ଟେକ୍ ଷ୍ଟାର୍ଟ-ଅପ୍ ପାଇଁ ଭାରତ ବିଶ୍ୱର ତୃତୀୟ ବଡ଼ ସ୍ଥାନ: ଗୁଗୁଲ୍

ଟେକ୍ ଷ୍ଟାର୍ଟ-ଅପ୍ ପାଇଁ  ଭାରତ ବିଶ୍ୱର ତୃତୀୟ ବଡ଼ ସ୍ଥାନ: ଗୁଗୁଲ୍

Thursday December 10, 2015,

1 min Read

ଭାରତରେ ଏବେ ରହିଛନ୍ତି ୪୧୦୦ ଟେକ୍ନୋଲୋଜି ଷ୍ଟାର୍ଟଅପ୍ । ଫଳରେ ଏଭଳି ଷ୍ଟାର୍ଟ-ଅପ୍ ସଂସ୍ଥା ଥିବା ସ୍ଥାନମାନଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି । ଆଗାମୀ ଦିନରେ ଏଭଳି ଷ୍ଟାର୍ଟ-ଅପଙ୍କ ସଂଖ୍ୟା ବେଶ ବଢ଼ିଯିବ ବୋଲି ବିଶ୍ୱର ସର୍ବବୃହତ ଇଣ୍ଟରନେଟ କଂପାନି ଗୁଗୁଲ୍ ଆକଳନ କରିଛି । ଭାରତରେ ପ୍ରଯୁକ୍ତି କ୍ଷେତ୍ରରେ ଦେଖାଦେଇଥିବା ଅଭିବୃଦ୍ଧି ବିଷୟରେ ଗୁଗୁଲ୍ ଇଣ୍ଡିଆର ମୁଖ୍ୟ ରାଜନ ଆନନ୍ଦନ କହିଛନ୍ତି ଯେ ୱେବ୍ ସହ ସଂଯୋଗ ସ୍ଥାପନ ହେବା ଦ୍ୱାରା ଭାରତୀୟମାନେ ଶସକ୍ତ ହୋଇପାରିବେ । ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧି ବଢ଼ାଇବାରେ ମଧ୍ୟ ସହାୟକ ହେବ । ୨୦୨୦ ସୁଦ୍ଧା ପ୍ରଯୁକ୍ତି ଷ୍ଟାର୍ଟ-ଅପଙ୍କ ସଂଖ୍ୟା ବହୁତ ବଢ଼ିଯିବ ବୋଲି ସେ ଆକଳନ କରିଛନ୍ତି । ଭାରତରେ ଏବେ ୩୦ କୋଟି ଇଣ୍ଟରନେଟ ବ୍ୟବହାରକାରୀ ରହିଛନ୍ତି । ୨୦୧୭ ସୁଦ୍ଧା ଆଉ ୨୦ କୋଟି ଲୋକ ଅନଲାଇନରେ ଯୋଗ ଦେବେ ବୋଲି ଆଶା କରାଯାଉଛି । ୨୦୧୮ ବେଳକୁ ୮ କୋଟି ଭାରତୀୟ କଂପାନି ଅନଲାଇନରେ ଯୋଗାଯୋଗ କରିବା ସହ ଅନଲାଇନରେ କାରବାର କରୁଥିବେ । ଭାରତରେ କିଭଳି ଡିଜିଟାଲ୍ ଇଣ୍ଡିଆ ଉନ୍ମୋଚିତ ହେଉଛି ତାହା ଜଣାଇବା ପାଇଁଁ ଗୁଗୁଲ୍ ପକ୍ଷରୁ ଏକ ସ୍ୱତନ୍ତ୍ର ୱେବସାଇଟ ପ୍ରସ୍ତୁତ କରାଯାଇଛି । ତାହା ହେଉଛି ‘g.Co/digital India’। 

image


ଏହି ୱେବସାଇଟ୍ରେ ଭାରତର ଡିଜିଟାଲ୍ ବିକଳ୍ପକୁ ପ୍ରଦର୍ଶନ କରାଯାଇଛି । ଉଦ୍ୟୋଗପତିଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀମାନେ କିଭଳି ନିଜର ଆଶା ଓ ଆକାଂକ୍ଷାକୁ ପୂରଣ କରିପାରିଛନ୍ତି ଓ ତାହାକୁ ହାସଲ କରିବାରେ ଗୁଗୁଲ୍ କିଭଳି ସହାୟତା ଯୋଗାଇ ଦେଇଛଛି ତାହା ଏଥିରେ ପ୍ରଦର୍ଶନ କରାଯାଇଛି । ଗୁଗୁଲର ସିଇଓ ସୁନ୍ଦର ପି•ଇ ଭାରତ ଭ୍ରମଣରେ ଆସିବା ବେଳେ ଏହି ୱେବସାଇଟ୍ ଉନ୍ମୋଚିତ ହେବ ।