ବ୍ରାଣ୍ଡେଡ ସେକେଣ୍ଡ ହ୍ୟାଣ୍ଡ ପୋଷାକର ବଜାର ବଢୁଛି

ବ୍ରାଣ୍ଡେଡ ସେକେଣ୍ଡ ହ୍ୟାଣ୍ଡ ପୋଷାକର ବଜାର ବଢୁଛି

Friday December 18, 2015,

4 min Read

ଆମେ ସାଧାରଣତଃ ପୁରୁଣା ପୋଷାକ କାହାକୁ ଦେଇ ଦେଉ ନତୁବା ତାହା ଘରେ ରହି ରହି ନଷ୍ଟ ହୁଏ,କିନ୍ତୁ ଆଜି ଆମେ ଏପରି ଏକ ପୁରୁଣା ପୋଷାକ ବିକ୍ରୀ କରୁଥିବା ଆପ ଗୁଡିକ ବିଷୟରେ ଆଲୋଚନା କରିବା ଯାହା ଆଜି ବଜାରରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ତିଆରି କରିଛି। ୨୪ ବର୍ଷୀୟା ଶାଳିନୀ ପ୍ରିୟା ନିଜ ଦରମାର ଏକ ବଡ ଅଂଶ ପୋଷାକପତ୍ର କିଣିବାରେ ଖର୍ଚ୍ଚ କରନ୍ତି। ସେ ଯେବେ ନିଜର ଜଣେ ବନ୍ଧୁଙ୍କ ଠାରୁ ଏଲାନିକ୍ ନାମକ ଏକ ଆପ ବିଷୟରେ ଜାଣିଲେ ଯାହା ନାମୀ ଦାମୀ ବ୍ରାଣ୍ଡ୍ ର ପୋଷାକ ଯାହା ଆଗରୁ ବ୍ୟବହୃତ ହୋଇଥାଏ ତାହାକୁ ବିକ୍ରୀ କରେ ସେଥିର ଆଜି ସେ ଜଣେ ନିୟମିତ ଗ୍ରାହକ। ଏଠାରେ ବିଶ୍ଵ ପ୍ରସିଦ୍ଧ Mango କମ୍ପାନୀର ପୋଷାକ ଯାହାର ପ୍ରକୃତ ଦାମ୍ ୮୦୦୦ଟଙ୍କା ମାତ୍ର ୨୦୦୦ ଟଙ୍କାରେ ଉପଲବ୍ଧ। ଏହି ଡ୍ରେସ୍ ଗୁଡିକ ମାତ୍ର ଥରେ ପିନ୍ଧାଯାଇଥିବା ଡ୍ରେସ ଯାହା ଅତି ଯତ୍ନର ସହ ଏଠାରେ ପ୍ୟାକିଂ କରାଯାଇ ବିକ୍ରୀ କରାଯାଏ। ଏହା ପିନ୍ଧିଲା ପରେ ଜମାରୁ ଜାଣି ହୁଏନି ଯେ ଏହା ଆଗରୁ ପିନ୍ଧାଯାଇଥିଲା ବୋଲି। ଏହା ତାଙ୍କୁ ଅନେକ ପଇସା ସଞ୍ଚୟ କରିବାରେ ସାହାଯ୍ୟ କଲା ବୋଲି ସେ କହନ୍ତି।

image


ଆଜି ଆଉ ସେ ସମୟ ନାହିଁ ଯେବେ ଲୋକେ ପୁରୁଣା ପୋଷାକ ପିନ୍ଧିବାକୁ ପସନ୍ଦ କରୁନଥିଲେ। ଲୋକମାନଙ୍କ ମନୋଭାବନା ଏବେ ବଦଳିଛି। ଏବେ ଏହି ପ୍ରକାରର ପୋଷାକର ଏକ ନୂଆ ବଜାର ସୃଷ୍ଟି ହୋଇଛି ଯଦିଓ ଏହା ଖୁବ୍ ଛୋଟ କିନ୍ତୁ ଏହା ଧିରେ ଧିରେ ବଢିବାରେ ଲାଗିଛି। ୨୦୧୩ ର ଏକ ମିଳିତ ଜାତିସଂଘର ଏକ ତଥ୍ୟରୁ ଜଣାପଡିଛି ଯେ ଭାରତକୁ ବର୍ଷକୁ ୧୮୩ ମିଲିଅନ୍ ଡଲାର ମୁଲ୍ୟର ପୁରୁଣା ପୋଷାକ ଆମଦାନୀ ହୁଏ। ଏବେ Elanic, Revamp My Closet, Etashee, Once Again ଆଦି ଅନେକ କମ୍ପାନୀ ପୁରୁଣା ପୋଷାକର ବିକ୍ରୀବଟା କରୁଛନ୍ତି।

