ବ୍ୟବସାୟ ଛାଡି ଲୋକସେବା : ଦେଶର ଭବିଷ୍ୟତଙ୍କୁ ଗଢୁଛି ପଂଚଶୀଳଙ୍କ ‘ବାଲ୍ ସମ୍ବଲ’

ବ୍ୟବସାୟ ଛାଡି ଲୋକସେବା : ଦେଶର ଭବିଷ୍ୟତଙ୍କୁ ଗଢୁଛି ପଂଚଶୀଳଙ୍କ ‘ବାଲ୍ ସମ୍ବଲ’

Thursday January 07, 2016,

3 min Read

ଅନାଥ ଓ ବେସାହାରା ପିଲାଙ୍କୁ ସାହାରା ଦେଇ ସମାଜର ମୁଖ୍ୟ ଧାରାରେ ଯୋଡିବା ଲାଗି ବହୁତ କମ୍ ଲୋକ ଚିନ୍ତା କରୁଛନ୍ତି | ପୁଣି ଯେଉଁମାନେ ଚିନ୍ତା କରୁଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଏଭଳି ପିଲାଙ୍କ ପାଇଁ କାମ କରୁଛନ୍ତି | ପଂଚଶୀଳ ଜୈନ ଏଭଳି ହାତଗଣତି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଯିଏକି ଅନାଥ ପିଲାଙ୍କ ବିକାଶ କ୍ଷେତ୍ରରେ ଏକ ଉହାହରଣ ପାଲଟି ଯାଇଛନ୍ତି | ରାଜସ୍ଥାନରେ ରହୁଥିବା ପଂଚଶୀଳଙ୍କ ଦ୍ୱାରା ବାଲ୍ ସମ୍ବଲ ଯୋଜନା ଏକ ଏଭଳି ପରିକଳ୍ପନା ଯାହା ଅନାଥ ପିଲାଙ୍କର ସର୍ବାଙ୍ଗୀନ ବିକାଶ କରୁଛି | ପାଠପଢା ହେଉ କି ଖେଳକୁଦ କିମ୍ବା ଜୀବନରେ ଆଗକୁ ଚାଲି ରୋଜଗାର କରିବା କଥା ହେଉ, ତାହା ବାଲ୍ ସମ୍ବଳରେ କୁହାଯାଇଛି |

image


ବାଲ ସମ୍ବଳ ଯୋଜନାରେ ୨୫୦ ଜଣ ଅନାଥ ଓ ବେସାହାରା ପିଲାଙ୍କ ପାଇଁ ରହିବା ଓ ଅନ୍ୟାନ୍ୟ ସୁବିଧା ରହିଛି| ଏଥିରେ ଅଧା ପୁଅ ଓ ଅଧା ଝିଅ | ଏଠାରେ ରହି ପିଲାମାନେ ସ୍କୁଲପାଠ ସହିତ କମ୍ପ୍ୟୁଟର ପଢନ୍ତି | ପୁଣି ପସନ୍ଦ ଅନୁସାରେ ଅନ୍ୟକାମ ମଧ୍ୟ ଶିଖିଥାନ୍ତି | ରାଜସ୍ଥାନ ରାଜଧାନୀ ଜୟପୁର ଠାରୁ ୪୦ କିଲୋମିଟର ଦୂର ସିରୋହୀରେ ୧୫ ଏକର ଜମି ଉପରେ ବାଲ ସମ୍ବଳ କାମ କରୁଛି | ବର୍ତ୍ତମାନ ସେଠାରେ ୪୦ ଜଣ ପିଲା ଅଛନ୍ତି| ବସଷ୍ଟାଣ୍ଡ୍, ରେଳୱେ ଷ୍ଟେସନ୍ ଓ ଅନ୍ୟ ଯାଗାମାନଙ୍କରେ ଅନାଥ ହୋଇ ବୁଲୁଥିବା ପିଲାଙ୍କୁ ଉଦ୍ଧାର କରାଯାଇ ଏଠାରେ ରଖାଯାଏ | ଏଥିରେ ରାଜସ୍ଥାନ ଶିଶୁ କଲ୍ୟାଣ ସମିତି ସାହାଯ୍ୟ କରିଥାଏ | ଏହି କ୍ୟାମ୍ପସ୍ ଭିତରେ ବାଲ ସମ୍ବଲ ବିଦ୍ୟାଳୟ ମଧ୍ୟ ଚାଲିଛି | ଯାହା ରାଜସ୍ଥାନ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ | ପିଲାଙ୍କ ଖେଳର ବିକାଶ ପାଇଁ କ୍ୟାମ୍ପସ୍ ଭିତରେ ବିଭିନ୍ନ ଖେଲ ପଡିଆ ରହିଛି | ପଂଚଶୀଳ ୟୌର ଷ୍ଟୋରୀକୁ କହନ୍ତି,

image


ମୁଁ ଚାହେଁ ପିଲାମାନଙ୍କର ପାଠପଢା ସହିତ ସେମାନଙ୍କର ପସନ୍ଦ ଅନୁଯାୟୀ ଖେଳରେ ଆମେ ତାଙ୍କୁ ସାହାଯ୍ୟ କରିଥାଉ | ଫଳରେ ସେ ଭବିଷ୍ୟରେ ଭଲ ମଣିଷ ହୋଇପାରିବ |”

