ଟେକ୍ନୋଲୋଜିକୁ ନିଶା କରିଥିବା ସୀମା ଏବେ ଶିଖରରେ

ଟେକ୍ନୋଲୋଜିକୁ ନିଶା କରିଥିବା ସୀମା ଏବେ ଶିଖରରେ

Wednesday November 25, 2015,

3 min Read

ସେ ଟେକ୍ନୋଲୋଜିକୁ ଭଲ ପାଉଥିଲେ । ସବୁବେଳେ ନୂଆ ଟେକ୍ନୋଲୋଜି ସହ ନିଜକୁ ଅପଡେଟ୍ ରଖୁଥିଲେ । ଏହା ତାଙ୍କ ପାଇଁ କେବଳ ପେଶା ନୁହେଁ ନିଶା ଥିଲା । ମହିଳାମାନେ ଟେକ୍ନୋଲୋଜି ସହ ତାଳ ଦେବାରେ ପଛୁଆ, ଏହି ଧାରଣାକୁ ସେ ଭୁଲ୍ ପ୍ରମାଣିତ କରିଥିଲେ । ତାଙ୍କ ପ୍ରତିଭା ଓ ଟେକ୍ନୋଲୋଜି ସହ ଯୋଡି ହେବାର ଇଚ୍ଛା ପାଇଁ ସେ ଆଜି ଶିଖରରେ । ସୀମା ଲାଲ୍ ଗୁଲାବରାଣୀ ଏବେ ଅଗ୍ରଣୀ ଆଇଟି କମ୍ପାନୀ ସୋପ୍ରା ଗ୍ରୁପର ସହଯୋଗୀ ମହାପ୍ରବନ୍ଧକ (ଇଗ୍ଦଗ୍ଦକ୍ଟମସବଗ୍ଧର) ଭାବେ କାର୍ଯ୍ୟ କରୁଛନ୍ତି ।

image


ସୀମା କମ୍ପ୍ୟୁଟର ଆପ୍ଲିକେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପ୍ରଥମେ ସେ ପୁନେର Fujitsu ନାମକ ଏକ କମ୍ପାନୀରେ ଚାକିରୀ ଆରମ୍ଭ କରିଥିଲେ । ପରେ ସେ ଦିଲ୍ଲୀର NIIT ସଫ୍ଟୱୟାର ଇଞ୍ଜିନିୟର ଭାବେ କାମ କରିଥିଲେ । ସେଠାରେ ୪ ବର୍ଷ କାମ କରିବା ପରେ ସେ କିଛି ଦିନ ପାଇଁ କର୍ପୋରେଟ୍ ଦୁନିଆରୁ ଦୂରେଇ ରହିଲେ। ଏହି ସମୟରେ ସେ ଦିଲ୍ଲୀରେ ଛୋଟ ବଡ ବେପାର କଲେ । ଏହା ପରେ କିଛି ଦିନ ଜାଭାରେ କାମ କରିବା ପରେ ସେ ଗୁରୁଗାଓଁର ସାପିଏନଟ୍ ଟେକ୍ନୋଲୋଜିସରେ ପ୍ରାୟ ୨ ବର୍ଷ ପାଇଁ କାମ କଲେ । ତେବେ ୨୦୦୩ ମସିହାରୁ ସେ ସୋପ୍ରା ଗ୍ରୁପରେ ସଫ୍ଟୱୟାର ଇଞ୍ଜିନିୟର ଓ ସିନିଅର ଆର୍କିଟେକ୍ଟ ଭାବେ କାମ କରୁଛନ୍ତି ।

ସୀମା କୁହନ୍ତି, ମୁଁ ଟେକ୍ନୋଲୋଜି ପ୍ରିୟ । ମୋ କ୍ୟାରିୟରରେ ଏହା USP ଭଳି କାମ କରିଛି । ମୁଁ ସବୁବେଳେ ମୋ କାମକୁ ଗୁରୁତ୍ୱ ଦେଇଆସିଛି । କେବେବି ପଦପଦବୀ ପଛରେ ନ ଗୋଡାଇ ଉତ୍ସର୍ଗୀକୃତ ଭାବେ କାମ କରିଛି । ।

ଜଣେ ସଫ୍ଟୱୟାର ଆର୍କିଟେକ୍ଟ ଭାବେ..

