ଅନ୍ୟମାନଙ୍କର ଯନ୍ତ୍ରଣାକୁ ନିଜରଭାବି ସେବା କର ଓ ସାହାଯ୍ୟ କର, ଦେବେନ୍ଦ୍ର

0

ଅନେକ ସମୟରେ କିଛି ମହତ୍ ଉଦ୍ଦେଶ୍ୟ ରଖି ଭଗବାନ ସାଧୁ ବ୍ୟକ୍ତିଙ୍କୁ ଦୁର୍ଦ୍ଧଶା ମଧ୍ୟକୁ ଠେଲି ଦେଇଥାନ୍ତି । ଯାହାକି ସେମାନଙ୍କ ଦ୍ୱାରା ସମାଜର ଦୁସ୍ଥ ଦରିଦ୍ରମାନଙ୍କୁ ସେବା କରିବାପାଇଁ ଉଦ୍ଦିଷ୍ଟ ଥାଏ । ୧୯୬୯ ମସିହାରେ ପୋଖରାନରେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶୀକାର ହୋଇଥିଲେ ଜୌଶାଲମରର ତତ୍କାଳୀନ ଜିଲ୍ଲାପାଳ ଦେବେନ୍ଦ୍ର ରାଜ ମେହେଟ୍ଟା । ଦୁର୍ଘଟଣାରେ ତାଙ୍କର ଜଙ୍ଘ ଅସ୍ଥି ୪୩ ଖଣ୍ଡରେ ଭାଙ୍ଗି ଚୁରମାର ହୋଇଯାଇଥିଲା ଏବଂ ଦୁର୍ଘଟଣା ଏତେ ସାଂଘାତିକ ଥିଲା ଯେ ତାଙ୍କର ବଂଚିବାର ଆଶାନେଇ ଡାକ୍ତରମାନେ ମଧ୍ୟ ନିଶ୍ଚିତ ନ ଥିଲେ । କିନ୍ତୁ ଭଗବାନଙ୍କର ଅନ୍ୟକିଛି ଉଦ୍ଦେଶ୍ୟ ଥିଲା । ଦୀଘ ପାଞ୍ଚ ମାସ ଧରି ହସପିଟାଲରେ ପଡିରହିବାପରେ ସର୍ଜନମାନେ ଯେତେବେଳେ ତାଙ୍କର ଜଙ୍ଘ କାଟିବେ ନା ନାହିଁ ବୋଲି ଦ୍ୱନ୍ଦରେ ଥିଲେ, ସେ ଧିରେ ଧିରେ ସୁସ୍ଥହେବାକୁ ଲାଗିଲେ ଏବଂ ଡାକ୍ତରମାନେ ତାଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ଆମେରିକା ଯିବାକୁ କହିଲେ । ଯେଉଁମାନଙ୍କ ପାଖରେ ଆମେରିକା ଯିବାକୁ ଆର୍ଥିକ ସମ୍ବଳ ନାହିଁ ସେମାନେ କଣ କରିବେ? ସେ ନିଜକୁ ଏପରି ଏକ ପ୍ରଶ୍ନ ପଚାରିଲେ । ଏବଂ ସେହି ପ୍ରଶ୍ନରୁ ହିଁ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିି, ଆର୍ଥିକ ଅନଗ୍ରସର ଶାରିରୀକ ଅକ୍ଷମ ବ୍ୟକ୍ତିମାନଙ୍କୁ ସେମାନଙ୍କର ଅକ୍ଷମତା ଦୂର କରିବାରେ ସାହାଯ୍ୟ କରିବା ପାଇଁ ଜନ୍ମନେଲା ।

