ସୂର୍ଯ୍ୟ କିରଣରେ ଚାର୍ଜ ହେବ ସ୍ମାର୍ଟଫୋନ

ସୂର୍ଯ୍ୟ କିରଣରେ ଚାର୍ଜ ହେବ ସ୍ମାର୍ଟଫୋନ

Sunday April 30, 2017,

1 min Read

image


ଆପଣଙ୍କ ସ୍ମାର୍ଟଫୋନକୁ ବାରମ୍ବାର ଚାର୍ଜ କରି ବିରକ୍ତ ହେୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର, ସ୍ମାର୍ଟଫୋନକୁ ଆଉ ସବୁବେଳେ ଚାର୍ଜ କରିବାକୁ ପଡିବ ନାହିଁ । ବୈଜ୍ଞାନକ ମାନେ ଏପରି ବ୍ୟାଟେରୀ ବିକଶିତ କରୁଛନ୍ତି, ଯେଉଁଠି ସ୍ମାର୍ଟଫୋନକୁ ବାରମ୍ବାର ଚାର୍ଜ କରିବା ପାଇଁ ପଡିବ ନାହିଁ । ଏହି ନୂଆ ବ୍ୟାଟେରୀ ଚାର୍ଜ ପାଇଁ ନିଜେ ଶକ୍ତି ସଂଗ୍ରହ କରିପାରିବ । ଲିଥିୟମ, ଆୟନ ବ୍ୟାଟେରୀ ଯୋଗୁଁ ସ୍ମାର୍ଟଫୋନ, ଟାବଲେଟ ଓ କମ୍ପ୍ୟୁଟର ପରି ମୋବାଇଲ ଉପକରଣ ବରାବର ଚାର୍ଜ କରିବାକୁ ପଡେ, କାରଣ ଏମାନଙ୍କ ବ୍ୟାଟେରୀ କ୍ଷମତା ସୀମିତ ଥାଏ ।

କାନାଡାର ମ୍ୟାକଗିଲ ବିଶ୍ୱବିଦ୍ୟରାଳୟର ପ୍ରଫେସର ଜର୍ଜ ପୀ ଡେମୋପୋଲେସ କହିଛନ୍ତି ସ୍ମାର୍ଟଫୋନ ସମେତ ଅନେକ ଉପକରଣକୁ ଚାର୍ଜ କରିବା ପାଇଁ ଆପଣଙ୍କୁ ଅଫିସ ନେଇ ଯିବାକୁ ପଡୋ ଏସବୁର ସମାଧାନ କରିଛନ୍ତି ତାଙ୍କର ଟିମ୍ । ଏହାସହ ଏହି ଉପକରଣ ଗୁଡିକୁ ଆପଣ ପ୍ରତିଦିନ ଚାର୍ଜ କରିବା ପାଇଁ ପଡିବ ନାହିଁ ବୋଲି ସେ କହିଛନ୍ତି । ଅନେକଥର ଏପରି ପରିସ୍ଥିତି ସୃଷ୍ଟି ହୁଏ ଯେଊଁଠି ଆପଣ ଠକି ସମୟରେ ଚାର୍ଜ କରିପାରନ୍ତି ନାହିଁ ।

ଏହି ଅସୁବିଧାକୁ ଦୂର କରିବା ପାଇଁ ପୋର୍ଟାବୁଲ ସୋଲାର ଚାର୍ଜର ବିକଶିତ କରାଯାଇଛି । କିନ୍ତୁ ଏହି ଉପକରଣ ତିଆରି ବେଳେ ଏକ ଅସୁବିଧା ସୃଷ୍ଟି ହୋଇଛି ,ଯାହା ହେଲା ଏହି ଉପକରଣକୁ ଛୋଟ ଆକାରରେ ତିଆରି କରିବା କଷ୍ଟ । ଏହି ସମସ୍ୟାର ସମାଧାନ ପାେଇଁ ବିଶେଜ୍ଞମାନେ ସିଙ୍ଗିଲ ଡିଭାଇସ ପାଇଁ କାମ କରୁଛନ୍ତି । ଏହି ଯନ୍ତ୍ର ସୂର୍ଯ୍ୟ କିରଣକୁ ଉପଯୋଗ କରି ଶକ୍ତି ସଂଗ୍ରହ କରିବାରେ ସକ୍ଷମ ହୋଇପାରିବ ।