image


ଏହି ବିଷୟରେ ଜି.କେ. କାରନାଥ୍ ଯିଏକି ସମାଜ ବିଜ୍ଞାନର ପ୍ରାଧ୍ୟପକ କହନ୍ତି ଏବେକା ଯୁବାମନେ ନିଜ ପସନ୍ଦରେ ଜୀବନ ଜିଇଁବାକୁ ପସନ୍ଦ କରନ୍ତି, ତେଣୁ ସେମାନେ ଏ ପ୍ରକାର ପୋଷାକରେ ରୁଚି ରଖୁଛନ୍ତି। କେତେକ ଏହି ପୋଷାକକୁ ସେକେଣ୍ଡ୍ ହାଣ୍ଡ୍ ବୋଲି ମଧ୍ୟ କହିଥାନ୍ତି।

କିନ୍ତୁ ଡିଜାଇନର୍ ଅନୁଶ୍ରୀ ରେଡି କହନ୍ତି ଏହାର କାରଣ ଆର୍ଥିକ। ଏହି ଅତି ଦାମିକା ପୋଷାକ ସାଧାରଣତଃ ସମାଜର ଅତି ଧନୀ ମାନେ ଯଥା ବଡ ବଡ ବ୍ୟବସାୟୀ, ଶିଳ୍ପପତି, ସିନେ ତାରକା ମାନେ ପରିଧାନ କରନ୍ତି ଯାହାକି ସାଧାରଣ ଗ୍ରାହକର ପହଞ୍ଚର ବାହାରେ।

ଜି.କେ. କାରନାଥ୍ କହନ୍ତି ଯେ ଏହି ପୋଷାକ ଗୁଡିକ ପ୍ରକୃତ ମୁଲ୍ୟର ଏକ ତୃତୀୟାଂଶ ବା ତାହାଠାରୁ କମ ଦାମରେ ମିଳୁଛି ଓ ଅନଲାଇନ ବ୍ୟବସାୟ ଏହାର ଗୋପନୀୟତାକୁ ରକ୍ଷା କରୁଛି। କାରଣ ଏହାକୁ କିଏ ପିନ୍ଧିଥିଲା ତାହା କେହି ଜାଣିବାର ଅବକାଶ ନାହିଁ। ତେଣୁ ଏହାକୁ ଗ୍ରାହକ କିଣିବାଟା ନୂଆ ପୋଷାକ କିଣିବା ସହ ସମାନ। ଏହାକୁ କିଣିବାପରେ ଗ୍ରାହକ ନିଜକୁ ଅନ୍ୟ ମାନଙ୍କ ଆଗରେ ଅଧିକ ଦାମୀ ପୋଷାକ ପିନ୍ଧିବାକୁ ଏକ ଅଭିଜାତ୍ୟ ବା ଷ୍ଟାଟସ୍ ର ପରିଚୟ ପ୍ରଦାନ କରେ।

image


Jabong.comର ପ୍ରବୀଣ ସିହ୍ନା କହନ୍ତି ଅନେକ ଏପରି ଅଛନ୍ତି ଯିଏକି ପୋଷାକ ଦାନ କରିବାରେ ବିଶ୍ଵାସ କରନ୍ତି, ଆଉ କିଛି ଲୋକ ଅଛନ୍ତି ଯେଉଁ ମାନେ ପୋଷାକ ସହ ଭାବଗତ ଭାବେ ଜଡିତ ହୋଇ ଯାନ୍ତି।

