Power for One : ସମାଜସେବା ପାଇଁ ଅର୍ଥ ଏକତ୍ରିତ ନିମନ୍ତେ ଏକ ନୂଆ ମାଧ୍ୟମ

ତାଙ୍କ ନିଆରା ପ୍ରକ୍ରିୟା ସହ Power for One ସମାଜ ସେବା କ୍ଷେତ୍ରରେ ଏକ ସ୍ଫୁଲିଙ୍ଗ

0

ସ୍ୱାଧିନତାର ଛଅ ଦଶନ୍ଧି ପରେ ମଧ୍ୟ ଆମ ଦେଶରେ ସାମାଜିକ ତାରତମ୍ୟ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଆସିପାରି ନାହିଁ । ବିଭିନ୍ନସମୟରେ ପରିବେଶ କିମ୍ବା ସମାଜର ଅନେକ ସମସ୍ୟାକୁ ନେଇ ତର୍କବିତର୍କ ଆରମ୍ବ ହୋଇଛି । ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦାରିଦ୍ର୍ୟହାର ସାମାଜିକ ବୌଷମ୍ୟ ସୃଷ୍ଟି କରୁଛି । ଯେଉଁଠି ଧନୀକ ଶ୍ରେଣିର ପିଲାମାନେ ଉତ୍ତମଶିକ୍ଷା, ସ୍ୱାସ୍ଥ୍ୟ ଭଳି ଅନେକ ସୁବିଧା ପାଉଥିବାବେଳେ ଦାରିଦ୍ର୍ୟର କଷାଘାତରେ ପ୍ରପିଡୀତ ଗରିବ ପିଲାମାନେ ଏଥିରୁ ବଂଚିତ ହେଉଛନ୍ତି । ତେବେ ଏହିପରିକା ଉତ୍କଟ ସମସ୍ୟାକୁ ଦୂରକରିବା ପାଇଁ କେତେକ ସମାଜ ମଙ୍ଗଳକାରୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅଣ୍ଟା ଭିଡିଛନ୍ତି । ସେଗୁଡିକ ହେଲା ଗିଭଇଣ୍ଡିଆ, United Way ଓ Milaap.com

ତେବେ ଭାରତବର୍ଷରେ ଅନେକଗୁଡିଏ ଅଣଲାଭକାରୀ ସଂସ୍ଥା ଗଢିଉଠି ଥିଲେ ମଧ୍ୟ ନୂତନ ଭାବେ ଜନ୍ମ ନେଇଥିବା Power for Oneର କାର୍ଯ୍ୟଶୈଳୀ ଅନ୍ୟମାନଙ୍କଠାରୁ ନିଆରା । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମାଜରେ ଅବହେଳିତ ଭାବେ ଜୀବନ ଯାପନ କରୁଥିବା ଗୋଷ୍ଠୀକୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ଆର୍ଥିକ ସାହାଯ୍ୟ କରୁଥିବା ଦାତା ଓ ଗ୍ରହିତା ମଧ୍ୟରେ ଦୂରତା ହ୍ରାସ କରିବା ସହ ଉଚିତ ସେବା ଯୋଗାଇ ଦେବା ।

ମୁଁ ଏବଂ ଇଶାନ କଲେଜରେ ପଢୁଥିବା ସମୟରେ ସମାଜ ପାଇଁ କିଛି କରିବାର ଇଛା ଥିଲା । ସେଥିପାଇଁ ଆମେ ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ମିଳୁଥିବା ପାଣ୍ଠିକୁ ଉପଯୁକ୍ତ ହିତାଧିକାରୀମାନଙ୍କ ପାଖରେଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲୁ ବୋଲି Power for One ର ସହ ପ୍ରତିଷ୍ଟାତା ମିହିର ଲୁନିୟା କୁହନ୍ତି । ତେବେ ସେ ଆହୁରି ମଧ୍ୟ କହିଥିଲେ , Teach India ଭଳି ବୃହତ୍ତ ଅନୁଷ୍ଠାନ ଆଗରୁ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କ ତୁଳନାରେ ଆମର ଅନୁଷ୍ଠାନ ଛୋଟ ହେଲେ ମଧ୍ୟ ସମାଜର ହିତସାଧନ ପାଇଁ ଯଥା ସମ୍ଭବ ଚେଷ୍ଟା କରିବୁ ।

