ସମ୍ବଲପୁର ଫିଲ୍ମ ଉତ୍ସବରେ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନିତ 'ଦି ଓଏସିସ‘ର ନିର୍ଦ୍ଦେଶକ ସୁରେଶଙ୍କ ସହ ଦୁଇ ପଦ

ସମ୍ବଲପୁର ଫିଲ୍ମ ଉତ୍ସବରେ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନିତ 'ଦି ଓଏସିସ‘ର ନିର୍ଦ୍ଦେଶକ ସୁରେଶଙ୍କ ସହ ଦୁଇ ପଦ

Monday March 28, 2016,

3 min Read

image


କିଛି ଦିନ ତଳେ ସମ୍ବଲପୁର ଠାରେ ଆୟୋଜିତ ହୋଇଥିଲା ସମ୍ବଲପୁର ଫିଲ୍ମ ମହୋତ୍ସବ । ତେବେ ଆଜି ଏ ବିଷୟରେ ଲେଖିବାର ପ୍ରୟୋଜନ କଣ ଥାଇପାରେ ବୋଲି ମନକୁ ପ୍ରଶ୍ନ ଆସିବା ସ୍ୱଭାବିକ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମ ରାଜ୍ୟରେ ଏମିତି ଅନେକ କଳାକାର, ନିର୍ଦ୍ଦେଶକ, ନିର୍ମାତା ଅଛନ୍ତି ଯେଉଁମାନେ ଏବେ ଫିଲ୍ମ ନିର୍ମାଣ ଦିଗରେ ଆଗେଇ ଆସିଛନ୍ତି । ଓଡିଆ ଫିଲ୍ମ ଆଜି ଅନ୍ୟାନ୍ୟ ଭାଷାଭାଷୀ ଫିଲ୍ମ ସହ ଜାତୀୟ ଓ ଅନ୍ୟାନ୍ୟ ସ୍ତରରେ ସମାନ୍ତରାଳ ଭାବେ ଛିଡା ହୋଇପାରିଛି । ସମ୍ବଲପୁରୀ ଫିଲ୍ମ “ଶଲାବୁଢ଼ା” ଓ “ଆଦିମ ବିଚାର’ ଭଳି ଫିଲ୍ମ ମଧ୍ୟ ଜାତୀୟ ସ୍ତରେ ପୁରସ୍କୃତ ହୋଇପାରିଛି ।

image


ସମ୍ବଲପୁର ଫିଲ୍ମ ଫେଷ୍ଟିଭାଲ ଦିନ ଏଠାରେ ୨୦ ଟି କ୍ଷୁଦ୍ର ଫିଲ୍ମ ପ୍ରଦର୍ଶୀତ ହୋଇଥିଲା । ଏହି ଅବସରରେ “ଦି ଓଏସିସ" କୁ ଶ୍ରେଷ୍ଠ ସିନେମାର ସମ୍ମାନ ମିଳିଥିଲା । ପୁଣି ବିଭିନ୍ନ ୪ ଟି ବର୍ଗରେ ଏହି ଫିଲ୍ମଟି ଶ୍ରେଷ୍ଠ ପୁରସ୍କାର ହାତେଇ ପାରିଛି । ସେଗୁଡିକ ହେଉଛି ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ କୁନି କଳାକାର, ଶ୍ରେଷ୍ଠ ଅଭିନେତ୍ରୀ ।

ଅଭିନେତା ବିଜୟ ମହାନ୍ତି ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସହ ସୁରେଶ

ଅଭିନେତା ବିଜୟ ମହାନ୍ତି ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସହ ସୁରେଶ


ଓଏସିସ ଫିଲ୍ମର ନିର୍ଦ୍ଦେଶକ ସୁରେଶ ପ୍ରସାଦ ରଥ ସୁବର୍ଣ୍ଣପୁର ର ବାସିନ୍ଦା। ୟୌରଷ୍ଟୋରି ଏହି ଫିଲ୍ମର ନିର୍ଦ୍ଦେଶକ ସୁରେଶ ପ୍ରସାଦ ରଥଙ୍କ ସଙ୍ଗେ ଏକ ଅନ୍ତରଙ୍ଗ ବାର୍ତ୍ତାଳାପ କରିବାର ସୁଯୋଗ ପାଇଥିଲା। ଏହି ବାର୍ତ୍ତାଳାପର କିଛି ଅଂଶ ନିମ୍ନରେ ଦିଆଗଲା। 

YS - ଆପଣଙ୍କ ଫିଲ୍ମ “ଦିଓସିଏସ୍’ ବିଷୟରେ କିଛି କୁହନ୍ତୁ?

