୯ ବର୍ଷର ଅନାଥ ଝିଅକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କଲେ ଜିଲ୍ଲାପାଳ

୯ ବର୍ଷର ଅନାଥ ଝିଅକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କଲେ ଜିଲ୍ଲାପାଳ

Friday July 29, 2016,

2 min Read

ମଣିଷପଣିଆର ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଜିଲ୍ଲାପାଳ । ସେ ଏଭଳି ଏକ କାମ କରିଛନ୍ତି ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ଜିଲ୍ଲାପାଳ ମଧ୍ୟରେ ମଣିଷପଣିଆ ଯେ ଭର୍ତ୍ତି ଏହା ଜଣାପଡ଼ିଛି । ସେ ହେଉଛନ୍ତି ଡୁଙ୍ଗରପୁର୍ ର ଜିଲ୍ଲାପାଳ ସୁରେନ୍ଦ୍ର ନାଥ ସୋଲାଙ୍କି । ବିଭିନ୍ନ ସ୍ଥାନକୁ ସେ ନିୟମିତ ବ୍ୟବଧାନରେ ଗସ୍ତ କରି ଲୋକଙ୍କ ଦୁଃଖ ଦୁର୍ଦ୍ଧଶାକୁ ବୁଝନ୍ତି ଓ ଦୂର କରନ୍ତି । କିଦନ୍ତୁ ନିକଟରେ ସେ କରିଥିବା ଗସ୍ତ ସମୟରେ ଯେଉଁ କାମ କଲେ ତାହା ତାଙ୍କୁ ଜଣେ ମହାନ ବ୍ୟକ୍ତିରେ ପରିଣତ କରିଦେଇଛି । ସେ ଗସ୍ତ କରିଥିବା ଅଂଚଳରେ ଏକ ୯ ବର୍ଷର ଅନାଥ ବାଳିକାକୁ ଭେଟିଥିଲେ । ତାହାର ଦୁଃଖ ଶୁଣିବା ପରେ ଜିଲ୍ଲାପାଳ ହତବାକ୍ ହୋଇପଡ଼ିଥିଲେ । ତତକ୍ଷଣାତ ସେ ସେହି ଝିଅଟିକୁ ନିଜର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାର ନିଶ୍ଚୟ କରିଥିଲେ । ଅନାଥ ଝିଅଟିର ସମସ୍ତ ଦୁଃଖ ଦୁର୍ଦ୍ଧଶା ଦୂର କରି ତାହାକୁ ଏକ ଖୁସିଭରା ଜୀବନ ପ୍ରଦାନ କରିବାକୁ ନିଷ୍ପତି ନେଇଥିଲେ ।

image


ଘାଟି ମୋହାଲାରେ ରହିଛି ମୁସ୍କାନ୍ ଶେଲଟର ହୋମ୍ । ସେହି ଆଶ୍ରୟ ସ୍ଥଳକୁ ଜିଲ୍ଲାପାଳ ଗସ୍ତରେ ଯାଇଥିଲେ । ସେଠାରେ ସେ ୯ ବର୍ଷର ଅନାଥ ବାଳିକା ଛାୟା ପାର୍ଗିକୁ ଭେଟିଥିଲେ । ଛାୟାଙ୍କୁ ପୋଷ୍ୟକନ୍ୟା ଭାବେ ସେ ଗ୍ରହଣ କରିଛନ୍ତି । ତାହାର ସମସ୍ତ ପଢ଼ା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି । ଏବେ ଛାୟା ଏବେ ଏକ ଭଲ ଜୀବନ ବଂଚି ପାରିବ ଓ ନିଜକୁ ଭଲ ମଣିଷ ଭାବେ ଗଢ଼ିପାରିବ ।

ଛାୟା ହେଉଛି ଅମ୍ବାଲା ଚିକିଲି ଗାଁର ଜଣେ ଅନାଥ ବାଳିକା । ବାପା ମାଙ୍କ ମୃତ୍ୟୁ ହେବା ପରେ ସେ ଦାଦା ଖୁଡ଼ିଙ୍କ ପାଖରେ ରହିଥିଲା । କିନ୍ତୁ କିଛି ଦିନ ପରେ ଛାୟାକୁ ସେମାନେ ବୋଝ ବୋଲି ଭାବିଥିଲେ । ତାକୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ଚାଷବାଷ ପାଇଁ ବ୍ୟବହାର କରାଯାଉଥିବା ହତିଆର ଜରିଆରେ ଛାୟାକୁ ସେମାନେ ମାରିବାକୁ ଉଦ୍ୟମ କରିବା ବେଳେ ସେ ସେଠାରେ କୌଣସି ପ୍ରକାର ବାହାରି ଚାଲି ଆସିଥିଲା । ଏଣେ ତେଣେ ବୁଲିବା ପରେ ରାସ୍ତା ଉପରେ ଚେତାଶୂନ୍ୟ ହୋଇପଡ଼ିଯାଇଥିଲା । ସେହିଠାରୁ ତାକୁ ଉଦ୍ଧାର କରି ସେଲଟର୍ ହୋମ୍ କୁ ଅଣାଯାଇଥିଲା।

ଯେତେବେଳେ ଜିଲ୍ଲାପାଳ ଏହି ଝିଅଟିର ଦୁଃଖଭରା କାହାଣୀ ଶୁଣିଲେ ସେ ତାହାର ସମସ୍ତ ଦାୟିତ୍ୱ ନେବେ ବୋଲି ପ୍ରସ୍ତାବ ରଖିଥିଲେ । ଛାୟାର ସ୍ଥାନୀୟ ଅଭିଭାବକ ଭାବେ ସେ ଡିଆଇଇଟିର ପ୍ରିନ୍ସିପାଲ୍ ଆଭା ମେହତାଙ୍କୁ ନିଯୁକ୍ତ କରିଛନ୍ତି । ଛାୟାକୁ ଖୁବଶୀଘ୍ର ଏକ ଇଂରାଜି ମାଧ୍ୟମ ସ୍କୁଲ୍ ରେ ନାମ ଲେଖାଇବାକୁ ନିର୍ଦ୍ଧେଶ ଦେଇଛନ୍ତି । ଛାୟାଙ୍କ ପାଠପଢ଼ାରେ ହେବାକୁ ଥିବା ଉନ୍ନତି ବିଷୟରେ ନିୟମିତ ବ୍ୟବଧାନରେ ସୂଚନା ଦେବା ପାଇଁ ଜିଲ୍ଲାପାଳ ଆଭା ମେହତାଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।

ଜିଲ୍ଲାପାଳ ଛାୟାଙ୍କୁ ଭେଟିବା ପରେ ପଚାରିଥିଲେ ଯେ ସେ ଜୀବନରେ କଣ ହେବାକୁ ଚାହୁଁଛନ୍ତି । ଛାୟା ଉତ୍ତର ଦେଇଥିଲେ ଯେ ଶିକ୍ଷୟିତ୍ରୀ ହେବାକୁ ସ୍ୱପ୍ନ ଦେଖୁଛି । ଜିଲ୍ଲାପାଳ ଘୋଷଣା କରିଛନ୍ତି ଯେ ଛାୟା ହେଉଛି ଏବେ ପ୍ରଶାସନର ଝିଅ । ଜିଲ୍ଲାପାଳ ଏହି ଶେଲଟର ହୋମ୍ ରେ ରହୁଥିବା ଅନ୍ୟ ପିଲାମାନଙ୍କ ଦୁଃଖସୁଖ ମଧ୍ୟ ବୁଝିଥିଲେ ।