ନୂଆ ଦିଗନ୍ତ: ଥର୍ ମରୁଭୂମିରେ ମିଳିବ ୩ଜି ମୋବାଇଲ୍ ସେବା

ନୂଆ ଦିଗନ୍ତ: ଥର୍ ମରୁଭୂମିରେ ମିଳିବ ୩ଜି ମୋବାଇଲ୍ ସେବା

Friday December 18, 2015,

2 min Read

ମୋବାଇଲ୍ ଫୋନ୍ ଏବେ ଭାରତୀୟମାନଙ୍କ ଏକ ଆବଶ୍ୟକତାରେ ପରିଣତ ହୋଇଯାଇଛି । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି । ଯେଉଁମାନଙ୍କ ପାଖରେ ମୋବାଇଲ୍ ଫୋନ୍ ନାହିଁ ସେମାନେ ସମାଜରେ ନିଜକୁ ପଛୁଆ ଭାବେ ବିଚାର କରୁଛନ୍ତି । ଦେଶରେ ମୋବାଇଲ୍ ସେବା ବ୍ୟାପକ ହୋଇଥିଲେ ମଧ୍ୟ ଏବେ ବି ଏଭଳି ଅନେକ ସ୍ଥାନ ରହିଛି ଯେଉଁଠାରେ ମୋବାଇଲ୍ ସେବା ପହଚିଂ ପାରିନାହିଁ । ସେଭଳି ଏକ ସ୍ଥାନ ହେଉଛି ଦେଶର ମରୁଭୂମି । ଯେହେତୁ ମରୁଭୂମି ଅଂଚଳରେ ବହୁତ କମ ପରିମାଣର ଲୋକ ବସବାସ କରୁଛନ୍ତି, ତେଣୁ ସେମାନଙ୍କ ପାଖରେ କୋଟି କୋଟି ଟଙ୍କା ଖର୍ଚ କରି ମୋବାଇଲ୍ ସେବା ପହଚାଂଇବା ବ୍ୟବହାର ଦୃଷ୍ଟିକୋଣରୁ ସହଜ ନୁହେଁ । ଏହା ସତ୍ୱେ ଦେଶର ସରକାରୀ ମୋବାଇଲ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ) ଆଗେଇ ଆସିଛି । ପ୍ରଥମ ଥର ପାଇଁ ଥର୍ ମରୁଭୂମିର ବାସିନ୍ଦାମାନେ ହାଇସ୍ପିଡ୍ ଇଟଂରନେଟ୍ ସେବା ପ୍ରଦାନ କରୁଥିବା ୩ଜି ମୋବାଇଲ୍ ସେବା ବ୍ୟବହାର କରିପାରିବେ ।

image


ରାଜସ୍ଥାନର ଜୈସଲମର୍ ଜିଲ୍ଲାରେ ରହିଛି ଥର୍ ମରୁଭୂମି । ସେଠାରେ ଥିବା ବଡ଼େ ଗାଁର ବାସିନ୍ଦାମାନେ ଆଉ କିଛି ଦିନ ମଧ୍ୟରେ ବିଏସଏନଏଲର ୩ଜି ମୋବାଇଲ୍ ସେବା ହାସଲ କରିପାରିବେ । ସାରା ଦେଶରେ ବିଏସଏନଏଲ୍ ୧୦୦୦ ଟାୱାର ନିର୍ମାଣ କରୁଛି । ସେଥି ମଧ୍ୟରୁ ୩୮ଟି ଟାୱାର ଜୈସଲମର୍ ଜିଲ୍ଲାରେ ନିର୍ମାଣ କରାଯାଉଛି ।

image


ବିଏସଏନଏଲ ରାଜସ୍ଥାନ ସର୍କଲର ମୁଖ୍ୟ ରଜନୀଶ୍ କୁମାର ମିଶ୍ର ଏହି କାର୍ଯ୍ୟର ନିୟମିତ ବ୍ୟବଧାନରେ ସମୀକ୍ଷା କରୁଛନ୍ତି । କାମ କେତେ ଦୂର ଓ କେତେ ଶୀଘ୍ର ଚାଲିଛି ତାହା ଦେଖିବା ସହ ସମସ୍ୟାଗୁଡ଼ିକୁ ବୁଝୁଛନ୍ତି । ତିନି ଚାରି ମାସ ମଧ୍ୟରେ ଥର୍ ମରୁଭୂମିରେ ୩ଜି ନେଟୱର୍କର ଜାଲ ବିଛାଇ ଦିଆଯିବ ବୋଲି ସେ କହିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ ଏବେ ସାରା ଦେଶରେ କଲ୍ ଡ୍ରପ୍ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଏହି ସମସ୍ୟାର ସମାଧାନ କେବଳ ନୂତନ ଟାୱାର ନିର୍ମାଣ ଜରିଆରେ ହୋଇପାରିବ ବୋଲି ସେ କହିଛନ୍ତି । ଯଦି କୌଣସି ଗ୍ରାହକ ଏକ ଟାୱାରର ସୀମାଠାରୁ ବାହାରକୁ ଚାଲି ଯାଆନ୍ତି ତେବେ ତାଙ୍କ କଲ୍ ଡ୍ରପ୍ ହୋଇଥାଏ । ଯଦି ଅଧିକ ଟାୱାର ନିର୍ମାଣ କରାଯିବ ତେବେ ଟାୱାରର ପରିସିମା ଅଧିକ ଅଂଚଳକୁ ବ୍ୟାପ୍ତ ହୋଇପାରିବ । ତେଣୁ କଲ୍ ଡ୍ରପର ଆଶଂକା ହ୍ରାସ ପାଇବ ।