯ୍ୟ କରିବ । ସିଏସ୍ଆଇଆର - ଇନଷ୍ଟିଚୁ୍ୟଟ୍ ଅଫ୍ ମିନେରାଲ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜି (IIMT)ର ଜଣେ ଯୁବ ବୈଜ୍ଞାନିକ ଡ.ଆଶିଷ କୁମାର ଯାଦବ ଏହି ନୂଆ ଟେକ୍ନୋଲୋଜିର ବିକାଶ କରିଛନ୍ତି ।

ସିଆରପିଏଫ୍ କ୍ୟାମ୍ପସରେ କନ୍ଷ୍ଟ୍ରକ୍ଟେଡ ୱେଟ୍ଲ୍ୟାଣ୍ଡଟ୍ରିଟ୍ମେଣ୍ଟ ପ୍ଲାଣ୍ଟ

ସିଆରପିଏଫ୍ କ୍ୟାମ୍ପସରେ କନ୍ଷ୍ଟ୍ରକ୍ଟେଡ ୱେଟ୍ଲ୍ୟାଣ୍ଡଟ୍ରିଟ୍ମେଣ୍ଟ ପ୍ଲାଣ୍ଟ


ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ରାଜଧାନୀସ୍ଥିତ ସିଆରପିଏଫ୍ କ୍ୟାମ୍ପସରେ ଏକ ମଡେଲ୍ ବର୍ଜ୍ୟଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇଛି । ଏକ ଆର୍ଦ୍ରଭୂମି ତିଆରି କରି(Constructed Wetland) ପ୍ରାକୃତିକ ଉପାୟରେ ଏଥିରେ ବର୍ଜ୍ୟଜଳକୁ ଟ୍ରିଟମେଣ୍ଟ କରାଯାଉଛି । ଏହା ଉପରେ ଏକ ଛୋଟ ବଗିଚା କରାଯାଇଛି । ପ୍ରାକୃତିକ ଉପାୟରେ ଟ୍ରିଟମେଣ୍ଟ ହେଉଥିବାରୁ ଏହାର ଆଖପାଖରେ କୌଣସି ଦୁର୍ଗନ୍ଧ ହେଉନି । ମାତ୍ର ୮ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ଆର୍ଦ୍ରଭୂମିରେ ସିଆରପିଏଫ୍ କଲୋନୀରୁ ବାହାରୁଥିବା ସବୁ ବର୍ଜ୍ୟଜଳ ଟ୍ରିଟମେଣ୍ଟ ହେଉଛି ।

image


ଆର୍ଦ୍ରଭୂମିରେ ଥିବା ଚାମ୍ବର ମାଧ୍ୟମରେ ପ୍ରଥମେ ବର୍ଜ୍ୟଜଳରୁ କଠିନ ଓ ତରଳ ବର୍ଜ୍ୟକୁ ଅଲଗା କରାଯାଉଛି । ପରେ ଛୋଟ ଚିପ୍ସ(ବଜୁରୀ) ଥିବା ୪ଟି ଚାମ୍ବରରେ କେବଳ ବର୍ଜ୍ୟଜଳକୁ ଆଉ ଥରେ ଛଣା ଯାଉଛି । ବଳକା ରହି ଯାଇଥିବା କଠିନ ବର୍ଜ୍ୟକୁ ଖତ ଓ ଟ୍ରିଟମେଣ୍ଟ ଜଳକୁ ସିଆରପିଏଫ୍ କ୍ୟାମ୍ପସ୍ ର ବଗିଚାରେ ପାଣି ଦେବାରେ ବ୍ୟବହାର କରାଯାଉଛି 

ୱେଷ୍ଟଲ୍ୟାଣ୍ଡର ମଡେଲ

ୱେଷ୍ଟଲ୍ୟାଣ୍ଡର ମଡେଲ


ଏହି ଟେକ୍ନୋଲୋଜି ଉପରେ ଗବେଷଣା କରୁଥିବା ତଥା ପ୍ରକଳ୍ପ ଦାୟିତ୍ୱରେ ଥିବା ଡ. ଯାଦବ କହିଛନ୍ତି, ଅନ୍ୟ ସବୁ ୱେଷ୍ଟ ୱାଟର ଟ୍ରିଟମେଣ୍ଟ ପଦ୍ଧତିରେ ୧ହଜାର ଲିଟର ବର୍ଜ୍ୟଜଳ ଟ୍ରିଟମେଣ୍ଟ କରିବା ଓ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଖର୍ଚ୍ଚ(ଅପରେସନାଲ କଷ୍ଟ) ପ୍ରାୟ ୧୦ ଟଙ୍କା ପଡେ । ମାତ୍ର ନୂଆ କରି ତିଆରି ହୋଇଥିବା ଏହି ଆର୍ଦ୍ରଭୂମିରେ ବର୍ଜ୍ୟଜଳ ଟ୍ରିଟମେଣ୍ଟ କରିବା ଓ ଦୈନିକ ଏହାକୁ କାର୍ଯ୍ୟକ୍ଷମ କରିବାକୁ କୌଣସି ଖର୍ଚ୍ଚ ପଡେନି । ଏବେ ସିଆରପିଏଫ୍ କଲୋନୀରେ ପ୍ରତିଦିନ ପ୍ରାୟ ୧ଲକ୍ଷ ଲିଟର ବର୍ଜ୍ୟଜଳ ଟ୍ରିଟମେଣ୍ଟ ହେଉଛି ।

ବୈଜ୍ଞାନିକ ଆଶିଷ ଯାଦବ

ବୈଜ୍ଞାନିକ ଆଶିଷ ଯାଦବ


ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏକ ଟିମ୍ ମଧ୍ୟ ପ୍ରକଳ୍ପ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି । । ପ୍ରାଥମିକ ଅବସ୍ଥାରେ ପୂରା ସହରର ବର୍ଜ୍ୟଜଳକୁ କିପରି ଟ୍ରିଟମେଣ୍ଟ କରାଯିବ ସେ ନେଇ ବିଏମସି ଏକ ବିସ୍ତୃତ ପ୍ରସ୍ତାବ ମାଗିଛି । ବୈଜ୍ଞାନିକ ଶ୍ରୀ ଯାଦବ କହିଛନ୍ତି, ଆମେ ଏହାକୁ ପ୍ରସ୍ତୁତ କରି ବିଏମସିକୁ ଦେବୁ । ସୁଯୋଗ ମିଳିଲେ କମ୍ ଖର୍ଚ୍ଚ ଓ ବିନା କୌଣସି ଅପରେସନାଲ୍ ଖର୍ଚ୍ଚରେ ଆମେ ଏହାକୁ କାର୍ଯ୍ୟକ୍ଷମ କରିବୁ। କିଛି ସରକାରୀ ସଂସ୍ଥାର କ୍ୟାମ୍ପସ୍ ଓ ଅନ୍ୟ ଜାଗାରେ ଏହି ପଦ୍ଧତିରେ ନିର୍ଗତ ବର୍ଜ୍ୟଜଳକୁ ଟ୍ରିଟମେଣ୍ଟ କରିବାକୁ ଆଲୋଚନା ଚାଲିଛି ।

ବର୍ଜ୍ୟଜଳ ଟ୍ରିଟ୍ମେଣ୍ଟ ପୂର୍ବ ଓ ଟ୍ରିଟ୍ମେଣ୍ଟ ପରର ଚିତ୍ର

ବର୍ଜ୍ୟଜଳ ଟ୍ରିଟ୍ମେଣ୍ଟ ପୂର୍ବ ଓ ଟ୍ରିଟ୍ମେଣ୍ଟ ପରର ଚିତ୍ର