ଭାରତ ଦେଖାଦେଖି ଅଷ୍ଟ୍ରେଲିଆ କରିବ $୧୦୦ ନୋଟକୁ ବନ୍ଦ

ଭାରତ ଦେଖାଦେଖି ଅଷ୍ଟ୍ରେଲିଆ କରିବ $୧୦୦ ନୋଟକୁ ବନ୍ଦ

Thursday December 15, 2016,

2 min Read

Image: (L) – <a href=

Image: (L) –

Social Reality Marketing; (R) – The Indian Expressa12bc34de56fgmedium"/>

ଭାରତ ଦେଖାଦେଖି ଅଷ୍ଟ୍ରେଲିଆ ମଧ୍ୟ ଖୁବ ଶୀଘ୍ର ୧୦୦ ଡଲାରର ନୋଟକୁ ଅଚଳ କରିବାର ନିଷ୍ପତ୍ତି ନେଇପାରେ । ଅଷ୍ଟ୍ରେଲିଆରେ ଅନେକ ଦିନରୁ ଏହି ବିଷୟରେ ଆଲୋଚନା ହେଇଆସୁଛି। ସେଠାକାର ସରକାର ଟିକସ ଫାଙ୍କୁଥିବା ଲୋକେ ଏବଂ ତାଙ୍କର ଅର୍ଥନୀତିରେ କଳାଧନର ବିସ୍ତାର ଉପରେ ଆକ୍ରମଣ ପାଇଁ ଉଚ୍ଚ ମୂଲ୍ୟର ନୋଟ ଉପରେ ରୋକ ଲଗାଇବାକୁ ଭାବୁଛନ୍ତି।

ଅଷ୍ଟ୍ରେଲିଆର ରାଜସ୍ୱ ଓ ଅର୍ଥ ବିଭାଗର ମନ୍ତ୍ରୀ କେଲୀ ଓ’ଡ୍ୱାୟାର ABC ରେଡ଼ିଓକୁ ଏକ ସାକ୍ଷାତକାରରେ କହିଥିଲେ ଯେ, (ସୂତ୍ର - news.com.au)

କଳା ଅର୍ଥବ୍ୟବସ୍ଥା ଉପରେ ଏହି ଆକ୍ରମଣର ଆଭିମୁଖ୍ୟ ହେଉଛି ବ୍ୟବସ୍ଥାରେ ଥିବା ଛିଦ୍ର ଗୁଡ଼ିକୁ ବନ୍ଦ କରିବା।

ସେ ଆହୁରି ଜଣାନ୍ତି ଯେ ବର୍ତ୍ତମାନ ତାଙ୍କର ଅର୍ଥବ୍ୟବସ୍ଥାରେ ୫ ଡଲାର ନୋଟର ତିନିଗୁଣା ୧୦୦ ଡଲାର ନୋଟ ପ୍ରଚଳିତ। ବର୍ତ୍ତମାନ ୩୦୦ ମିଲିୟନ ୧୦୦ ଡଲାରର ନୋଟ ମହଜୁଦ ଅଛି। ଦେଶର ୯୨ ପ୍ରତିଶତ ମୁଦ୍ରା ୧୦୦ ଏବଂ ୫୦ ଡଲାରର ନୋଟରେ ରହିଛି। କିନ୍ତୁ ଦେଶରେ ପ୍ରାୟ କ୍ୟାସ କାରବାର ଟିକସରହିତ ହେଇଥିବାରୁ ପରିସଂଖ୍ୟାନ ଦ୍ଵାରା ଜଣାଯାଏ ଯେ ଅଷ୍ଟ୍ରେଲିଆର ମୋଟ ଜିଡ଼ିପିର ୧.୫ ପ୍ରତିଶତ କଳା ଅର୍ଥବ୍ୟବସ୍ଥା ଭିତରେ ଯାଏ।

UBS, ସ୍ଵିସ ଗ୍ଲୋବାଲ ବିତ୍ତୀୟ ସେବା କମ୍ପାନୀ, ଆଗରୁ କହିଥିଲା ଯେ ଅଷ୍ଟ୍ରେଲିଆରେ ଉଚ୍ଚ ମୂଲ୍ୟର ନୋଟକୁ ବନ୍ଦ କରିବା ଦେଶର ଅର୍ଥନୀତି ଓ ବ୍ଯାଙ୍କ ବ୍ୟବସ୍ଥା ପକ୍ଷେ ହିତକର ପ୍ରମାଣିତ ହେବ। (ସୂତ୍ର – Bloomberg)। ଏହାଦ୍ବାରା ବ୍ଯାଙ୍କଖାତାରେ ଘରୁଆ ଜମା ବଢିବା ସଙ୍ଗେ ସଙ୍ଗେ ଅପରାଧ ଏବଂ ଜନକଲ୍ୟାଣ କାର୍ଯ୍ୟକୁ ନେଇ ହେଉଥିବା ଜାଲିଆତି ମଧ୍ୟ କମିବ।

ଆମ ଦେଶରେ ଗତ ମାସ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଅଚଳ କରାଯାଇଥିଲା। ଚଳିତ ସପ୍ତାହ ଭେନେଜୁଏଲା ମଧ୍ୟ ତା’ର ୧୦୦- ବଲିଭାର ମୁଦ୍ରାକୁ ବନ୍ଦ କରିଛି ଯାହା ଫଳରେ ସେଠାରେ ଅନେକ ବିଶୃଙ୍ଖଳା ସୃଷ୍ଟି ହେଇଛି।