Power for One ପ୍ରତି ମାସରେ ଛଅଟି ଅଣଲାଭକାରୀ ସଂସ୍ଥାକୁ ଯୋଡୁଛି । ସଂସ୍ଥା ଗୁଡିକୁ ନିଜ ସହ ଯୋଡିଲା ସମୟରେ Power for Oneକୁ  ବିଶେଷ ସତର୍କତା ଅବଲମ୍ବନ କରିବା ସହ ଅନୁଷ୍ଠାନର ପୃଷ୍ଠଭୂମିକୁ ରୁତ୍ୱ ଦେଇଥାଏ ।

ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ଆସୁଥିବା ପାଣ୍ଠି ପ୍ରଥମେ Power for One ପାଖକୁ ଆସିଥାଏବଂ ସେହି ପାଣ୍ଠିର ସଠିକ ଉପଯୋଗ ପାଇଁ ସଂସ୍ଥା ଦ୍ୱାରା ଅନୁବନ୍ଧିତ ହୋଇ ଥିବା ଅଣଲାଭକାରୀ ସଂସ୍ଥା ଗୁଡିକୁ ମାସିକ ଓ ସାପ୍ତାହିକ ଆଧାରରେ ଆବଶ୍ୟକ ଅନୁଯାୟୀ ଅର୍ଥ ଦିଆଯାଇ ଥାଏ । Power for One କୈଣସି ଦାତବ୍ୟ ସଂସ୍ଥା ଠାରୁ ଅନୂନ୍ୟ ୮୦୦ରୁ ୧୦୦୦ ର ଦାନ ରାଶି ରଖନ୍ତି ।

ଅପରପକ୍ଷରେ Milaap ଟିକିଏ ଅଲଗା। ମିହିର କୁହନ୍ତି, Milaap ରୃଣ ଯୋଗାଇଥିବା ବେଳେ ଆମେ କେବଳ ଦାତବ୍ୟ ରାଶି ହିଁ ନେଇଥାଉ। Power for Oneର ମଡେଲଟି ରୃଣ ଯୋଗାଣ ସଂସ୍ଥା ମାନଙ୍କ ଠାରୁ ପାରଦର୍ଶୀ । ଅନେକ ଆନ୍ତର୍ଜାତୀୟ ସଂସ୍ଥା ସାମାଜିକ କାରଣ ପାଇଁ କାମ କରୁଥିବା ସଂସ୍ଥାର ରୃଣର ପୃଷ୍ଟପୋଷକତା କରନ୍ତି, ଯେମିତିକି Kiva। କିନ୍ତୁ ସେମାନେ ରୃଣ ନେବା ଓ ଦେବା ସଂସ୍ଥା ଗୁଡିକ ମଧ୍ୟରେ ସିଧାସଳଖ ଯୋଗାଯୋଗ ରଖନ୍ତି ନାହିଁ। ସେମାନେ ପ୍ରକୃତରେ ରୃଣ ନେବା ବ୍ୟକ୍ତିଠାରୁ ରୃଣଟିକୁ କମ ସୁଧ ହାରରେ କିଣି ନିଅନ୍ତି । ଏକ ଏକ ଜଟିଳ ପ୍ରକ୍ରିୟା ଅଟେ ଓ ସେଥିପାଇଁ ଆମେ ସେ ପ୍ରକ୍ରିୟାକୁ ଆପଣେଇଲୁ ନାହିଁ। ଆମେ କେବଳ ପୁଞ୍ଜି ଆବଶ୍ୟକ କରୁଥିବା ସଂସ୍ଥାକୁ ପୁଞ୍ଜି ଦେଇପାରୁଥିବା ବା ଦେବାକୁ ଇଚ୍ଛୁକ ସଂସ୍ଥା ବା ବ୍ୟକ୍ତିଙ୍କ ସହ ମିଳେଇଥାଉ।

