ମାଟର୍ନିଟି ଛୁଟି ନେବା ସମୟରେ ଶ୍ରଦ୍ଧା ବାଛିଲେ ଉଦ୍ୟୋଗର ପଥ

ମାଟର୍ନିଟି ଛୁଟି ନେବା ସମୟରେ ଶ୍ରଦ୍ଧା ବାଛିଲେ ଉଦ୍ୟୋଗର ପଥ

Thursday December 17, 2015,

3 min Read

ଅଧିକାଂଶ ମହିଳା ଯେଉଁ ସମୟରେ ଛୁଟି ନେଇ ମାତୃତ୍ୱର ଆଶୀର୍ବାଦକୁ ଉପଭୋଗ କରିଥାନ୍ତି, ଶ୍ରଦ୍ଧା ସୁଦ ସେହି ସମୟରେ ଦୁଇଟି ଷ୍ଟାର୍ଟ ଅପର ସିଡି ଚଢ଼ିବାକୁ ଚେଷ୍ଟା କରୁଥିଲେ । ପ୍ରଥମଟି ତାଙ୍କ ଝିଅ ଜନ୍ମ ଏବଂ ଦ୍ୱିତୀୟଟି Mamacouture, ଏକ ଅତ୍ୟାଧୁନୀକ ମାତୃତ୍ୱ ସମୟରେ ପରିଧାନ କରିବା ଉପଯୋଗୀ ପୋଷାକ, ତିଆରି କରି ବ୍ୟବସାୟ ଦୁନିଆକୁ ପ୍ରଥମ କରି ପାଦଦେବା ।

image


କିନ୍ତୁ ସେ ଏହାକୁ ଅନ୍ୟ ସମୟରେ କରିପାରିନଥାନ୍ତେ । ସେ ଗର୍ଭବତୀ ଥିବା ସମୟରେ ଯାହା କଲେ ଅନ୍ୟ ମହିଳାମାନେ ସେପରି ନକରିବାକୁ କୁହନ୍ତି । ମାତୃତ୍ୱ ଏକ ସୁନ୍ଦର ଅନୁଭବ ଦେଉଥିଲେ ମଧ୍ୟ ଆବଶ୍ୟକୀୟ ବସ୍ତ୍ରର ଅଭାବରୁ ମହିଳାମାନେ ମାତୃତ୍ୱକୁ ନେଇ ଯେତେ ସୁନ୍ଦର ଦେଖାଯିବା କଥା ଦେଖାଯାନ୍ତି ନାହିଁ । ୮ ମାସର ଗର୍ଭବତୀ ଥିବା ସମୟରେ ମୁଁ ମୋର କାର୍ଯ୍ୟାଳୟ ଯିବାକୁ ମାଟରନିଟି ବସ୍ତ୍ର ଖୋଜୁଥିଲି କିନ୍ତୁ ଅନେକଚେଷ୍ଟା ପରେ ବି ମୋ ପସନ୍ଦର ଓ ମୋ ଷ୍ଟାଇଲକୁ ସୁହାଇବା ଭଳି କିମ୍ବା ଆଧୁନୀକା ମହିଳାମାନଙ୍କୁ ପସନ୍ଦ ହେବାଭଳି ବସ୍ତ୍ର ମୋତେ ମିଳିଲା ନାହିଁ ।

ଆଧୁନୀକା ମହିଳାମାନେ ମାତୃତ୍ୱ ସମୟରେ ବାହାରକୁ ଯିବା ସମୟରେ ଆକର୍ଷଣୀୟ ବସ୍ତ୍ର ପରିଧାନ କରିବାକୁ ପସନ୍ଦ କରିଥାନ୍ତି । ତେଣୁ ପୂର୍ବତନ ଓକିଲ ଏଥିପାଇଁ ଆବଶ୍ୟକ ଥିବା ପରିବର୍ତ୍ତନ ଆଣିବାକୁ ସ୍ଥିରକଲେ । ଆମେ ଗର୍ଭାବସ୍ଥା ପ୍ରତି ଆମମାନଙ୍କ ମନରେ ଥିବା ମାନସିକତାରେ ପ୍ରଥମେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଜଣେ ନିଜର ଗର୍ଭାବସ୍ଥାକୁ ଲୁଚାଇବାର ଆବଶ୍ୟକତା ନାହିଁ କିମ୍ବା ସେମାନଙ୍କ ଶାରିରୀକ ପରିବର୍ତ୍ତନକୁ ନେଇ ଲଜ୍ଜ୍ୟା ଅନୁଭବ କରିବାର ନାହିଁ । ଆମକୁ ଖରାପ ଲାଗୁଥିବା ବସ୍ତ୍ର ପରିଧାନ କରିବାର ଆବଶ୍ୟକତା ନାହିଁ ବରଂ ସୁନ୍ଦର, ସେକ୍ସି ଓ କନଫିଡେଣ୍ଟ ଦେଖାଯିବା ପରି ବସ୍ତ୍ର ପିନ୍ଧିବାର ଅଛି ।

