ଗାଁକୁ ଆଲୋକ ଦେଖାଇଥିବା ସେଇ କଲେଜ ଝିଅ

ଗାଁକୁ ଆଲୋକ ଦେଖାଇଥିବା ସେଇ କଲେଜ ଝିଅ

Saturday November 28, 2015,

2 min Read

୨୦୧୦ ମସିହାରେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଛାତ୍ରୀ ୨୦ ବର୍ଷୀୟ ମାନସୀ ପ୍ରକାଶ ନିଜ ଜେଜେ-ଜେଜିମା’ଙ୍କୁ ଭେଟିବାକୁ ଭାରତ ଆସିଥିଲେ । ସେତେବେଳେ ସେ ଦେଖିଲେ ଯେ ଗ୍ରାମାଞ୍ଚଳରେ ବହୁ ଲୋକ ବିଦ୍ୟୁତ ବିଲ୍ ବଞ୍ଚାଇବାକୁ ରାତିରେ କମ୍ ସମୟ ପାଇଁ ଆଲୋକ ବ୍ୟବହାର କରୁଛନ୍ତି । ସଙ୍ଗେ ସଙ୍ଗେ ସେ ନିଜ ଖର୍ଚ୍ଚରେ ୧୦ଟି ପରିବାର ପାଇଁ ଶକ୍ତି-ସରକ୍ଷଣକାରୀ ବଲ୍ବ କିଣିଆଣିଲେ ।

image


ମାନସୀ କହନ୍ତ, ‘ଅନେକଙ୍କ ଘରେ ବିଦ୍ୟୁତ ବଲ୍ବ ଅଛି, କିନ୍ତୁ ସେମାନେ ତାହା ଜଳାଇ ପାରୁନାହାନ୍ତି । ଯିଏ ତିନି ଓଳି ଖାଇବା ଯୋଗାଡ଼ କରିବାକୁ ଅସମର୍ଥ ସେ ଏତେ ବିଲ ଭରଣା କରିବାକୁ ଡରୁଛି । ଯଦି ମାତ୍ର ଦୁଇ ମାସ ଚାଲୁଥିବା ୬୦ ୱାଟ୍ ବଲ୍ବ ଯାଗାରେ ୧୧ ୱାଟ୍ ବଲ୍ବ ବ୍ୟବହାର କରାଯାଏ ଏହା ୪ ବର୍ଷ ଯାଏଁ ଚାଲିବ । ଏବଂ ଏହା କମ ବିଲ ମଧ୍ୟ ଦେବ । ପରିବାରର ଖର୍ଚ୍ଚ ବିଦ୍ୟୁତ ବିଲରେ ନୁହେଁ ବରଂ ସ୍ଵାସ୍ଥ୍ୟ ଓ ଶିକ୍ଷାରେ ବ୍ୟବହାର ହୋଇପାରିବ ।’

ପରେ ସେ କ୍ଲିଣ୍ଟନ୍ ଫାଉଣ୍ଡେସନ୍ ସହଯୋଗରେ ବ୍ରାଇଟର ଟୁଡେ ନାମରେ ଏକ ଲାଭ-ରହିତ ଅନୁଷ୍ଠାନ ସ୍ଥାପନ କଲେ । ଅନୁଷ୍ଠାନ ମାଧ୍ୟମରେ ଫିଲିପ୍ସର ଶକ୍ତି-ସଂରକ୍ଷଣକାରୀ ବଲ୍ବ ବାଣ୍ଟିବା ଆରମ୍ଭ କଲେ । ନିଜ ପ୍ରକଳ୍ପ ପାଇଁ ସେ ଗ୍ଲାମର ମାଗାଜିନ୍ ଠାରୁ ୨ ଲକ୍ଷ ଡଲାରର ପୁରସ୍କାର ପାଇଲେ । ଏବେ ସେଇ ଅର୍ଥରେ ସେ ଚଣ୍ଡିଗଡ଼ ନିକଟସ୍ଥ ବେହଲନା ଗାଁର ୩୫ ଶହ ପରିବାକୁ ଉଜ୍ଜ୍ୱଳ ଓ କମ୍ ବିଦ୍ୟୁତ ଖର୍ଚ୍ଚ କରୁଥିବା ଆଲୋକରେ ଆଲୋକିତ କରି ପାରିଛନ୍ତି । ଏହା ବାଦ ବିଦ୍ୟୁତ ସଂଯୋଗ ନଥିବା ଘରେ ସୌର ପ୍ୟାନେଲ ଲଗାଇବାକୁ ସେ ଯୋଜନା କରୁଛନ୍ତି । ସେ କହନ୍ତି, ‘ମୁଁ ବଲ୍ବ ଯୋଗାଇବା ବେଳେ, ଭେଟିଥିବା ଗୋଟିଏ ଝିଅ କଥା ସବୁବେଳେ ଭାବେ । ସେ ବିଦ୍ୟାଳୟ ଯିବାକୁ ଆଗ୍ରହୀ, କିନ୍ତୁ ଏଥିପାଇଁ ତା ଅଭିଭାବକଙ୍କ ପାଖରେ ଅର୍ଥ ନଥିଲା । ସେମାନେ ଯେତେବେଳେ ବିଦ୍ୟୁତ୍ ବିଲ୍ ବଞ୍ଚାଇବା ଆରମ୍ଭ କଲେ, ଝିଅକୁ ସ୍କୁଲ ପଠାଇବାକୁ କିଛି ଅର୍ଥ ସଂଚୟ ହେଲା । ସେ ଝିଅ ପାଇଁ ହିଁ ମୁଁ ଏସବୁ କରୁଛି । ସେଇ ଭଳି ଜୀବନକୁ ମୁଁ ବଦଳେଇବାକୁ ଚାହୁଁଛି ।’

ମୂଳ ଲେଖା - Think Change India

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା

    Share on
    close