ଅଭିଳାଷ ନରହରି, ଏଲାନିକର ପ୍ରତିଷ୍ଠାତା କହନ୍ତି ଅନେକ ଧନୀ ଲୋକେ ଆମ ଦେଶରେ ପୋଷାକ କିଣିବାକୁ ଏକ ସଉକ ବୋଲି ବିଚାର କରନ୍ତି। ସେମାନେ ଥରେ କି ଦୁଇଥର ପୋଷାକ ପିନ୍ଧିବାପରେ ଆଉ ତାହାକୁ ବ୍ୟବହାର କରନ୍ତି ନାହିଁ। ଆମେ ଏହି ପୋଷାକକୁ କିଣିଥାଉ। ଏଲାନିକ୍ ଯାହା ଗତ ଅଗଷ୍ଟ ମାସରେ ୭୦୦ ଗ୍ରାହକଙ୍କୁ ନେଇ ବ୍ୟବସାୟ ଆରମ୍ଭ କରିଥିଲା, ଆଜି ୧୨,୦୦୦ ଗ୍ରାହକ ସୃଷ୍ଟି କରିଛି କେବଳ ବେଙ୍ଗାଲୁରୁରେ। ଆଗାମୀ ଦିନରେ ଏହା ଦିଲ୍ଲୀ ଓ ମୁମ୍ବାଇରେ ବ୍ୟବସାୟ ଆରମ୍ଭ କରିବାର ଲକ୍ଷ୍ୟ ରଖିବା ସହ ଆସବାବପତ୍ର, ଗୃହ ଉପକରଣ ଆଦି କ୍ଷେତ୍ରକୁ ମଧ୍ୟ ସମ୍ପ୍ରସାରଣ କରିବାର ଲକ୍ଷ୍ୟ ରଖିଛି।

image


ସେହିପରି ସମୃଦ୍ଧି ଅଗ୍ରୱାଲ Revamp My Closetର ପ୍ରତିଷ୍ଠାତ୍ରୀ ନିଜର ଘରୋଇ ଚାକରାଣୀକୁ କାଲବୀନ କ୍ଳେନର ଟିଶର୍ଟ୍ ଘର ପୋଛିବାକୁ ଦେଇଥିଲେ ହେଲେ ଏହାକୁ ଚାକରାଣୀ ପିନ୍ଧିବା ଦେଖି ଏହି ବ୍ୟବସାୟର ପରିକଳ୍ପନା କରିଥିଲେ।

ଏହିଭଳି କମ୍ପାନୀମାନଙ୍କ ବ୍ୟବସାୟର ପ୍ରକାର ଟିକେ ଅଲଗା। ରିଭୟାମ୍ପ୍ ମାଇ କ୍ଲୋଜେଟ୍ ଅନଲାଇନ ଓ ଅଫଲାଇନ ମଡେଲରେ ବ୍ୟବସାୟ କରେ ଯାହା ପୋଷାକର ଏହା ବଡ ଗୋଦାମ ସୃଷ୍ଟି କରିଛି। କିନ୍ତୁ ଏଲାନିକ କେବଳ ଆପ୍ ଓ ସୋସିଆଲ ମିଡିଆରେ ବ୍ୟବସାୟ କରେ।

ଜଣେ ବିକ୍ରେତା ଏମାନଙ୍କ websiteରେ ନିଜ ଉତ୍ପାଦ ବିକ୍ରୀ ସମ୍ପର୍କରେ ଜଣାଇବାପରେ ଏଲାନିକର ଲୋକ ଆସି ପୋଷାକ ସଂଗ୍ରହ କରନ୍ତି। ସଂଗ୍ରହ କରିସାରିବାପରେ ଏହାକୁ ସେ କମ୍ପାନୀର ନିଜସ୍ଵ କେନ୍ଦ୍ରକୁ ନିଏ ଯେଉଁଠି ଏହାର ନିରୀକ୍ଷଣ କରିବାସହ ଏହାକୁ ଧୋଇବା ପରେ କ୍ରେତା ନିକଟକୁ ପ୍ୟାକିଂଗ୍ କରି ପଠାଯାଏ। ଦିନକୁ ଏହା ୨୦୦ ପାଖାପାଖି ପୋଷାକ ଲିଷ୍ଟ୍ କରିଥାଏ। ଏହାର ଦାମ୍ ସାଧାରଣତଃ କ୍ରେତାଠାରୁ କିଣିବା ପରେ ନିର୍ଧାରଣ କରାଯାଏ।

