ଭୁବନେଶ୍ୱର ଆସିଲା fxkart.com : ଗୋଟିଏ କ୍ଲିକରେ କରନ୍ତୁ ବିଦେଶୀ ମୁଦ୍ରା ବିନିମୟ

ଭୁବନେଶ୍ୱର ଆସିଲା fxkart.com : ଗୋଟିଏ କ୍ଲିକରେ କରନ୍ତୁ ବିଦେଶୀ ମୁଦ୍ରା ବିନିମୟ

Tuesday April 19, 2016,

3 min Read

ଆମ ରାଜ୍ୟ ଓଡ଼ିଶାର ଅନେକ ଲୋକ ବିଦେଶରେ ବାସ କରୁଛନ୍ତି । ସେମାନେ ଘରକୁ ବିଦେଶୀ ମୁଦ୍ରା ପଠାଉଥିବା ବେଳେ ଏଠାରେ ଥିବା ଘର ଲୋକମାନେ ତାହାକୁ ଭାରତୀୟ ମୁଦ୍ରାରେ ବିନିମୟ କରି ବ୍ୟବହାର କରୁଛନ୍ତି । ଏହି ବାକ୍ୟଟି ପଢ଼ିବାକୁ ଯେତେ ସହଜ ଲାଗୁଛି କାମଟି କିନ୍ତୁ ସେତେ ସହଜ ନୁହେଁ । ସବୁ ଲୋକଙ୍କ ଦ୍ୱାରା ମଧ୍ୟ ଏହି କାମ ସହଜରେ ହୋଇନଥାଏ । ଟଙ୍କା ପଇସାର କଥା ହୋଇଥିବାରୁ ଲୋକମାନେ ଅନ୍ୟମାନଙ୍କ ଉପରେ ଭରସା ମଧ୍ୟ କରିପାରନ୍ତି ନାହିଁ । କିନ୍ତୁ ବିଦେଶୀ ମୁଦ୍ରା ବିନିମୟର ସବୁ ପ୍ରକାର ସମସ୍ୟା ଦୂର କରିବାକୁ ଭୁବନେଶ୍ୱର ଆସିଛି ଦୁବାଇର ଅଗ୍ରଣୀ ସଂସ୍ଥା fxkart.com । ଏହି ସଂସ୍ଥା ଜରିଆରେ ଲୋକମାନେ ଘରେ ବସି ଗୋଟିଏ ମାଉସ୍ କ୍ଲିକ୍ ରେ ନିଜର ବିଦେଶୀ ମୁଦ୍ରାକୁ ବିନିମୟ କରିପାରିବେ । ପ୍ରଯୁକ୍ତିକୁ ବ୍ୟବହାର କରି ଏହି ସଂସ୍ଥା ଲୋକମାନଙ୍କର ବିଦେଶୀ ମୁଦ୍ରା ବିନିମୟ କାର୍ଯ୍ୟକୁ ସମ୍ପୂର୍ଣ୍ଣ ସହଜ କରିଦେଇଛି ।

ବିଦେଶ ଭ୍ରମଣ ନିମନ୍ତେ ଯାଉଥିବା ଲୋକଙ୍କ ପାଇଁ ବୈଦେଶିକ ମୁଦ୍ରା ବିନିମୟ ଏଣିକି ସହଜ ହେବ । ମୁଦ୍ରା ବିନିମୟ ପାଇଁ Fxkart ଓଡ଼ିଶାରେ ନିଜର ବ୍ୟବସାୟିକ କ୍ଷେତ୍ର ଆରମ୍ଭ କରିଛି ଏବଂ ଗ୍ରାହକଙ୍କୁ ସର୍ବାଧିକ ବୈଦେଶିକ ବିନିମୟ ମୂଲ୍ୟ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କମ୍ପାନୀର ବ୍ୟବସାୟିକ ମୁଖ୍ୟ ଅଙ୍କିତ ଅନୁଭବ ।

image


ଶ୍ରୀ ଅନୁଭବ କହିଛନ୍ତି ଯେ ବିଭିନ୍ନ କାର୍ଯ୍ୟ ଓ ପର୍ଯ୍ୟଟନ ନିମନ୍ତେ ଓଡ଼ିଶାରୁ ପ୍ରତିଦିନ ଶହଶହ ବ୍ୟକ୍ତି ବିଦେଶ ଯାଉଛନ୍ତି । କିନ୍ତୁ ବୈଦେଶିକ ମୁଦ୍ରା ହାସଲ କରିବା ଓ ସର୍ବୋତ୍ତମ ରାଶି ପାଇବା ନେଇ ଅନେକ ବ୍ୟକ୍ତିଙ୍କର ବିଶେଷ ଜ୍ଞାନ ନାହିଁ । ଏ କ୍ଷେତ୍ରରେ ଏଫ୍ଏକ୍ସ କାର୍ଟ ସେମାନଙ୍କୁ ସହଯୋଗ କରିବ । ଯେଉଁମାନେ ବିଦେଶ ଭ୍ରମଣରେ ଯାଉଛନ୍ତି ସେମାନେ fxkart.com ସହ ଯୋଗାଯୋଗ କଲେ ସେମାନଙ୍କର ଆବଶ୍ୟକତା ଅନୁସାରେ ସବୁ ଦେଶର ବୈଦେଶିକ ମୁଦ୍ରା କମ୍ପାନୀ ଯୋଗାଇ ଦେଇ ପାରିବ । ଭାରତୀୟ ଟଙ୍କା ପ୍ରତିବଦଳରେ କମ୍ପାନୀ ସେମାନଙ୍କୁ ଡଲାର, ପାଉଣ୍ଡ, ୟୁରୋ, ୟେନ୍, ରୁବଲ୍ ସହ ସବୁ ଦେଶର ମୁଦ୍ରା ଯୋଗାଇ ଦେବ । ଏଥିପାଇଁ ଆଗ୍ରହୀ ଗ୍ରାହକଙ୍କୁ ନିଜର ଭିସା, ପାସପୋର୍ଟ ଓ ଅନ୍ୟ କେତେକ ଜରୁରୀ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ପଡ଼ିବ ବୋଲି ଶ୍ରୀ ଅନୁଭବ କହିଛନ୍ତି ।