ମେହେଟ୍ଟା ପଦ୍ମଭୂଷଣ ଗ୍ରହଣ କରୁଛନ୍ତି
ମେହେଟ୍ଟା ପଦ୍ମଭୂଷଣ ଗ୍ରହଣ କରୁଛନ୍ତି

ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିିର ଜନ୍ମ

ଆମେ କେବଳ ଅକ୍ଷମ ବ୍ୟକ୍ତମାନଙ୍କର ଶାରିରୀକ ସୁସ୍ଥତା ଆଣିବାକୁ ଚାହିଁ ନ ଥିଲୁ, ସମାଜରେ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ପୁନରୁଦ୍ଧାର ମଧ୍ୟ ଚାହିଁଥିଲୁ । ସେମାନଙ୍କର ଶାରିରୀକ ସକ୍ଷମତା ଫେରିପାଇବା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା ତତସହିତ ସେମାନଙ୍କ ଆତ୍ମସମ୍ମାନ ଫେରାଇଆଣିବାସହ ସେମାନଙ୍କୁ ଆର୍ଥିକ ଉତ୍ପାଦନକ୍ଷମ ବା ସ୍ୱାବଲମ୍ବୀ ହେବାରେ ସାହାଯ୍ୟ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଥିଲା । ଏପରି ଏକ ମହତ ଲକ୍ଷ୍ୟ ନେଇ ୧୯୭୫ ମସିହାରେ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ଆରମ୍ଭ ହୋଇଥିଲା ।

ତେଣୁ ଅନୁଷ୍ଠାନ ଭାରତ ଓ ଭାରତ ବାହାରେ ଯେତେ ସଂଭବ ଅଧିକରୁ ଅଧିକ ଶାରିରୀକ ଅକ୍ଷମମାନଙ୍କୁ ମାଗଣାରେ କୃତିମ ଲିମ୍ବ, କ୍ୟାଲିପର ଆଦି ଯୋଗାଇବାକୁ ସ୍ଥିରକଲା

ଦେବେନ୍ଦ୍ର ନୋବେଲ ବିଜେତା Dr Albert Schweitzerଙ୍କ ଦ୍ୱାରା ବହୁତ ଅନୁପ୍ରାଣିତ ଥିଲେ । ଯେ କହିଥିଲେ, ଆସ ସେଇମାନଙ୍କର ସମାଜରେ ସାମିଲ ହେବା ଯେଉଁମାନେ ଯନ୍ତ୍ରଣାର ପରିଚୟକୁ ବହନ କରନ୍ତି । ତାଙ୍କର ଏହି ଉକ୍ତି ପ୍ରକୃତରେ ଦେବେନ୍ଦ୍ରଙ୍କ ମଧ୍ୟରେ ଏକ ତରଙ୍ଗ ସୃଷ୍ଟିକଲା ଏବଂ ଯେଉଁଠି ପାଇଁ କି ସେ ଏହା ଉପରେ କିଛି କରିବାକୁ ଚେଷ୍ଟାକଲେ ବୋଲି କୁହନ୍ତି ।

ଜୟପୁର ଫୁଟ

BMVSS ପାଖାପାଖି ସାତବର୍ଷ ପୂର୍ବରୁ ଜୟପୁର ଫୁଟର ଜନ୍ମ । ଏହା ଜୟପୁର ସାୱାଇ ମାନ ସିଂ ହସପିଟାଲରେ ପ୍ରଥମେ ଆରମ୍ଭ ହୋଇଥିଲା । ଆଣ୍ଠୁତଳୁ ଗୋଡ ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ରବର ନିର୍ମିତ କୃତ୍ରିମ ଗୋଡ ଯାହାକି ଜୟପୁରରେ ନିର୍ମିତ ହେଉଥିଲା ଓ BMVSS ଦ୍ୱାରା ମାଗଣାରେ ରୋପଣ କରାଯାଉଥିଲା । ଦେବେନ୍ଦ୍ରଙ୍କ ମତରେ ଜୟପୁର ଫୁଟ ଚଳପ୍ରଚଳରେ ଏପରି ଭାବରେ ସହାୟକ ହେଉଥିଲା ଯେ ଏହାକୁ ଲଗାଇବା ପରେ ଜଣେ ଅସମ୍ଭକୁ ସମ୍ଭବ କରବାଭଳି ଅନୁଭବ କରେ । ଏହା ଜଣେ ଗୋଡହୀନ ବ୍ୟକ୍ତିକୁ ଚାଲିବା, ଦୌଡିବା, ଚଢିବା, ଗୋଡଉପରେ ଗୋଡପକାଇ ବସିବା ଏବଂ ନିଜର ସମସ୍ତ କାର୍ଯ୍ୟ ସହଜରେ ଓ ଆରାମରେ କରାଇବାରେ ସାହାଯ୍ୟ କରୁଥିଲା । ଏହା ଏତେ ଚମତ୍କାର ଯେ ଏହାର ବ୍ୟବହାର ସମସ୍ତ ଭୌଗୋଳିକ ସୀମାରେଖାକୁ ପାରକରି ବିଶ୍ୱର ଏକ ବହୁଳ ବ୍ୟବହୃତ କୃତ୍ରିମ ଗୋଡର ମାନ୍ୟତା ପାଇଛି ।

