ବିଲ୍‌ ଗେଟ୍‌ସ୍‌ ହେବେ ବିଶ୍ୱର ପ୍ରଥମ ଟ୍ରିଲିଓନେୟାର୍‌

ବିଲ୍‌ ଗେଟ୍‌ସ୍‌ ହେବେ ବିଶ୍ୱର ପ୍ରଥମ ଟ୍ରିଲିଓନେୟାର୍‌

Monday January 30, 2017,

1 min Read

Business Insidersର ଏକ ରିପୋର୍ଟ ଅନୁସାରେ ଆମେରିକାନ ବିଜନେସ ଟାଇକୁନ, ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ଓ ଜଣାଶୁଣା ସମାଜସେବୀ ବିଲ ଗେଟ୍‌ସ୍‌ ଆଗାମୀ ୨୫ ବର୍ଷ ମଧ୍ୟରେ ବିଶ୍ଵର ପ୍ରଥମ ଟ୍ରିଲିଓନେୟାର୍‌ ହେବେ।

image


ଏହି ରିପୋର୍ଟରେ Oxfam କିଛି ଚମକାଇ ଦେବା ଭଳି ତଥ୍ୟ ଉପସ୍ଥାପନା କରିଛି। ଏହା କୁହେ ଯେ ବିଶ୍ଵରେ ଏପରି ଆଠ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ସମ୍ପତ୍ତିକୁ ମିଶାଇଲେ ଯେତିକି ହେବ ତାହା ବିଶ୍ଵର ସବୁଠାରୁ ଦରିଦ୍ର ଲୋକଙ୍କର ଅର୍ଦ୍ଧେକଙ୍କ ସମ୍ପତ୍ତି ସହ ସମାନ। ଅଥବା ୧୦% ଦରିଦ୍ର ଲୋକଙ୍କର ଆୟ ୧୯୮୮ରୁ ୨୦୧୧ ମଧ୍ୟରେ ମାତ୍ର $୩ ବଢିଛି ଯେତେବେଳେ ୧% ସବୁଠାରୁ ଧନୀ ବ୍ୟକ୍ତିଙ୍କର ଆୟ ଏହି ସମୟ ଅବଧି ମଧ୍ୟରେ ଏହାର ୧୮୨% ବଢିଛି।

ରିପୋର୍ଟରେ କୁହାଯାଇଛି ଯେ ବିଲ ଗେଟ୍‌ସ୍‌ ୨୦୦୬ରେ ମାଇକ୍ରୋସଫ୍ଟ ଛାଡ଼ିବା ପରଠାରୁ ନିଜର ୨୫ ବିଲିଅନ ଡଲାରର ସମ୍ପତ୍ତିକୁ ଦୁଇଗୁଣା କରିସାରିଛନ୍ତି। ଏଭଳି ବିରାଟ ବୃଦ୍ଧିକୁ ଆଖି ଆଗରେ ରଖିଲେ ସେ ୨୦୪୨ ସୁଦ୍ଧା ବିଶ୍ଵର ପ୍ରଥମ ଟ୍ରିଲିଓନେୟାର୍‌ ହେବେ।

Oxfamର ନୂତନ ଗବେଷଣା ଅନୁସାରେ ପରବର୍ତ୍ତୀ ୨୫ ବର୍ଷ ମଧ୍ୟରେ ମାଇକ୍ରୋସଫ୍‌ଟ୍‌ର ସଂସ୍ଥାପକ ବିଲ୍‌ ଗେଟ୍‌ସ୍‌ ବିଶ୍ୱର ପ୍ରଥମ ଟ୍ରିଲିଓନେୟାର୍‌ ହେବେ। ସେତେବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିବ। ୨୦୦୬ ମସିହାଠାରୁ ବିଲ୍‌ ଗେଟ୍‌ସ୍‌ଙ୍କ ସମ୍ପଦ ୧୧ ପ୍ରତିଶତ ହାରରେ ବୃଦ୍ଧି ପାଇ ଚାଲିଛି। ୨୦୦୬ରେ ଗେଟ୍‌ସ୍‌ ମାଇକ୍ରୋସଫ୍‌ଟ୍‌ ଛାଡ଼ିଲା ପରେ ତାଙ୍କର ସମ୍ପତ୍ତିର ମୂଲ୍ୟ ଥିଲା ୫୦ ବିଲିୟନ୍‌ ଡଲାର୍‌। ୨୦୧୬ ସୁଦ୍ଧା ତାହା ବଢ଼ି ୭୫ ବିଲିୟନ୍‌ ଡଲାର ହୋଇଯାଇଛି। ନିଜ ଫାଉଣ୍ଡେସନ୍‌ ଦ୍ୱାରା ଅନେକ ବାଣ୍ଟିବା ସତ୍ତ୍ୱେ ଏହି ସମ୍ପତ୍ତି କମିବା ପରି ଲାଗୁନାହିଁ ବୋଲି ରିପୋର୍ଟରୁ ପ୍ରକାଶ।