ଉ: ଏହା ଏକ ଇଂରାଜୀ ଭାଷାରେ ରଚିତ ଫିଲ୍ମ । ଫିଲ୍ମଟି ଜଣେ ଗରିବ ମେଧାବୀ ଛାତ୍ର ଉପରେ ପର୍ଯ୍ୟବେସିତ ହୋଇଛି । ସେ କିପରି ତା'ର ଶିକ୍ଷୟିତ୍ରୀଙ୍କ ସାହାଯ୍ୟ ପାଇ ଭଲ ମଣିଷ ହୋଇପାରିଛି ଏବଂ ଭବିଷ୍ୟତରେ ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ହୋଇପାରିଛି । ତାହା ହିଁ ଏ ସିନେମାରେ ଦେଖାଦେଇଛି । ଉପଯୁକ୍ତ ପାଣି ପବନ ପାଇଲେ ଯେ ଉତ୍ତମ ବୀଜଟିଏ ଆଗକୁ ଯାଇ ମହାଦ୍ରୁମ ହେଇପାରିବ, ଠିକ ତାହା ହିଁ ଏହି ଫିଲ୍ମର ମୂଳ ସନ୍ଦେଶ। 

YS - ଆପଣ ଏହାକୁ ମିଶାଇ ଆଉ କିଛି ଫିଲ୍ମ ତିଆରି କରିଛନ୍ତି କି?

ଉ - ହଁ, କରିଛି। ଏହା ମୋର ତୃତୀୟ ଫିଲ୍ମ ।

YS - ଆଗକୁ ମଧ୍ୟ କିଛି ଫିଲ୍ମ କରିବାର ସ୍ୱପ୍ନ ରହିଛି?

ଉ - ନିଶ୍ଚିତ ରୁପରେ ଆଗକୁ ମଧ୍ୟ ଏ ଧାରା ଜାରି ରହିବ ।

YS - ନିର୍ଦ୍ଦେଶନା ପାଇଁ କେଉଁଠି ଶିକ୍ଷା ନେଇଛନ୍ତି କି ?

ଉ - ନା ନେଇ ନାହିଁ । ଆଗ୍ରହ ସବୁବେଳେ ଥିଲା। କୌଣସି ଅନୁଷ୍ଠାନରେ ଶିକ୍ଷା ନେଇନାହିଁ। କିନ୍ତୁ ଆଖପାଖରେ ଥିବା ଲୋକ ଓ ପ୍ରକୃତି ହିଁ ସବୁଠାରୁ ବଡ ଶିକ୍ଷକ। ନିଜେ ଧୀରେ ଧୀରେ କାମ କରୁ କରୁ ଫିଲ୍ମ ନିର୍ଦ୍ଦେଶନାରେ ପାଦ ଦେଲି। ଆଉ ଆଜି ଏଠାରେ ଆସି ପହଞ୍ଚିଛି ।

YS - ଆପଣ ଏ କ୍ଷେତ୍ରକୁ ଆସିଲେ କିପରି?

- ମୋର ବହୁ ଛୋଟ ସମୟରୁ ନାଚ ଗୀତ ପ୍ରତି ଆଗ୍ରହ ରହିଥିଲା । ଛୋଟ ସମୟରୁ ସ୍କୁଲ ଓ କଲେଜ ରେ ପାଠ ପଢ଼ିବା ସମୟରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛି । ତା ସହ ଶତାଧିକ ସମ୍ବଲପୁରିଆ ଓ ଓଡିଆ ଆଲବମରେ ଅଭିନୟ ମଧ୍ୟ କରିଛି । ଅଭିନୟ ଓ ନାଚ ଗୀତରେ ବହୁ ରୁଚି ରହିବାରୁ ଆଜି ଆପଣଙ୍କ ସାମନାରେ ଅଛି ।

YS - ଆପଣ ଯେତେବେଳ ଏ କ୍ଷେତ୍ରରେ କାମ କରିବା ଆରମ୍ଭ କରିଥିଲେ ସେତେବେଳେ ପରିବାର ଲୋକଙ୍କ ସହଯୋଗ ମିଳିଥିଲା?

