ଜାନୁଆରି ୨୯ରୁ ୮ମ ସାମାଜିକ ଉଦ୍ୟୋଗ ସମ୍ମିଳନୀ

ଜାନୁଆରି ୨୯ରୁ ୮ମ ସାମାଜିକ ଉଦ୍ୟୋଗ ସମ୍ମିଳନୀ

Friday January 15, 2016,

2 min Read

image


ଚଳିତ ମାସ ୨୯ ତାରିଖରୁ ଝାଡ଼ଖଣ୍ଡର ଜାମସେଦପୁରରେ ଆରମ୍ଭ ହେଉଛି ୮ମ ଜାତୀୟ ସାମାଜିକ ଉଦ୍ୟୋଗ ସମ୍ମିଳନୀ । ବିଗତ ବର୍ଷମାନଙ୍କ ଭଳି ଏଥର ମଧ୍ୟ ଏହି ସମ୍ମିଳନୀ ସ୍ବତନ୍ତ୍ର ବିଷୟବସ୍ତୁ ଉପରେ ଆଲୋକପାତ କରିବ । ଦେଶର ବିଭିନ୍ନ ପ୍ରାନ୍ତରୁ ସାମାଜିକ କର୍ମୀ ଓ ଉଦ୍ୟୋଗୀମାନେ ଏହି ସମ୍ମିଳନୀରେ ଯୋଗଦେବେ । ଜାମସେଦପୁର ସ୍ଥିତ ଏକ୍ସଏଲ୍ଆରଆଇ ପରିସରରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ।

ସାମାଜିକ ଉଦ୍ୟୋଗ ଲାଗି ଉପଲବ୍ଧ ବାତାବରଣ ସମ୍ପର୍କରେ ଜଣାଇବା ସହ ନୂଆ ସୁଯୋଗ ସୃଷ୍ଟି କରିବା ଏହି ତିନିଦିନିଅ‍ା ସମ୍ମଳିନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ ଅନୁଷ୍ଠାନ ଜାଭିୟର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ରହିଛି । ପ୍ରତିବର୍ଷ ଏଥିରେ ୧୫୦ରୁ ୨୦୦ ସାମାଜିକ ଉଦ୍ୟୋଗୀ, ଉନ୍ନୟନ କ୍ଷେତ୍ର କର୍ମକର୍ତା, ଶିକ୍ଷାବିତ ଓ ଛାତ୍ର ଯୋଗ ଦେଉଛନ୍ତି ।

ସାମାଜିକ ଉଦ୍ଭାବନ

ଚଳିତ ସମ୍ମଳନୀର ଆଲୋଚ୍ୟ ବିଷୟବସ୍ତୁ ରହିଛି Social Innovations: Changing Lives and Society । ୨୦୦୯ ମସିହାରୁ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଥିବା ଏହି ସମ୍ମିଳନୀରେ ନିମ୍ନ ବିଷୟବସ୍ତୁ ଗୁଡ଼ିକ ଉପରେ ଆଲୋଚନା ହୋଇସାରିଛି ।

2009: Providing Access for Sustainable Development

2010: Solutions for Inclusive Development

2011: Youth, Development and Social Development

2012: Entrepreneurship for Rural Revival

2013: Innovations in Livelihood Promotions and Skill Development

2014: Rethinking Development: Strengthening the Grassroots

2015: The Young Changemakers: Youth as Social Entrepreneurs

image


ଓଡ଼ିଶାରୁ ଏନ୍ଏ ଶାହ ଅନ୍ସାରୀ

ଚଳିତ ବର୍ଷ ସମ୍ମିଳନୀରେ ପ୍ରଧାନ ବକ୍ତବ୍ୟ ରଖିବେ ନାସନାଲ ଇନୋଭେସନ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ଉପସଭାପତି ତଥା ହନି-ବି ନେଟୱର୍କର ପ୍ରତିଷ୍ଠାତା ପ୍ରଫେସର ଅନୀଳ ଗୁପ୍ତା । ୨୦୧୫ରେ ମାଗାସେସେ ପୁରସ୍କାର ବିଜେତା ତଥା ଗୁଞ୍ଜର ପ୍ରତିଷ୍ଠାତା ଅଂଶୁ ଗୁପ୍ତାଙ୍କ ସହ ଏଥର ସମ୍ମିଳନୀରେ ଏକ ମୁକ୍ତ ବିମର୍ଶ କାର୍ଯ୍ୟକ୍ରମ ରହିଛି । ଏଥି ତିନି ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ମୋଟ ୨୭ ଜଣ ବକ୍ତା ଯୋଗ ଦେଉଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର କୋଣାର୍କ ସ୍ଥିତ ରେଡିଓ ନମସ୍କାରର ପ୍ରତିଷ୍ଠାତା ଅଧ୍ୟକ୍ଷ ଏନ୍ଏ ଶାହ ଅନ୍ସାରୀ । ସୂଚନାଯୋଗ୍ୟ ଗତବର୍ଷ ଏହି ସମ୍ମିଳନୀର ୭ମ ସଂସ୍କରଣରେ ଭୁବନେଶ୍ୱର ସ୍ଥିତ ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସଂପାଦକ ସୁଜିତ ମହାପାତ୍ର ବକ୍ତା ଭାବେ ଯୋଗ ଦେଇଥିଲେ ।

୮ଟି ସଭାରେ ମତ ରଖିବେ ବକ୍ତା

ଏଥର ବିଷୟବସ୍ତୁ ଉପରେ ଆଲୋଚନା କରିବା ପାଇଁ ୨୭ ଜଣ ବକ୍ତାଙ୍କୁ ନେଇ ମୋଟ ୮ଟି ମଞ୍ଚର ପରିବଳ୍ପନା କରାଯାଇଛି । ପ୍ରତି ମଞ୍ଚରେ ମୁଖ୍ୟବିଷୟବସ୍ତୁର ଭିନ୍ନ ଭିନ୍ନ ଉପବିଷୟ ଉପରେ ଆଲୋଚନା କରାଯିବ ।

1. Support Ecosystem for Social Innovations (ଉଦ୍ଘାଟନୀ ସଭା)

2. ICT for People and Development

3. Innovations in Education Delivery

4. Interventions for Youth Transformation

5. Innovations in Farm Support

6. Collectives as Entrepreneurs

7. Livelihoods on the Fringe of Society

8. Investing in Development

ସମ୍ମିଳନୀ ବାବଦରେ ଅଧିକ ଜାଣିବା ପାଇଁ ଜାଭିୟର ସ୍କୁଲ ୱେବସାଇଟ୍ www.xlri.ac.in ଦେଖନ୍ତୁ ଅଥବା ସମ୍ମିଳନୀ ବାବଦରେ ନିରନ୍ତର ସୂଚନା ପାଇଁ ଫେସବୁକ ପୃଷ୍ଠା ଅନୁସରଣ କରନ୍ତୁ ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।