Power for One ଦାତା ଓ ସେମାନେ ଯେଉଁ ସାମାଜିକ କାରଣକୁ ଦାନ କରୁଛନ୍ତି, ତା' ମଧ୍ୟରେ ଏକ ଚିରସ୍ଥାୟୀ ଯୋଗାଯୋଗ ବନେଇ ରଖିବାକୁ ପ୍ରଯତ୍ନ କରେ । ଏହା ବିଲକୁଲ ବି ସହଜ ନୁହେଁ। "ଖୁବ ସ୍ଵଚ୍ଛଳ ବ୍ୟକ୍ତି ମାନେ ଆର୍ଥିକ ଦୃଷ୍ଟିରୁ ତଳ ସ୍ତରରେ ଥିବା ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ କରିବାଟା ସାଧାରଣ, କିନ୍ତୁ ସେଇ ସାହାଯ୍ୟରେ ଏକ ପ୍ରତିବଦ୍ଧତା ଆଣିବାକୁ ଆମେ ଚେଷ୍ଠା କରୁଛୁ ଯାହାକି କଷ୍ଟ," କୁହନ୍ତି ମିହିର।

ତେବେ ନିଜର ଜନମଙ୍ଗଳକାରୀ ସଂସ୍ଥାକୁ ସୁଦୂର ପ୍ରସାରୀ କରିବା ପାଇଁ ଅନୁଷ୍ଠାନର ମୁଖ୍ୟ ମିହିର ଫେସବୁକ, ହ୍ୱାଟସ୍ଆପ ପରି ସୋସିଆଲ ମିଡିଆ ସାହାଯ୍ୟ ନେଇଛନ୍ତିା ଯାହା ବିଭିନ୍ନ ଘରୋଇ କମ୍ପାନୀମାନଙ୍କ ସହ ଯୋଗାଯୋଗ ରଖିବାରେ ସହାୟକ ହେବ । ନିଜର ପାଣ୍ଠି ରାଶିକୁ ଦ୍ୱିଗୁଣିତ କରିବା ପାଇଁ ଏହି ସଂସ୍ଥା ରୃଣ ମଧ୍ୟ ପ୍ରଦାନ କରିଥାଏ । ତେବେ ସଂସ୍ଥା ଚୁକ୍ତି ମୁତାବକ ଏହା କେବଳ ଅଣଲାଭକାରୀ ସଂସ୍ଥାଗୁଡିକୁ ଦାନ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଉପଲବ୍ଧ ହୋଇଥାଏ । ତେବେ ଦୁଇ ଯୁବ ଉଦ୍ୟୋଗୀଙ୍କର ସମାଜ ମଙ୍ଗଳକାରୀ ପ୍ରୟାସ ବେଶ ପ୍ରଶଂସନୀୟ।

ଏହି ସଂସ୍ଥା ଆରମ୍ଭ କରିବାର ପ୍ରଥମ ମାସ ଭିତରେ ଏହା ୧୦ଟି ଅଣଲାଭକାରୀ ସଂସ୍ଥାକୁ ପ୍ରୋମୋଟ କରିବାରେ ସଫଳ ହେଇଛନ୍ତି ଏବଂ ଆଗାମୀ ମାସ ଭିତରେ ଆଉ ୫୦-୬୦ ଅଣଲାଭକାରୀ ସଂସ୍ଥାକୁ ଆଗକୁ ନେଇଯିବାର ପ୍ରସ୍ତୁତି କରୁଛନ୍ତି। ଯେହେତୁ ବର୍ତ୍ତମାନର ପ୍ରାୟ ଉଦ୍ୟୋଗ ଗୁଡିକ ମୋବାଇଲ ସହ ଜଡିତ, Power for One ମଧ୍ୟ ଏହି ଦିଗରେ ଏକ ନୂଆ ଅଭିଜ୍ଞତା ସୃଷ୍ଟି କରିବାକୁ ଚେଷ୍ଠା କରୁଛି।

ମିହିର କୁହନ୍ତି "ଆମେ ସାମାଜିକ ପରିବର୍ତ୍ତନ ପାଇଁ ଜାଳେଣୀର ଭୂମିକା ନେବାକୁ ପ୍ରୟାସ କରୁଛୁ।" ଯଦିଓ ତାଙ୍କର ଟୀମକୁ କିପରି ପ୍ରତିକ୍ରିୟା ମିଳିବ, ଏହା ତାଙ୍କୁ ଅଜଣା, ମାତ୍ର ଏହି ପ୍ରୟାସ ନିଶ୍ଚେ କିଛି ନୂତନ ଜ୍ଞାନ ଆଣିଆସିବ।

Website: www.powerforone.org