ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ଗ୍ରାମ ତରଙ୍ଗ: ଲଘୁ ଉଦ୍ୟୋଗୀକରଣର ନୂଆ ପରିଭାଷା

By Pravat Pattnaik

ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ଗ୍ରାମ ତରଙ୍ଗ: ଲଘୁ ଉଦ୍ୟୋଗୀକରଣର ନୂଆ ପରିଭାଷା

Monday December 21, 2015,

3 min Read

ସେଂଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲଜି ଆଣ୍ଡ ମ୍ୟାନେଜମେଂଟ୍ (ସିୟୁଟିଏମ୍) ରାଜ୍ୟରେ ସାମାଜିକ ଉଦ୍ୟୋଗ ସୃଷ୍ଟି କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠା କରାଯାଇଛି ଗ୍ରାମ ତରଙ୍ଗ । ଏକ ସାମାଜିକ ଉଦ୍ୟୋଗ ଓ ଲଘୁ ଉଦ୍ୟୋଗ ବିକାା କରୁଥିବା ଏକ ସଂସ୍ଥା । ଦେଶର ଅପହଞ୍ଚ ଅଂଚଳର ଅବହେଳିତ ଓ ମହିଳାମାନଙ୍କୁ ଉଦ୍ୟୋଗୀକରଣ ଜରିଆରେ ଶସକ୍ତ କରିବା ଦିଗରେ ଗ୍ରାମ ତରଙ୍ଗ କାର୍ଯ୍ୟ କରୁଛି । ୨୦୨୦ ସୁଦ୍ଧା ଏହା ବର୍ଷକୁ ୧ ଲକ୍ଷ ଯୁବକଯୁବତୀଙ୍କୁ କୌଶଳ ବିକାଶ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।

image


ଲଘୁ ଉଦ୍ୟୋଗୀକରଣ ଜରିଆରେ ଗ୍ରାମ ତରଙ୍ଗ ସ୍ଥାନୀୟ ସମସ୍ୟାକୁ ସମାଧାନ କରିବାକୁ ଲକ୍ଷ୍ୟ ରଖିଛି । ଏ ଦିଗରେ ଗ୍ରାମ ତରଙ୍ଗ ମଧ୍ୟ କାମ କରୁଛି । ଗ୍ରାମ ତରଙ୍ଗ ସରକାର, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନକୁ ନେଇ ମିଳିତ ଭାବେ କୌଶଳ ବିକାଶ ଓ ଉଦ୍ୟୋଗୀକରଣ ଦିଗରେ କାର୍ଯ୍ୟ କରୁଛି ।

ଗ୍ରାମ ତରଙ୍ଗ ବିନିର୍ମାଣ, ଆପାରେଲ୍, କ୍ରୀଡ଼ା ଓ ଫିଟ୍ନେସ୍, ଆଇଟି ଓ ତତ୍ ସଂପର୍କୀୟ ସଂସ୍ଥା, ବ୍ୟାଙ୍କିଙ୍ଗ କରେସପଣ୍ଡେଟ୍, ରିଟେଲ ଓ ହସପିଟାଲିଟି କ୍ଷେତ୍ରରେ ଏହା କୌଶଳ ବିକାଶ ତାଲିମ ପ୍ରଦାନ କରୁଛି । ଗ୍ରାମ ତରଙ୍ଗ ଏବେ ପୁଣି ଚର୍ଚାକୁ ଆସିଛି । ଆସନ୍ତା ତିନି ବର୍ଷରେ ଏକ ଲକ୍ଷ ଆପ୍ରେଟିଂସ୍ ପ୍ରଦାନ କରିବା ପାଇଁ ସେଂଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲଜି ଆଣ୍ଡ ମ୍ୟାନେଜମେଂଟ୍ ସହ କୌଶଳ ବିକାଶ ଓ ଉଦ୍ୟୋଗି ମନ୍ତ୍ରଣାଳୟ ଅଧୀନରେ ଥିବା ତାଲିମ ମହାନିର୍ଦେଶାଳୟ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି । କୌଶଳ ବିକାଶ ଓ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଓ ସଂସୀୟ ବ୍ୟାପାର ମନ୍ତ୍ରୀ, ଭାରତ ସରକାର ରାଜୀବ ପ୍ରତାପ ରୁଡ୍ଡି, ଆଇଏଏସ୍ ସଚିବ ରୋହିତ ନନ୍ଦନ ଓ ଆଇଏଏସ ଯୁଗ୍ମ ସଚିବ ରାଜେଶ ଅଗ୍ରୱାଲ୍, କୌଶଳ ବିକାଶ ମନ୍ତ୍ରଣାଳୟ ଓ ଏନ୍ଏସ୍ଡିସିର ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି ।