ବିଦେଶରେ ଥିବା ଲୋକମାନେ ଭାରତ ଆସିବା ପୂର୍ବରୁ ଏଫ୍ଏକ୍ସ କାର୍ଟ ମାଧ୍ୟରେ ବୁକ୍ କରିପାରିବେ ଏବଂ ପହଞ୍ଚିବାପରେ ସେମାନେ ଡିଲ୍ କରିପାରିବେ । ଏଥିପାଇଁ ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକୀୟ ଡକୁମେଣ୍ଟ ଅପଲୋଡ କରିବାକୁ ପଡ଼ିବ । ଯାହାଦ୍ୱାରା ଅତି ସହଜ ଓ ସୁବିଧାରେ ଏହି ବିନିମୟ ହୋଇପାରିବ ।

ଏହି ଆପ୍ ର ମୁଖ୍ୟ ବିଷୟବସ୍ତୁ ହେଉଛି ଗ୍ରାହକମାନେ ମୂଲ୍ୟର ସମାନତା ଟ୍ରାନ୍ଜିଟ୍ ଡେଷ୍ଟିନେଶନ ଅନୁଯାୟୀ ଜାଣିପାରିବେ । ଯଦି ସେମାନେ ଏହା ଉପଯୁକ୍ତ ବୋଲି ମନେକରନ୍ତି ତାହାଲେ ସେମାନେ ତୁରନ୍ତ ଏୟାରପୋର୍ଟ କିମ୍ବା ହୋଟେଲ୍ ରୁ ଡିଲ୍ କରିପାରିବେ ।

କଂପାନି ନାମ: fxkart.com

ପ୍ରତିଷ୍ଠାତା:ଅବ୍ଦୁଲ ହାଦି ଶେଖ୍

ମୁଖ୍ୟ କାର୍ଯ୍ୟାଳୟ: ଦୁବାଇ

ଆର୍ଆଣ୍ଡଡି କେନ୍ଦ୍ର: ବେଙ୍ଗାଲୁରୁ

ଭାରତରେ ଏହି ସଂସ୍ଥା ଏକ ଶ୍ରେଷ୍ଠ ଷ୍ଟାର୍ଟ-ଅପ୍ ସଂସ୍ଥା ଭାବେ ବିଭିନ୍ନ ମଂଚରେ ସମ୍ମାନିତ ହୋଇଛି । ୟୁଏଇର ଏକ ଫ୍ରି ଟ୍ରେଡ୍ ଜୋନ୍ ରୁ ଯାତ୍ରା ଆରମ୍ଭ କରିଥିବା fxkart.com ଇତି ମଧ୍ୟରେ ଅନେକ ବିଶ୍ୱସ୍ତରୀୟ ସଂସ୍ଥା ସହ ହାତ ମିଳାଇ ସାରିଲାଣି । ଲୋକମାନଙ୍କୁ ବିଦେଶୀ ମୁଦ୍ରା ଆବଶ୍ୟକତା ଓ ସେ ସଂପର୍କିତ ସବୁ ପ୍ରକାର ସମସ୍ୟାର ସମାଧାନ ବାଟ ଯୋଗାଇ ଦେବାକୁ କଂପାନି ପ୍ରତିଶ୍ରୁତିବଦ୍ଧ । ସ୍ପାଇସ୍ ମନି, ସେଂଟ୍ରମ୍, ପଲ ମର୍ଚାଂଟ୍, ଓରିଏଂଟ୍ ଏକ୍ସଚେଂଜ୍ ଓ ଷ୍ଟାର୍ ଗ୍ଲୋବାଲ୍ କନ୍ସଲ୍ଟାନ୍ସି ଭଳି ଫୋରେକ୍ସ ଡିଲର ଏହି ସଂସ୍ଥା ସହ ଯୋଡ଼ି ହୋଇଛନ୍ତି ।

fxkart.com ହେଉଛି ଭାରତର ପ୍ରଥମ ଫୋରେକ୍ସ ବୁକିଙ୍ଗ ମୋବାଇଲ ଆପ୍ଲିକେସନ୍ । ଏହା ଭୌଗୋଳିକ ସୂଚନା ସହ, ଡିଲ୍ ଟ୍ରାକିଂ କରିବା ଓ ଚାଟିଂ ସୁବିଧା ପ୍ରଦାନ କରୁଛି । ଫାରେକ୍ସ ଡିଲରମାନେ ବିନା କୌଣସି ମାର୍କେଟିଂ ଖର୍ଚ୍ଚରେ ଏହି ସଂସ୍ଥା ସହ ଯୋଡ଼ି ହୋଇପାରୁଛନ୍ତି । ଏହି ସୁବିଧା ପାଇଁ ଅଧିକରୁ ଅଧିକ ଡିଲର ଏଥିରେ ପ୍ରତିଦିନ ଯୋଡ଼ି ହେଉଛନ୍ତି ।