ଅଟୋମେଟେଡ ଚେସ ବୋର୍ଡ : RiiDLର ପୃଷ୍ଠପୋଷକତାରେ ଭବ୍ୟ ଓ ଆତୁରଙ୍କ ନୂତନ ସୃଷ୍ଠି

ଅଟୋମେଟେଡ ଚେସ ବୋର୍ଡ : RiiDLର ପୃଷ୍ଠପୋଷକତାରେ ଭବ୍ୟ ଓ ଆତୁରଙ୍କ ନୂତନ ସୃଷ୍ଠି

Wednesday November 04, 2015,

3 min Read

କେବଳ ଶିକ୍ଷାାଗତ ଯୋଗ୍ୟତା ପାଇଁ ନୁହେଁ, ନିଜର ଅଦମ୍ୟ ଆଗ୍ରହ ଓ ଉତ୍ସାହ ନେଇ କିଛି ନୂଆ ଶିଖିବାର ଅଭିପ୍ରାୟ ନେଇ ଅନେକ ଛାତ୍ରଛାତ୍ରୀ ଇଂଜିନିୟରିଂ ପଢ଼ିଥାନ୍ତି । ଭବ୍ୟ ଗୋହିଲ ଓ ଆତୁର ମେହେଟା ମଧ୍ୟ ଏଭଳି ଉତ୍ସାହ ନେଇ ଇଂଜିନିୟରିଂ ପଢ଼ିବାକୁ କେ ଜେ ସୋମାୟା କଲେଜ ଅଫ ଇଂଜିନିୟରିଂରେ ନାମ ଲେଖାଇଥିଲେ । ଏବଂ କଲେଜରେ ହିଁ ସେମାନଙ୍କ ପ୍ରଥମ ପରିଚୟରୁ ସେମାନେ ଉଭୟଙ୍କ ଅନ୍ତରର ଇଛା ସହ ପରିଚିତ ହୋଇଥିଲେ । ସେମାନଙ୍କ ସହ ବାର୍ତ୍ତାଳପରୁ ଏହା ପରିସ୍ଫୁଟିତ ହୁଏ ।

image


ଆମର ପ୍ରଥମ ସେମିଷ୍ଟାର ଆରମ୍ଭରୁ ହିଁ ଆମେ ଦୁଇଜଣ ବିଭିନ୍ନ ଛୋଟ ଛୋଟ ପ୍ରକଳ୍ପ ଓ ଜ୍ଞାନକୌଶଳ ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲୁ ବୋଲି ଭବ୍ୟ କୁହନ୍ତି । କଲେଜର ଏକ କାଉନସିଲରେ କାମ କରିବା ସମୟରେ ଉଭୟ ଉଭୟଙ୍କୁ ଭେଟିଥିଲେ । ଉଭୟ ସର୍ବଦା କିଛି ସୃଜନାତ୍ମକ କାର୍ଯ୍ୟ କରିବାକୁ ଅନବରତ ଚେଷ୍ଟିତ ଥିଲେ ଓ ଏହା ହିଁ ସେମାନଙ୍କୁ ଅନ୍ୟମାନଙ୍କ ଦୃଷ୍ଟିକୁ ଆଣିଥିଲା ।

RiiDL, ସୋମିୟା ବିଦ୍ୟାବିହାରର ସୃଜନାତ୍ମକ କେନ୍ଦ୍ର ଏବଂ ଆସିଲିରେଟର ଯାହାକି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଆଗ୍ରହ ଅନୁସାରେ ବିଭିନ୍ନ ଦଳରେ ବିଭକ୍ତ କରି ନୂଆ ନୂଆ ସୃଜନାତ୍ମକ ଢ଼ଙ୍ଗରେ ବିଶ୍ୱର ବିଭିନ୍ନ ବାସ୍ତବିକ ସମସ୍ୟାକୁ ସମାଧାନ କରିବାକୁ ଏକ ଭିତ୍ତିଭୂମି ପ୍ରଦାନ କରିଥାଏ । ପ୍ରଥମ ବର୍ଷର ବିଦ୍ୟାର୍ଥୀମାନଙ୍କୁ ସେଠାରେ ଖୁବ କମ ଦେଖିବାକୁ ମିଳିଥାଏ, କିନ୍ତୁ ଉଭୟ ଏମାନେ ସେଠାରେ କାମ କରିବାକୁ ଖୁବ ପସନ୍ଦ କରୁଥିଲେ । ଏହିଠାରେ ହିଁ ଉଭୟ ନିଜର ପକଳ୍ପକୁ ରୂପରେଖ ଦେବାପାଇଁ ପ୍ରକୃତ ସୁଯୋଗ ପାଇଲେ ।