ସହାୟତା ଓ ସୁବିଧା ପ୍ରଦାନ

ଆଜିର ଦିନରେ BMVSS ଜାତି, ବର୍ଣ୍ଣ, ସଂପ୍ରଦାୟ, ଧର୍ମ ଓ ଭୌଗୋଳିକ ସୀମାରେଖାର ଊର୍ଦ୍ଧରେ ଆର୍ଥିକ ଅନଗ୍ରସର ଶାରିରୀକ ବିକଳାଙ୍କ ରୋଗୀମାନଙ୍କୁ ମାଗଣା କୃତ୍ରିମ ଅଂଗ ଯୋଗାଉଛି । ଏହା ବ୍ୟତିତ ଯୁବ ଅକ୍ଷମମାନଙ୍କୁ ମନୋନୟନ ଭାବରେ ବିଭିନ୍ନ ଭୋକେସନାଲ ଟ୍ରେନିଙ୍ଗ ମଧ୍ୟ ପ୍ରଦାନ କରୁଛି । ଯାହାକି ସେମାନଙ୍କୁ ନିଜର ଆତ୍ମସମ୍ମାନ ଫେରିପାଇବାସହ ସ୍ୱାବଲମ୍ବୀ କରୁଛି । ବିଭିନ୍ନ ଦୂର୍ଗମ ଅଂଚଳର ଗରୀବ ରୋଗୀମାନଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ସେବା ଯୋଗାଇଦେବା ପାଇଁ ଏହା ରିହାବିଲିଟେସନ କ୍ୟାମ୍ପ ମଧ୍ୟ କରୁଛି । ଜୟପୁରରେ ଅବସ୍ଥାପିତ ହୋଇ ଏହାର ୨୨ ଟି ଶାଖା ଅଛି । ଏହା ସହ ଦିଲ୍ଲୀ, ପୁନେ, ମୁମ୍ବାଇ, ବେଙ୍ଗାଲୁର ଭଳି ସହରେ BMVSS ଲିମ୍ବ୍ ଫିଟମେନ୍ଟ ସେନ୍ଟର ମଧ୍ୟ ଅଛି ।

BMVSS ରିସର୍ଚ୍ଚ

କୃତିମ ଓ ଉନ୍ନତମାନର ଲିମ୍ବ୍ ତିଆରି କରିବାପାଇଁ ମଧ୍ୟ ଏହା ରିସର୍ଚ୍ଚ ଚଳାଇଅଛି ଏବଂ ଏଥିପାଇଁ ଭାରତ ଓ ଭାରତ ବାହାରେ ଅନେକ ଅଗ୍ରଣୀ ଅନୁଷ୍ଠାନସହ ଅନୁବନ୍ଧିତହୋଇ ଉନ୍ନତମାନର ଲିମ୍ବ୍ ତିଆରି କରିବା ସହ ଏହାକୁ ଶସ୍ତାରେ ଉପଲବ୍ଧ କରାଇବାପାଇଁ ଚେଷ୍ଟାରତ । ଏଥିରେ ସହାୟକ ହେବାପାଇଁ ଅନୁଷ୍ଠାନ ଏକ ଇନହାଉସ ଆର ଏଣ୍ଡ ଡି ଡିଭିଜନ ମଧ୍ୟ ରଖିଛି । BMVSS ଷ୍ଟାନଫର୍ଡ ୟୁନିଭରସିଟି, କାଲିଫର୍ନିଆ, ମାସାଚ୍ୟୁଟସ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT), କେମ୍ବ୍ରିଜ, ଭିରଜିନିଆ ଟେକ୍ ୟୁନିଭରସିଟି, ଦାଓ ଇଣ୍ଡିଆ, ଆଇଆଇଟିସ୍ ଓ ଇସ୍ରୋ ଭଳି ଅନେକ ବିଶ୍ୱସ୍ତରୀୟ ଅନୁଷ୍ଠାନସହ ପାର୍ଟନରସିପ୍ କରିଛି ।

