କୁନି ଲାଇବ୍ରେରୀଆନ୍ ଡାଲିୟା; ବୟସ ମାତ୍ର ଚାରି, ବହି ପଢିଛନ୍ତି ହଜାରେ

କୁନି ଲାଇବ୍ରେରୀଆନ୍ ଡାଲିୟା; ବୟସ ମାତ୍ର ଚାରି, ବହି ପଢିଛନ୍ତି ହଜାରେ

Tuesday February 28, 2017,

1 min Read

କହିବାକୁ ଗଲେ ୪ ବର୍ଷ ବୟସରେ ପିଲାମାନେ ସାଧାରଣତଃ ପାଠପଢାରେ ଦୁର୍ବଳ ହୋଇଥାନ୍ତି । ଆଉ ଖେଳ କୁଦରେ ଅଧିକ ବିଚକ୍ଷଣ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣେ ଏଭଳି ଶିଶୁ ସଂପର୍କରେ ଜଣାଇବୁ ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ ସତ କିନ୍ତୁ ବିଶ୍ୱାସ କରିବାକୁ ଟିକେ କୁଣ୍ଠାବୋଧ କରିବେ ।

image


ସୂଚନା ଅନୁସାରେ, ଜର୍ଜିଆରେ ବାସକରୁଥିବା ମାତ୍ର ୪ ବର୍ଷର ଶିଶୁ ଡାଲିଆ ଅରାନା । ଏହି ପିଲାଟି ଏଯାବତ୍ ପାଖାପାଖି ୧ ହଜାରରୁ ଅଧିକ ବହି ପଢି ଶେଷ କରିସାରିଛି । ଯାହା କାରଣରୁ ଡାଲିୟା ବିଶ୍ୱରେ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଏଥିପାଇଁ ଡାଲିୟାକୁ ବିଶ୍ୱର ସବୁଠାରୁ ବଡ ଲାଇବ୍ରେରୀ ‘ୟୁଏସ ଲାଇବ୍ରେରୀ ଅଫ୍ କାଂଗ୍ରେସ’ରେ ଦିନକ ପାଇଁ ଲାଇବ୍ରେରିୟନ କରିଦିଆଯାଇଥିଲା । ସେଠାରେ ଥିବା ଲାଇବ୍ରେରିୟନ କାର୍ଲା ହେଡନଙ୍କ ସହ ଡାଲିୟା ଦିନକ ପାଇଁ ମଧ୍ୟ କାର୍ଯ୍ୟଭାର ସମ୍ଭାଳିବାକୁ ସୁଯୋଗ ମିଳିଥିଲା । କାର୍ଲା ଓ ଡାଲିୟାଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା । ଆଉ ଏଥିରେ ଡାଲିୟା ତାଙ୍କୁ ଲାଇବ୍ରେରୀରେ ହ୍ୱାଇଟ୍ ବୋର୍ଡ ଲଗାଇବାକୁ ପରାମର୍ଶ ଦେଇଥିଲେ । ଯାହା ଦ୍ୱାରା ପିଲାମାନେ ଏଠାରେ ଆସି ଲେଖାଲେଖି ଅଭ୍ୟାସ କରିପାରିବେ । ଆଉ ଏହି କଥାକୁ ସ୍ୱୟଂ କାର୍ଲା ଟୁଇଟ କରି ଜଣାଇଥିଲେ ।

ତେବେ ଡାଲିୟାଙ୍କୁ ଯେତେବେଳେ ମାତ୍ର ୨ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ପ୍ରଥମ ବହି ପଢିବା ଆରମ୍ଭ କରିଥିଲେ । ଡାଲିୟାଙ୍କ ବହି ପଢିବାର ଆଗ୍ରହ ଦେଖି ତାଙ୍କ ମାଆ ତାଙ୍କୁ ଏକ ଏଭଳି ସ୍କୁଲରେ ଦାଖଲ କରିଥିଲେ ଯେଉଁଠି ଛୋଟ ପିଲାମାନଙ୍କୁ ବହି ବଢିବା ପାଇଁ ପ୍ରୋତ୍ସାହିତ କରାଯିବା ସହ ଜଣେ ପିଲା ଦିନକୁ କେତେଟା ଲେଖାଏଁ ବହି ପଢୁଛି ତାହାର ମଧ୍ୟ ହିସାବ ରଖାଯାଇଥାଏ ।