ସୁନୀଲ ଗୋରା: କ୍ୟାନସରକୁ ହରାଇବା ପରେ ଏହି ଛାତ୍ରଙ୍କ ଆଇଆଇଟି ଜିତିବା ଲକ୍ଷ୍ୟ

ସୁନୀଲ ଗୋରା: କ୍ୟାନସରକୁ ହରାଇବା ପରେ ଏହି ଛାତ୍ରଙ୍କ ଆଇଆଇଟି ଜିତିବା ଲକ୍ଷ୍ୟ

Friday July 29, 2016,

3 min Read

ଜୟପୁରର ଜଣେ ସାହସୀ ଯୁବକ ହେଉଛନ୍ତି ସୁନୀଲ ଗୋରା । ସେ ହାଇସ୍କୁଲରେ ୮୦% ନମ୍ବର ରଖି ପାସ୍ ହୋଇଛନ୍ତି । କ୍ୟାନସର୍ ଭଳି ମାରାତ୍ମକ ରୋଗରେ ପୀଡ଼ିତ ହେବା ପରେ ଏବେ ସେ ଆରୋଗ୍ୟ ଲାଭ କରିଛନ୍ତି । ଆଇଆଇଟିରେ ପ୍ରବେଶ କରିବା ଏବେ ତାଙ୍କର ପ୍ରଥମ ଲକ୍ଷ୍ୟ ।

ସେ ଜଣେ ମେଧାବୀ ଛାତ୍ର । ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲାପଟପ୍ ମଧ୍ୟ ପ୍ରଦାନ କରାଯାଇଛି ।

୨୦୧୩ରେ ସେ କ୍ୟାନସର୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଏହା ପରଠାରୁ ତାଙ୍କ ଜୀବନ କ୍ୟାନସର୍ କୁ ହରାଇବା ଦିଗରେ ଉତ୍ସର୍ଗ ହୋଇଥିଲା । ଏହି ମାରାତ୍ମକ ରୋଗକୁ ଶେଷରେ ହରାଇବାରେ ସେ ସଫଳ ହୋଇଛନ୍ତି । ଏବେ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି ।

image


କ୍ୟାନସର୍ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କୁ ସବାଇ ମାନସିଂହ ହସପିଟାଲ୍ ରେ ୮୦ ଦିନ ରହିବାକୁ ପଡ଼ିଥିଲା । ପ୍ରତିଟି ଦିନ ସୁନୀଲ ଓ ତାଙ୍କ ପରିବାର ପାଇଁ ଥିଲା ସଂଘର୍ଷର ଦିନ । ଏଭଳି ମେଧାବୀ ଛାତ୍ରଙ୍କଠାରେ କ୍ୟାନସର୍ ହୋଇଥିବା ବିଷୟକୁ ବାପା ମା ବିଶ୍ୱାସ କରିପାରୁ ନ ଥିଲେ । ସୁନୀଲ ମଧ୍ୟ କଣ କରିବେ ଜାଣିପାରୁ ନ ଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଷ୍ଟେମ ସେଲ୍ ପ୍ରତିରୋପଣ କରି ତାଙ୍କ ଚିକିତ୍ସା କରାଯିବା ପରେ ସେ ଭଲ ହୋଇଥିଲେ । ଦୁଇ ଦିନ ତଳେ ସେ ଘରକୁ ଫେରିଛନ୍ତି । ଯେହେତୁ ସୁନୀଲଙ୍କର କୋଷ ତାଙ୍କ କୌଣସି ପରିବାର ସଦସ୍ୟଙ୍କ ସହ ୧୦୦% ତାଳମେଳ ଖାଉ ନ ଥିଲା, ତେଣୁ ଷ୍ଟେମ୍ ସେଲ୍ ପ୍ରତିରୋପଣ କରିବା ହିଁ ଏକମାତ୍ର ଉପାୟ ରହିଯାଇଥିଲା । ସୁନୀଲଙ୍କ ଚିକିତ୍ସା କରୁଥିବା ଡକ୍ଟର ସନ୍ଦୀପ କେ ସାଜୁଜା କହିଛନ୍ତି ଯେ, ସୁନୀଲ ଏବେ ସମ୍ପୂର୍ଣ୍ଣ ଠିକ । ସେ କିଛି ଦିନ ପରେ ଘରକୁ ଫେରି ପାରିବେ । ଏବେ ସେ ସାମାନ୍ୟ ଜୀବନ ଅତିବାହିତ କରିପାରିବେ ।