image


ଏହି ବୁଝାମଣାରେ ଏହା ନିଶ୍ଚିତ କରାଯାଇଛି ଯେ ଆପ୍ରେଟିଂସ୍ ନିୟମ ୧୯୬୧ରେ ବିଭନ୍ନ ରାଜ୍ୟ କିମ୍ବା ଅଧିକ ରାଜ୍ୟ ପାଇଁ ସମୟ ସମୟରେ ହେଉଥିବା ସଂଶୋଧନ ଅନୁସାରେ ନିଯୁକ୍ତିଦାତା ଷ୍ଟାଇପେଣ୍ଡ୍ ପ୍ରଦାନ କରିବେ । ଏହି ସ୍କିମକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୧୮ ସୁଦ୍ଧା ୫୦୦ ନିଯୁକ୍ତିଦାତାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜିର ଯୁବବର୍ଗ ଓ ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହିତ କରି ଭାରତରେ ଆପ୍ରେଟିଂସଙ୍କ ସଂଖ୍ୟା ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବଢ଼ାଇବାକୁ ଏହି ପାର୍ଟନରସିପ୍ ଜରିଆରେ ଲକ୍ଷ୍ୟ ରଖାଯାଇଛି ।

ସେଂଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲଜି ଆଣ୍ଡ ମ୍ୟାନେଜମେଂଟ (ସିୟୁଟିଏମ୍) ପକ୍ଷରୁ ସ୍କୁଲ ଅଫ୍ ଭୋକେସନାଲ୍ ତାଲିମ ଓ ସାମାଜିକ ଉଦ୍ୟୋଗ ଆଉଟରିଚ୍ କାର୍ଯ୍ୟକ୍ରମ ଗ୍ରାମ ତରଙ୍ଗ ନିଯୁକ୍ତି ତାଲିମ ସେବା (ଗ୍ରାମ ତରଙ୍ଗ) ଗଠନ କରାଯାଇଛି । ଏହି ଏମ୍ଓୟୁକୁ ଗ୍ରାମ ତରଙ୍ଗ ଜରିଆରେ ସିୟୁଟିଏମ୍ କାର୍ଯ୍ୟକାରୀ କରିବ ।

ଏ ସଂପର୍କରେ କୌଶଳ ବିକାଶ ଓ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଭାରତ ସରକାର, ଶ୍ରୀ ରାଜୀବ ପ୍ରତାପ ରୁଡ୍ଡି କହିଛନ୍ତି ଯେ, ଆପ୍ରେଟିଂସ୍ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ଆମ ସହିତ ଶିଳ୍ପ ଓ ଘରୋଇ ସଂସ୍ଥା ଆଗେଇ ଆସିବା ଦରକାର । ଏହା ଦ୍ୱାରା ଅଧିକ ନିଯୁକ୍ତକ୍ଷମ ସୃଷ୍ଟି ହେବା ସହ ଚାକିରିରେ ଥିବା ବେଳେ ସେମାନେ ରୋଜଗାର କରିପାରିବେ । ପ୍ରାକ୍ଟିକାଲ କୌଶଳ ହାସଲ କରିବା ଦ୍ୱାରା ଯୁବକଯୁବତୀଙ୍କ ବିଶ୍ୱାସ ବିଭିିନ୍ନ ଉପାୟରେ ଦୃଢ଼ ହୋଇପାରିବ ଓ ସେମାନେ ଆମର ନିଯୁକ୍ତିକ୍ଷମ ଶ୍ରମ ଶକ୍ତି ଓ ଅଧିକ କୌଶଳ ପାଇଁ ରହିଥିବା ଲକ୍ଷ୍ୟକୁ ପୂରଣ କରିପାରିବେ ।

image


“ସେଂଚୁରିଅନ୍ କୌଶଳ ବିକାଶ ପାଇଁ ବହୁତ ଭଲ କାର୍ଯ୍ୟ କରୁଛି ଓ ଆମେ ଆଶା କରୁଛୁ ଯେ ଏହି ପାର୍ଟନରସିପ୍ ନିଶ୍ଚିତ ସଫଳ ହେବ ବୋଲି ସେ କହିଛନ୍ତି ।’’