ସୀମା କୁହନ୍ତି, ୟୁରୋପରୁ ଆସୁଥିବା କ୍ଲାଏଣ୍ଟଙ୍କର ବିଭିନ୍ନ ସଫ୍ଟୱେର ପ୍ରୋଜେକ୍ଟ ଉପରେ ସେ କାମ କରନ୍ତି । ଇଞ୍ଜିନିୟରିଂ ଟିମ୍ ସହ ମିଶି ସବୁ ପ୍ରୋଜେକ୍ଟର ଟେକ୍ନୋଲୋଜି ଦିଗ ଉପରେ କାମ କରୁ । ସେ ନିଜ ଦକ୍ଷତା ବଳରେ ଏକା ସାଙ୍ଗରେ ବହୁ ପ୍ରୋଜେକ୍ଟ ସଲୁ୍ୟସନ କରନ୍ତି ।

ସବୁ ବାଧାକୁ ଅତିକ୍ରମ କରି ସଫଳ ହେଲେ

ସୀମାଙ୍କ ପିଲାମାନେ ବହୁ ଛୋଟ ଥିବା ସମୟରେ ତାଙ୍କ ସ୍ୱାମୀ ଆଖି ବୁଜିଲେ । ଏହା ତାଙ୍କୁ ଶକ୍ତ ଆଘାତ ଦେଲା। ସେହି ସମୟରେ ଜଣେ ମା ଏକାକୀ ପରିବାର ଚଳାଇବା କଳ୍ପନା ବାହାରେ ଥିଲା । ହେଲେ ଭାଙ୍ଗି ନ ପଡି ଧୈର୍ଯ୍ୟର ସହ ଛିଡା ହେଲେ । ସବୁ ଡିପ୍ରେସନକୁ ଭୁଲି ମୁଁ ଓ ମୋ ପୁଅର ଜୀବନ ଆଗକୁ ନେଲି । ଘର ଓ ଅଫିସ ଉଭୟ ମଧ୍ୟରେ ସମାନ ସମନ୍ୱୟ ରଖି କାମ କଲି ବୋଲି ସୀମା କୁହନ୍ତି । ତେବେ ଜୀବନରେ ଏମିତି ସମୟ ଆସେ ଯାହାକି ମଣିଷକୁ ପୂରା ଧୈର୍ଯ୍ୟହୀନ କରି ଭାଙ୍ଗି ଦିଏ, ହେଲେ ଏହାକୁ ପଛରେ ପକାଇ ଆଗକୁ ଗଲେ ହିଁ ସଫଳତା ହାତରେ ଲାଗେ ବୋଲି ସେ ମତ ଦିଅନ୍ତି ।

ଟେକ୍ନୋଲୋଜିରେ ମହିଳା

ବହୁ ମହିଳା ହାର୍ଡ କୋର୍- ଟେକ୍ନୋଲୋଜି କ୍ଷେତ୍ରରେ କାମ କରନ୍ତୁ ବୋଲି ମୁଁ ଚାହୁଁଛି । ଜଣେ ଟେକ୍ନୋଲୋଜି ଦ୍ୱାରା ହିଁ ନିଜକୁ ପ୍ରତି ମୁହୂର୍ତ୍ତରେ ନିଜକୁ ଅପଡେଟ୍ ରଖେ । ଜୀବନର ପ୍ରତିଟି ସମୟରେ ବହୁ ସୂଚନା ହାସଲ କରିବା ଦରକାର ପଡେ । ଟେକ୍ନୋଲୋଜିରୁ ହିଁ ଏହା ପାଇ ହୁଏ । ଯୁବ ମହିଳାମାନେ ଟେକ୍ନୋଲୋଜି ପ୍ରତି ଇଚ୍ଛୁକ ହେବା ଜରୁରୀ । ଟେକ୍ନୋଲୋଜି କ୍ଷେତ୍ରରେ ବହୁ ମହିଳା ସଫଳ ହୋଇଥିବା ନଜିର୍ ରହିଛି । ଏମାନଙ୍କୁ ରୋଲ୍ ମଡେଲ ଭାବେ ନେଇ ମହିଳାମାନେ ଆଗକୁ ଯାଆନ୍ତୁ । ଏବେ ମହିଳାମାନେ ଘର କାମ ଓ ପାରିବାରିକ ଜୀବନରେ ଅଧିକ ବ୍ୟସ୍ତ ରହୁଛନ୍ତି । ଏଥିପାଇଁ କୋର୍ ଡେଭଲପ୍ମେଣ୍ଟରେ ସଂପୃକ୍ତ ହେଉନାହାନ୍ତି । ଏହି ଧାରା ବଦଳିବା ଜରୁରୀ । ମହିଳାମାନେ ବି ଆଗକୁ ଆସନ୍ତୁ । ଟେକ୍ନୋଲୋଜି କ୍ଷେତ୍ରରେ ଆଗ୍ରହର ସହ କାମ କଲେ ସଫଳତା ପାଇବେ ବୋଲି ସେ କୁହନ୍ତି ।

ସୀମାଙ୍କ ଲକ୍ଷ୍ୟ

ଦୃଢ ଇଚ୍ଛା ଥିଲେ ତୁମକୁ କେହି ଆଗକୁ ଯିବାକୁ ରୋକିପାରିବେନି । ଟେକ୍ନୋଲୋଜିରେ ସଫଳ ହେବାର ଦକ୍ଷତା ମହିଳାଙ୍କ ପାଖରେ ରହିଛି । ତେଣୁ ସେମାନେ ନିଜ ନିଷ୍ଠା ବଳରେ ଆଗକୁ ଯାଆନ୍ତୁ ।