‘ବାଲ ସମ୍ବଲ’ରେ ପାଠପଢା ଓ ଖେଳ ସହ ସଂଗୀତ, ହସ୍ତଶିଳ୍ପ ମଧ୍ୟ ଶିକ୍ଷା ଦିଆଯାଇଥାଏ | ଏଠାରେ ରହୁଥିବା ପିଲାମାନେ ନିଜ ଗୋଡରେ ଛିଡା ହେବା ଲାଗି ଅନେକ ଧନ୍ଦାମୂଳକ କାମ ଶିଖିଥାନ୍ତି | ଯେମିତିକି ସିଲେଇ, କମ୍ପ୍ୟୁଟର, ୱେଲଡିଂ | ଏଠାକାର କିଛି ପିଲା ମାର୍ସଲ ଆର୍ଟ ଓ ଧନୁଚାଳନା ଖେଳରେ ବି ନାମ କମାଇଛନ୍ତି | ଏଠାରେ ଷ୍ଟାଡିୟମ ଓ ସୁଇମିଂ ପୁଲ୍ ନିର୍ମାଣ କରିବା ଲାଗି ଯୋଜନା କରିଛନ୍ତି ପଂଚଶୀଳ | ଯାହା ଫଳରେ ଏଠାକାର ପିଲାମାନେ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପରିଚୟ ସୃଷ୍ଟି କରିପାରିବେ |

image


ପଂଚଶୀଳଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ସ୍ୱାଧୀନତା ପରେ ସେ ସମାଜସେବାରେ ଲାଗିଥିଲେ | ସେ ରାଜସ୍ଥାନର ଚୁରୁ ଜିଲ୍ଲାର ଏକ ଗାଁକୁ ନିଜ ସାମର୍ଥ୍ୟରେ ଏକ ଆଦର୍ଶ ଗ୍ରାମ କରିପାରିଥିଲେ | ପଂଚଶୀଳକୁ ମିଶାଇ ତାଙ୍କର ଆଠ ପୁଅ ଝିଅ ଥିଲେ | ତେଣୁ ଆର୍ଥିକ ପରିସ୍ଥିତି ଏତେ ସ୍ୱଚ୍ଛଳ ନଥିଲା | ପିତାଙ୍କ ସମାଜସେବା ଗୁଣ ପଂଚଶୀଳଙ୍କ ଉପରେ ପଡିଥିଲା | କିନ୍ତୁ ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ପ୍ରଥମେ ସେ ଡାଇମଣ୍ଡ ଟୁଲ୍ସ ବ୍ୟବସାୟ କଲେ | ଏହି ଟୁଲ୍‌ ର ବ୍ୟବହାର ହୀରା ପଥର କାଟିବା ପାଇଁ କରାଯାଇଥାଏ | ପଂଚଶୀଳ କହନ୍ତି,

image


ମୁଁ ଯେତେବେଳେ କାମ ଆରମ୍ଭ କରିଥିଲି, ସେତେବେଳେ ଏକ ସଂକଳ୍ପ କରିଥିଲି ଯେ ୫୦ ବର୍ଷ ପରେ ବ୍ୟବସାୟ ଛାଡି ସମାଜସେବାରେ ଲାଗିବି | ସେହି ଅନୁସାରେ ୨୦୦୮ରେ ବ୍ୟବସାୟ ସଂସ୍ଥା ଭାଇମାନଙ୍କ ହାତରେ ଛାଡି ‘ବାଲ ସମ୍ବଲ’ ଯୋଜନାରେ ଆରମ୍ଭ କରିଥିଲି |
image


ପଂଚଶୀଳଙ୍କ ବିଶ୍ୱାସ ଯେ “ଦେଶର ଭବିଷ୍ୟତ ହେଉଛନ୍ତି ପିଲାମାନେ | ତେଣୁ ସେମାନଙ୍କର ଭବିଷ୍ୟତ ଭଲ ନ ହେଲେ, ଏ ଦେଶର ଭବିଷ୍ୟତ ଭଲ ହେବ କିପରି|” ଏକୁଟିଆ ଆରମ୍ଭ କରିଥିବା କାମରେ ଏବେ ଅନେକ ଲୋକ ତାଙ୍କ ସହ ସାମିଲ ହେଲେଣି | ଏହି ମହାନ ଲୋକସେବା କାମକୁ ପରିଚାଳନା କରିବା ପାଇଁ ତାଙ୍କୁ ଏକ ୧୦ ଜଣିଆ ଟିମ୍ ସହଯୋଗ କରୁଛନ୍ତି |

ମୂଳ ଲେଖା - ହରିଶ ବିଷ୍ଟ

ଭାଷାନ୍ତର - ଅଖଣ୍ଡ