ଆମେରିକାର ଆରାମଦାୟକ ଚାକିରୀ ଛାଡି ଆଇନା ଗୌର ଯୋଗ ଦେଲେ ଏକ ଭାରତୀୟ ସାମାଜିକ ଉଦ୍ୟୋଗରେ

ଆମେରିକାର ଆରାମଦାୟକ ଚାକିରୀ ଛାଡି ଆଇନା ଗୌର ଯୋଗ ଦେଲେ ଏକ ଭାରତୀୟ ସାମାଜିକ ଉଦ୍ୟୋଗରେ

Tuesday November 10, 2015,

2 min Read

ଆଇନା ଗୌରଙ୍କର ଜନ୍ମ ଓ ଲାଳନ ପାଳନ ହେଇଛି ଭାରତରେ। କିନ୍ତୁ ସେ ଉଚ୍ଚଶିକ୍ଷା ପାଇଁ ଆମେରିକା ଗଲେ। ସେଠାରେ ଅଷ୍ଟିନ ସ୍ଥିତ ଇଉନିଭର୍ସିଟି ଓଫ ଟେକ୍ସାସ McCombs School of Businessରେ ଶିକ୍ଷାଲାଭ କରି ଫାଇନାନ୍ସରେ କ୍ୟାରିଅର ବନାଇବା ସହ ସେଠାରେ ଏକ ଦଶନ୍ଧିରୁ ଅଧିକ ସମୟ ବିତାଇଥିଲେ । ସେଠାରେ Ernst & Young ପରି କଂପାନୀମାନଙ୍କରେ ପ୍ରାୟ ଏକ ଦଶନ୍ଧି କାମ କଲାପରେ ସେ ନୂଆ କିଛି କରିବାକୁ ଚାହିଁଲେ। ଏପରି କିଛି ଯାହାର କି ସାମାଜିକ କ୍ଷେତ୍ରରେ କୌଣସି ପ୍ରଭାବ ପକାଉଥିବ।

image


ଆଇନା ନିଜର ସ୍ୱପ୍ନକୁ ଏକ ରୂପ ଦେବାପାଇଁ ସୁଯୋଗ ଖୋଜୁଥିବା ବେଳେ Villgro’s Social Fellowship Program ଏହାର ଝଲକ ପାଇଲେ । ଏହି କାର୍ଯ୍ୟକ୍ରମ ଉତ୍ସାହୀ ଶିଳ୍ପଦ୍ୟୋଗୀମାନଙ୍କୁ ଭାରତରେ ସାମାଜିକ କ୍ଷେତ୍ରରେ ଏକ ବର୍ଷ ପାଇଁ କାର୍ଯ୍ୟ କରିବାକୁ ସୁଯୋଗ ଦେଇଥାଏ । ଏହି କାର୍ଯ୍ୟକ୍ରମର ଏକ କଠିନ ମୂଲ୍ୟାୟନ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇ ସେ ୨୦୧୨ ସେପ୍ଟେମ୍ବରରେ ଭାରତ ଆସିଥିଲେ । ବର୍ଷର ଆରମ୍ଭରେ ସେ ଉକ୍ତ କାର୍ଯ୍ୟକ୍ରମ ପାଇଁ ଚୟନ ହୋଇ ଜୁଲାଇ ମାସରେ ନିଜର ଚାକିରୀ ଛାଡିଲେ ।

କାର୍ଯ୍ୟକ୍ରମର ପ୍ରଥମ ମାସରେ ମନୋନୀତ ପ୍ରାର୍ଥୀମାନଙ୍କୁ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ତାଲିମ ଦିଆଯାଇଥାଏ ଏବଂ ଏହି ପ୍ରକ୍ରିୟାରେ ୮ ଜଣ ମନୋନୀତ ପ୍ରାର୍ଥୀ Villgroର ଚେନ୍ନାଇ ସ୍ଥିତ କାର୍ଯ୍ୟାଳୟରେ ବିତାଇଲେ । ଏହି ସମୟରେ ସେମାନଙ୍କୁ ବିଭିନ୍ନ ଗ୍ରାମକୁ ଯାଇ ସଫଳ ସାମାଜିକ ପ୍ରତିଷ୍ଠାନଗୁଡିକ ଭେଟିବା ସହ ସଂପର୍କ ସ୍ଥାପନ କରିବାକୁ ପଡିଥିଲା । ଏବଂ ସେହିଠାରେ ହିଁ ଆଇନାଙ୍କର Sustain Tech ନାମକ ଏକ ତିନି ବର୍ଷ ହେଲା ଆରମ୍ଭ ହେଇଥିବା କଂପାନୀ ସହ ପରିଚୟ ହୋଇଥିଲା, ଯାହାକି ପରିବେଶ ଉପଯୋଗୀ କମ ଇନ୍ଧନ ଖର୍ଚ୍ଚ ହେଉଥିବା ବ୍ୟବସାୟ ଉପଯୋଗୀ ରୋଷାଇ ଚୂଲା ବଣ୍ଟନ କରେ ।