ଏହି ଏମ୍ଓୟୁ ଅନୁସାରେ ଆପ୍ରେଟିଂସ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଦିଗରେ ସିୟୁଟିଏମକୁ କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ପକ୍ଷରୁ ଆପ୍ରେଟିଂସ ନିୟମ ୧୯୬୧ ଅନୁସାରେ ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ ସିୟୁଟିଏମ୍ ନିଯୁକ୍ତିଦାତା ଓ ଆପ୍ରେଟିଂସଙ୍କ ମଧ୍ୟରେ ତୃତୀୟ ପକ୍ଷ ଏଜେନ୍ସି ଭାବେ କାମ କରିବ । ସିୟୁଟିଏମ୍ ଆପ୍ରେଟିଂସ ଟ୍ରେଡ୍ ଓ ବିକଳ୍ପ ଟ୍ରେଡରେ ଆପ୍ରେଟିଂସ ନିଯୁକ୍ତ କରିପାରିବ ।

ଏ ସଂପର୍କରେ ସିୟୁଟିଏମର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର କହିଛନ୍ତି ଯେ, କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ସହ ହୋଇଥିବା ଏମ୍ଓୟୁ ଜରିଆରେ ସାରା ଦେଶରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟ ଭିତିକ ସମନ୍ୱିତ ହୋଇପାରିବ । ଏହା ଦ୍ୱାରା ପ୍ରତିଯୋଗିତା ଓ ପ୍ରାକ୍ ଶିକ୍ଷା ହିସାବରେ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ବିଶ୍ୱବିଦ୍ୟାଳୟ ଦେଶର ଯୁବକଯୁବତୀଙ୍କୁ ଶିକ୍ଷାଗତ ଓ ବୃତିଗତ ଭାବେ ପତ ପ୍ରଦର୍ଶନ କରିବାକୁ ଚାହୁଁଛି । ଏହା ଯୁବକଯୁବତୀଙ୍କ ପାଇଁ ଗର୍ବର ସହ ପ୍ରତିଯୋଗିତା, ଦକ୍ଷତା ବିକାଶ କରିବା ସହ ଉପଯୁକ୍ତ ସାର୍ଟିଫିକେଟ୍ ଜରିଆରେ ପ୍ରତି ସ୍ତରରେ କାର୍ଯ୍ୟ କରିପାରିବେ ।

ଭାରତର ଭୌଗୋଳିକ ଲାଭାଂଶର ଅର୍ଥ ହେଉଛି ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ କର୍ମ କ୍ଷେତ୍ରରେ ୧ ନିୟୁତ ଲୋକ ସାମିଲ ହୋଇପାରିବେ । କିନ୍ତୁ, ଶିକ୍ଷା ଓ ନିଯୁକ୍ତି ଇକୋସିଷ୍ଟମରେ ବ୍ୟାପକ ପରିବର୍ତନ କରି ଅଭିବୃଦ୍ଧିକୁ ଦାରିଦ୍ର୍ୟ ଦୂରୀକରଣରେ ପରିବର୍ତିତ କରିବାକୁ ପଡ଼ିବ । ସିୟୁଟିଏମ୍ ସହ ମିଶି କୌଶଳ ବିକାଶ ଓ ଉଦ୍ୟୋଗୀ ମନ୍ତ୍ରଣାଳୟ ପକ୍ଷରୁ ରଖାଯାଇଥିବା କୌଶଳ ଶିକ୍ଷା ଓ ନଯୁକ୍ତି ଆହ୍ୱାନ ଭଳି ଦୁଇ ପ୍ରକାର ଲକ୍ଷ୍ୟକୁ ପୂରଣ କରାଯାଇପାରିବ ।