ପିଜା ଡେଲିଭରି ବୟରୁ କେବଲ ନ୍ଯୁଜ ନେଟୱର୍କର ମାଲିକ

ପିଜା ଡେଲିଭରି ବୟରୁ କେବଲ ନ୍ଯୁଜ ନେଟୱର୍କର ମାଲିକ

Tuesday December 06, 2016,

2 min Read

କାରଗିଲ୍ ର ଦରିଦ୍ର ଓ ହିଂସାଗ୍ରସ୍ତ ଅଞ୍ଚଳରେ ଜନ୍ମ ନେଇ ବଢିଥିବା ମୋହମ୍ମଦ ହୁସେନ ଇବନ ଖାଲୋ ଦିନେ ନିଜ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ରେଷ୍ଟୁରାଣ୍ଟରେ ପିଜା ଡେଲିଭରି ବୟ ଭାବେ କାମ କରୁଥିଲେ। ଆଜି ସେ ଏକ କେବଲ ନ୍ଯୁଜ ନେଟୱର୍କର ମାଲିକ ଭାବେ ଗର୍ବର ସହ କାରଗିଲ୍ ଓ ଲଦାଖ ଅଞ୍ଚଳର ଲୋକଙ୍କ ସ୍ଵର ପାଲଟିଛନ୍ତି।

Image : (L) – Shutterstock (representational); (R) –<a href=

Image : (L) – Shutterstock (representational); (R) –

Ummida12bc34de56fgmedium"/>

ହୁସେନ କାରଗିଲ୍ ର ଏକ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିଲେ ଏବଂ ପଢା ସାରିବା ପରେ ସେଠାକାର ଏକ ଲୋକାଲ ରେଷ୍ଟୁରାଣ୍ଟରେ ପିଜା ଡେଲିଭରି ବୟ ଭାବେ କାମ କରିବା ରମ୍ଭ କରିଥିଲେ। କାମ କରିବା ସହ ସେ ନିଜର ପାଠପଢା ମଧ୍ୟ ଚାଲୁ ରଖିଥିଲେ। ସେ ପରେ ନିଜ ବନ୍ଧୁ ଫିରୋଜ ଖାନଙ୍କ ସହ ମିଶି ଏକ Youtube ଚ୍ଯାନେଲ Kargil Today ଆରମ୍ଭ କରିଥିଲେ। (ସୂତ୍ର – Ken Folios)

ଛୋଟ ଛୋଟ ପାଦ ପକେଇ ଆରମ୍ଭ କରିଥିବା Kargil Today ଆଜି ଏକ Youtube ଚ୍ଯାନେଲରୁ ସ୍ଥାନୀୟ କେବଲ ଟିଭି ଚ୍ଯାନେଲ ପାଲଟିଯାଇଛି। ଏହି ଚ୍ଯାନେଲଟି କାରଗିଲ୍ ଓ ଲଦାଖ ଅଞ୍ଚଳର ସାଂସ୍କୃତିକ, ଧାର୍ମିକ ଓ ପରମ୍ପରାଗତ ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମ କରିବା ସହ ସେଠାକାର ଲୋକଙ୍କର ସମସ୍ଯା ସମ୍ବନ୍ଧରେ ମଧ୍ୟ ଲୋକଙ୍କୁ ଅବଗତ କରାଉଛି। “ଏହି ଚ୍ଯାନେଲ ଆରମ୍ଭ କରିବା ପରଠାରୁ କାରଗିଲ୍ ରେ ବହୁତ ପରିବର୍ତ୍ତନ ଆସିଛି। ସ୍ଥାନୀୟ ଲୋକେ ଏବେ ଟିଭିରେ ସେମାନେ ସାମନା କରୁଥିବା ଅସୁବିଧା ସମ୍ପର୍କରେ କହୁଛନ୍ତି ଯାହାକି ତାଙ୍କ ଭିତରେ ଏକ ଆତ୍ମବିଶ୍ଵାସ ମଧ୍ୟ ଆଣିବାରେ ସକ୍ଷମ ହେଇଛି,” ହୁସେନ ANIକୁ କୁହନ୍ତି। (ସୂତ୍ର – Ummid)

ହୁସେନଙ୍କ ଏହି ଅଭିନମ ଉଦ୍ୟମ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ମୁର୍ତୁଜା ଫାଜିଲ କହନ୍ତି, 

“ହୁସେନ କେବଳ କାରଗିଲ୍ ନୁହେଁ ବରଂ ଲଦାଖ ପାଇଁ ବ୍ରୋଡକାଷ୍ଟ ମିଡ଼ିଆର ଜଣେ ଅଗ୍ରଦୂତ। ସେ ଚାରିବର୍ଷ ପୂର୍ବେ ଏହି ଉଦ୍ୟମ ଆରମ୍ଭ କରିଥିଲେ। ଏହା ଏକ ସାହସିକ ପଦକ୍ଷେପ ଥିଲା। ଏକ ଚ୍ଯାନେଲ ଚଳେଇବା ପାଇଁ ସମ୍ବଳ ଆବଶ୍ୟକ। ଅନେକ ବାଧାବିଘ୍ନ ସତ୍ତ୍ୱେ ସେ ସଫଳତାର ଆଜି ଏଇ ଚ୍ଯାନେଲ ଚଳାଉଛନ୍ତି। ସେଥିପାଇଁ ତାଙ୍କୁ ଅନେକ ଅଭିନନ୍ଦନ। “