ନିଜର ଆଦର୍ଶ ସହ ମେଳ ଖାଉଥିବାରୁ Sustain Techର ଆର୍ଥିକ ଦିଗ ସମ୍ଭାଳିବାକୁ ସେ ମନ ବଳାଇଲେ ଓ ବର୍ତ୍ତମାନ ସେ ଏହାର ସମସ୍ତ ଆର୍ଥିକ ଦାୟୀତ୍ତ୍ଵ ସମ୍ଭାଳୁଛନ୍ତି ।

Sustain Tech ମୁଖ୍ୟତ ତାମିଲନାଡୁ ଓ କର୍ଣ୍ଣାଟକରେ କାର୍ଯ୍ୟ କରୁଥିବା ବେଳେ ଏହାର ମୁଖ୍ୟ କାର୍ଯ୍ୟାଳୟ ମଦୁରାଇରେ ରହିଛି ।

ଏହି ଚୂଲାର ନିର୍ମାଣ ଆଉଟ ସୋର୍ସିଙ୍ଗ କରାଯାଉଥିବା ବେଳେ ବଣ୍ଟନର ସମସ୍ତ ଦାୟୀତ୍ୱ Sustain Tech ନିଜେ ନେଇଥାଏ । "ମୁଁ ଏହି କମ୍ପାନୀରେ ଗତ ସାତ ବର୍ଷ ଧରି କାମ କରୁଛି ଆଉ ଏପର୍ଯ୍ୟନ୍ତର ଅଭିଜ୍ଞତା ଖୁବ ଜବରଦସ୍ତ ରହିଛି," କୁହନ୍ତି ଆଇନା। ନିଷ୍ପତି ନେବାବେଳେ ସେ ଏକ ଅଜଣା ଶଙ୍କା ମଧ୍ୟରେ ଗତିକରୁଥିଲେ କିନ୍ତୁ ଏଠାକୁ ଆସିବା ପରେ Villgro ସେ ସମସ୍ତ ଶଙ୍କା ଦୂରାଇ ଦେଇଥିଲା । ଖାଦ୍ୟ ଠୁ ଆରମ୍ଭ କରି ରହିବା, ବୁଲିବା ସମସ୍ତ ପ୍ରକାର ଆବଶ୍ୟକତା ପାଇଁ ଉତ୍ତମ ବ୍ୟବସ୍ଥା ହୋଇଥିଲା । Villgro ସହାୟତାରେ ଆସୁଥିବା କର୍ମୀମାନଙ୍କ ମଧ୍ୟରୁ ୬୦ରୁ ୭୦ ପ୍ରତିଶତ ସେମାନଙ୍କ କ୍ୟାରିଅର ନେଇ ଭାରତରେ ରହିବାକୁ ପସନ୍ଦ କରୁଛନ୍ତି । ଏବଂ ମୁଁ ମଧ୍ୟ ସେମାନଙ୍କୁ ଅନୁସରଣ କରିବାକୁ ଯାଉଛି ବୋଲି ଆଇନା କହିଛନ୍ତି । ପ୍ରତ୍ୟେକଙ୍କ ପାଇଁ ଦୁଇ ଜଣ ମାର୍ଗଦର୍ଶକ ନିୟୋଜିତ ହୋଇଥାନ୍ତି, ଯେଉଁମାନେ ସେମାନଙ୍କୁ ସର୍ବଦା ଉତ୍ସାହିତ କରିବା ସହ ରାସ୍ତା ଦେଖାଇଥାନ୍ତି । କହିବାକୁ ଗଲେ ମୋ ଉପରେ Villgroର ଏକ ସକାରାତ୍ମକ ପ୍ରଭାବ ରହିଛି ଏବଂ ଜୀବନକୁ ଏକ ନୂତନ ରାସ୍ତା ଦେଖାଇଛି।

ଯଦି ଆପଣ Villgro fellowship ପାଇଁ ଆବେଦନ କରିବାକୁ ଚାହାନ୍ତି ତେବେ ଏଠାରେ କ୍ଲିକ କରନ୍ତୁ