ରାଉରକେଲାର ୧୪ ବର୍ଷୀୟା ବାଳିକାଙ୍କର ଉଦ୍ଭାବନ : ଜାଳେଣୀ ବିହୀନ ଏୟାର ବାଇକ

ରାଉରକେଲାର ୧୪ ବର୍ଷୀୟା ବାଳିକାଙ୍କର ଉଦ୍ଭାବନ : ଜାଳେଣୀ ବିହୀନ ଏୟାର ବାଇକ

Thursday January 26, 2017,

2 min Read

ବାଯୁମଣ୍ଡଳରେ ଦିନ ପ୍ରତିଦିନ ବଢୁଥିବା କାର୍ବନ ମନୋକସାଇଡ ଓ କାର୍ବନ ଡାଇଅକ୍ସାଇଡ ସହ ଭାରତର ସମସ୍ତ ବଡ଼ ସହରରେ ରହୁଥିବା ଲୋକେ ଧୀରେ ଧୀରେ କ୍ଷତିକାରକ ଗ୍ଯାସରେ ରୁନ୍ଧି ହେବାରେ ଲାଗିଛନ୍ତି। ଏହି ସମୟରେ ରାଉରକେଲା, ଓଡ଼ିଶାର ଜଣେ ୧୪ ବର୍ଷୀୟା ବାଳିକା ତେଜସ୍ବିନୀ ପ୍ରିୟଦର୍ଶିନୀ ଏକ ‘ଏୟାର ବାଇକ’ର ଉଦ୍ଭାବନ କରିଛନ୍ତି ଯାହା ଘଣ୍ଟାକୁ ୬୦ କିଲୋମିଟର ବେଗରେ ଚାଲିପାରିବ।

Image source : <a href=

Image source :

Gaon Connectiona12bc34de56fgmedium"/>

ଏହି ସାଇକେଲରେ ପେଡାଲ ନାହିଁ। ଏହା ପଛରେ ୧୦ କିଲୋର ଏକ ସିଲିଣ୍ଡର ରହିଛି ଯେଉଁଥିରେ ଭର୍ତ୍ତି ହେଇଛି କମ୍ପ୍ରେସ୍ କରାଯାଇଥିବା ବାୟୁ। ତେଜସ୍ବିନୀ ଏକ ସାଇକେଲ ମରାମତି ଦୋକାନ ଯାଇଥିବା ସମୟରେ ତାଙ୍କ ମନରେ ଏପ୍ରକାରର ଏକ ବାଇକ ବିଷୟରେ ବିଚାର ଆସିଲା। ଟାୟାରରେ ହେଇଥିବା ଗଣ୍ଠିକୁ ଖୋଲିବା ପାଇଁ ଜେଭଳି ଭାବେ ଏୟାର ଗନର ବ୍ୟବହାର ହୁଏ ତାକୁ ଦେଖି ସେ ଭାବିଲେ ସମାନ ପଦ୍ଧତରେ ସାଇକେଲ ଚାଲି କାହିଁକି ନପାରିବ ବୋଲି ଭାବିଲେ। The Telegraph ସହ କଥା ହୋଇ ସେ କହନ୍ତି,

ମୁଁ ଭାବିଲି ଯଦି ଏୟାର ଗନ ଏପରି କିଛି କରିପାରୁଛି ତେବେ ସାଇକେଲକୁ ଚାଲିବାରେ ସାହାଯ୍ୟ କାହିଁକି କରିପାରିବ ନାହିଁ। ମୁଁ ମୋ ବାପାଙ୍କ ସହ ଏ ବିଷୟରେ କଥା ହେଲି ଓ ସେ ମୋତେ ବହୁତ ଉତ୍ସାହିତ କଲେ।