ଆମେ ଇଲେକଟ୍ରୋନିକ ଇଂଜିନିୟରିଂରେ ଦ୍ୱିତୀୟ ବର୍ଷରେ ଥିବା ସମୟରେ ଆମେ RiiDLରେ କାର୍ଯ୍ୟ କରିଥିବା କିଛି ପ୍ରାରମ୍ଭିକ ପ୍ରକଳ୍ପକୁ ବିଭିନ୍ନ ପ୍ରଦର୍ଶନୀରେ ଦେଖାଇବାର ସୁଯୋଗ ପାଇଲୁ । ସେଠାକୁ ଆସୁଥିବା ରୋମ, ଗଦରେଜ, କେପଜେମିନୀ, ଆଇଆଇଟି ବମ୍ବେ, ଆଇଆଇଟି ଖଡଗପୁର ପରି ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ଆମର ପ୍ରକଳ୍ପକୁ ପସନ୍ଦ କରିବା ସହ ପ୍ରଶଂସା କରିଥିଲେ । ଏବଂ ସେମାନଙ୍କ ସକାରାତ୍ମକ ପ୍ରତିକ୍ରିୟା ହିଁ ଆମକୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଥିଲା ବୋଲି ଆତୁର କୁହନ୍ତି ।

image


ବୋର୍ଡ ଖେଳକୁ ଅଧିକ ଆକର୍ଷଣୀୟ କରିବା ଏହାର ଶାରୀରିକ ଅନୁଭବକୁ ଅଧିକ ଗଠନାତ୍ମକ କରିବା ଆମର ଲକ୍ଷ୍ୟ ଥିଲା । ଉଭୟ ଚେସ ଖେଳର ବଡ ପ୍ରଶଂସକ ଥିବାରୁ ପ୍ରଥମେ ଏକ ସ୍ୱୟଂଚାଳିତ ଚେସ ବୋର୍ଡ ତିଆରି କରିବାକୁ ନିଷ୍ପତି ନେଲେ । ଚେସ ଅଟୋମେଟେଡ ମୁଖ୍ୟତ ଏକ ଇଣ୍ଟରଆକ୍ଟିଭ ଚେସ ବୋର୍ଡ ଅଟେ । ଯାହା ଉପରେ ଜଣେ ବ୍ୟକ୍ତି ଶାରୀରିକ ଅନୁଭବ ସହ କମ୍ପ୍ୟୁଟର ସହ ଚେସ ଖେଳିପାରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନେ ଏକ ଅଟୋମେଟେଡ ଚେସ ବୋର୍ଡ ତିଆରି କରିବାକୁ ଆରମ୍ଭ କଲେ । ପରେ ସେମାନେ ନେସନାଲ ଆସୋସିଏସନ ଅଫ ବ୍ଲାଇଣ୍ଡ ପରିଦର୍ଶନ କଲେ ଏବଂ ଖେଳାଳୀମାନେ କିପରି ଖେଳୁଛନ୍ତି ଓ ଖେଳିବା ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧା ଗୁଡିକ ସଂମ୍ପର୍କରେ ଅବଗତ ହେଲେ ବୋଲି ଭବ୍ୟ କୁହନ୍ତି । ପ୍ରାୟ ଚାରିମାସ ମଧ୍ୟରେ ସେମାନେ ଏକ ପ୍ରାରମ୍ଭିକ ମଡେଲ ପ୍ରସ୍ତୁତ କଲେ, ଯାହାକି ନିର୍ମାତାମାନଙ୍କ ମଧ୍ୟରେ ପସନ୍ଦ ଆସିବା ସହ ଅନେକ ମଧ୍ୟ ଏଥିରେ ଆଗ୍ରହ ପ୍ରକାଶ କଲେ । ଯାହାଦ୍ୱାରା ଟିମ ନୂଆ ନୂଆ ଫିଚର ଯୋଗକରିବାକୁ ଅନେକ ଫିଡବ୍ୟାକ ଓ ପରାମର୍ଶ ପାଇଲା ।

ଏହାର ବର୍ତ୍ତମାନ ସଂସ୍କରଣ ପ୍ରସ୍ତୁତି ପାଇଁ ସମସ୍ତ କାର୍ଯ୍ୟ ସରିଛି । ପ୍ରଥମେ ଏହାକୁ ଚାଇନାରେ ପ୍ରସ୍ତୁତ କରିବାକୁ ସ୍ଥିର କରାଯାଇଥିଲେ ମଧ୍ୟ ପରିବହନ ଓ ଗୁଣବତ୍ତାକୁ ନଜରରେ ରଖି ସେମାନେ ଏହାକୁ ଭାରତରେ ତିଆରି କରିବାକୁ ସ୍ଥିର କଲେ, ଯାହାକି ମେକ ଇନ ଇଣ୍ଡିଆ କ୍ୟାମ୍ପେନରେ ସହଯୋଗ ଦେବା ସହ ଏକ ଗର୍ବ ଅନୁଭବ କରିବାକୁ ଦେବ ବୋଲି ଆତୁର ସୂଚନା ଦେଇଛନ୍ତି ।

Website: Chess Automated and you can get in touch with them at [email protected]