ସଂଘର୍ଷ, ଚ୍ୟାଲେଞ୍ଜ ଓ ସଫଳତାର କଥା

ଆଜିର ଦିନରେ ଆମର ସଂଘର୍ଷ କେବଳ ଅର୍ଥସଂଗ୍ରହରେ ସିମୀତ । ସରକାରୀ ଅନୁଦାନ ପ୍ରଚୁର ନୁହେଁ, ତେଣୁ ଆମେ ବିଭିନ୍ନ ଦାନକର୍ତ୍ତାମାନଙ୍କ ଦାନ ଓ ଧନୀ ରୋଗୀମାନଙ୍କ ଦ୍ୱାରା ଦାନ କରାଯାଉଥିବା ଅର୍ଥ ଉପରେ ନିର୍ଭର କରୁ ବୋଲି ଦେବେନ୍ଦ୍ର କୁହନ୍ତି ।

ସଫଳତାର କାହାଣୀ ବର୍ଣ୍ଣନା କରିବାକୁ ଯାଇ ସେ କୁହନ୍ତି, ଶାରିରୀକ ଅସୁବିଧା ଦୂରକରିବା, ବ୍ୟକ୍ତିଗତ ଆତ୍ମସମ୍ମାନ ଫେରାଇଆଣିବା ସହ ଆର୍ଥିକ ସ୍ୱାବଲମ୍ବୀ ହେବା ହିଁ ତ ବାସ୍ତବ ସଫଳତାର କାହାଣୀ । ଦୁର୍ଘଟଣାରେ ନିଜର ଗୋଡ ହରାଇଥିବା ଭାରତୀୟ ଅଭିନେତ୍ରୀ ଓ ନର୍ତକୀ ସୁଧା ଚନ୍ଦ୍ରନ ଜୟପୁର ଫୁଟ ଲଗାଇ ପୂନର୍ବାର ନିଜର ଅଭିନୟ ଓ ନୃତ୍ୟ ଆରମ୍ଭ କରିବା ହିଁ ତ ଏକ ପ୍ରକୃଷ୍ଟ ଉଦାହରଣ ।

ସମ୍ମାନ ଓ ପୁରସ୍କାର

ଅନୁଷ୍ଠାନକୁ ଓ ଏହାର ପ୍ରତିଷ୍ଠାତାଙ୍କୁ ଅନେକ ମାନ ସମ୍ମାନ ମିଳିଛି । ଏହାର ପ୍ରତିଷ୍ଠାତା ଦେବେନ୍ଦ୍ରଙ୍କୁ ୨୦୦୮ରେ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରିଛନ୍ତି । ଏହାସହ ଅକ୍ଷମମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇଆଣିବାର ସର୍ବୋତ୍କୃଷ୍ଟ ଅନୁଷ୍ଠାନ ଭାବେ ବିଏମ୍ଭିଏସ୍ଏସକୁ ୧୯୯୮ ନ୍ୟାସନାଲ ଆୱାର୍ଡ ମିଳିଛି ଓ ବିକଳାଙ୍ଗ ସେବାରେ ସର୍ବୋତ୍ତମ ଅନୁଷ୍ଠାନଭାବେ ୧୯୮୨ରେ ମଧ୍ୟ ନ୍ୟାସନାଲ ଆୱାର୍ଡ ମିଳିଛି ।

ବର୍ତ୍ତମାନ

ଅକ୍ଷମମାନଙ୍କୁ ସେବାଦେବାରେ ଏହା ବର୍ତ୍ତମାନ ବିଶ୍ୱର ବଡ ଅନୁଷ୍ଠାନ, ୧୯୭୫ରେ ଏହାର ପ୍ରତିଷ୍ଠାରୁ ଏହା ଭାରତ ଓ ଭାରତ ବାହାରର୧.୪୫ ମିଲିଅନରୁ ଅଧିକ ଅକ୍ଷମ ଓ ପୋଲିଓ ରୋଗୀଙ୍କୁ ସେବା ପ୍ରଦାନ କରଆସିଅଛି ।

ଅନ୍ୟମାନଙ୍କର ଯନ୍ତ୍ରଣାକୁ ନିଜରଭାବି ସେବା କର ଓ ସାହାଯ୍ୟ କର, ସେଥିରୁ ଯେଉଁ ସନ୍ତୋଷ ମିଳିବ ତାହା ଅପରିକଳ୍ପନୀୟ ଓ ସଂପୁର୍ଣ୍ଣ ବୋଲି ପ୍ରତିଷ୍ଠାତା ଦେବେନ୍ଦ୍ର ନିଜର ମତ ରଖନ୍ତି ।