ତାଙ୍କର ଏ ପ୍ରୋଜେକ୍ଟ ସଫଳ ହେବାର ଅନେକ ଦିନ ପୂର୍ବରୁ ସେ ସାମାନ୍ୟ ସମ୍ବଳ ସହ ତାକୁ ତିଆରି କରିବା ପାଇଁ ଅନେକ ସଂଘର୍ଷ କରିଥିଲେ। ଅନେକ ଥର ବିଫଳ ହେଲେ କିନ୍ତୁ ହାର ମାନିଲେ ନାହିଁ। ଦିନେ ସାଇକେଲଟିକୁ କିଛି କିଲୋମିଟର ଚଲାଇବା ପରେ ସେ ଅନୁଭବ କଲେ ଯେ ତାଙ୍କର ଉଦ୍ୟମ ଫଳ ଦେଉଛି। ତାଙ୍କ ବାପା ତାଙ୍କୁ ସବୁ ସମୟରେ ଉତ୍ସାହିତ କରି ଆସୁଥିଲେ। ସେ ତାଙ୍କୁ ଏକ ଏୟାର ଟ୍ୟାଙ୍କ କିଣି ଆଣିଦେଇଥିଲେ ଯେଉଁଥିରେ ହାୱା ପୁରାଇବା ପାଇଁ ବାଟ ଥାଏ। ଏଥିରେ ଏକ ଷ୍ଟାର୍ଟ ନବ, ମାପିବା ଡାୟଲଓ ଏକ ସେଫଟି ଭାଲଭ ରହିଛି। ସେଫଟି ଭାଲଭ ଅତ୍ୟଧିକ ବାୟୁ ନିର୍ଗମନରେ କାମ ଦିଏ। ନବ କୁ ଅନ କଲେ ସିଲିଣ୍ଡର ମଧ୍ୟରୁ ଏୟାର ଗନକୁ ଧୀରେ ଧୀରେ ବାୟୁ ଯାଏ ଯାହା ପେଡାଲ ପାଖରେ ଲଗାଯାଇଛି। ପେଡାଲଟି ଏକ ଗିୟର ସହାୟତାରେ ବୁଲିବାକୁ ଲାଗେ। ଏଥିରେ ଛ’ ପ୍ରକାରର ବ୍ଲେଡ ଲାଗିଛି। ଏହି ପ୍ରକାରରେ ସାଇକେଲଟି ଚାଲିବାକୁ ଲାଗେ।

ତେଜସ୍ବିନୀଙ୍କ ବାପା ନଟବର ଗୋଛାୟତ The Telegraphକୁ କୁହନ୍ତି,

୧୦ କିଲୋ ବାୟୁର ସିଲିଣ୍ଡରରେ ଏହି ସାଇକେଲଟି ୬୦ କିଲୋମିଟର ଯାଇପାରିବ। ସମାନ ଟେକନିକ ମୋଟରସାଇକେଲ ଓ କାର ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଶାରୀରିକ ଅକ୍ଷମ ବ୍ୟକ୍ତି ମାନେ ମଧ୍ୟ ଏହି ସାଇଲେ ବ୍ୟବହାର କରିପାରିବେ। ପରିବେଶ ସୁରକ୍ଷା ନେଇ ସଚେତନ ବ୍ୟକ୍ତି ମାନେ ପରିବେଶକୁ ଫସିଲ ଜାଳେଣୀରୁ ରକ୍ଷା କରିବା ପାଇଁ ଏଇ ବାଇକକୁ ବ୍ୟବହାର କରିପାରିବେ।

ତେଜସ୍ବିନୀ କୁହନ୍ତି,

ଯଦି ସମାନ ପଦ୍ଧତି ବ୍ୟବହାର କରି ମୋଟରସାଇକେଲ ତିଆରି ହୁଅନ୍ତା ତେବେ ଲୋକଙ୍କୁ ଆଉ ପେଟ୍ରୋଲ କି ଡିଜେଲର ଆବଶ୍ୟକତା ପଡନ୍ତା ନାହିଁ। ପରିବେଶ ସୁରକ୍ଷା ସହ ଲୋକଙ୍କୁ ସେଥିପାଇଁ ବେଶି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡନ୍ତା ନାହିଁ। ମୋର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏକ ପ୍ରଦୂଷଣ ମୁକ୍ତ ବାହନ ତିଆରି କରିବା।

ଓଡ଼ିଶାର ଏହି ବିସ୍ମୟ ବାଳିକା ନିଜର ଏହି ଉଦ୍ଭାବନକୁ ରାଜ୍ୟ ଏବଂ ଜାତୀୟ ସ୍ତରରେ ହେଉଥିବା ବିଭିନ୍ନ ପ୍ରଦର୍ଶନୀରେ ଦେଖାଇବାର ଲକ୍ଷ୍ୟ ରଖିଛନ୍ତି।