ନିଜର ଶାରିରୀକ ପରିବର୍ତ୍ତନ ହେତୁ ଗର୍ଭାବସ୍ଥାର ମଧ୍ୟ ଭାଗରେ ଅନେକମହିଳା ନିଜର ଚାକିରୀ ଛାଡିଥିବାର ମଧ୍ୟ ସେ ଦେଖିଛନ୍ତି । ସେ କୁହନ୍ତି, ମୁଁ ମୋର ଗର୍ଭାବସ୍ଥା ସମୟରେ ଯେତେବେଳେ କିଣାକିଣି କରୁଥିଲି ବଜାରରେ ଉପଲବ୍ଧ ବସ୍ତ୍ରଗୁଡିକ ସେତେ ଆକର୍ଷଣୀୟ କିମ୍ବା ଶରୀରକୁ ଫିଟ ହେଲା ପରି ଆରାମ ଦାୟକ ନଥିଲା । ଗର୍ଭାବସ୍ଥା ଜୀବନର ଏକ ଅନନ୍ୟ ଅନୁଭବର ସମୟ । ଏହି ସମୟରେ ଅତ୍ୟନ୍ତ ଯତ୍ନବାନ ଓ ସର୍ବଦା ସତର୍କ ରହିବା ଉଚିତ । କିନ୍ତୁ ମୁଁ ଅଧିକାଂଶ ସମୟ ଉପଯୁକ୍ତ ବସ୍ତ୍ର ଅନ୍ୱେଷଣରେ ଓ ବିଦେଶରୁ ବସ୍ତ୍ର ମଗାଇବାରେ କଟାଇଲି । ଏଥିରେ ଖର୍ଚ୍ଚ ହୋଇଥିବା ଅର୍ଥ ଓ ସମୟ ଅଯଥା ଥିଲା ।

ତେଣୁ ଶ୍ରଦ୍ଧା କିଛି ମାର୍କେଟ ରିସର୍ଚ୍ଚ ଆରମ୍ଭ କଲେ ଏବଂ ଆଶ୍ଚର୍ଯ୍ୟ ଜନକ ଫଳ ପାଇଲେ । ଭାରତରେ ପ୍ରତି ମିନିଟରେ ୫୧ ଶିଶୁଙ୍କୁ ଜନ୍ମ ଦେଉଥିବା ମହିଳାମାନଙ୍କ ମଧ୍ୟରୁ ୨୦% ମହିଳା ଟାୟାର ୧ ଓ ଟାୟାର ୨ ସହରର ଓ ଗର୍ଭାବସ୍ଥା ପରିଧାନ ବସ୍ତ୍ରର ମାର୍କେଟ ୨,୫୦୦ କୋଟିର ଏକ ବିରାଟ ମାର୍କେଟ ଯାହକି ନିବେଶର ଏକ ଉତ୍ତମ ସୁଯୋଗ । ଶ୍ରଦ୍ଧା ନିଜର ବ୍ରାଣ୍ଠକୁ ବଜାରରେ ପ୍ରବେଶ କରାଇବାକୁ ଏହାକୁ ଉପଯୁକ୍ତ ସମୟ ଭାବିଲେ ଓ ସେ ୮ ମାସର ଗର୍ଭବତୀ ଥିଲେ ମଧ୍ୟ ଏହା ତାଙ୍କର ଉଦ୍ୟମକୁ ରୋକି ପାରିଲା ନାହିଁ ।