ହସ୍ପିଟାଲ୍ ରୁ ଘରକୁ ଫେରିବେ ବୋଲି ସୁନୀଲ ଆଶା ଛାଡ଼ି ଦେଇଥିଲେ । ଏବେ ପୁଣି ଘରକୁ ଫେରି ହେବ ବୋଲି ଜାଣିବା ପରେ ସେ ବହୁତ ଖୁସି ହୋଇଯାଇଛନ୍ତି । ମରଣ ମୁହଁରୁ ଫେରିଥିବା ସୁନୀଲ ପୁଣି ପାଠପଢ଼ାରେ ନିଜକୁ ହଜାଇ ଦେବାକୁ ମାନସିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସୁନୀଲ କହିଛନ୍ତି ଯେ, ମୁଁ ଏଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇପାରିଲିନି । କାରଣ ମୁଁ ହସ୍ପିଟାଲରେ ଥିଲି । ମୋ ପାଇଁ କୌଣସି ସୁଯୋଗ ନ ଥିଲା। ଘରକୁ ଫେରି ମୁଁ ପୁଣି ପଢ଼ାପଢ଼ି କରିବି । ମୁଁ ଆଇଆଇଟିରେ ପଢ଼ିବାର ସ୍ୱପ୍ନ ଦେଖିଛି । ତାହାକୁ ପୂରଣ କରିବାକୁ ଚେଷ୍ଟା କରିବି ବୋଲି ସୁନୀଲ କହିଛନ୍ତି ।

ନିଜର ସଂଘର୍ଷ ଦିନଗୁଡ଼ିକ ବିଷୟରେ ସୁନୀଲ କହିଛନ୍ତି ଯେ ପ୍ରତି ୨୦ ଦିନରେ ତାଙ୍କୁ ଏକ ସରକାରୀ ହସ୍ପିଟାଲ୍ ଯିବାକୁ ପଡୁଥିଲା । ସେଠାରେ ତାଙ୍କ ଶରୀରରୁ ରକ୍ତ ନିଷ୍କାସନ କରି ନୂଆ ରକ୍ତ ଦେବାକୁ ପଡୁଥିଲା । ପ୍ରତି ୨୦ ଦିନରେ ଦୁଇ ଦିନ ତାଙ୍କୁ ସରକାରୀ ହସପିଟାଲ୍ ରେ ରହିବାକୁ ପଡୁଥିଲା । ସୁନୀଲଙ୍କ ହେମୋଗ୍ଲୋବିନ୍ ଓ ପ୍ଲେଟଲେଟ୍ କାଉଂଟ୍ ବହୁତ ତଳକୁ ଖସି ଆସିଥିଲା । ଏହି ଚିକିତ୍ସା ପୂର୍ବରୁ ସୁନିଲ୍ ଙ୍କର ୨୭ ଥର ବ୍ଲଡ୍ ଟ୍ରାନ୍ସଫୁ୍ୟଜନ୍ କରିବାକୁ ପଡ଼ିଥିଲା । ଚିକିତ୍ସା ପରେ ଏବେ ତାଙ୍କର ହେମୋଗ୍ଲୋବିନ୍ ଓ ପ୍ଲେଟଲେଟ୍ କାଉଂଟ୍ ସାମାନ୍ୟ ହୋଇପାରିଛି ।

ସୁସ୍ଥ ହେବାର ଶ୍ରେୟ ସେ ନିଜ ଭାଇ ଗଣେଶ, ବାପା ଉଗମା ରାମ ଓ ଡାକ୍ତରମାନଙ୍କୁ ଦେଇଛନ୍ତି । ସୁନୀଲ କହନ୍ତି ତାଙ୍କ ଭାଇ ଗଣେଶଙ୍କ ଯୋଗୁଁ ସେ ନୂଆ ଜୀବନ ପାଇଲେ । ତାଙ୍କ ବାପା ବି ବହୁତ ପରିଶ୍ରମ କରିଛନ୍ତି । ସୁନୀଲଙ୍କ ବାପା ପେସାରେ ଜଣେ ସ୍କୁଲ ଶିକ୍ଷକ ଭାବେ କାମ କରୁଛନ୍ତି ।