କ୍ୟାସଲେସ ଅର୍ଥନୀତି ପାଇଁ ମୋଦି ମନ୍ତ୍ର : ୧୧ଟି ପଦକ୍ଷେପ

କ୍ୟାସଲେସ ଅର୍ଥନୀତି ପାଇଁ ମୋଦି ମନ୍ତ୍ର : ୧୧ଟି ପଦକ୍ଷେପ

Saturday December 10, 2016,

2 min Read

ପାଞ୍ଚଶହ ଓ ଏକହଜାର ଟଙ୍କିଆ ନୋଟ ଅଚଳ କରାଗଲା ପରେ ଦେଶର ଅର୍ଥନୀତିରେ ଦେଖାଦେଇଛି ଅଭାବନୀୟ ପରିସ୍ଥିତି। ସାଧାରଣ ଲୋକଙ୍କୁ ଅଭୂତପୂର୍ବ ଅସୁବିଧାସବୁକୁ ସାମନା କରିବାକୁ ପଡ଼ୁଛି।ଏଟିଏମ ସାମନାରେ ଦୀର୍ଘ ସମୟ ବ୍ୟାପୀ ଅସରନ୍ତି ଲାଇନ। ହୀନସ୍ଥାର ଶେଷ ନାହିଁ। ତେବେ ଏଇ ପରିସ୍ଥିତି ଅର୍ଥନୀତିରେ ଆଉ ଏକ ଦିଗନ୍ତ ଖୋଲିଚି। ତା' ହେଲା ନଗଦହୀନ ବା କ୍ୟାସଲେସ କାରବାର ର ଆଶାତୀତ ବୃଦ୍ଧି। ଡେବିଟ ଓ କ୍ରେଡିଟ କାର୍ଡ ସହିତ ବୃଦ୍ଧି ପାଇଛି ଭିନ୍ନ ଭିନ୍ନ ଇ- ୱାଲେଟ ଏବଂ ମୋବାଇଲ ଆପର ବ୍ୟବହାର । ଏହି ପ୍ରକ୍ରିୟାକୁ ଆହୁରି ତ୍ଵରାନ୍ନିତ କରି ଦେଶରେ ଏକ ଡିଜିଟାଲ ଏବଂ ନଗଦହୀନ(cashless) ଅର୍ଥନୀତିର ପ୍ରବର୍ତ୍ତନକୁ ଆଗେଇ ନେବାଲାଗି ସରକାର ଘୋଷଣା କରିଛନ୍ତି ବିଭିନ୍ନ ପ୍ରୋତ୍ସାହନ ମୂଳକ ପଦକ୍ଷେପ। ଆସନ୍ତୁ ନଜର ପକାଇବା।

image


୧। କ୍ୟାସଲେସ ପଦ୍ଧତିରେ କିଣିଲେ ପେଟ୍ରୋଲ ଓ ଡିଜେଲ ହେବ ଶସ୍ତା : କାର୍ଡ, ଇ- ୱାଲେଟ ଜରିଆରେ ପେଟ୍ରୋଲ, ଡିଜେଲ କିଣିଲେ ୦.୭୫ ରିହାତି। ଦୈନିକ ପ୍ରାୟ ୧୮୦୦ କୋଟି ଟଙ୍କାର ପେଟ୍ରୋଲ, ଡିଜେଲ ବିକ୍ରି ହୋଇଥାଏ। ଆଗରୁ ଏ ବାବଦରେ ୨୦% ଡିଜିଟାଲ ପଇଠ ହେଉଥିବା ବେଳେ ନଭେମ୍ବର ମାସରେ ୪୦% ଡିଜିଟାଲ ପଇଠ ହୋଇଛି। ଡିଜିଟାଲ କାରବାର ଦ୍ଵାରା ପେଟ୍ରୋଲ, ଡିଜେଲ କିଣିବା ପାଇଁ ବର୍ଷକୁ ୨ଲକ୍ଷ କୋଟି ଟଙ୍କାର ନଗଦ ଅର୍ଥ ଆବଶ୍ୟକତାକୁ ହ୍ରାସ କରାଯାଇପାରିବ।

୨। ଲକ୍ଷେ ଗାଁକୁ ମାଗଣାରେ ମିଳିବ ୨ଟି ଲେଖାଏଁ ପି ଓ ଏସ ମେସିନ। ଏ ଗୁଡ଼ିକ ନାବାର୍ଡ ସ୍ଥାପନ କରିବ । ପ୍ରାୟ ୭୫କୋଟି ଲୋକ ସେମାନଙ୍କର କୃଷି ଜନିତ କାରବାର କ୍ୟାସଲେସ ଭାବେ କରିପାରିବେ।

୩। ଡିଜିଟାଲ ପେମେଣ୍ଟ କଲେ ରେଳବାଇ ପକ୍ଷରୁ କ୍ୟାଟରିଙ୍ଗ, ରିଟାୟାରିଙ୍ଗ ରୁମ ଉପରେ ୫ ପ୍ରତିଶତ ରିହାତି।

୪। ସମସ୍ତ ଅନଲାଇନ ରେଳ ଟିକଟରେ ମାଗଣାରେ ମିଳିବ ୧୦ ଲକ୍ଷର ଦୁର୍ଘଟଣା ବୀମା।

୫। ସବର୍ବାନ ଟ୍ରେନରେ ମାସିକିଆ ଓ ସିଜନ ଟିକଟରେ ୦.୫% ରିହାତି

୬। ଅନଲାଇନରେ ସରକାରୀ ବୀମା କମ୍ପାନୀ ପୋର୍ଟାଲରୁ ଜୀବନବୀମା ପଲିସି କିଣିଲେ ୮% ଓ ସାଧାରଣ ବୀମା ପଲିସି କିଣିଲେ ୧୦% ରିହାତି ମିଳିବ।

୭। ରାଜପଥ ଟୋଲରେ ଡିଜିଟାଲ ପେମେଣ୍ଟ କଲେ ୧୦% ରିହାତି ମିଳିବ।

୮। କିସାନ କ୍ରେଡିଟ କାର୍ଡଧାରୀଙ୍କୁ ନାବାର୍ଡ ଦେବ 'ରୂପେ କିସାନ କାର୍ଡ'

୯। ସରକାରୀ ସଂସ୍ଥାରେ ଡିଜିଟାଲ ପେମେଣ୍ଟରେ କାରବାର ଶୁଳ୍କ ପଡ଼ିବନି

୧୦। ସମ୍ପୃକ୍ତ ଅନୁଷ୍ଠାନ କ୍ୟାସଲେସ କାରବାର ରିହାତିର ଖର୍ଚ୍ଚ ବହନ କରିବେ।

୧୧। ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଡିଜିଟାଲ କାରବାର ଉପରେ ସେବାକର ଛାଡ଼