କିଣାକିଣିର ଅନୁଭବକୁ ଏକ ‘Makeover’ ଦେଉଛି Amazon Go; Amazonର ପ୍ରଥମ ଇଟାପଥରରେ ତିଆରି ଦୋକାନ

କିଣାକିଣିର ଅନୁଭବକୁ ଏକ ‘Makeover’ ଦେଉଛି Amazon Go; Amazonର ପ୍ରଥମ ଇଟାପଥରରେ ତିଆରି ଦୋକାନ

Wednesday December 07, 2016,

2 min Read

ଅନଲାଇନ ରିଟେଲ କ୍ଷେତ୍ରରେ ଆମାଜନ ଏକ ବିଶାଳ ହସ୍ତୀ ଭାବେ ଜଣା। ନିକଟ ଅତୀତରେ ଆମାଜନ ନିଜର ଇଟା ପଥରରେ ତିଆରି ରିଟେଲ ଷ୍ଟୋର Amazon Go ଖୋଲିଛି ଆମେରିକାର ସିଆଟଲରେ। ଆପଣ ଭାବୁଥିବେ ଏଥିରେ ବା ନୂଆଁ କଅଣ ଅଛି। ଉତ୍ତର ହେଲା – ଅଛି। ଆପଣ ଅନେକ ଡିପାର୍ଟମେଣ୍ଟାଲ ଷ୍ଟୋର ଯାଇଥିବେ ଓ ଜିନିଷ କିଣିସାରିବା ପରେ ବିଲ କାଉଣ୍ଟରରେ ଲମ୍ବା ଲାଇନରେ ଠିଆ ହେବାର ଅନୁଭବ ମଧ୍ୟ ଥିବ। ତେବେ ଆମାଜନର ଏହି ଷ୍ଟୋରରେ କ୍ଯାଶ କାଉଣ୍ଟର ବା ଚେକଆଉଟ କାଉଣ୍ଟର ହିଁ ନାହିଁ। ଗ୍ରାହକ ଯାହା କିଣିବାକୁ ଆସିଥିବା ସେ ଜିନିଷ ସବୁ ଥାକରୁ ଉଠାଇବ ଓ ଯିବ।

Image : <a href=

Image :

CNETa12bc34de56fgmedium"/>

୧୮୦୦ ବର୍ଗଫୁଟର ଏହି କନସେପ୍ଟ ଷ୍ଟୋର ସିଆଟଲରେ ଥିବା ଆମାଜନର ନୂଆଁ ଅଫିସର ତଳ ମହଲାରେ ଖୋଲିଛି। ଗ୍ରାହକଙ୍କ କିଣାକିଣି ଅନୁଭବକୁ ନିଆରା କରିଦେଉଛି ଚେକଆଉଟ କାଉଣ୍ଟରର ଅନୁପସ୍ଥିତି। ଯଦିଓ ବର୍ତ୍ତମାନ ଏହି ଷ୍ଟୋର କେବଳ ଆମାଜନର ନିଜର କର୍ମଚାରୀଙ୍କ ପାଇଁ ଖୋଲା, ଆସନ୍ତା ବର୍ଷ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲିବ ବୋଲି କମ୍ପାନୀ କହିଛି। (ସୂତ୍ର - The New York Times)

ଗ୍ରାହକ ମାନେ ଷ୍ଟୋରକୁ ପ୍ରବେଶ କରିବା ସମୟରେ ପ୍ରବେଶ ଦ୍ଵାରରେ ତାଙ୍କର ଆମାଜନ ଆପ୍ପ ଜରିଆରେ ସାଇନ ଇନ କରିବେ। ଗ୍ରାହକ ଜିନିଷ ଉଠାଇବା ମାତ୍ରେ ଏହି ସ୍ମାର୍ଟ ଷ୍ଟୋର ଗ୍ରାହକର ଭର୍ଚୁଆଲ କାର୍ଟରେ ସାମଗ୍ରୀ ଗୁଡ଼ିକୁ ଯୋଡ଼ିଦେବ ଏବଂ ଷ୍ଟୋର ଛାଡ଼ିବା ସମୟରେ ଗ୍ରାହକର ଆମାଜନ ଆକାଉଣ୍ଟରୁ ତାହାର ମୂଲ୍ୟ କାଟିନେଇ ତାର ରସିଦ ମଧ୍ୟ ପଠାଇଦେବ।


“ଆମର ଚେକଆଉଟ ରହିତ ଅନୁଭବ ଠିକ ସେଇ ବୈଷୟିକ ବିଦ୍ୟା ସହାୟତାରେ ତିଆରି ହେଇଛି ଯାହା ଚାଳକ ବିହୀନ କାରରେ ବ୍ୟବହାର ହୁଏ – କମ୍ପୁଟରର ଦୃଷ୍ଟି, ସେନ୍ସର ଫ୍ୟୁଜନ ଇତ୍ୟାଦି..” ଆମାଜନର ଲଞ୍ଚ ୱେବସାଇଟ କୁହେ। (ସୂତ୍ର – Independent)

ଏହି ପ୍ରୋଜେକ୍ଟ ଚାରି ବର୍ଷ ପୂର୍ବେ ଆରମ୍ଭ ହେଇଥିଲା। ରିଟେଲ ଷ୍ଟୋର ବ୍ୟବସାୟରେ ବିପ୍ଲବ ନେଇ ଆସିବାର କ୍ଷମତା ଅଛି ଏହି ପ୍ରୋଜେକ୍ଟରେ। ବିଲ ଦେବା ପାଇଁ ଲମ୍ବା ଲାଇନରେ ଠିଆ ହେବା କାହାକୁ ବା ଭଲ ଲାଗେ? ତା’ଛଡ଼ା ଆଜିର ବ୍ୟସ୍ତବହୁଳ ଜୀବନରେ ଏତେ ସମୟ ବା କାହା ପାଖରେ ଅଛି? Amazon Go ସହ ମନେ ହେଉଛି ବିପ୍ଲବ ଆସିବ । ଆମ ନିଜ ଦେଶରେ ଆମେ ଏପରି କିଛି ଶୀଘ୍ର ଦେଖିପାରିବା କି?