Once Againର କାର୍ଯ୍ୟପ୍ରଣାଳୀ ଟିକେ କିନ୍ତୁ ଅଲଗା। ଏହା କିଣିବା ସମୟରେ ହିଁ କ୍ରେତାକୁ ପୋଷାକକୁ ସଫା କରି ରଖିବାକୁ କୁହେ ଫଳରେ ଏହା ଗ୍ରାହକ ନିକଟରେ ଶୀଘ୍ର ପୋଷାକ ପହଞ୍ଚାଇପାରେ ବୋଲି ଏହାର ୨୦ ବର୍ଷ ବୟସ୍କା ପ୍ରତିଷ୍ଠାତ୍ରୀ ନିକିତା ଅଗ୍ରୱାଲ କହନ୍ତି। ସେ ମୁମ୍ବାଇର ସେଣ୍ଟଜୋସେଫ ମହାବିଦ୍ୟାଳୟର ବାଣିଜ୍ୟର ଛାତ୍ରୀ। ୩ ମାସ ତଳେ ଆରମ୍ଭ କରିଥିବା ଏହି ବ୍ୟବସାୟରେ ସେ ମାସକୁ ୧୦୦ ରୁ ଅଧିକ ପୋଷାକ ଏବେ ବିକ୍ରୀ କରୁଛନ୍ତି। ଏଲାନିକ୍ ଓ Once Again କେବଳ ନାମୀ ଦାମୀ କମ୍ପାନୀର ପୋଷାକ କ୍ରୟ କରନ୍ତି।

Etashee ମାସକୁ ପ୍ରାୟ ୪ ଲକ୍ଷ ଟଙ୍କାର ବ୍ୟବସାୟ କରୁଛି ଓ ଦିନକୁ ପ୍ରାୟ ୫୦ଟି ପୋଷାକ ବିକ୍ରୀ କରୁଛି। ଏହା ପ୍ରତି ପୋଷାକରେ ୩୦% ଲାଭ କରେ। ଏହାର ପ୍ରତିଷ୍ଠାତ୍ରୀ ଆମନା ଅବ୍ବାସୀ କହନ୍ତି ସେ ବ୍ୟବସାୟ ଆରମ୍ଭ କରିବା ସମୟରେ ଅନେକ ଧନୀ ମାନଙ୍କ ନିକଟକୁ ଯାଇ ସେମାନଙ୍କ ଅବ୍ୟବହୃତ ପୋଷାକ ସଂଗ୍ରହ କରିଥିଲେ।

ଏକ୍ସଚେଞ୍ଜ

୨୦୧୨ରେ ୪ଜଣ ସାଙ୍ଗ ମିଶି ଏକ୍ସଚେଞ୍ଜ ରୁମ୍ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କଲେ ଯେଉଠି ଲୋକେ ପରସ୍ପରର ପୋଷାକ ଅଦଳ ବଦଳ କରି ପିନ୍ଧିବାର ମଉକା ପାଇଲେ। ୨୦୧୪ରେ ଏହାକୁ ସେମାନେ ସମସ୍ତଙ୍କ ନିମନ୍ତେ ଆୟୋଜନ କଲେ। ଏଠାରେ ଆମେ ଆୟୋଜନ ପୁର୍ବରୁ ସମସ୍ତ ପୋଷାକ ସଂଗ୍ରହ କରି ଆଣିଥାଉ ଓ ସଫା କରିସାରିବା ପରେ ଆମେ ଏହାର ମୂଲ୍ୟ ନିର୍ଧାରଣ କରୁ ଓ ଏଠରେ ଏହାର ବ୍ୟବହାରକାରୀଙ୍କର ନାମ ଲେଖୁ। ଏଥିରୁ ମିଳୁଥିବା ଲାଭକୁ ଆମେ ପରିବହନ ଓ ନୂତନ ନିଯୁକ୍ତିରେ ବ୍ୟବହାର କରୁ ବୋଲି ସଂଗୀତା ମାରୀ,ଏହାର ସହ ପ୍ରତିଷ୍ଠାତ୍ରୀ କହନ୍ତି। ସେ ଆଗାମୀ ୨୦୧୬ ଜାନୁଆରୀରେ ପରବର୍ତ୍ତୀ ପ୍ରୋଗ୍ରାମ୍ ଆୟୋଜନ କରିବେ।

ମୂଳ ଲେଖା - ଅଥିରା ଏ ନାୟାର

ଭାଷାନ୍ତର - ପାର୍ଥସାରଥି ମହାନ୍ତି