ଏହା ନିଶ୍ଚିତ ଭାବରେ ଏକ କଠିନ ଓ ବଡ ନିଷ୍ପତି ଥିଲା । ତଥାପି ଏହାକୁ ଦୁନିଆରେ ପ୍ରମାଣିତ କରିବାକୁ ମୁଁ ଅଥୟ ହୋଇଉଠିଲି ବୋଲି ସେ କୁହନ୍ତି । ଏପରି ଏକ ସମୟରେ ସେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯାଉଥିବାରୁ ଅନେକ ତାଙ୍କୁ ଗର୍ଭସମୟ ନେଇ ପ୍ରଶ୍ନ କରିଥଲେ ମଧ୍ୟ ସେ ନିଜର ସକରାତ୍ମକ ଭାବନାକୁ କାର୍ଯ୍ୟରେ ପରିଣତ କରିବାକୁ ଶକ୍ତ ଓ ସ୍ଥିର ନିଶ୍ଚିତ ଥିଲେ ଓ ଅପେକ୍ଷା ନକରି ଆଗକୁ ମାଡିଚାଲିଲେ । କୌଣସି କାର୍ଯ୍ୟକୁ ଡେରି ବା ଅବହେଳା କରିବାକୁ ତ ଅନେକ କାରଣ ଦେଖାଇହେବ କିନ୍ତୁ ଏକ କାର୍ଯ୍ୟକୁ ସଠିକ ସମୟରେ କରିବା ଆବଶ୍ୟକ ଯଦି ସେଭଳି କୌଣିସି ବଡ ଅସୁବିଧା ନାହିଁ । କଥାରେ ଅଛି ଶୁଭସ୍ୟ ଶୀଘ୍ରମ୍ । ଏହି ନ୍ୟାୟରେ ଶ୍ରଦ୍ଧା ଡେରିନକରି ନିଜର ଗର୍ଭାବସ୍ଥାରେ ବ ବି ନିଜର ଯୋଜନାନେଇ ଆଗକୁ ମାଡିଚାଲିଲେ ଓ ସଫଳତା ପାଇପାରିଲେ। ଗର୍ଭବତୀ ରହି ଶିଳ୍ପାୟନ ଆରମ୍ଭ କରିବା ଅନେକ କଷ୍ଟକର ହୋଇଥିଲେବି ଶ୍ରଦ୍ଧା ଏହାକୁ ଅତି ସହଜରେ କରିପାରିଥିଲେ ଓ ତାଙ୍କର ଦୃଢ଼ମନୋବଳ ନିକଟରେ ସବୁକିଛି ହାର ମାନିଥିଲା । ସେ ଗୋଟିଏ ଦିନବି ଛୁଟିନନେଇ ମା ହେବାକୁ ଯାଉଥିବା ମହିଳାମାନଙ୍କୁ ନେଇ ସର୍ଭେ, ଡିଜାଇନର ଖୋଜିବା ଓ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସମସ୍ତ କାର୍ଯ୍ୟ ତୁଲାଇଥିଲୋ

image


କିନ୍ତୁ ନିଜର କନ୍ୟାକୁ ଜନ୍ମ ଦେବାପରେ ସେ ପ୍ରକୃତ ସମସ୍ୟାର ସମ୍ମୁଖୀନ ହେଲେ । ନିଜର କନ୍ୟାକୁ ଜନ୍ମ ଦେବାପରେ ସେ କନ୍ୟାଶିଶୁ ଓ ନିଜର ନବ ଜନ୍ମିତ ବ୍ୟବସାୟକୁ ଜମଜ ସନ୍ତାନ ଭାବେ ମନେକରି ଦାୟୀତ୍ୱ ନିର୍ବାହ କରିବାକୁ ଲାଗିଲେ ଓ ଉଭୟଙ୍କ ପାଇଁ ଉପଯୁକ୍ତ ସମୟ ଦେବା ନିହାତି କାଠିକର କାମଥିଲା ।

ଏକ ସାଥିରେ ଏସବୁ କରିବାକୁ ଅଲୌକିକ ଶକ୍ତିର ଆବଶ୍ୟକତା ପଡେ ଏବଂ ଏହି ସମୟରେ ପରିବାରର ସହଯୋଗରେ ସେ ଆଗକୁ ଯାଇପାରିଥିବାର ସ୍ୱୀକାର କରନ୍ତି ।

ବ୍ୟବସାୟ ମଧ୍ୟ ଆଶାନୁଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି ଓ ଚାରିମାସ ମଧ୍ୟରେ Flipkart, Amazon, Jabong, Limeroad and First Cry ପରି ପୋର୍ଟାଲରେ ମାଟରନିଟି କଲେକସନରେ ଏହି ମାମାକୋଚର ୩୦-୬୦% ସ୍ଥାନ ଗ୍ରହଣ କରିପାରିଛି ଓ ସ୍ୱଳ୍ପ ସମୟ ମଧ୍ୟରେ ମାସକୁ ଏକ ଲକ୍ଷରର ଅଧିକ ଟଙ୍କାର ଟର୍ଣ୍ଣଓଭର ହେଉଛି ।

ମୂଳ ଲେଖା - ବିଞ୍ଜାଲ ଶାହ

ଭାଷାନ୍ତର - ସୌରଭ ପରିଡ଼ା