- ନିଶ୍ଚିତ ରୁପେ ମୋ ପରିବାର ପକ୍ଷରୁ ସମସ୍ତ ସହଯୋଗ ମିଳିଥିଲା ।

YS - ଆପଣଙ୍କର ଭବିଷ୍ୟତର ଯୋଜନା କଣ?

ଉ - ଭବିଷ୍ୟତରେ ଏକ ଭଲ ନିର୍ଦ୍ଦେଶକ ହେବା ସହ ଅଭିନୟ କରିବାର କରିବାର ଲକ୍ଷ୍ୟ ରହିଛି ।

YS - ଆପଣ ଜଣେ ଯୁବ ନିର୍ଦ୍ଦେଶକ, ଆପଣଙ୍କ ପରି ଯେଉଁମାନେ ଏ କ୍ଷେତ୍ରକୁ ନିଜର କର୍ମକ୍ଷେତ୍ର କରିବାକୁ ଚାହିଁବେ ତାଙ୍କୁ ଆପଣ କଣ କହିବେ?

ଉ - ବର୍ତ୍ତମାନ ସମସ୍ତ କ୍ଷେତ୍ର ରେ ଚ୍ୟାଲେଞ୍ଜ ଅନେକ। ତେଣୁ ଯେକୌଣସି କ୍ଷେତ୍ରରେ କାର୍ଯ୍ୟ କରନ୍ତୁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିବ। ସେ ସରକାରୀ ଚାକିରିଆ ହୁଅନ୍ତୁ ଅବା ବେସରକାରୀ । ସମସ୍ତଙ୍କ ଉପରେ ଚାପ ରହିଥାଏ । ତେବେ ଫିଲ୍ମ ନିର୍ଦ୍ଦେଶନା କ୍ଷେତ୍ରରେ ଏବେ ଆମ ରାଜ୍ୟରେ ମଧ୍ୟ ବହୁ ନିର୍ମାତା ମାନେ ଆଗକୁ ଆସୁଛନ୍ତି । ଏହା ଏକ ସୁଖବର। ତା'ପରେ କିଛି କାମ କଲେ ବାଧାବିଘ୍ନ ତ ଆସିବ । କିନ୍ତୁ ସେଥିରୁ ମଧ୍ୟ ଆଗକୁ ବଢ଼ିବାର ନାମ ହିଁ ଜୀବନ ।

YS - ଗୋଟିଏ ସମୟ ଥିଲା ସମ୍ବଲପୁରିଆ ଭାଷାରେ ବହୁ ଆଲବମ ବାହାରୁଥିଲା କିନ୍ତୁ ଆଜି ପୁରା ଲୋପ ପାଇବାରେ ବସିଲାଣି?

ଉ- କଥାଟି ସତ୍ୟ । ମୁଁ ସମ୍ବଲପୁରିଆ ଲୋକ ହିସାବରେ ଯେତେ ମନ କଲେ ମଧ୍ୟ କେଉଁଠି ନା କେଉଁଠି ଏଥିରେ ବିରାମ ଲାଗିଛି । କିନ୍ତୁ ଏବେ ଧିରେ ଧିରେ ପୁଣି ନିର୍ମାତା ମାନେ ଆଗକୁ ଆସୁଛନ୍ତି । ଆଶା କରୁଛି ଖୁବ୍ ଶିଘ୍ର ସେ ଦିନ ଫେରିବ । ସମ୍ବଲପୁରିଆ ଭାଷାର ପ୍ରଚାର ପ୍ରସାର ସାରା ଦୁନିଆରେ ହେବ ।