ସବୁଜ ଓ ଦୀର୍ଘସ୍ଥାୟୀ ବିଶ୍ୱ ପାଇଁ ଟାଟା ଷ୍ଟିଲର ଆଉ ଏକ ପଦକ୍ଷେପ

ସବୁଜ ଓ ଦୀର୍ଘସ୍ଥାୟୀ ବିଶ୍ୱ ପାଇଁ ଟାଟା ଷ୍ଟିଲର ଆଉ ଏକ ପଦକ୍ଷେପ

Monday October 19, 2015,

2 min Read

ଟାଟା ଷ୍ଟିଲ ଓ ଇଣ୍ଡିଆ ଟୁଡେ ଟେଲିଭିଜନ୍ ସହଭାଗିତାରେ ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍ଠାରେ ପରିବେଶ ସୁରକ୍ଷା ଓ ସଂରକ୍ଷଣ ଉପରେ ଏକ କନକ୍ଳେଭ ଆୟୋଜିତ ହୋଇଯାଇଛି ।

ଏହି କନକ୍ଳେଭ ପ୍ରଥମ ସେସନକୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଓ ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ୍ ପ୍ରେସିଡେନ୍ଟ ଶ୍ରୀ ଅରୁଣ ମିଶ୍ର, ଇଣ୍ଡିଆ ଟୁଡେ ଟେଲିଭିଜନ୍ର ଗ୍ରୁପ୍ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଆଶିଷ ବାଗା ଓ କାର୍ଯ୍ୟକ୍ରମର ନଲେଜ୍ ପାର୍ଟନର ପରିବେଶ ଶିକ୍ଷା କେନ୍ଦ୍ର (ସିଇଇ)ର ନିଦେ୍ର୍ଧଶକ ଶ୍ରୀ କାର୍ତ୍ତିକେୟ ଭି ସାରାଭାଇଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ସହରୀକରଣ, ମାର୍କେଟ୍ ମେକାନିଜିମ୍, ସାମାଜିକ ଦାୟିତ୍ୱବୋଧ ଓ ନିୟାମକ ଯୋଜନା ଦ୍ୱାରା ଜୈବ ବିବିଧତାର ସଂରକ୍ଷଣ ଭଳି ମହତ୍ତ୍ୱପୂର୍ଣ୍ଣ ବିଷୟରେ ଶିଳ୍ପ ଜଗତର ପରିଚିତ ଲୋକଙ୍କ ମଧ୍ୟରେ ଆଲୋଚନା ନିମନ୍ତେ ଇଣ୍ଡିଆ ଟୁଡେ କନକ୍ଳେଭ ଉପଯୁକ୍ତ ମଞ୍ଚ ପ୍ରଦାନ କରୁଛି ।

image


ଇଣ୍ଡିଆ ଟୁଡେ ଟେଲିଭିଜନ୍ କନକ୍ଳେଭ ସହିତ ଜଡ଼ିତ ହୋଇଥିବାରୁ ଟାଟା ଷ୍ଟିଲ ପକ୍ଷରୁ ଆମେ ଖୁସି ଅନୁଭବ କରୁଛୁ ବୋଲି ଏହି ଅବସରରେ ଶ୍ରୀ ଅରୁଣ ମିଶ୍ର କହିଥିଲେ । କାର୍ବନ୍ ଡାଇଅକ୍ସାଇଡର କମ୍ ବ୍ୟବହାର, ଜଳର ସଠିକ୍ ପରିଚାଳନା ଓ ବର୍ଜ୍ୟବସ୍ତୁର ଉପଯୁକ୍ତ ବ୍ୟବହାର ମାଧ୍ୟମରେ ଟାଟା ଷ୍ଟିଲ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଅନେକ ପଦକ୍ଷେପମାନ ନିଆଯାଉଛି ବୋଲି ସେ ମତ ପ୍ରକାଶ କରିଥିଲେ ।

ଭାରତୀୟମାନେ ଉତ୍ପାଦନ ଓ ସେବନରେ ଦୀର୍ଘସ୍ଥାୟୀ ବ୍ୟବସ୍ଥା ଅବଲମ୍ବନ କରିବା ଉଚିତ ବୋଲି ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଏହି ଅବସରରେ କହିଥିଲେ । ଏହାସହିତ ପରିବେଶ ସଂରକ୍ଷଣ ପାଇଁ ଟାଟା ଷ୍ଟିଲ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ଜାମସେଦପୁର ୟୁଟିଲିଟିଜ୍ ଓ ସର୍ଭିସେସ୍ କମ୍ପାନୀ (ଜୁସ୍କୋ)ର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଆଶୀଷ ମାଥୁର ସହରରେ ବର୍ଜ୍ୟବସ୍ତୁ ପରିଚାଳନା, ବିଦ୍ୟୁତ ଯୋଗାଣ, ସବଜୁ ବଳୟ ବୃଦ୍ଧି ଓ ଜଳ ପରିଚାଳନା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଏକ ପ୍ରେଜେଟେଂସନ୍ ପ୍ରଦାନ କରିଥିଲେ । ଜାମସେଦପୁରକୁ ଦେଶର ଏକ ଆଦର୍ଶ ସହର ଭାବେ ଗଢି ତୋଳିପାରିଥିବାରୁ ଉପସ୍ଥିତ ପେନାଲିଷ୍ଟ ଓ ଦର୍ଶକ ଜୁସ୍କୋର ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେହିପରି ଟାଟା ଷ୍ଟିଲ ଫେରୋ ଆଲୟେଜ୍ ଏଣ୍ଡ ମିନ୍ରାଲ ଡିଭିଜନ୍ ଅପରେସନ୍ସ ବିଭାଗର ମହା ପ୍ରବନ୍ଧକ ଶ୍ରୀ ପଙ୍କଜ ସତିଜା ବ୍ୟାପର ବାଣିଜ୍ୟରେ ଜୈବ ବିବିଧତା ଉପରେ ଏକ ପ୍ରେଜେଟେଂସନ ଉପସ୍ଥାପନ କରିଥିଲେ ।